୪୩,୪୦୯ ଜାଲ୍ ଡିଗ୍ରୀ
ଜୟପୁର,୧୩ା୭: ରାଜସ୍ଥାନର ଏକ ଘରୋଇ ବିଶ୍ୱବିଦ୍ୟାଳୟ ୨୦୧୩ରୁ ଅଦ୍ୟାବଧି ୪୩,୪୦୯ ପିଲାଙ୍କୁ ଜାଲ୍ ଡିଗ୍ରୀ ପ୍ରମାଣପତ୍ର ଜାରି କରିଛି। ଉକ୍ତ ୟୁନିଭର୍ସିଟି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ବୀକୃତି ପାଇ ନ ଥିବାବେଳେ ଏତେ ପ୍ରମାଣପତ୍ର କିପରି ଜାରି କଲା ସେନେଇ…
୭ ହାଇକୋର୍ଟରେ ନିଯୁକ୍ତ ହେବେ ନୂଆ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ,୧୩ା୭: ସୁପ୍ରିମକୋର୍ଟ ଦିଲ୍ଲୀ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର ଓ ଲଦାଖ, କେରଳ, ମଧ୍ୟପ୍ରଦେଶ, ମାଡ୍ରାସ୍ ଏବଂ ମେଘାଳୟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍ ସଞ୍ଜୀବ…
ଜେଲେନ୍ସ୍କିଙ୍କୁ ‘ପୁଟିନ’ କହିଲେ ବାଇଡେନ୍
ଓ୍ବାଶିଂଟନ, ୧୩।୭: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍(୮୧)ଙ୍କ ସମସ୍ୟା କମ୍ ହେବାର ନାଁ ନେଉନାହିଁ। ଶୁକ୍ରବାର ନାଟୋ ସମ୍ମିଳନୀରେ ସେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କୁ ‘ପ୍ରେସିଡେଣ୍ଟ ପୁଟିନ’ ଭାବେ ସମ୍ବୋଧନ କରିଛନ୍ତି। ଅବଶ୍ୟ…
ବିଜେଡିରୁ ଇସ୍ତଫା ଦେଲେ ଦେବାଶିଷ
ଡେରାବିଶ,୧୩ା୭ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବିଜେଡି ସଭାପତି ଥିବା ଦେବାଶିଷ ଆଚାର୍ଯ୍ୟ ବୁଧବାର ତାଙ୍କ ପଦବୀରୁ ଇସ୍ତଫା ଦେଇଥିବା ଜଣାଯାଇଛି। ଏ ନେଇ ଦେବାଶିଷ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ତାଙ୍କ ଇସ୍ତଫାପତ୍ରରେ…
ଅସୁବିଧାରେ ପଡ଼ି ଋଣ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି…
ବେଳେବେଳେ ଅସୁବିଧାରେ ପଡିଲେ, ମଣିଷ ଋଣ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍ ଏହା ବୋଝ ଭଳି ଲାଗିଥାଏ। ହେଲେ ଏମିତି ବି କିଛି ବାସ୍ତୁଟିପ୍ସ ରହିଛି, ଯାହାକୁ ମାନିଲେ କରଜରୁ…
ଆସନ୍ତା ସୋମବାର ପୁଣି ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସକାଳ ୮ରୁ ପଞ୍ଜୀକରଣ
ଭୁବନେଶ୍ୱର,୧୨।୭(ଅସମାପିକା ସାହୁ) – ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସନ୍ତା ୧୫ ତାରିଖ(ସୋମବାର)ରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସେହିଦିନ ପୂର୍ବାହ୍ନ ୧୧ଟାରୁ ଶୁଣାଣି ହେବ। ଏଥିପାଇଁ ସକାଳ ୮ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ…
ଫେରୁଛି ହକି ଇଣ୍ଡିଆ ଲିଗ୍: ରାଉରକେଲା-ରାଞ୍ଚିରେ ଖେଳାଯିବ ମ୍ୟାଚ୍
ଭୁବନେଶ୍ୱର, ୧୨।୭: ପୁଣି ଫେରୁଛି ହକି ଇଣ୍ଡିଆ ଲିଗ୍(ଏଚ୍ଆଇଏଲ୍)। ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଏହି ଲିଗ୍ ପୁଣି ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଡିସେମ୍ବର ୨୭ କିମ୍ବା…
ଖୁବ୍ଶୀଘ୍ର ଆଉ ୩ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ: ସ୍ବାସ୍ଥ୍ୟମନ୍ତ୍ରୀ
କଟକ,୧୨ା୭(ଶିଳ୍ପା ପ୍ରିୟଦର୍ଶିନୀ)- ରାଜ୍ୟରେ ଖୁବ୍ଶୀଘ୍ର ଆଉ ୩ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ରହିଛି। ଆଗାମୀ ଦିନରେ ଯାଜଯୁର, କନ୍ଧମାଳ ଓ ତାଳଚେରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ଶୁକ୍ରବାର କଟକ…
ଲୋକସେବା ଭବନରୁ କାର୍ଯ୍ୟାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ
ଭୁବନେଶ୍ୱର,୧୨ା୭(ଅନିଲ ଦାସ): ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଇଷ୍ଟ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରି ଶୁକ୍ରବାର ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟରୁ କାର୍ଯ୍ୟାରମ୍ଭ କରିଛନ୍ତି। ଏହି ଅବସରରେ ସେ ଉଭୟ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନା ପୂର୍ବକ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ…
ପୁରୀ ରାଜଭବନରେ ଅଭାବନୀୟ କାଣ୍ଡ, ଏଏସଓଙ୍କୁ ପିଟିଲେ ରାଜ୍ୟପାଳଙ୍କ ପୁଅ
(ଅସମାପିକା ସାହୁ)- ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଜଣେ ଏଏସ୍ଓ ଅଭିଯୋଗ ଆରିଛନ୍ତି। ନିଜର ୫ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠନାଥ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ…
୧୦ ବର୍ଷ ହେଲା ପ୍ରତିଦିନ ସମ୍ବିଧାନ ହତ୍ୟା ଦିବସ ମନାଉଛନ୍ତି ସରକାର, କେନ୍ଦ୍ର ଉପରେ ଗର୍ଜିଲେ ବିରୋଧୀ
ନୂଆଦିଲ୍ଲୀ,୧୨।୭: ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ସମ୍ବିଧାନକୁ ନେଇ ଆରୋପ ପ୍ରତ୍ୟାରୋପ ବନ୍ଦ ହେବାର କୌଣସି ଚିହ୍ନ ଦେଖାଯାଉ ନାହିଁ। ଶୁକ୍ରବାର ସମ୍ବିଧାନ ହତ୍ୟା ଦିବସ ପାଳନ କରିବାକୁ ସରକାରଙ୍କ ନିଷ୍ପତ୍ତି ପରେ ଏହା ତୀବ୍ର ହୋଇଛି। ସରକାରଙ୍କ…
ଭିଜିଲାନ୍ସ ଜାଲରେ ବଲାଙ୍ଗୀର ମୁଖ୍ୟ ଯୋଗାଣ ଅଧିକାରୀ, ୫୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା…
ବଲାଙ୍ଗୀର,୧୨।୭: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର। ଶୁକ୍ରବାର ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରା ପଡ଼ିଛନ୍ତି। ଏହାପରେ ସରକାରୀ କାର୍ଯ୍ୟାଳୟରୁ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ବଲାଙ୍ଗୀର ତୁଷୁରାର…

