ଅନ୍ତର୍ଜାତୀୟ

ନଓ୍ବାଜ ଶରିଫ ରହୁଥିବା ଜେଲ୍‌ରେ ରହିବେ ହାଫିଜ୍‌

ଇସ୍‌ଲାମାବାଦ,୧୮।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ସଂସ୍ଥାପକ ହାଫିଜ ସୟିଦଙ୍କୁ ବୁଧବାର ପଞ୍ଜାବ ଅଞ୍ଚଳରୁ ଗିରଫ କରାଯାଇଛି। ପାକିସ୍ତାନର କାଉଣ୍ଟର ଟେରରିଜିମ ଡିପାର୍ଟମେଣ୍ଟ(ସିଟିଡି) ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେବା ଅଭିଯୋଗରେ ହାଫିଜଙ୍କୁ ଗିରଫ କରିଛି।…

କୁଳଭୂଷଣଙ୍କ ପାଇଁ ଭାରତ ଖର୍ଚ୍ଚ କଲା ମାତ୍ର ଏକ ଟଙ୍କା, ପାକିସ୍ତାନର ଖର୍ଚ୍ଚ ୨୦ କୋଟି

ହେଗ,୧୮ା୭: ଅନ୍ତର୍ଜାତୀୟ ଅଦାଲତ କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ବଳବତ୍ତର ରଖିଛନ୍ତି। ଏହି ହାଇପ୍ରୋଫାଇଲ ମାମଲା ପାଇଁ ଭାରତ ମାତ୍ର ଏକ ଟଙ୍କା ଖର୍ଚ୍ଚ କରିଥିଲାବେଳେ, ପାକିସ୍ତାନ ୨୦ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଜଣାପଡିଛି।…

ଆନିମେସନ୍‌ ଷ୍ଟୁଡ଼ିଓରେ ଅଗ୍ନିକାଣ୍ଡ

ଟୋକିଓ,୧୮।୭: ଜାପାନର ଏକ ଆନିମେସନ୍‌ ଷ୍ଟୁଡ଼ିଓରେ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୨ରୁ ଅଧିକ ଲୋକ ଜୀବନ ଦଗ୍ଧ ହୋଇଥିବା କୁହାଯାଉଛି। ସ୍ଥାନୀୟ କୟୋଟାଠାରେ ଥିବା ୩ ମହଲା ଏହି ଷ୍ଟୁଡ଼ିଓରେ ଏକ ଟିଭି ବିଜ୍ଞାପନର ଶୁଟିଂ…

ଅନାହାର ପୀଡ଼ିତଙ୍କୁ ମାରିବା ପାଇଁ ‘ଡେଥ୍‌ ସ୍କ୍ବାଡ୍‌’ ଗଠିତ

କାରାକସ,୧୮।୭: ଭେନେଜୁଏଲାର ଖାଦ୍ୟ ସଙ୍କଟ ପରିସ୍ଥିତି ବିଷୟରେ ବିଶ୍ୱବାସୀଙ୍କ ଅଳ୍ପବହୁତେ ଜ୍ଞାନ ରହିଛି। ଏଠାରେ ଲୋକଙ୍କ ପାଖରେ କୋଟି କୋଟି ଟଙ୍କା ଥିଲେ ମଧ୍ୟ ଖାଦ୍ୟର ଘୋର ଅଭାବ ଫଳରେ ଲୋକେ ଅନାହାରରେ ମରିବା ସହ ଦେଶ ଛାଡି ଅନ୍ୟତ୍ର ଚାଲି…

କୁଳଭୂଷଣଙ୍କ ଉପରେ ଦିଆଯାଇଥିବା ରାୟକୁ ସ୍ବାଗତ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲମାବାଦ, ୧୮।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଭାରତର ବିଜୟ ହୋଇଛି। ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ଭାରତ ସପକ୍ଷରେ ରାୟ ଦେଇଛନ୍ତି। ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ନାମରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଆଦି ଅଭିଯୋଗ ଆଣି…

୫୦ ବର୍ଷ ପରେ ମିଳିଲା ବୋତଲରେ ବନ୍ଦ ଥିବା ଚିଠି

କାନବେରା,୧୮।୭: ପରସ୍ପର ମଧ୍ୟରେ ଚିଠି ଦିଆନିଆ ସାଧାରଣ କଥା। ମାତ୍ର ୫୦ ବର୍ଷ ପରେ ବୋତଲରେ ବନ୍ଦଥିବା ଚିଠି ମିଳିବା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଝାୟା ଇଲିଅଟ୍‌ ନାମକ ଜଣେ ୯ ବର୍ଷ ବାଳକକୁ ଏଭଳି ଏକ…

ଭାରତକୁ ମିସାଇଲ ସିଷ୍ଟମ୍‌ ଯୋଗାଇବ ଇସ୍ରାଏଲ: ୫୦ ନିୟୁତ ଡଲାର ଚୁକ୍ତି ସ୍ବାକ୍ଷର

ଜେରୁଜେଲମ୍‌,୧୮ା୭(ପି.ଟି.): ଇସ୍ରାଏଲ୍‌ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ (ଆଇଏଆଇ) ଭାରତୀୟ ଏବଂ ମାଜାଗନ ଡକ୍‌ ସିପ୍‌ବିଲ୍ଡର୍ସଙ୍କୁ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରାଯାଇପାରୁଥିବା ମିସାଇଲ ସିଷ୍ଟମ୍‌ (ଏମ୍‌ଆର୍‌ଏସ୍‌ଏଏମ୍‌) ଯୋଗାଇଦେବ। ଏଥିପାଇଁ ୫୦ ନିୟୁତ ଡଲାର ମୂଲ୍ୟର ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହି ରାଜିନାମା…

ଟ୍ରମ୍ପଙ୍କ ଜାତିଆଣ ମନ୍ତବ୍ୟକୁ ବିରୋଧ

ଓ୍ବାଶିଂଟନ, ୧୮ା୭ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜାତିଆଣ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଟ୍ରମ୍ପ ରବିବାର ଟୁଇଟ୍‌ କରି ୪ ମହିଳା ଡେମୋକ୍ରାଟ୍‌ ସଦସ୍ୟାଙ୍କୁ ନିଜ ଦେଶକୁ ଚାଲିଯିବା ଲାଗି କହିବା ସହ ଆକ୍ଷେପ କରିଥିଲେ। ଏହାକୁ ଗୃହର…

କୁଲଭୂଷଣଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ

ନୂଆଦିଲ୍ଲୀ,୧୭।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ଭାରତ ସପକ୍ଷରେ ଯାଇଛି। ଆଇସିଜେ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି। ଏଥିସହ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ…

ଏଲନ୍‌ ମସ୍କଙ୍କ ଟିନି ବ୍ରେନ୍‌

ସାନ୍‌ ଫ୍ରାନ୍‌ସିସ୍କୋ: ପାରାଲିସିସ୍‌ରେ ପୀଡ଼ିିତ ଓ ମସ୍ତିଷ୍କ ସମସ୍ୟାରେ ରହିଥିବା ବ୍ୟକ୍ତିଙ୍କ ଜୀବନ ଧାରାରେ ଉନ୍ନତି ଆଣିବା ଲାଗି ଏଲନ୍‌ ମସ୍କଙ୍କ ଷ୍ଟ୍ରାର୍ଟଅପ୍‌ ନ୍ୟୁରଲିଙ୍କ୍‌ ଏକ ଚିପ୍‌ ବିକାଶ କରିଛିି। ଏହାକୁ ଏକ ଟିନି ବ୍ରେନ୍‌ ବି କୁହାଯାଉଛି। ଏହା ଦୀର୍ଘସ୍ଥାୟୀ…

ମହାକାଶରେ ପ୍ରଥମେ ଚାଷ ହେବ ଲାଲ୍‌ ଲଙ୍କା: ନାସା

ଓ୍ବାଶିଂଟନ,୧୭।୭: ମହାକାଶରେ ପ୍ରଥମେ ଲାଲ୍‌ ଲଙ୍କା ଚାଷ କରାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଲାଲ୍‌ ଲଙ୍କା ଗଛ ପ୍ରତିକୂଳ ସ୍ଥିତିରେ ସହଜରେ ଜୀବନ ଧାରଣ କରିବାକୁ ସକ୍ଷମ ହୋଇପାରିଥାଏ। ସେହିପରି ଏହା ସହଜରେ ପରାଗ ସଙ୍ଗମ କରିପାରିଥାଏ। ତେଣୁ ଲାଲ୍‌…

କରତାରପୁର କରିଡର: ଭାରତ-ପାକିସ୍ତାନ ମଧ୍ୟରେ କଥାବାର୍ତ୍ତାକୁ ସ୍ବାଗତ କଲା ଆମେରିକା

ଓ୍ବାଶିଂଟନ, ୧୭।୭: କରତାରପୁର କରିଡରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ହୋଇଛି। ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ଭାରତର ୮୦ ପ୍ରତିଶତ ପ୍ରସ୍ତାବକୁ ପାକିସ୍ତାନ ଗ୍ରହଣ କରିଛି। ଉଭୟ ଦେଶ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri