ଗୋଟିଏ କୋଣରେ ବସିରହିଲେ ଇମ୍ରାନ: ମୋଦି ହାତମିଳେଇଲେ ନାହିଁ କି କଥା ବି ହେଲେନି
ବିଶକେକ, ୧୪।୬: କିର୍ଗିଜିସ୍ତାନର ରାଜଧାନୀ ବିଶେକେକରେ ଆୟୋଜିତ ହେଉଥିବା ଏସସିଓ ସମ୍ମିଳନୀରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ପାକିସ୍ତାନ ଏବଂ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ପାକିସ୍ତାନ ଯଦି…
ବିଦେଶ ଗସ୍ତରେ ଥାଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି
ବିଶ୍କେକ୍/ଗାନ୍ଧୀନଗର,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସାଂଘାଇ ସହଯୋଗ ସଙ୍ଗଠନ (ଏସ୍ସିଓ) ସମ୍ମିଳନୀରେ ଯୋଗ ଦେବା ଲାଗି କିର୍ଗିଜସ୍ଥାନ ରାଜଧାନୀ ବିଶ୍କେକ୍ ଯାତ୍ରା କରିଛନ୍ତି। ହେଲେ ଏପଟେ ସାମୁଦ୍ରିକ ଝଡ଼ ‘ବାୟୁ’ ଗୁଜରାଟ ନିକଟବର୍ତ୍ତି ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବାରୁ…
ଭାରତ-ଇଂଲଣ୍ଡ ମଧ୍ୟରେ ହେବ ଫାଇନାଲ୍: ଗୁଗୁଲ ସିଇଓ ସୁନ୍ଦର ପିଚାଇ
ଓ୍ବାଶିଂଟନ,୧୩।୬: ଏବେ କ୍ରିକେଟ୍ ବିଶ୍ୱ କପ୍ ନେଇ ବେଶ୍ ଲୋକଙ୍କ ମଧ୍ୟରେ ଉତ୍ସାହ ଜାରି ରହିଛି। ତେବେ ଫାଇନାଲରେ ମୁକାବିଲା କେଉଁ ଦୁଇ ଦେଶ ମଧ୍ୟରେ ହେବ ତାହା ଜଣାପଡ଼ି ନ ଥିବାବେଳେ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ମନ୍ତବ୍ୟ ନେଇ…
ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଭାରତ ପ୍ରେମ: କହିଲେ, ମୋଦି ଅଛନ୍ତି ତ ସବୁ ସମ୍ଭବ
ନ୍ୟୁୟର୍କ, ୧୩।୬: ଭାରତ ଏବଂ ଆମେରିକା ମଧ୍ୟରେ ଆଗକୁ ସମ୍ପର୍କ ଦୃଢ ହେବା ନେଇ ଆଶାବାଦୀ ଅଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମପିଓ। ଇଣ୍ଡିଆ ଆଇଡିଆଜ୍ ସମିଟ୍କୁ ସମ୍ବୋଧିତ କରି ମାଇକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି କହିଛନ୍ତି,…
ପୋଲାଣ୍ଡରେ ଏକ ହଜାର ସୈନ୍ୟ ମୁତୟନ କରିବ ଆମେରିକା
ଓ୍ବାଶିଂଟନ,୧୩।୬: ପୋଲାଣ୍ଡରେ ଆମେରିକା ଅତିରିକ୍ତ ଏକ ହଜାର ସୈନ୍ୟ ମୁତୟନ କରିବ। ଏଠାରେ ରୁଷିଆର କାର୍ଯ୍ୟକାଳାପ ବୃଦ୍ଧି ପାଉଥିବାରୁ ଆମେରିକା ଏଭଳି କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଏନେଇ ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରଜେଜ୍ ଡ୍ୟୁଡାଙ୍କ ସହିତ ଆଲୋଚନା…
ଭାରତରେ କମୁଛି ଶାନ୍ତି : ଗୋଟିଏ ବର୍ଷରେ ୫ ପଏଣ୍ଟ ହ୍ରାସ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୬: ଗୋଟିଏ ବର୍ଷ ମଧ୍ୟରେ ଭାରତରେ ଶାନ୍ତି କମିଛି। ବାର୍ଷିକ ଗ୍ଲୋବାଲ୍ ପିସ୍ ଇଣ୍ଡେକ୍ସ୍ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଚଳିତବର୍ଷ ୧୬୩ ଦେଶ ମଧ୍ୟରେ ଭାରତ ୧୪୧ ସ୍ଥାନରେ ରହିଛି। ୨୦୧୮ରେ ୧୩୬ ସ୍ଥାନ ହାସଲ କରିଥିଲା। ଗୋଟିଏ ବର୍ଷ…
ଆଇଏସ୍ଆଇର ନୂଆ ଯୋଜନା: ନେପାଳ ସୀମାରେ ଲଶ୍କର ମଡ୍ୟୁଲରେ ତିଆରି ହେଉଛନ୍ତି ସ୍ଲିପର ସେଲ୍
ନୂଆଦିଲ୍ଲୀ/କାଠମାଣ୍ଡୁ, ୧୩।୬: ଆତଙ୍କବାଦ ବିରୋଧରେ ଭାରତ ସ୍ବତନ୍ତ୍ର ଯୋଜନା ଉପରେ କାର୍ଯ୍ୟଧାରା ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଏବେ ଜମ୍ମୁ-କଶ୍ମୀର ବାଟେ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ ନ କରି ନେପାଳ ସୀମାରେ ଲଶ୍କର ମଡ୍ୟୁଲ୍…
ବଳାତ୍କାରୀଙ୍କୁ ଦିଆଯିବ ନପୁଂସକ ଇଞ୍ଜେକଶନ
ମଣ୍ଟଗୋମେରୀ,୧୨।୬: ବଳାତ୍କାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବିକୁ ଆଖି ଆଗରେ ରଖି ଗୋଟିଏ ରାଜ୍ୟ ଦୋଷୀଙ୍କୁ ନପୁଂସକ କରିବା ପାଇଁ ଏକ କେମିକାଲର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ଆମେରିକାର ଆଲାବାମାରେ ଏହାକୁ ନେଇ ଏକ ନୂଆ ଆଇନ ପ୍ରଣୟନ କରାଯାଇଛି।…
ଜେଲରେ ରହିବେ ନୀରବ ମୋଦି: ଲଣ୍ଡନ କୋର୍ଟରୁ ମିଳିଲାନି ଜାମିନ
ଲଣ୍ଡନ, ୧୨।୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ଝଟକା ଲାଗିଛି। ଲଣ୍ଡନର ରୟାଲ କୋର୍ଟ ଅଫ୍ ଜଷ୍ଟିସ୍ ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛି। ଏହାପୂର୍ବରୁ ଓ୍ବେଷ୍ଟମିନିଷ୍ଟର କୋର୍ଟ…
କିମ୍ଙ୍କ କ୍ରୁରତା ମାନବିକତା ଲଂଘିଲା: ଜେନେରାଲଙ୍କୁ ପିରାନ୍ନା ମାଛ ଟ୍ୟାଙ୍କ୍ରେ ପିଙ୍ଗିଲେ
ପୋୟଙ୍ଗ୍ୟାଙ୍ଗ୍,୧୨।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ କ୍ରୁରତା ମାନବିକତା ଲଂଘିଛି। ସେ ତାଙ୍କ ଜେନେରାଲଙ୍କୁ ମଣିଷକୁ ମାରି ଖାଉଥିବା ପିରାନ୍ନା ମାଛ ଟ୍ୟାଙ୍କରେ ଫିଙ୍ଗିଦେଇଛନ୍ତି। ଜେନେରାଲଙ୍କ ବିରୋଧରେ କ୍ଷମତା ଦଖଲ ଷଡ଼ଯନ୍ତ୍ର ଅଭିଯୋଗ ହୋଇଥିଲା। ଜେନେରାଲଙ୍କୁ ପିରାନ୍ନା…
ପାକିସ୍ତାନ ଧୂଳିଝଡ଼ ଭାରତ ମୁହାଁ: ଉତ୍ତର ଭାରତରେ ଆଲର୍ଟ ଜାରି
ଇସଲାମାବାଦ୍/ନୂଆଦିଲ୍ଲୀ,୧୨।୬: ପାକିସ୍ତାନ ଏବଂ ଆଫଗାନୀସ୍ତାନରୁ ଧୂଳିଝଡ଼ ଭାରତ ମୁହାଁ ହୋଇଛି। ଏହା ବୁଧବାର ଅପରାହ୍ନ ସୁଦ୍ଧା ଉତ୍ତରଭାରତରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ଉତ୍ତରଭାରତରେ ଆଲର୍ଟ ଜାରି ହୋଇଛି। ଧୂଳିଝଡ଼ ଯୋଗୁ ଆଗାମୀ ୨-୩ଦିନ ପ୍ରଭାବିତ…
ବୋକୋ ହାରାମ୍ ଆକ୍ରମଣ: ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି; ୧୫ ଆତଙ୍କବାଦୀ ଗିରଫ
ଫାର୍ ନର୍ଥ ରିଜିଅନ୍,୧୨।୬: କ୍ୟାମେରୁନ୍ରେ ବୋକୋ ହାରାମ ଆକ୍ରମଣ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୨୧ ଜଣ ସୁରକ୍ଷାକର୍ମୀ ଥିବାବେଳେ ୧୬ ଜଣ ସାଧାରଣ ଲୋକ ଅଛନ୍ତି। ଏହି ଘଟଣାରେ ଇତିମଧ୍ୟରେ ୧୫ ଜଣ ଆତଙ୍କବାଦୀଙ୍କୁ ଗିରଫ…
Archives


