କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା
ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି ଯେ ତୁର୍କୀ କୌଣସି ନୂତନ ଭୂରାଜନୈତିକ ବ୍ଲକରେ ଯୋଗଦେବ ନାହିଁ। ସେ କହିଛନ୍ତି,…
ଆମେରିକାରେ ପୁଣି ହେଲା ଶଟ୍ଡାଉନ, ଜାଣନ୍ତୁ କାହିଁକି…
ଓ୍ବାଶିଂଟନ୍,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍ ଶଟ୍ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି। ଏଥର ଦେଶରେ ଆଂଶିକ ଶଟ୍ଡାଉନ ରହିଛି। ଯେହେତୁ ଆମେରିକା ଅଳ୍ପଦିନ ତଳେ ୪୩…
Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ
ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି ପହଞ୍ଚାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏବଂ ସେନା ମୁଖ୍ୟ…
ଟ୍ରମ୍ପ୍ଙ୍କ ଆପ୍ରବାସନ ନୀତି ବିରୋଧରେ ଦେଶବ୍ୟାପୀ ଧର୍ମଘଟ
ଓ୍ବାଶିଂଟନ,୩୧ା୧: ମିନିଆପଲିସ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ବିକ୍ଷୋଭକାରୀ ଆହ୍ବାନ ଦେଇଥିଲେ। ତଦନୁଯାୟୀ ଶୁକ୍ରବାରଠାରୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଦୋକାନବଜାର ବନ୍ଦ ରହିଥିତ୍ବା ଦେଖାଯାଇଛି। ଇଣ୍ଟେନ୍ସିଭ୍ କେୟାର ନର୍ସ ଆଲେକ୍ସ…
ଅଧିକ ଏପ୍ଷ୍ଟେଇନ୍ ଫାଇଲ୍ ପ୍ରକାଶ କଲା ଆମେରିକା ନ୍ୟାୟ ବିଭାଗ
ଓ୍ବାଶିଂଟନ୍,୩୧ା୧: ଯୌନ କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍ଷ୍ଟେଇନ୍ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। କମ୍ ବୟସ୍କା ଯୁବତୀମାନଙ୍କୁ ଯୌନ ଶୋଷଣ ଏବଂ ଧନୀ ତଥା ପ୍ରଭାବଶାଳୀ ଲୋକମାନଙ୍କ…
ଭେନେଜୁଏଲା ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ, ଜାରିହେଲା ଜରୁରୀ ସ୍ଥିତି
ନ୍ୟୁୟର୍କ,୩୧ା୧:ଭେନେଜୁଏଲା ପରେ ଏବେ ଅନ୍ୟତମ କାରିବିଆନ ରାଷ୍ଟ୍ର କ୍ୟୁବା ଉପରେ ଟ୍ରମ୍ପଙ୍କ ଦୃଷ୍ଟି ପଡ଼ିଛି। କ୍ୟୁବାକୁ ଏକଘରିକିଆ କରିବାକୁ ଟ୍ରମ୍ପ ଏହି ଦେଶ ଉପରେ ଜରୁରିକାଳୀନ ସ୍ଥିତି ଘୋଷଣା କରିଛନ୍ତି। ଏନେଇ ସେ ଏକଜିକ୍ୟୁଟିଭ୍ ଅର୍ଡର ଜାରି କରିବା ସହିତ ଆମେରିକାର…
ଆଣବିକ ଲକ୍ଷ୍ୟରୁ ନ ହଟିଲେ ଯୁଦ୍ଧ: ଇରାନ୍କୁ ଆମେରିକାର ଚେତାବନୀ
ନ୍ୟୁୟର୍କ ,୩୧ା୧:ମଧ୍ୟପ୍ରାଚ୍ୟରେ ଆମେରିକାର ଶକ୍ତିଶାଳୀ ନୌସେନା ଉପସ୍ଥିତି ଇରାନ ଉପରେ ଆକ୍ରମଣର ଆଶଙ୍କାକୁ ଦ୍ୱିଗୁଣିତ କରିଛି। ଆରବ ସାଗରରେ ଇରାନ ଉପକୂଳଠାରୁ ଅଳ୍ପ କିଛି ଦୂରରେ ଆମେରିକାର ପରମାଣୁ ଅସ୍ତ୍ର ସଜିତ ଶକ୍ତିଶାଳୀ ‘ଆବ୍ରାହମ ଲିଙ୍କନ’ ଓ ଅନ୍ୟ କ୍ଷେପଣାସ୍ତ୍ର ନିକ୍ଷେପକାରୀ…
ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..
ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ଯାହା ଫଳରେ ଉକ୍ତ ଇଣ୍ଡିଗୋ ବିମାନକୁ ଅହମ୍ମଦାବାଦ…
ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର
ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର ବଜାର ପୁଞ୍ଜିକରଣରେ ଗୋଟିଏ ଦିନରେ ୫.୫ ଟ୍ରିଲିୟନ ଡଲାରର ଐତିହାସିକ ହ୍ରାସ-ବୃଦ୍ଧି ପରିଲକ୍ଷିତ…
ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ
ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେବେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ନୂତନ ଅଧ୍ୟୟନ ଅନୁଯାୟୀରୁ ଏହି ଖୁଲାସା…
ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ? ଯୁଦ୍ଧବିରତିକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ
ଓ୍ବାଶିଂଟନ,୩୦।୧: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଏବଂ ପ୍ରବଳ ଥଣ୍ଡା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାନବିକତା ଆଧାରରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅନୁରୋଧ କରିଛନ୍ତି ଯେ…
ଆକାଶ ମାର୍ଗରେ ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ
କରାଚୀ,୩୦।୧: ୧୪ ବର୍ଷ ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି। ବାଂଲାଦେଶର ଜାତୀୟ ବିମାନ କମ୍ପାନୀ, ବିମାନ ବାଂଲାଦେଶ ଏୟାରଲାଇନ୍ସ, ଢାକାରୁ କରାଚୀକୁ ପ୍ରଥମ ସିଧାସଳଖ ବିମାନ ସେବା ଆରମ୍ଭ କରିଛି। ଏହି…
Archives


