ଅନ୍ତର୍ଜାତୀୟ

ମଧ୍ୟପ୍ରାଚ୍ୟ ମୁହାଁ ଆର୍ମଡା

ଓ୍ବାଶିଂଟନ୍‌/ତେହରାନ୍‌,୨୪ା୧: ଇରାନ୍‌ର ବିପର୍ଯ୍ୟସ୍ତ ଅର୍ଥନୀତି ଓ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ବେପରୁଆ ଶାସନ ବିରୋଧରେ ୨୦୨୫ ଡିସେମ୍ବର ଶେଷଭାଗରୁ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନରେ ଅଦ୍ୟାବଧି ୫,୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଆକ୍ଟିଭିଷ୍ଟଙ୍କ ମତରେ ମୃତ୍ୟୁସଂଖ୍ୟା ଆହୁରି ଅଧିକ…

ୟୁଏଇ ଆଲୋଚନା ଟେବୁଲରେ ରୁଷିଆ, ୟୁକ୍ରେନ୍‌, ଆମେରିକା ଚାପରେ…

କିଭ୍‌/ମସ୍କୋ,୨୪ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଥିବାବେଳେ ଏହାର ଅବସାନ ଘଟାଇବା ପାଇଁ ଆମେରିକା ଚାପରେ ଉଭୟ ପକ୍ଷ ଆଲୋଚନା ଟେବୁଲକୁ ଆସିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ଶୁକ୍ରବାର ରୁଷୀୟ ଓ ୟୁକ୍ରେନୀୟ କୂଟନୀତିଜ୍ଞମାନେ…

‘ୟୁନୁସ ଜଣେ ଫାସିବାଦୀ ହତ୍ୟାକାରୀ’: ବଡ଼ କଥା କହିଦେଲେ ହାସିନା, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୨୪ା୧: ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଜଣେ ଫାସିବାଦୀ ହତ୍ୟାକାରୀ। ସେ କ୍ଷମତାରେ ଥିବା ପର୍ଯ୍ୟନ୍ତ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ହୋଇପାରିବ ନାହିଁ। ତେଣୁ ୟୁନୁସ ସରକାରଙ୍କୁ ତୁରନ୍ତ ହଟାଇବାକୁ ବାଂଲାଦେଶବାସୀଙ୍କୁ ଶୁକ୍ରବାର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ…

ଟ୍ରମ୍ପଙ୍କୁ ବୁଡ଼ାଇ ଦେବ ଅହଙ୍କାର: WHO ଓହରିଲା ଆମେରିକା, ମାତ୍ର ଗୋଟିଏ ବର୍ଷରେ…

ଓ୍ବାଶିଂଟନ୍‌,୨୩।୧: ଆମେରିକା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO)ରୁ ଓହରିଯିବାର ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ସମାପ୍ତ କରିଛି। ଏହି ନିଷ୍ପତ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନରୁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଜାନୁଆରୀ ୨୨, ୨୦୨୬ରେ ସମାପ୍ତ ହୋଇଛି।…

WHOରୁ ଓହରିଲା ଆମେରିକା, ଜେନେଭା ମୁଖ୍ୟାଳୟରୁ ବାହାରକଲା ପତାକା

ନୂଆଦିଲ୍ଲୀ,୨୩ା୧: ଆମେରିକା ଏକ ବଡ଼ ପଦକ୍ଷେପ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରୁ ସଦସ୍ୟତା ସମାପ୍ତ କରିଛି। ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗ (HHS) ଏବଂ ବିଦେଶ ବିଭାଗ ମିଳିତ ଭାବରେ ଏହି ଆନୁଷ୍ଠାନିକ ଘୋଷଣା କରିଛନ୍ତି।…

ଇରାନ ଉପରେ ହୋଇପାରେ ଅତର୍କିତ ଆକ୍ରମଣ: ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପ୍ରସ୍ତୁତି

ନୂଆଦିଲ୍ଲୀ,୨୩।୧: ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଘେରିବାରେ ଲାଗିଛି। ଇରାନରେ ଚାଲିଥିବା ଆଭ୍ୟନ୍ତରୀଣ ଅଶାନ୍ତି ଏବଂ ବିକ୍ଷୋଭକାରୀଙ୍କ ଉପରେ ସରକାରୀ ଦମନଲୀଳାକୁ ନେଇ ଆମେରିକା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ, ଏକ…

ପାକିସ୍ତାନରେ ୨୩ ମାର୍ଚ୍ଚରେ କାହିଁକି ପାଳନ କରାଯାଏ ଗଣତନ୍ତ୍ର ଦିବସ? ଲାହୋର ସହ ରହିଛି ଲିଙ୍କ୍‌

ଭାରତ ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ଏହାର ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଗଣତନ୍ତ୍ର ଦିବସର ଆକର୍ଷଣ କେବଳ କର୍ତ୍ତବ୍ୟ ପରେଡ ପର୍ଯ୍ୟନ୍ତ ସୀମିତ ନୁହେଁ; ଏହା ସାମରିକ ଶକ୍ତି ଏବଂ ଗଣତନ୍ତ୍ରର ଆତ୍ମାକୁ ମଧ୍ୟ ପ୍ରଦର୍ଶନ କରେ।…

ଭାରତ ହେବ ବିଶ୍ୱର ସର୍ବବୃହତ ଅର୍ଥନୀତି: ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କଲେ ଆମେରିକାର…

ଓ୍ବାଶିଂଟନ,୨୨।୧: ଭାରତ ହେବ ବିଶ୍ୱର ସର୍ବବୃହତ ଅର୍ଥନୀତି। ଆମେରିକାର ଏକ ପ୍ରମୁଖ ଘରୋଇ ଇକ୍ୱିଟି ଫାର୍ମ କାର୍ଲାଇଲ ଗ୍ରୁପର ସହ-ପ୍ରତିଷ୍ଠାତା ଡେଭିଡ ରୁବେନଷ୍ଟାଇନ ଏହି ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଭାରତ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଛି ଏବଂ ଆଗାମୀ ଦୁଇରୁ…

ଏମିତି ନିଆଁ ଲଗାଇଲା ଆମେରିକା: ଚାପରେ ଅଛନ୍ତି ବିଶ୍ୱର ସବୁଠୁ ୨ ଖୁସିର ଦେଶ

ଓ୍ବାଶିଂଟନ୍‌,୨୨।୧: ସାରା ବିଶ୍ୱରେ ଖୁସି ଦେଶର ତାଲିକାରେ ନରୱେ ଏବଂ ଡେନମାର୍କ ତାଲିକାର ଶୀର୍ଷରେ ଥାଆନ୍ତି। ବର୍ତ୍ତମାନ ଉଭୟ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୋଗୁ ଚାପରେ ଅଛନ୍ତି। ଗ୍ରୀନଲାଣ୍ଡର ଅସ୍ତିତ୍ୱ ଯୋଗୁ ଡେନମାର୍କ ନିଜର ସାର୍ବଭୌମତ୍ୱ ହରାଇବାକୁ ଭୟ…

‘ଖୁବ ଶୀଘ୍ର ଭାରତ ସହ ହେବ ବଡ଼ ଡିଲ’, ଡାଭୋସରେ ମୋଦିଙ୍କୁ ଏମିତି ପ୍ରଶଂସା କଲେ ଟ୍ରମ୍ପ ସଭିଏଁ ଆଶ୍ଚର୍ଯ୍ୟ!

ଡାଭୋସ,୨୨।୧: ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ…

‘ହଁ ମୁଁ ଏକଛତ୍ରବାଦୀ’, ଡାଭୋସରେ ଏମିତି ବୟାନ ଦେଲେ ଟ୍ରମ୍ପ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଡାଭୋସ,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ ଆକ୍ରମଣାତ୍ମକ ଶୈଳୀ ବିରୁଦ୍ଧରେ ବିଶ୍ୱ ସ୍ତରରେ ପ୍ରତିବାଦର ସ୍ବର ବଢ଼ୁଛି। ଭେନେଜୁଏଲା ଏବଂ ଗ୍ରୀନଲାଣ୍ଡ ଭଳି ପ୍ରସଙ୍ଗରେ ଆମେରିକାର ଆଭିମୁଖ୍ୟ ପରେ, ଅନେକ ଅନ୍ତର୍ଜାତୀୟ ନେତା ଟ୍ରମ୍ପଙ୍କ ଆଚରଣକୁ ଏକଛତ୍ରବାଦୀ…

ନିଜ କଥା ରଖିପାରିଲେନି ଆମେରିକା ରାଷ୍ଟ୍ରପତି, ନେଲେ ୟୁ ଟର୍ନ

ଓ୍ବାଶିଂଟନ,୨୨।୧: ଗ୍ରୀନଲାଣ୍ଡ ଉପରେ ୟୁରୋପୀୟ ଦେଶମାନଙ୍କ ଉପରେ ଶୁଳ୍କ ଲଗାଇବାର ଧମକ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନର ଅନୁମାନ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ମତକୁ ନରମ କରିବାର ସଙ୍କେତ ଦେଇଛନ୍ତି। ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ନାଟୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri