Home

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ଆସିବ ବ୍ୟୟମଞ୍ଜୁରୀ ବିଲ୍‌

ଭୁବନେଶ୍ୱର,୯।୩ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ଷଷ୍ଠ ତଥା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ଏହି ସମୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସହିତ ବ୍ୟୟମଞ୍ଜୁରୀ ବିଲ୍‌ ଆସିବ। ଏପ୍ରିଲ ୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି…

ଇରାନର ସର୍ବୋଚ୍ଚ ନେତା ହେଲେ ମୋଜତାବା ଖାମେନେଇ

ତେହରାନ,୯।୩: ଇରାନର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଆସିଛି। ଆୟାତୋଲ୍ଲା ଅଲି ଖାମେନେଇଙ୍କ ପୁଅ ମୋଜତାବା ଖାମେନେଇଙ୍କୁ ଦେଶର ନୂତନ ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଛି। ଇରାନର ବିଶେଷଜ୍ଞ ସଭା ତାଙ୍କ ପିତାଙ୍କ ମୃତ୍ୟୁର କିଛି ଦିନ ପରେ ଏହି ନିଷ୍ପତ୍ତି…

ଦୋଷ ନକରି ଇରାନ-ଆମେରିକା ଯୁଦ୍ଧରେ ଫସିଲା ପାକିସ୍ତାନ, ତୈଳ ଆମଦାନୀ ବିଲ୍ ଦେଖି ଅର୍ଥମନ୍ତ୍ରୀ….

ନୂଆଦିଲ୍ଲୀ,୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି । ହୋର୍ମୁଜ୍ ଷ୍ଟ୍ରେଟ ବନ୍ଦ ହେବା ପରେ, ଅଶୋଧିତ ତୈଳ ଏବଂ ଗ୍ୟାସ୍ ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହି ମଧ୍ୟପ୍ରାଚ୍ୟ ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ବହନ…

ଟି-୨୦ ବିଶ୍ୱକପ ଜିତିବା ପରେ କାହା ଉପରେ ବର୍ଷିଥିଲେ ଗୌତମ ଗମ୍ଭୀର? କହିଲେ ଏହି ଦୁଇ ଖେଳାଳିଙ୍କ କଥା

ନୂଆଦିଲ୍ଲୀ,୯।୩: ଭାରତର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ରବିବାର କହିଛନ୍ତି ଯେ ସେ କେବଳ ଡ୍ରେସିଂ ରୁମରେ ଥିବା ଲୋକଙ୍କ ପ୍ରତି ଉତ୍ତରଦାୟୀ ଏବଂ ଭାରତର T20 ବିଶ୍ୱକପ ବିଜୟକୁ VVS ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡଙ୍କୁ ଉତ୍ସର୍ଗ କରିଛନ୍ତି। ଭାରତ…

ବିଜୟ ପରେ ବିଶ୍ୱକପ ଟ୍ରଫି ଧରି ହନୁମାନ ମନ୍ଦିରରେ ପହଞ୍ଚିଲେ ଟିମ ଇଣ୍ଡିଆ

ଅହମଦାବାଦ,୯।୩: ୨୦୨୬ ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ଦଳ ଉତ୍ସବର ଆନନ୍ଦରେ ବୁଡ଼ି ରହିଛି। ଫାଇନାଲରେ ପ୍ରଭାବଶାଳୀ ବିଜୟ ପରେ, କେତେଜଣ ଖେଳାଳି ଦେବତାଙ୍କ ଆଶୀର୍ବାଦ ପାଇବା ପାଇଁ ଅହମଦାବାଦର ହନୁମାନ ଟେକ୍ରି ମନ୍ଦିର ପରିଦର୍ଶନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର…

ସମିତିସଭ୍ୟଙ୍କ ଗୁହାଳରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୧୫ରୁ ଊର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ

ଭଞ୍ଜନଗର,୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୁଣ୍ଡିରିବାଡ଼ି ସମିତିସଭ୍ୟ ଶ୍ରୀନିବାସ ବିଶ୍ୱାଳଙ୍କ ଛେଳି ଗୁହାଳରେ ରବିବାର ସନ୍ଧ୍ୟାରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଗୁହାଳରେ ଥିବା ୧୫ରୁ ଊର୍ଦ୍ଧ୍ୱ ଛେଳିଙ୍କର ମୃତ୍ୟୁ ଘଟିଛି। କିଏ କାହିଁକି ନିଆ…

ବାଇକ ଧକ୍କାରେ ଜଣେ ମୃତ, ୨ ଗୁରୁତର

ସ୍ବାମପାଟଣା,୮।୩(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ସାହାର ପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଖଜୁରିଡିହା ଛକରେ ରବିବାର ବିଲମ୍ବିତ ରାତ୍ରିରେ ସଡ଼କ ଦୁର୍ଘଟଣାରେ ଜଣ କର ମୃତ୍ୟୁ ଘଟିଛି । ଖଜୁରିଡିହା ଛକରେ ଠିଆ ହୋଇ…

ଆଇସକ୍ରିମ୍‌ ଫ୍ୟାକ୍ଟ୍ରିରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର: ୪ ଗୁରୁତର

ଧରାକୋଟ,୯ା୩(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ତାଳ ପାଟଣା ଛକରେ ଅଘଟଣ ଘଟିଛି। ଏକ ମଲେଇ ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ବିସ୍ଫୋରଣ ଫଳରେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ରମେଶ ମହାପାତ୍ର, ହେମନ୍ତ ମହାପାତ୍ର, ସଭାପତି…

ପ୍ରେମ ସମ୍ପର୍କକୁ ନେଇ ଗୋଷ୍ଠୀ ସଂଘର୍ଷ: ପୋଲିସକୁ ଘେରିଲେ ଆକ୍ରମଣକାରୀ

ଥୁଆମୂଳ ରାମପୁର , ୯।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ପଞ୍ଚାୟତ ତାରାଗାଁ(ପିତମାଣ୍ଡି)ରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଘର୍ଷ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ଜଣେ ଆଦିବାସୀ ଯୁବତୀ…

ସକାଳୁ ସକାଳୁ ଅଘଟଣ: ଚାଷୀଙ୍କୁ ଦଳି ଦେଲା ହାତୀ

ବରଗଡ଼/ଅତାବିରା,(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଅନ୍ଧାରିପାଲି ଅଞ୍ଚଳରେ ସୋମବାର ଭୋର୍‌ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ଷେତକୁ ଯାଇଥିବାବେଳେ ଉକ୍ତ ଗ୍ରାମର ଜଣେ ଚାଷୀ ବେଣୁ ଛୁରିଆଙ୍କୁ ଗୋଠଛଡା ଏକ ହାତୀ ଦଳି…

କେସିଙ୍ଗାରୁ ଭୁବନେଶ୍ୱରକୁ ଟ୍ରେନ ଚଳାଚଳ ପାଇଁ ଜିଏମଙ୍କ ନିକଟରେ ଦାବି

କେସିଙ୍ଗା,୯।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହର ହେଉଛି ଜିଲାର ମୁଖ୍ୟ ଦ୍ୱାର। ଏହି ସହରରେ ପୁରାତନ ରେଲୱେ ଷ୍ଟେଶନ ରହିଛି। ଏହି ଷ୍ଟେଶନରୁ ଯାତ୍ରୀ ମାନେ ଦିଲ୍ଲୀ, ମୁମ୍ବାଇ, ଗୁଜରାଟ, ବିଶାଖାପାଟଣା, ଚେନ୍ନାଇ ଭଳି ଦୂର ଜାଗାକୁ ଯାତ୍ରା କରୁଛନ୍ତି।…

ସ୍ପିଡ ବାଇକ ଧକ୍କାରେ ଗୁରୁତର ଡାକ୍ତରୀ ଛାତ୍ରୀ ମୃତ, ବଢ଼ିଲା ଛାତ୍ର ଅଶାନ୍ତି

ବଲାଙ୍ଗୀର,୯।୩, ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ଜଣେ ଛାତ୍ରୀଙ୍କୁ ରବିବାର କଲେଜ ସମ୍ମୁଖରେ ଏକ ସ୍ପିଡ ବାଇକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri