ଅନ୍ତର୍ଜାତୀୟ

ପୁଣି ଧରାପଡ଼ିଲା ପାକିସ୍ତାନର ମିଛ: ଦୁନିଆ ଆଗରେ ହେଲା ଅପମାନିତ

ଇସଲାମାବାଦ୍‌,୧୭।୭: ପାକିସ୍ତାନୀ ଗଣମାଧ୍ୟମ ପୁଣିଥରେ ସାରା ବିଶ୍ୱରେ ମିଛ ପ୍ରଚାର କରିବା ମାମଲାରେ ଫସି ଯାଇଛି। ଅସୀମ ମୁନିରଙ୍କ ଆତିଥ୍ୟ ପରେ ଏବେ ସେପ୍ଟେମ୍ବରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସଲାମାବାଦ ଗସ୍ତ କରିବେ ବୋଲି ପାକିସ୍ତାନ ଗଣମାଧ୍ୟମ ଦାବି କରିଥିଲା।…

ଭାରତ ତିଆରି କଲା ଏମିତି ବିନାଶକାରୀ ମିଶାଇଲ୍‌: ସାରା ବିଶ୍ୱ ଥରହର, ପଛରେ ରହିଗଲେ ଚାଇନା-ଆମେରିକା

ନୂଆଦିଲ୍ଲୀ,୧୭।୭: ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ସମ୍ପ୍ରତି ବିକଶିତ ନୂତନ ଅସ୍ତ୍ର କେବଳ ବୈଷୟିକ ଦୃଷ୍ଟିକୋଣରୁ ନୁହେଁ ବରଂ ରଣନୈତିକ ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମିଶାଇଲ୍‌ର ନାମ ଗାଣ୍ଡିବ ରଖାଯାଇଛି, ଯାହା ମହାଭାରତର…

ଟ୍ରମ୍ପଙ୍କ ଚାଲ୍‌ରେ ଫସିଯିବ କି ଭାରତ: ହୋଇପାରେ ବଡ଼ କ୍ଷତି

ଓ୍ବାଶିଂଟନ୍‌,୧୭।୭: ଭାରତ ଏବଂ ଆମେରିକା ମଧ୍ୟରେ ଟ୍ରେଡ୍‌ ଡିଲ୍‌ ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ସୂଚାଇଛନ୍ତି ଯେ, ଭାରତ ସହିତ ଏହି ଚୁକ୍ତିନାମା ଇଣ୍ଡୋନେସିଆ ସହିତ ତାଙ୍କର ବାଣିଜ୍ୟ ଚୁକ୍ତିନାମା ପରି ହୋଇପାରେ। କିନ୍ତୁ…

ହୁତୁହୁତୁ ହୋଇ ଜଳିଗଲା ଶପିଂ ମଲ୍‌, ଜୀବନ୍ତ ଜଳିଗଲେ ୫୦ରୁ ଊର୍ଦ୍ଧ୍ୱ, ଭାଇରାଲ ହେଉଛି ଭିଡ଼ିଓ

ବାଗଦାଦ,୧୭।୭: ଇରାକର ଏକ ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡରେ ଅତି କମରେ ୫୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ରିପୋର୍ଟ ମିଳିଛି। ସମ୍ବାଦ ସରବରାହ ସଂସ୍ଥା AFP ଅନୁଯାୟୀ, ଇରାକର ଅଲ-କୁଟରେ ଥିବା ଏକ ସୁପରମାର୍କେଟରେ ଏହି ଘଟଣା ଘଟିଥିବା କୁହାଯାଉଛି।…

Video: ନ୍ୟୁଜ ପଢିବା ବେଳେ ଇସ୍ରାଏଲର ବୋମାମାଡ଼ରେ ହଡବଡେଇ ଯାଇ ଦୌଡିଲେ ଉପସ୍ଥାପିକା

ଜେରୁଜେଲମ,୧୭।୭: ଇରାନ ପରେ ଏବେ ଇସ୍ରାଏଲ ସିରିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛି। ଇସ୍ରାଏଲୀ ସେନା ବୁଧବାର (୧୬ ଜୁଲାଇ ୨୦୨୫) ସିରିଆର ରାଜଧାନୀ ଡାମାସ୍କସରେ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟ ଏବଂ ରାଷ୍ଟ୍ରପତି ଭବନ ନିକଟରେ ଡ୍ରୋନ ଆକ୍ରମଣ କରିଛି। ଏହି…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଡରାଇଲାଣି ହତ୍ୟାର ଭୟ, କହିଲେ ଯଦି ମୋର କିଛି ହୁଏ…

ଲାହୋର,୧୭।୭: ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ତାଙ୍କ ଦଳର ସଦସ୍ୟମାନଙ୍କୁ କହିଛନ୍ତି ଯେ ଯଦି ତାଙ୍କ ସହିତ ଏଠାରେ କିଛି ହୁଏ, ତେବେ ଏଥିପାଇଁ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଦାୟୀ ରହିବେ।…

ପାକିସ୍ତାନରେ ଭୟଙ୍କର ପରିସ୍ଥିତି: ଚାରିପଟୁ ଆକ୍ରମଣରେ ଗଡ଼ିଲା ୨୯ ସୈନିକଙ୍କ ମୁଣ୍ଡ

ଇସଲାମାବାଦ୍‌,୧୭।୭: ପାକିସ୍ତାନର ପରିସ୍ଥିତି ପୁଣି ଥରେ ଖରାପ ହେଉଥିବା ପରି ମନେ ହେଉଛି। ବାଲୁଚ ଲିବରେସନ ଆର୍ମି(BLA)ଦାବି କରିଛି ଯେ, ଏହା କଳାଟ ଏବଂ କ୍ୱେଟାରେ ୨୯ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛି। ପାକିସ୍ତାନୀ ସେନା ବିରୋଧରେ ଯୁଦ୍ଧ ଜାରି…

ଭାରତକୁ ନାଟୋର କଟକଣା ଚେତାବନୀ

ଓ୍ବାଶିଂଟନ୍‌,୧୭ା୭: ରୁଷିଆ ସହ ଭାରତ, ଚାଇନା ଓ ବ୍ରାଜିଲ ବାଣିଜି୍ୟକ କାରବାର ଜାରି ରଖିଲେ ଏହି ଦେଶଗୁଡ଼ିକ କଟକଣା ଭୋଗିବେ ବୋଲି ବୁଧବାର ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ମହାସଚିବ ମାର୍କ ରୁଟ୍ଟେ ଚେତାବନୀ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଡାମାସ୍‌କସ୍‌ରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌

ଡାମାସ୍‌କସ୍‌/ଜେରୁଜେଲମ,୧୭ା୭: ଇସ୍ରାଏଲୀ ସେନା ବୁଧବାର ସିରିଆର ରାଜଧାନୀ ଡାମାସ୍‌କସ୍‌ରେ ଏୟାର ଷ୍ଟ୍ରାଇକ୍‌ କରିଛି। ଦକ୍ଷିଣ ସିରିଆର ସୁଓ୍ବେଦା ସହରରେ ସ୍ଥାନୀୟ ସୁରକ୍ଷା ବାହିନୀ ଏବଂ ଡ୍ରୁଜ୍‌ ସମୁଦାୟର ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଘଟଣାର ଠିକ୍‌ ପରେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଛି।…

ସକାଳୁ ସକାଳୁ ଆସିଲା ଭୟଙ୍କର ଭୂକମ୍ପ, ରିକ୍ଟର ସ୍କେଲରେ ତିବ୍ରତା ୭.୫, ଜାଣନ୍ତୁ ତାଜା ଅପଡେଟ

ଆଲାସ୍କା,୧୭।୭: ଆମେରିକାରେ ଭୟଙ୍କର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଆଲାସ୍କାର ଅନେକ ସ୍ଥାନରେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସମ୍ବାଦ ସରବରାହ ସଂସ୍ଥା ଏପିର ଏକ ରିପୋର୍ଟ ଅନୁଯାୟୀ, ଏହି ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ ଜାରି…

‘ସୁପର ଆର୍ଥ’ ଆବିଷ୍କୃତ: ପୃଥିବୀ ଅପେକ୍ଷା ୨ ଗୁଣା ଚଉଡ଼ା, ୪ ଗୁଣ ଓଜନିଆ

ଓ୍ବାଶିଂଟନ, ୧୭ା୭: ଆମେରିକୀୟ ମହାକାଶ ସଂସ୍ଥା (ନାସା) ପକ୍ଷରୁ ୧୫୪ ଆଲୋକବର୍ଷ ଦୂରରେ ଏକ ରହସ୍ୟମୟ ବିଶାଳ ଗ୍ରହ ‘ସୁପର ଆର୍ଥ’କୁ ଆବିଷ୍କାର କରାଯାଇଛି। ଏହି ଗ୍ରହଠାରୁ ବାରମ୍ବାର ରହସ୍ୟମୟ ସଙ୍କେତ ଆସୁଥିବା ନାସା କହିଛି। ଏହି ବିଶାଳ ଗ୍ରହର ନାମ…

୪୨ ଥର ଶୁଣାଣି ପରେ ଶହବାଜ ସରକାରଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ଇସଲାମାବାଦ,୧୬।୭: ପାକିସ୍ତାନର ଏକ କୋର୍ଟ ଦେଶର ବିବାଦୀୟ ଧର୍ମ ନିନ୍ଦା ଆଇନର ଅପବ୍ୟବହାରର ତଦନ୍ତ ପାଇଁ ୩୦ ଦିନ ମଧ୍ୟରେ ଏକ ତଦନ୍ତ କମିଶନ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନରେ ଧର୍ମ ନିନ୍ଦା ଆଇନ ବିଷୟରେ ପ୍ରଶ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri