Home

ଶିଳାନ୍ୟାସରେ ଅଟକିଛି ଉନ୍ନତୀକରଣ

ବଡ଼ଚଣା,୮ା୭(ଦିଲୀପ କୁମାର ମହାନ୍ତି): ବଡ଼ଚଣା ବ୍ଲକ୍‌ ଅଧୀନ ୧୬ନଂ. ଜାତୀୟ ରାଜପଥର ସଂଯୋଗସ୍ଥଳ ବନ୍ଦାଳୋଠାରୁ ଏଣ୍ଡରପଦା ଗ୍ରାମ ପର୍ଯ୍ୟନ୍ତ ୧୫ କି.ମି. ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହା ୧୬ ନମ୍ବର ଜାତୀୟ ରାଜପଥଠାରୁ ପଶ୍ଚିମ ବଡ଼ଚଣାର ୧୦ ପଞ୍ଚାୟତ…

୨,୫୦୦ ଟଙ୍କାର ଫୋନ୍‌ ଡେଟାରେ ବହୁ କୋଟିର ଋଣ ଜାଲିଆତି

ନୂଆଦିଲ୍ଲୀ,୭ା୭:ଉତ୍ତରପ୍ରଦେଶର ନଏଡାରେ ଥିବା ଏକ ଜାଲ୍‌ କଲ୍‌ସେଣ୍ଟର ଜରିଆରେ ବହୁକୋଟି ଟଙ୍କାର ଋଣ ଜାଲିଆତି କରାଯାଇଛି, ଯେଉଁଥିରେ ଶହ ଶହ ଲୋକ ଠକାମିର ଶିକାର ହୋଇଛନ୍ତି। ଅନ୍‌ଲାଇନରେ ୨,୫୦୦ ଟଙ୍କାର ଫୋନ୍‌ ଡେଟା କିଣାଯାଇ ଏହାକୁ ଋଣ ଜାଲିଆତି ଦୁର୍ନୀତି ନିମନ୍ତେ…

ଶିନ୍ଦେସେନା ନେତା ପୁଅଙ୍କ କାର୍‌ ଧକ୍କାରେ ମହିଳା ମୃତ

ମୁମ୍ବାଇ,୮ା୭:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାର ବରିଷ୍ଠ ନେତା ରାଜେଶ ଶାହଙ୍କ ପୁଅ ମିହିର ଶାହ ରବିବାର ଭୋର ସମୟରେ ନିଜ ବିଏମ୍‌ଡବ୍ଲ୍ୟୁରେ ଦ୍ରୁତଗତିରେ ଯାଉଥିବାବେଳେ ମୁମ୍ବାଇର ଓ୍ବର୍ଲିରେ ଏକ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲେ। ବିଏମ୍‌ଡବ୍ଲ୍ୟୁ ୧୦୦ ମିଟର ପର୍ଯ୍ୟନ୍ତ…

ଜୋର୍ଡନ ବାର୍ଡେଲା ହେବେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

ପ୍ୟାରିସ୍‌,୮ା୭:ଫ୍ରାନ୍ସ ପାର୍ଲାମେଣ୍ଟର ନିମ୍ନ ସଦନ ନ୍ୟାଶନାଲ ଆସେମ୍ବ୍ଲି ସଦସ୍ୟଙ୍କ ସଂଖ୍ୟା ୫୭୭ ହୋଇଥିବାବେଳେ ମ୍ୟାଜିକ୍‌ ନମ୍ବର ହେଉଛି ୨୮୯। ସମସ୍ତ ୫୭୭ ଆସନ ପାଇଁ ଜୁନ୍‌ ୩୦ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ରବିବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ…

ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ୍‌ କଲେ ରାଷ୍ଟ୍ରପତି

ପୁରୀ,୮ା୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ରବିବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିବା ବେଳେ ସୋମବାର ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ୍‌ କରିଛନ୍ତି। ରାଷ୍ଟ୍ରପତି ମର୍ଣ୍ଣିଂଓ୍ବାକ୍‌ କରିବା ସହ ବେଳାଭୂମିରେ କିଛି ସମୟ ବସି ସମୁଦ୍ରର…

ଆଜି ହିଂସା ପ୍ରଭାବିତ ମଣିପୁର ଯିବେ ରାହୁଲ

ନୂଆଦିଲ୍ଲୀ,୮ା୭:ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ମଣିପୁର ଗସ୍ତ କରି ବିଭିନ୍ନ ଜିଲାରେ ହିଂସା ପ୍ରଭାବିତ ଲୋକମାନଙ୍କୁ ଭେଟିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବେ। ଏହି ହିଂସା କ୍ଷତିଗ୍ରସ୍ତ ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ରାହୁଲଙ୍କର ଏହା…

ସମ୍ବିତଙ୍କ ‘ଢୋଲ ଭିତରେ ମୂଷା’ ମନ୍ତବ୍ୟ, ବିଜେଡିରେ ଆଲୋଡ଼ନ: ବଢିପାରେ ଦଳୀୟ କନ୍ଦଳ

କୁଜଙ୍ଗ,୮।୭(ମନୋଜ ପ୍ରଧାନ):ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ ରବିବାର ଭୁବନେଶ୍ୱରଠାରେ ଗତ ନିର୍ବାଚନରେ ଦଳ ହାରିବାର କାରଣ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଏବେ ବିଜେଡିରେ ଆଲୋଡ଼ନ ସୃଷ୍ଟି କରିଛି। ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି, ‘ଢୋଲ ଭିତରେ ଥିବା ମୂଷା’…

ଭଞ୍ଜସେନାରେ ଯୋଗଦେଲେ ସୁନାରାମଙ୍କ ନାତୁଣୀ

ବାରିପଦା,୮ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରଥଯାତ୍ରା ଅବସରରେ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ଆଦିବାସୀ କଲ୍ୟାଣମନ୍ତ୍ରୀ ଭଞ୍ଜବୀର ସୁନାରାମ ସୋରେନଙ୍କ ନାତୁଣୀ ସୋନାଲୀ ସୋରେନ ଭଞ୍ଜସେନାରେ ଯୋଗଦାନ କରିଛନ୍ତି। ଭଞ୍ଜସେନା ବାମନଘାଟି ଆଦିବାସୀ ଶାଖା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧଭାବେ…

ମୃଦଙ୍ଗ କାରିଗରଙ୍କୁ ମିଳୁନି ସରକାରୀ ସହାୟତା

କଳିଙ୍ଗନଗର,୮ା୭(ଶୁଭାଶିଷ ରାଉତ): ଆଜି ବି ଓଡ଼ିଶାର ପୁରପଲ୍ଲୀରେ ସଞ୍ଜ ନଇଁବା ମାତ୍ରେ ଗାଁଗଣ୍ଡାରେ ଗୁଞ୍ଜରିତ ହେଉଛି ସଙ୍କୀର୍ତ୍ତନର ସ୍ବର। ଭାଗବତ ଟୁଙ୍ଗୀରେ ବିଭିନ୍ନ ବାଦ୍ୟ ଯନ୍ତ୍ର ତାଳରେ ବୋଲାଯାଏ ହରିନାମ। ଏସବୁ ପାଇଁ ଆବଶ୍ୟକ ପଡ଼ିଥାଏ ମୃଦଙ୍ଗ, ତବଲା, ଢୋଲକ, ଖୋଳ,…

ଚନ୍ଦନ ମଣ୍ଡପକୁ ବିଜେ କଲେ ଠାକୁର ଅଜା ଶ୍ରୀସିଦ୍ଧ ବଳରାମ

ସାକ୍ଷୀଗୋପାଳ,୮ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅଜା ରୂପେ ପରିଚିତ ବକୁଳ ବନରୁ ରଥଯାତ୍ରାରେ ବାହାରି ଠାକୁର ଅଜା ଶ୍ରୀସିଦ୍ଧ ବଳରାମ ଦେବ ଚନ୍ଦନ ମଣ୍ଡପକୁ ବିଜେ କରିଛନ୍ତି। ରବିବାର ସକାଳେ ଦୈନନ୍ଦିନ ଦେବନୀତି ମଧ୍ୟରେ ମଙ୍ଗଳ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୮ା୭(ଅସମାପିକା ସାହୁ):ରାଜ୍ୟରେ ଏବେ ମୌସୁମୀ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୋମବାର କୋରାପୁଟ, ରାୟଗଡ଼ା, ଗଜପତିରେ…

୮ ତାରିଖର ପିଜି ପ୍ରବେଶିକା ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୮ା୭(ଅସମାପିକା ସାହୁ):୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୦୨୪) ଗତ ୩ ତାରିଖରୁ ଆରମ୍ଭ ହୋଇଛି। ତେବେ ୮ ତାରିଖ ସୋମବାର ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ରଥଯାତ୍ରା ପାଇଁ ସରକାର ଛୁଟି ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?