Home

ଆସିଲା ଭାଜପାର ୫ମ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଓଡ଼ିଶାର କେଉଁ ଆସନରୁ କାହାକୁ ମିଳିଲା ଟିକେଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪।୩: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ଭାଜପା ପ୍ରକାଶ କରିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ମଣ୍ଡିରୁ ନିର୍ବାଚନ ଲଢିବେ। ସୀତା ସୋରେନଙ୍କୁ ଦୁମକାରୁ ଟିକେଟ ଦିଆଯାଇଛି।…

୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ ପୁଣି ମା’ ହୋଇଛନ୍ତି। ସେ ୫୧ ବର୍ଷ ବୟସରେ ଏକ ସୁନ୍ଦର ପୁତ୍ରକୁ ଜନ୍ମ…

କେଜରିଓ୍ବାଲଙ୍କ ଅବକାରୀ ନୀତି ସମୟର ଫୋନ ଗାୟବ, ଇଡି ପଚାରିବାରୁ ମିଳିଲା ଏମିତି ଉତ୍ତର

ନୂଆଦିଲ୍ଲୀ,୨୪।୩: ଦିଲ୍ଲୀର ଅବକାରୀ ନୀତିକୁ ନେଇ ଏକ ବଡ କଥା ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, ନୂଆ ଏକ୍ସାଇଜ ପଲିସି ୨୦୨୧ ପ୍ରସ୍ତୁତ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଯେଉଁ ଫୋନ ବ୍ୟବହାର କରୁଥିଲେ ତାହା ଏବେ ହଜି…

ଭାରତ କେବେ ଚାଇନା ଭଳି ହୋଇ ପାରିବ ନାହିଁ, କାହିଁକି ଏମିତି କହିଲେ ରଘୁରାମ ରାଜନ

ନୂଆଦିଲ୍ଲୀ,୨୪।୩: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି ଯେ ଭାରତ କେବେ ଚାଇନା ଭଳି ହୋଇପାରିବ ନାହିଁ। ଭାରତର ଗଣତନ୍ତ୍ର ଏହାର ଅର୍ଥନୈତିକ ପ୍ରଗତିକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରେ। ରଘୁରାମ ରାଜନ କହିଛନ୍ତି…

ଶିବଶକ୍ତି ପଏଣ୍ଟ: ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ସାଇଟ ନାମକୁ ସବୁଜ ସଙ୍କେତ, ମୋଦି କରିଥିଲେ ଘୋଷଣା

ନୂଆଦିଲ୍ଲୀ,୨୪।୩: ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି। ଚନ୍ଦ୍ରୟାନ -୩ ର ସଫଳ ଅବତରଣ ବିଶ୍ୱର ସମସ୍ତ ଦେଶର ସ୍ପେସ ଏଜେନ୍ସିଗୁଡ଼ିକୁ ଆଶ୍ଚର୍ଯ୍ୟ କରିଥିଲା। ଏହି ସଫଳତା ପରେ, ୨୬ ଅଗଷ୍ଟ ୨୦୨୩ରେ ପ୍ରଧାନମନ୍ତ୍ରୀ…

କେବଳ ବଲିଉଡ୍‌ ନୁହେଁ, ସାଉଥ୍‌ ଫିଲ୍ମରେ ବି ହୋଲିର ଝଲକ

ମୁମ୍ବାଇ: ହୋଲି ହେଉଛି ଏକ ରଙ୍ଗର ପର୍ବ। ଯାହା ସମଗ୍ର ଭାରତରେ ପାଳନ କରାଯାଏ ଏବଂ କେତେକ ସ୍ଥାନରେ ଏହାର ମାହୋଲ ଏକ ମାସ ପୂର୍ବରୁ ମଧ୍ୟ ଦେଖିବାକୁ ମିଳେ। ବର୍ତ୍ତମାନ ସମୟ ସହିତ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ…

ଇସିଙ୍କୁ ପତ୍ର ଲେଖିଲେ ମହୁଆ, କହିଲେ ସିବିଆଇ ହଇରାଣ କରୁଛି

ନୂଆଦିଲ୍ଲୀ,୨୪।୩: ଲାଞ୍ଚ ନେବା ଏବଂ ସଂସଦରେ ପ୍ରଶ୍ନ ପଚରାଯିବା ଅଭିଯୋଗରେ ସଂସଦର ସଦସ୍ୟତାରୁ ବରଖାସ୍ତ ହୋଇଥିବା ତ୍ରୁଣମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରା ନିର୍ବାଚନ ଆୟୋଗଙ୍କ ନିକଟରେ କେନ୍ଦ୍ରୀୟ ଏଜେନ୍ସିକୁ ନେଇ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗର ନାଦିଆ ଜିଲାର କୃଷ୍ଣନଗରରୁ…

ପେଟିଏମରେ ହେବ ଛଟେଇ ନା ଆପ୍ରେଜଲ, କମ୍ପାନୀ କହିଲା ସତ୍ୟତା

ନୂଆଦିଲ୍ଲୀ,୨୪।୩: ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଲାଗୁ ହୋଇଥିବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ନିଷେଧାଦେଶ ମାର୍ଚ୍ଚ ୧୫ରୁ ଲାଗୁ ହୋଇଛି। ଏହି କାରଣରୁ କମ୍ପାନୀର ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଛି। ବର୍ତ୍ତମାନ ଏହି ସଙ୍କଟ ସମୟରେ ପେଟିଏମରେ ଛଟେଇ…

ଦିଗବିଜୟ ସିଂ ଏମିତି ଭାବିବା ଉଚିତ ନୁହେଁ, ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବା ବୟାନକୁ ନେଇ ଟାର୍ଗେଟ କଲେ ପ୍ରଜ୍ଞା

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ରାଜଗଡ଼ରୁ ଲୋକ ସଭା ଟିକେଟ ପାଇବା ପରେ ଏକ ବିବୃତ୍ତି ଦେଇଛନ୍ତି ଯେ ଯଦି ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କିମ୍ବା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ…

କ୍ୱିଭ ଉପରେ ସବୁଠାରୁ ବଡ ବିମାନ ଆକ୍ରମଣ, ପୋଲାଣ୍ଡ ସୀମାରେ ପଡିଲା ମିଶାଇଲ

କ୍ୱିଭ,୨୪।୩: ଗତ ଚାରି ଦିନ ମଧ୍ୟରେ ରୁଷିଆ ୟୁକ୍ରେନ ଉପରେ ତୃତୀୟ ବଡ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଅଧିକାରୀମାନେ କହିଛନ୍ତି ଯେ ରୁଷିଆର ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ ୟୁକ୍ରେନ ରାଜଧାନୀ କ୍ୱିଭ ଏବଂ ପଶ୍ଚିମ ଅଞ୍ଚଳର ଲଭିଭକୁ ରବିବାର…

ନରେନ୍ଦ୍ର ମୋଦି କରୁଛନ୍ତି ଏକଛତ୍ରବାଦୀ ଶାସନ, ବିରୋଧୀଙ୍କୁ ଧ୍ୱଂସ କରିବାକୁ କରାଯାଉଛି ପ୍ରୟାସ: ଗୋପାଳ ରାୟ

ନୂଆଦିଲ୍ଲୀ,୨୪।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଇଡି ଦ୍ୱାରା ଗିରଫ ହେବା ପରଠାରୁ ଏହାକୁ ନେଇ ସାରା ଦେଶରେ ରାଜନୈତିକ ବାତାବରଣର ଉଷ୍ମତା ସହଜରେ ବାରି ହୋଇ ପଡୁଛି। ଏବେ ଏହି ଘଟଣାକୁ ନେଇ ଦିଲ୍ଲୀ ସରକାରୀ ମନ୍ତ୍ରୀ ଗୋପାଳ ରାୟ…

ହୋଲି ରଙ୍ଗରେ ବୁଡିଲା ପାକିସ୍ତାନ, ହିନ୍ଦୁଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ,୨୪।୩: ପାକିସ୍ତାନରେ ମଧ୍ୟ ହୋଲି ଉତ୍ସବ ପାଇଁ ଜୋର ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକମାନେ ହୋଲିର ମଜାରେ ବୁଡି ରହିଛନ୍ତି। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ରବିବାର ହୋଲି ପର୍ବକୁ ନେଇ ହିନ୍ଦୁ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri