Home

ଖଇରା ମାଟିରେ ବ୍ରକୋଲି ଚାଷ

ଖଇରା,୧୭।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ସଞ୍ଚୟିକା ମହାସଂଘର ସଦସ୍ୟମାନେ ସ୍ବାବଲମ୍ବୀ ହେବା ଲକ୍ଷ୍ୟରେ ଚଳିତବର୍ଷ ୨ଟି ସ୍ଥାନରେ ବ୍ରକୋଲି ଚାଷ ଆରମ୍ଭ ହୋଇଛି। ଖଇରା ପଞ୍ଚାୟତ କାର୍ଯ୍ୟାଳୟ ଓ ବିଷ୍ଣୁପୁର ଗ୍ରାମରେ ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରଥମ କରି ମାଟିରେ…

ଓଡ଼ିଶା ମହିଳା ଓ ପୁରୁଷ ଦଳ ପୁରସ୍କୃତ

ଭୁବନେଶ୍ୱର, ୧୭।୨(କ୍ରୀଡ଼ା ପ୍ରତିନିଧି):ତାମିଲନାଡୁର ପୋଲାଚୀଠାରେ ଚଳିତ ମାସ ୧୦ରୁ ୧୬ ପର୍ଯ୍ୟନ୍ତ ଜାତୀୟ ଦଳଗତ ଚେସ୍‌ (ପୁରୁଷ ଓ ମହିଳା) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ଓଡ଼ିଶା ମହିଳା ଓ ପୁରୁଷ ଦଳ ୭ମ ସ୍ଥାନ ଅଧିକାର କରି…

ଫୁଟ୍‌ବଲ କିମ୍ବଦନ୍ତୀ ତୁଳସୀଦାସଙ୍କ ପରଲୋକ

କୋଲକାତା, ୧୭ା୨(ପି.ଟି.):ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ତଥା ଅଲିମ୍ପିଆନ ତୁଳସୀଦାସ ବଳରାମଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ୧୯୫୦ ଦଶକରୁ ୬୦ ଦଶକ ମଧ୍ୟରେ ଭାରତୀୟ ଫୁଟବଲର ଶ୍ରେଷ୍ଠ ସମୟରେ ବଳରାମ,…

ଆଖଣ୍ଡଳମଣି ପୀଠରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଆରଡ଼ି,୧୭।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠର ଉନ୍ନତୀକରଣ ପାଇଁ ୬ବର୍ଷ ତଳେ ୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ତଦନୁଯାୟୀ କାର୍ଯ୍ୟ ମଧ୍ୟ ଚାଲୁ ରହିଥିଲା। ନଭେମ୍ବର ସୁଦ୍ଧା ମନ୍ଦିର ବେଢ଼ା ସମ୍ପ୍ରସାରଣ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିବ…

ଥରିଲା ଜମ୍ମୁ କଶ୍ମୀର

ଶ୍ରୀନଗର,୧୭।୨: ଜମ୍ମୁ କଶ୍ମୀରର କାଟ୍‌ରା ୯୭ କିଲୋମିଟର ପୂର୍ବରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।…

ରାଜ୍ୟ ସମବାୟ ବ୍ୟାଙ୍କ ଏମ୍‌ଡିଙ୍କ ପୁନଃ ନିଯୁକ୍ତିକୁ ଚ୍ୟାଲେଞ୍ଜ: ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

କଟକ ଅଫିସ,୧୭ା୨: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ପଦରେ ଅବସରପ୍ରାପ୍ତ ପ୍ରଶାସକ ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଆଗତ ମାମଲାରେ ହାଇକୋର୍ଟ ନିଯୁକ୍ତି ଉପରେ ଗୁରୁବାର ଅନ୍ତରୀଣ ରହିତାଦେଶ ଦେଇଛନ୍ତି। ଏଥିସହ ସମବାୟ ନିବନ୍ଧକଙ୍କୁ ତୁରନ୍ତ…

ଦୁର୍ନୀତି ପ୍ରମାଣ ଥାଇ କାର୍ଯ୍ୟାନୁଷ୍ଠାନ ନାହିଁ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ସ୍ବଚ୍ଛ ଶାସନ ଓ ଦୁର୍ନୀତିମୁକ୍ତ ପ୍ରଶାସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ ଓ ୫-‘ଟି’କୁ ଗୁରୁତ୍ୱ ଦେଉଥିବାବେଳେ ବନ ବିଭାଗ କିନ୍ତୁ ବେଫିକର। ସଲାସୁତୁରାରେ କାମ ଚାଲିଥିବାବେଳେ ଉପରିସ୍ଥ ଅଧିକାରୀଙ୍କ ଲାଞ୍ଚଖୋର ମନୋଭାବ ବନ ବିଭାଗକୁ ଦୁର୍ନୀତିରେ…

ପୋଖରୀପୁଟରେ ଏଚ୍‌ଡିଏଫ୍‌ସିର ନୂତନ ଶାଖା

ଭୁବନେଶ୍ୱର,୧୭।୨:ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଆଉ ଏକ ନୂତନ ଶାଖା ଆନୁଷ୍ଠାନିକ ଭାବେ ଗୁରୁବାର ସ୍ଥାନୀୟ ପୋଖରୀପୁଟ ଅଞ୍ଚଳରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍‌ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି…

ଜବାବ ଦାଖଲ ପାଇଁ ସମୟ ନେଲେ ସରକାର

କଟକ ଅଫିସ,୧୭ା୨: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୬ଟି ସଦସ୍ୟ ପଦ ଖାଲି ପଡିଛି। ଏହାଦ୍ୱାରା ଆୟୋଗ ସମ୍ପୂର୍ଣ୍ଣ ଅଚଳ ସ୍ଥିତିରେ ପହଞ୍ଚତ୍ଛି। ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର…

ଭିଜିଲାନ୍ସ ଅଭିଯୁକ୍ତଙ୍କୁ ଧରି କୂଅ, ପୋଖରୀର କରୁଛି ତଦନ୍ତ

ନୟାଗଡ଼ ଅଫିସ/ଭାପୁର,୧୭ା୨(ଡି.ଏନ.ଏ.): ନୟାଗଡ ଜିଲା ଭାପୁର ବ୍ଲକରେ କୋଟି କୋଟି ଟଙ୍କାର ଫଲସ୍‌ ବିଲ୍‌ ହେବା ପରେ ଏହା ଚର୍ଚ୍ଚାକୁ ଆସିଥିଲା। ଏପରିପ୍ରେକ୍ଷୀରେ ଭାପୁର ବ୍ଲକ ପଦ୍ମାବତୀ ପଞ୍ଚାୟତରେ କୂଅ ଓ ପୋଖରୀ ଫଲସ୍‌ ବିଲ୍‌ ଘଟଣାର ତଦନ୍ତ ହୋଇଛି। ଗୁରୁବାର…

ରାସୋଳ ଜଙ୍ଗଲ ଜଳୁଛି

ନୟାଗଡ଼ ଅଫିସ,୧୭।୨: ନୟାଗଡ଼ ବନଖଣ୍ଡ ନୟାଗଡ଼ ରେଞ୍ଜ୍‌ର ଖେଡ଼ପଡା ଫରେଷ୍ଟ ଅନ୍ତର୍ଗତ ରାସୋଳ ଜଙ୍ଗଲ ଜଳୁଛି। ଗୁରୁବାର ପୂର୍ବାହ୍ନରୁ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିନାହାନ୍ତି। ଅନ୍ୟପକ୍ଷେ ବୁଧବାର ରାଜଗିରି ପାହାଡରେ ନିଆଁ…

ଭାରତୀୟ ସେନା ପାଇଁ ବେଙ୍ଗାଲୁରୁର ଜେଟ୍‌ପ୍ୟାକ୍‌ ସୁଟ୍‌

ନୂଆଦିଲ୍ଲୀ:ବେଙ୍ଗାଲୁରୁର ଏକ କମ୍ପାନୀ ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଜେଟ୍‌ପ୍ୟାକ୍‌ ସୁଟ୍‌ ଯୋଗାଇବାରେ ଉଦ୍ୟମ ଚଳାଇଛି। ଯେଉଁଥିରେ କି ଭାରତୀୟ ସେନା ଏହି ସୁଟ୍‌ରେ କଠିନ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଉଡ଼ିବାରେ ସକ୍ଷମ ହୋଇପାରିବ। ତେବେ ଜାନୁୟାରୀରେ ଭାରତୀୟ ସେନା ୪୮ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri