Posted inଫୁରସତ

୩୨ ହଜାର ଲୋକ, ୭ ହଜାର କୋଟିର ଜମା

ଗାନ୍ଧୀନଗର: ଗତ କିଛି ବର୍ଷ ଧରି ଭାରତର ଗ୍ରାମଗୁଡ଼ିକର ଜନସଂଖ୍ୟା କମୁଥିବାବେଳେ ସହରର ଜନସଂଖ୍ୟା ବଢ଼ିବାରେ ଲାଗିଛି। ଦାରିଦ୍ର୍ୟ ଏବଂ ବେକାରିରୁ ମୁକ୍ତି ପାଇବା ପାଇଁ ଗ୍ରାମର ଅନେକ ଯୁବକ ସହରମୁହାଁ ହେଉଛନ୍ତି। ତେବେ ଭାରତରେ ଏପରି ଏକ ଗ୍ରାମ ଅଛି ଯେଉଁଠି ଦେଶର ଶୀର୍ଷ ବ୍ୟାଙ୍କଗୁଡ଼ିକ ମଧ୍ୟରେ ନିଜର ଶାଖା ଖୋଲିବାକୁ ପ୍ରତିଯୋଗିତା ଚାଲିଛି।
କଚ୍ଛ ଜିଲା ମାଧାପୁର ଗ୍ରାମ ଏସିଆର ସବୁଠୁ ଧନୀ ଗ୍ରାମ ଭାବେ ଜଣାଶୁଣା। ଏହି ଗ୍ରାମର ଆର୍ଥିକ ସମୃଦ୍ଧି କୌଣସି ସହରଠାରୁ କମ୍‌ ନୁହେଁ। ଭୁଜ୍‌ ସହରର ଉପକଣ୍ଠରେ ଅବସ୍ଥିତ ମାଧାପୁର ଗ୍ରାମର ଲୋକଙ୍କ ନିକଟରେ ପ୍ରାୟ ୭ ହଜାର କୋଟିର ଫିକ୍ସଡ୍‌ ଡିପୋଜିଟ ରହିଛି। ୨୦୧୧ ଜନଗଣନା ଅନୁସାରେ ଏହି ଗ୍ରାମର ଜନସଂଖ୍ୟା ୧୭ ହଜାର ଥିବାବେଳେ ଏବେ ଏହା ବଢ଼ି ୩୨ ହଜାରରେ ପହଞ୍ଚିଛି। ଗ୍ରାମରେ ୧୭ଟି ବିଭିନ୍ନ ମୁଖ୍ୟ ପବ୍ଲିକ୍‌ ସେକ୍ଟର ଓ ପ୍ରାଇଭେଟ୍‌ ସେକ୍ଟର ବ୍ୟାଙ୍କ ରହିଛି। ମାଧାପୁରରେ ରହୁଥିବା ବହୁ ନନ୍‌ ରେସିଡେଣ୍ଟ ଇଣ୍ଡିଆନ୍‌(ଏନ୍‌ଆର୍‌ଆଇ)ପରିବାର ଏଠାକାର ବ୍ୟାଙ୍କ ଏବଂ ଡାକଘରେ ବହୁ କୋଟି ଟଙ୍କା ଜମା କରି ରଖିଛନ୍ତି। ତେଣୁ ଏଠାରେ ଆହୁରି ଅନେକ ବ୍ୟାଙ୍କ ନିଜର ଶାଖା ଖୋଲିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ମାଧାପୁର ଗ୍ରାମରେ ୨୦ ହଜାର ଘର ରହିଥିବାବେଳେ ସେଥିମଧ୍ୟରୁ ୧୨ ହଜାର ପରିବାର ବିଦେଶରେ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଫ୍ରିକୀୟ ଦେଶରେ ରୁହନ୍ତି। ମଧ୍ୟ ଆଫ୍ରିକାର ନିର୍ମାଣ ବ୍ୟବସାୟରେ ଗୁଜରାଟୀମାନେ ପ୍ରାଧାନ୍ୟ ବିସ୍ତାର କରି ଆସୁଥିବାବେଳେ ସେମାନଙ୍କ ମଧ୍ୟରୁ ଏକ ବଡ଼ ଅଂଶ ମାଧାପୁର ଗ୍ରାମରୁ ରହିଛନ୍ତି। ସେହିପରି ଗ୍ରାମର ଅଧିକାଂଶ ଲୋକ ଆମେରିକା, ବ୍ରିଟେନ୍‌, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଦେଶରେ ବସବାସ କରୁଛନ୍ତି। ମାଧାପୁରର ପୂର୍ବତନ ସରପଞ୍ଚ ପାରୁଲବେନ୍‌ କାରା କହିଛନ୍ତି, ଏଠାକାର ବହୁ ସଂଖ୍ୟାରେ ଗ୍ରାମବାସୀ ବିଦେଶରେ ରହୁଥିଲେ ମଧ୍ୟ ସେମାନେ ମାଧାପୁରରେ ଥିବା ନିଜ ସମ୍ପର୍କୀୟ ଓ ପଡ଼ୋଶୀମାନଙ୍କ ସହ ଲଗାତର ସମ୍ପର୍କରେ ରହିଥାନ୍ତି। ସେହିପରି ସେମାନେ ଗ୍ରାମରେ ଥିବା ବ୍ୟାଙ୍କଗୁଡ଼ିକରେ ଟଙ୍କା ଜମା କରିବାକୁ ପସନ୍ଦ କରିଥାନ୍ତି। ଏହି ଗ୍ରାମରେ ଜଳ, ପରିଷ୍କାର ପରିଚ୍ଛନ୍ନତା, ସଡ଼କ ଆଦି ବିଭନ୍ନ ମୌଳିକ ସୁବିଧା ରହିଛି। ସେହିପରି ଏଠାରେ ଅନେକ ବଡ଼ କୋଠା, ବିଭିନ୍ନ ସରକାରୀ ଏବଂ ବେସରକାରୀ ସ୍କୁଲ, ମନ୍ଦିର, ହ୍ରଦ ଆଦି ରହିଛି ବୋଲି ପାରୁଲ କହିଛନ୍ତି। ଏଠାକାର ଲୋକମାନେ ବ୍ୟାଙ୍କରେ ରଖୁଥିବା ଜମା ରାଶି ଏହି ଗ୍ରାମର ସମୃଦ୍ଧିର କାରଣ ପାଲଟିଛି ବୋଲି ମାଧାପୁରରେ ଥିବା ଏକ ବ୍ୟାଙ୍କ ଶାଖାର ମ୍ୟାନେଜର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri