ଆଜମ ଖାନଙ୍କୁ ୭ ବର୍ଷ ଜେଲ୍, ୫ ଲକ୍ଷ ଟଙ୍କା ଜୋରିମନା
ଲକ୍ଷ୍ନୌ,୧୮।୩: ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କୁ ଏକ ବଡ଼ ଝଟ୍କା ଲାଗିଛି। ଡୁଙ୍ଗରପୁର ମାମଲାରେ ରାମପୁରର ଏମ୍ପି-ବିଧାୟକ କୋର୍ଟ ତାଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଧାରା ୪୨୭ ଅନୁଯାୟୀ ୭…
ହଠାତ୍ ଯୁବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ଅଢେଇ ଲକ୍ଷ ଟଙ୍କା: ଖୁସି ହେବା ପରିବର୍ତ୍ତେ କଲେ ଏମିତି କାମ
କୋରାପୁଟ,୧୮।୩(ଅମିତାଭ ବେହେରା): ସମାଜରେ ଆଜି ବି ବଞ୍ଚି ରହିଛି ମାନବିକତା। ନିଜ ବ୍ୟାଙ୍କ ଆକାଉଣ୍ଟକୁ ଭୁଲ୍ରେ ଆସିଥିବା ଟଙ୍କା ଫେରାଇ ମାନବିକତାର ପରିଚୟ ଦେଲେ କୋରାପୁଟର ଯୁବକ ଶରତ ପଟ୍ଟନାୟକ। ସୂଚନା ଅନୁସାରେ ଗତ ଶନିବାର କୋରାପୁଟ ସହରର ଯୁବକ ଶରତ…
ବିଧାୟକ ବିଜୟଶଙ୍କରଙ୍କ ସହ ପ୍ରେମସମ୍ପର୍କ ମାମଲା: ହାଇକୋର୍ଟ ଗଲେ ସୋମାଲିକା
କଟକ,୧୮ା୩(କାର୍ତ୍ତିକ ସାହୁ): ପୁଣି ଚର୍ଚ୍ଚାରେ ବିଜେଡି ବିଧାୟକ ବିଜୟଶଙ୍କର ଦାସ। ଜଗତସିଂହପୁର ଥାନାରେ ବିଧାୟକ ବିଜୟଶଙ୍କରଙ୍କ ବିରୋଧରେ ହୋଇଥିବା ମାମଲାରେ ପୋଲିସ ଠିକ ଭାବରେ ତଦନ୍ତ କରୁ ନ ଥିବା ଦର୍ଶାଇ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ହାଇକୋର୍ଟ ଯାଇଛନ୍ତି। କୋର୍ଟରେ…
ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାର ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ
କଟକ,୧୮ା୩(କାର୍ତ୍ତିକ ସାହୁ): ସରକାରୀ ବିଜ୍ଞାପନରେ ବିଜୁ ଜନତା ଦଳର ଶଙ୍ଖ ଚିହ୍ନ ବ୍ୟବହାରକୁ ବିରୋଧ କରି ହାଇକୋର୍ଟରେ ରୁଜୁ ମାମଲାର ଅନ୍ତ ଘଟିଛି। ନିର୍ବାଚନ କମିଶନର (ଇସି)ଙ୍କ ନିକଟରେ ଏ ସଂକ୍ରାନ୍ତୀୟ ମାମଲା ବିଚାରାଧିନ ଥିବାରୁ ହାଇକୋର୍ଟ ଉକ୍ତ ଆବେଦନକୁ ବିଚାର…
ଭାଜପାର ୩ୟ ତାଲିକାରେ ପୁରୁଖା ନେତାଙ୍କୁ ମିଳିବ ସୁଯୋଗ, କାହାର ହେବ କ୍ଷତି, କାହାକୁ ମିଳିବ ଫାଇଦା, ଜାଣନ୍ତୁ…
ନୂଆଦିଲ୍ଲୀ,୧୮।୩: ଲୋକ ସଭା ନିର୍ବାଚନ ଘୋଷଣା ହେବା ସହିତ ଭାରତୀୟ ଜନତା ପାର୍ଟି ଆକ୍ଟିଭ୍ ମୋଡରେ ଥିବା ଜଣାପଡିଛି। ଭାଜପା ଖୁବ୍ଶୀଘ୍ର ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିପାରେ। ପ୍ରଥମ ତାଲିକା ପରି ଉତ୍ତରପ୍ରଦେଶର ତୃତୀୟ ତାଲିକାରେ ମଧ୍ୟ ଭାଜପା କେବଳ…
ଖୁସିରେ ଝୁମିଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା
ନୂଆଦିଲ୍ଲୀ,୧୮।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ୨୦୨୪ ଟାଇଟଲ ଜିତି ଫ୍ରାଞ୍ଚାଇଜ ଟ୍ରଫି ମରୁଡ଼ିକୁ ସମାପ୍ତ କରିଛି। ପୁରୁଷ ଦଳ ଏପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଟାଇଟଲ ଜିତିବାକୁ ଥିବାବେଳେ ଆରସିବି ମହିଳା ଦଳ କେବଳ…
ମହମ୍ମଦ ମୋକିମଙ୍କୁ ବଡ଼ ଆଶ୍ୱସ୍ତି: ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ
କଟକ,୧୮ା୩(କାର୍ତ୍ତିକ ସାହୁ): କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ସୋମବାର ବଡ଼ ଆଶ୍ୱସ୍ତି ମିଳିଛି। ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ମହମ୍ମଦ ମୋକିମଙ୍କ ବିଜୟକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧି ଘୋଷଣା କରିବା ପରେ ମୋକିମ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସୁପ୍ରିମକୋର୍ଟ ଏହି…
୪ ମାସର ନାତିକୁ ୨୪୦ କୋଟିରୁ ଅଧିକ ଟଙ୍କାର ଉପହାର ଦେଲେ ଇନଫୋସିସ ପ୍ରତିଷ୍ଠାତା
ନୂଆଦିଲ୍ଲୀ,୧୮।୩: ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର ଦେଇଛନ୍ତି। ଏକ୍ସଚେଞ୍ଜ ଫାଇଲିଂ ଅନୁଯାୟୀ, ଏକାଗ୍ର ରୋହନ ମୁର୍ତ୍ତୀ ଭାରତର ଦ୍ୱିତୀୟ ବୃହତ୍ତମ ସୂଚନା…
ବଜ୍ରପାତରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଆହତ
ଠାକୁରମୁଣ୍ଡା,୧୮ା୩(ତାରାକାନ୍ତ ପଟ୍ଟନାୟକ): ସୋମବାର ସକାଳେ ବଜ୍ରପାତ ହୋଇ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ମାଣିକ ସାହିର ବାଇଧର ସାମାଡ଼। ତାଙ୍କ ସ୍ତ୍ରୀ ବୁଧୁନି…
ସବୁ ଦଳର ପ୍ରାର୍ଥୀ ତାଲିକା ଘୋଷଣା ଉପରେ ରହିଛି ନଜର
ଭୁବନେଶ୍ୱର,୧୮ା୩(ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ସାଙ୍ଗକୁ ଆଦର୍ଶ ଆଚରଣବିଧି ଲାଗୁ ହୋଇସାରିଛି। ଆସନ୍ତା ଏପ୍ରିଲ ୧୯ରୁ ଦେଶର ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ’ ୧୩ ତାରିଖରୁ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ…
ଉଦ୍ୟୋଗୀ ହେବା ପାଇଁ ନିରନ୍ତର ଉଦ୍ୟମ ଲୋଡ଼ା
ଗଞ୍ଜାମର ଗ୍ରାମାଞ୍ଚଳରୁ ଜୀବନ ଆରମ୍ଭକରି ଗ୍ରାମ୍ୟ ପରିବେଶରେ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ। ଅତି ନିକଟରୁ କ୍ଷୁଦ୍ର ବ୍ୟବସାୟ ମାଧ୍ୟମରେ ପରିଚାଳନାଗତ ଦକ୍ଷତା ଆହରଣ କରିପାରିଥିଲେ। ମାତ୍ର ଜୀବନରେ ଆଗକୁ ବଢ଼ିବାର ଆଶା ସବୁ ବାଧାକୁ ଅତିକ୍ରମ କରିଥିଲା। ଉଦ୍ୟୋଗୀ ମଣିଷ…
ଥରକେ ୩ ଆସନରୁ ଲଢିଥିଲେ ବାଜପେୟୀ, ଜାଣନ୍ତୁ ଜଣେ ପ୍ରାର୍ଥୀ କେତେଟା ଆସନରୁ ଲଢିପାରିବେ ନିର୍ବାଚନ
ନୂଆଦିଲ୍ଲୀ,୧୮।୩: ରାହୁଲ ଗାନ୍ଧୀ ୱାୟାନାଡ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ, କିନ୍ତୁ ସେ ଆମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସନ୍ଦେହ ରହିଛି। ୨୦୧୯ ନିର୍ବାଚନରେ ସେ ଉଭୟ ଆମେଠି ଏବଂ ୱାୟାନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ସେ ଆମେଠିରୁ…
Archives


