ଉପକୂଳରୁ ଉପାନ୍ତ ସବୁଠି ତାତି
ଭୁବନେଶ୍ୱର, ୧୮।୩(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମରେ ଉତ୍ତପ୍ତ ହୋଇଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ ଦେଖାଦେଇଛି। ଗତ ୨-୩ ଦିନ ହେବ ପାରଦ ଉପରମୁହଁା ହୋଇଥିବାବେଳେ ଅସହ୍ୟ ଝାଞ୍ଜି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଦିନ ୧୧ଟା ପରେ ବାହାରେ…
ରୁଷିଆର ରକେଟ୍ ମାଡରେ ୟୁକ୍ରେନ ଅଭିନେତ୍ରୀଙ୍କ ଚାଲିଗଲା ଜୀବନ
କ୍ୱିଭ୍,୧୮।୩: ୟୁକ୍ରେନର ରାଜଧାନୀ କ୍ୱିଭ୍ର ଏକ ଆବାସିକ କୋଠା ଉପରେ ରୁଷିଅରେ ରକେଟ ଆକ୍ରମଣରେ ୟୁକ୍ରେନ ଅଭିନେତ୍ରୀ ଓକ୍ସାନା ଶଭେଟ୍ସଙ୍କ ମୃତ୍ୟୁ ଘଟିଛି। ଓକ୍ସାନାଙ୍କ ମୃତ୍ୟୁକୁ ନିଶ୍ଚିତ କରି ତାଙ୍କ ଟ୍ରୁପ ୟଙ୍ଗ ଥିଏଟର ଏକ ବିବୃତ୍ତି ଜାରି କରିଛି। ବିବୃତ୍ତିରେ…
ନିଆଁରେ ପୋଡ଼ି ୨ ମୃତ, ୩ ଗୁରୁତର
ରାୟଗଡ଼ା ଅଫିସ,୧୮ା୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ଅଞ୍ଚଳରେ ଗୁରୁବାର ଘରେ ନିଆଁ ଲାଗି ଗୋଟିଏ ପରିବାରର ୫ ଜଣ ପୋଡ଼ିହୋଇ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଆଜି ପରିବାରର ମୁଖ୍ୟ ଦୟାନିଧି ବେହେରା ଏବଂ ମା’…
ପୁଟିନଙ୍କୁ ‘ଯୁଦ୍ଧ ଅପରାଧୀ’ କହିଲେ ବାଇଡେନ୍
ନ୍ୟୁୟର୍କ,୧୮।୩: ୟୁକ୍ରେନର ସାଧାରଣ ନାଗରିକଙ୍କ ଉପରେ ରୁଷିଆର ଆକ୍ରମଣ ଭୟଙ୍କର ରୂପ ଧାରଣ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜଣେ ଯୁଦ୍ଧ ଅପରାଧୀ ବୋଲି କହିଛନ୍ତି। ବାଇଡେନଙ୍କ ଏହି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା…
ହସ୍ପିଟାଲ ବ୍ୟବସାୟ କଷ୍ଟକର: ଡା. ପ୍ରକାଶ ଚନ୍ଦ୍ର ଦଳେଇ
ବାପା ଥିଲେ ପ୍ରାଣୀ ଚିକିତ୍ସକ, ମା’ ଗୃହିଣୀ। ଚାହୁଁଥିଲେ ପୁଅ ଡାକ୍ତର ହେଉ। ମାତାପିତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସେ ଲକ୍ଷ୍ୟ ସ୍ଥିର କଲେ ଏବଂ ଅଧ୍ୟବସାୟ ବଳରେ ଡାକ୍ତର ହେଲେ। ଡା. ପ୍ରକାଶ ଚନ୍ଦ୍ର ଦଳେଇ ଭୁବନେଶ୍ୱର ସୈନିକ ସ୍କୁଲରେ…
ଗୋଟିଏ ଫିଲ୍ମ ପାଇଁ ଏତିକି ଟଙ୍କା ନିଅନ୍ତି ଖିଲାଡି କୁମାର
ବଲିଉଡର ଖିଲାଡି ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ହୋଲି ଯଥା ମାର୍ଚ୍ଚ ୧୮ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ଚରିତ୍ର ଅତ୍ୟନ୍ତ ଅନନ୍ୟ। ଫିଲ୍ମର ଟ୍ରେଲର୍ ପ୍ରଶଂସକଙ୍କ ଠାରୁ…
ଆସାମରେ ‘ଜେଲେନ୍ସ୍କି ଚା’
ରୁଷିଆ ଆକ୍ରମଣରେ ଭୟଭୀତ ନ ହୋଇ ଅଦ୍ଭୁତ ସାହସିକତା ପ୍ରଦର୍ଶନ କରିଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ନାଁରେ ଆସାମର ଏକ ଷ୍ଟାର୍ଟଅପ୍ କମ୍ପାନୀ ଚା’ ପ୍ରସ୍ତୁତ କରିଛି। ଜେଲେନ୍ସ୍କିଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଚା’ ଲଞ୍ଚ୍ କରାଯାଇଛି। ଆସାମର…
ଗ୍ରାମବାସୀ ଗଢ଼ିଲେ ଡାକଘର
କେନ୍ଦ୍ରାପଡ଼ା ଅଫିସ,୧୮ା୩: କୁହାଯାଏ, ମିଳିତ ହାତ ବଳ ଯେମିତି ଶକ୍ତିଶାଳୀ, ତା’ର ଫଳ ବି ସେମିତି ମିଠା। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ଜିଲା କେନ୍ଦ୍ରାପଡ଼ା ବ୍ଲକ୍ ଅଧୀନ ଗୋଗୁଆ ଗ୍ରାମବାସୀ। ସେମାନଙ୍କ ମିଳିତ ଉଦ୍ୟମ, ଆର୍ଥିକ ସହାୟତା…
ଆଜି ବାଇଡେନ୍-ଜିନ୍ପିଙ୍ଗ୍ ଆଲୋଚନା
ଓ୍ବାଶିଂଟନ୍, ୧୮ା୩: ୟୁକ୍ରେନ୍ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍ପିଙ୍ଗ୍ ଶୁକ୍ରବାର ଆଲୋଚନା କରିବେ। ଏ ନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଚାଇନା ଓ ଆମେରିକା ମଧ୍ୟରେ ଚାଲିଥିବା ପ୍ରତିଯୋଗିତା…
ଥିଏଟରକୁ ରୁଷିଆର ଟାର୍ଗେଟ
କ୍ୱିଭ୍, ୧୮ା୩:ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ନ ଦେଇ ରୁଷୀୟ ସୈନ୍ୟ ଯେକୌଣସି ସ୍ଥାନରେ କ୍ଷେପଣାସ୍ତ୍ର, ବୋମାମାଡ଼ କରୁଛନ୍ତି। ଯୁଦ୍ଧର ୨୨ ଦିନରେ ଗୁରୁବାର ରୁଷିଆ ୟୁକ୍ରେନ୍ର ମାରିଉପୋଲରେ…
ଦୁର୍ନୀତି ଯୋଗୁ ୪୩.୨% ଭାରତୀୟଙ୍କ ଖୁସି ପ୍ରଭାବିତ
ନୂଆଦିଲ୍ଲୀ,୧୮।୩ (ପି.ଟି.):ଦୁର୍ନୀତି ଯୋଗୁ ୪୩.୨ ପ୍ରତିଶତ ଭାରତୀୟଙ୍କ ଖୁସି ପ୍ରଭାବିତ ହେଉଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ମହିଳାଙ୍କ ତୁଳନାରେ ପୁରୁଷଙ୍କର ଏ ସମ୍ପର୍କିତ ଅନୁଭବ କମ୍ ବୋଲି ହାପିପ୍ଲସ୍ କନ୍ସଲ୍ଟିଂର ‘ଷ୍ଟେଟ୍ ଅଫ୍ ହାପିନେସ୍’ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ…
ଆଇସିଜେ ରାୟକୁ ରୁଷିଆର ଅବଜ୍ଞା
ହେଗ୍/ମସ୍କୋ,୧୮ା୩:ୟୁକ୍ରେନ୍ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ନେଦରଲାଣ୍ଡ୍ସର ହେଗ୍ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ବୁଧବାର ରୁଷିଆକୁ ନିର୍ଦ୍ଦେଶ ଦେଇଥିବାବେଳେ ମସ୍କୋ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଆଇସିଜେ ରାୟକୁ ରୁଷିଆ ମାନିବ ନାହିଁ ବୋଲି ଗୁରୁବାର ସ୍ପଷ୍ଟ ଶୁଣାଇଦେଇଛି। ରାୟର ଅନୁପାଳନ…
Archives


