୧୩୩ ନୂତନ ପ୍ରାଣୀ ସେବା ଯାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯ା୨(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩୩ ନୂତନ ପ୍ରାଣୀ ଚିକିତ୍ସା ସେବା ଯାନ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟକାରୀ ହୋଇଛି। ଏଥିପାଇଁ ୨୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି।…
ବଦଳିଲେ ୩ ଜିଲାପାଳ
ଭୁବନେଶ୍ୱର,୨୯ା୨(ଅନିଲ ଦାସ)ରାଜ୍ୟ ସରକାର ଆଇଏଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୩ ଜିଲାର ଜିଲାପାଳଙ୍କୁ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୟୂରଭଞ୍ଜ ଜିଲାପାଳ ଆଶିଷ ଠାକ୍ରେଙ୍କୁ ବାଲେଶ୍ୱର ଜିଲାପାଳ ଭାବେ ବଦଳି…
ଜାଗା ମିଶନ, ମୁକ୍ତା ଯୋଜନାର କାର୍ଯ୍ୟକାରିତା ବୁଲି ଦେଖିଲେ ବିଲ୍ ଗେଟ୍ସ
ଭୁବନେଶ୍ୱର,୨୯।୨(ସୁନିତ୍ ମିଶ୍ର)ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେଶନ୍ (ବିଏମ୍ଜିଏଫ୍)ର ପ୍ରତିଷ୍ଠାତା ଓ କୋଚେୟାର ବିଲ୍ ଗେଟ୍ସ ଓଡ଼ିଶା ଗସ୍ତରେ ଆସି ବୁଧବାର କୃଷି ଭବନ ପରିଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହାପରେ ସେ ସ୍ଥାନୀୟ ମା’ ମଙ୍ଗଳା…
ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ବିପଦମୁକ୍ତ
ଶିମଲା/ନୂଆଦିଲ୍ଲୀ,୨୮ା୨: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଏବେ ବିପଦମୁକ୍ତ ହୋଇଛି। ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ବୁଧବାର ସକାଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ସନ୍ଧ୍ୟାରେ ଦଳର ନେତା ତଥା ପର୍ଯ୍ୟବେକ୍ଷକଙ୍କ ବୈଠକ…
ଏହି କାମ ପାଇଁ ତେନ୍ଦୁଲକରଙ୍କୁ ଧନ୍ୟବାଦ ଦେଲେ ମୋଦି
ନୂଆଦିଲ୍ଲୀ,୨୮ା୨: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ଜମ୍ମୁ କଶ୍ମୀରର କ୍ରୀଡା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ। ନିକଟରେ ସଚିନ୍ ଏହି କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରିବା ସହ ସ୍ଥାନୀୟ ଯୁବକ ମାନଙ୍କ ସହ କ୍ରିକେଟ ଖେଳିଥିଲେ। ଏହାର ଭିଡିଓ ସେ…
ହୃଦୟ ଜିତିଲେ ଅମ୍ବାନୀ ପରିବାରର ଭାବି ବୋହୂ
ଜାମନଗର,୨୮।୨: ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁଜରାଟର ଜାମନଗରରେ ଅନ୍ନ ସେବା କାର୍ଯ୍ୟକ୍ରମରେ ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅଂଶଗ୍ରହଣ କରିଥିଲେ। ଉଭୟ ଖାଦ୍ୟ ପରିବେଷଣ କରୁଥିବା…
ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ କେଉଁ ଖେଳାଳିଙ୍କୁ ମିଳିବ କେତେ ଟଙ୍କା: ଜାଣନ୍ତୁ
ନୂଆଦିଲ୍ଲୀ,୨୮।୨: ଭାରତୀୟ କ୍ରିକେଟ ବୋର୍ଡ ଅଫ କ୍ରିକେଟ(ବିସିସିଆଇ) ବୁଧବାର ୨୦୨୩-୨୪ ସିଜନ (ଅକ୍ଟୋବର ୧, ୨୦୨୩ ରୁ ସେପ୍ଟେମ୍ବର ୩୦, ୨୦୨୪) ପାଇଁ ଟିମ ଇଣ୍ଡିଆ (ସିନିୟର ପୁରୁଷ)ର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ଘୋଷଣା କରିଛି। ଶ୍ରେୟସ ଆୟର ଓ ଇଶାନ…
ବିଜ୍ଞାନ ବିନା ବିକାଶ ଅସମ୍ପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮ା୨: ଜାତୀୟ ବିଜ୍ଞାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲା ଜୟପୁରରେ ଜିଲା ବିଜ୍ଞାନ କେନ୍ଦ୍ର, ରାୟଗଡ଼ାରେ ପ୍ଲାନେଟାରିୟମ, କେନ୍ଦୁଝର ଜିଲା ଘଟଗାଁରେ ଜିଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ,ମୟୂରଭଞ୍ଜ ଜିଲା ବାରିପଦାଠାରେ ଜିଲା ବିଜ୍ଞାନ କେନ୍ଦ୍ର ଓ…
୩ ଜିଲାର ଜିଲାପାଳଙ୍କୁ ସର୍ତ୍ତମୂଳକ ସମନ ଜାରି କଲେ ଏନ୍ଏଚ୍ଆର୍ସି
କେନ୍ଦୁଝର,୨୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆର୍ସି) କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକ ଜିଲାପାଳଙ୍କୁ ସର୍ତ୍ତମୂଳକ ସମାନ କରି ଏପ୍ରିଲ ୧୦ ତାରିଖ ପୂର୍ବାହ୍ନ ୧୧ଟାରେ କମିଶନ ନିକଟରେ ହାଜର ହେବାକୁ ଆଦେଶ କରିଛନ୍ତି। ସାପକାମୁଡ଼ାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ପ୍ରଦାନ…
ସକାଳେ ମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା, ସନ୍ଧ୍ୟାରେ କଲେ ପ୍ରତ୍ୟାହାର
ଶିମ୍ଲା,୨୮।୨: ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ବୁଧବାର ସକାଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ସନ୍ଧ୍ୟାରେ ଦଳର ନେତା ତଥା ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ସେ ଇସ୍ତଫା ପ୍ରତ୍ୟାହାର କରିବାକୁ…
ଆଇନଜୀବୀଙ୍କୁ କାରଣ ଦର୍ଶାଅ ନୋଟିସ୍
କଟକ,୨୮ା୨(କାର୍ତ୍ତିକ ସାହୁ): ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆଇନଜୀବୀ ସମ୍ବିତ୍ ସାମଲଙ୍କୁ କାରଣ ଦର୍ଶାଅ ନୋଟିସ୍ ବୁଧବାର ଜାରି କରାଯାଇଛି। ତାଙ୍କ ବିରୋଧରେ ଆପରାଧିକ କାର୍ଯ୍ୟକଳାପ ନେଇ ଅଭିଯୋଗ ଦାୟର ହୋଇଛି। ଆଇନଜୀବୀ ସାମଲଙ୍କ ବିରୋଧରେ କ୍ରମାଗତ ଭାବେ ଆପରାଧିକ ମାମଲା…
ମାଟ୍ରିକ ପରୀକ୍ଷା: ହିନ୍ଦୀ, ସଂସ୍କୃତରେ କପି କରି ଧରାପଡ଼ିଲେ ୭
କଟକ,୨୮ା୨(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ବୁଧବାର ତୃତୀୟ ଭାଷା ପରୀକ୍ଷାରେ ୭ ଜଣ ପରୀକ୍ଷାର୍ଥୀ ଅସାଧୁ ଉପାୟ ଅବଲମ୍ବନ କରି ସ୍କ୍ବାଡ୍ ହାତରେ ଧରାପଡ଼ିଛନ୍ତି। ତେବେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ସୁଚାରୁ…
Archives


