Home

ଗୁଣିଆ ସନ୍ଦେହରେ ମାଡ଼ ମାରିବା ସହ ଏକ ପରିବାରକୁ ଗାଁରୁ ବାସନ୍ଦ କଲେ ଗ୍ରାମବାସୀ

ଦିଗପହଣ୍ଡି,୧୪ା୮: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ କମଳାପୁର ଗ୍ରାମର ମୋହନ ଚରଣ ମଲ୍ଲିକଙ୍କୁ ଗୁଣିଆ ସନ୍ଦେହରେ କିଛି ଗ୍ରାମବାସୀ ମାଡ଼ ମାରିବା ସହ ନାନା ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ୩ ଲକ୍ଷ ଟଙ୍କା ଜରିମାନା ଦେବାକୁ…

ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪ା୮: ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ବୁଧବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି, ରାତି ପାହିଲେ ସାରା ଦେଶ ପାଳିବ ୭୮ତମ ସ୍ବାଧୀନତା ଦିବସ। ସେ କହିଛନ୍ତି, ଦେଶ ବିଦେଶରେ ଆମେ ସ୍ବତନ୍ତ୍ରତା…

ବିପଦରେ ପଡ଼ିବ ବନ୍ଧୁତା, ହାସିନାଙ୍କ ବିବୃତ୍ତି ପରେ ଭାରତକୁ ଚେତାବନୀ ଦେଲା ବାଂଲାଦେଶ

ଢାକା/ନୂଆଦିଲ୍ଲୀ,୧୪ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ଏକ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ନିକଟରେ ଦେଇଥିବା ବିବୃତ୍ତିକୁ ଦର୍ଶାଇ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତୀୟ ଉଚ୍ଚ କମିଶନରଙ୍କୁ ଏକ…

ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ମୋରଡ଼ା ବିଡିଓ

ମୋରଡ଼ା,୧୪ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ପ୍ରଶାସନ ତରଫରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ମୋରଡ଼ା ବିଡିଓ ଅଣାକର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା…

ଭାଜପାର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ଗୋପାଳପୁର,୧୪ା୮(ନବୀନ ରାଜ ଆଚାରୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଭାଜପା ଯୁବ ମୋର୍ଚ୍ଚା ଗଞ୍ଜାମ ଜିଲା ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଗୋପାଳପୁର ନିର୍ବାଚନମଣ୍ଡଳୀରେ ବୁଧବାର ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲା ଯୁବ ମୋର୍ଚ୍ଚା ସଭାପତି ଶିବଶଙ୍କର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ…

ପାଣ୍ଡିଆନଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର,୧୪ା୮: ବିଜେଡିର ପୂର୍ବତନ ନେତା ତଥା ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଆଇନଜୀବୀ ସୁଧୀର କୁମାର ମହାନ୍ତିଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଏହି ଏତଲା ଦାୟର କରାଯାଇଛି। ତାଙ୍କ ନାଁରେ ବିଭିନ୍ନ ଅଭିଯୋଗ ହୋଇଛି।…

ନୂଆ ଦେଶ ଗଠନ କରିବାକୁ ଚାହୁଁଛି ବାଂଲାଦେଶ, ଭାରତର ଏହି ସବୁ ରାଜ୍ୟକୁ ନେବା ପାଇଁ ଚଳାଇଛି ମସୁଧା

ଢାକା/ନୂଆଦିଲ୍ଲୀ,୧୪ା୮: ବାଂଲାଦେଶରେ ଶେଖ୍‌ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦୁଇଟି ମୌଳବାଦୀ ସଂଗଠନ ଅତ୍ୟନ୍ତ ଖୁସି। ସେଥିମଧ୍ୟରୁ ଗୋଟିଏ ହେଉଛି ଜମାତ-ଇ-ଇସ୍‌ଲାମି ଏବଂ ଅନ୍ୟଟି ହେଉଛି ହିଫାଜତ୍‌-ଇ-ଇସ୍‌ଲାମ ବାଂଲାଦେଶ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟ ସଂଗଠନ ଏକ ନୂତନ…

କ’ଣ ଏହି ‘ବାଂଲାଦେଶୀ ପ୍ଲାନ୍‌’, ଯାହାକୁ ନେଇ ବଢୁଛି ଭାରତର ଟେନ୍‌ସନ୍‌

ଢାକା,୧୪ା୮: ବାଂଲାଦେଶରେ ଶେଖ୍‌ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦୁଇଟି ମୌଳବାଦୀ ସଂଗଠନ ଅତ୍ୟନ୍ତ ଖୁସି। ସେଥିମଧ୍ୟରୁ ଗୋଟିଏ ହେଉଛି ଜମାତ-ଇ-ଇସ୍‌ଲାମି ଏବଂ ଅନ୍ୟଟି ହେଉଛି ହିଫାଜତ୍‌-ଇ-ଇସ୍‌ଲାମ ବାଂଲାଦେଶ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦିନ ଉଭୟ ସଂଗଠନ…

ପୁଅକୁ ଧରି ନଈକୁ ଡେଇଁଲେ ମା’: ପୁଅ ମୃତ, ମହିଳାଙ୍କ ପତ୍ତା ମିଳୁନି

ନିଶ୍ଚିନ୍ତକୋଇଲି,୧୪ା୮(ଅଶୋକ କୁମାର ମହାପାତ୍ର): କଟକ ଜିଲା ନେମାଳ ଥାନା ଅଧୀନ ଚିତ୍ରୋତ୍ପଳା ବ୍ରିଜ୍‌ ଉପରୁ ପୁଅକୁ ଧରି ନଈକୁ ଡେଇଁପଡ଼ିଲେ ମା’। ତେବେ ନାବାଳକଙ୍କ ପୁଅଙ୍କ ଜୀବନ ଚାଲି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମା’ଙ୍କ ପତ୍ତା ମିଳିନାହିଁ। କଟକ ଜିଲା…

ଏହି ଯୁବତୀଙ୍କ ପ୍ରେମରେ ‘କ୍ଲିନ୍‌ ବୋଲ୍ଡ’ ହାର୍ଦ୍ଦିକ ପାଣ୍ଡ୍ୟା!

ନୂଆଦିଲ୍ଲୀ,୧୪।୮: ଭାରତୀୟ ପେସର୍‌ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରାୟ ଏକ ମାସ ପୂର୍ବରୁ ସେ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ଠାରୁ ଅଲଗା ହୋଇଥିଲେ। ଏବେ ହାର୍ଦ୍ଦିକ ଜଣେ ବ୍ରିଟିଶ୍‌ ସିଙ୍ଗରଙ୍କ ପ୍ରେମରେ ଉବୁଟୁବୁ ହେଉଥିବା…

ଆତଙ୍କବାଦୀ ଗୁଳିରେ ସେନା କ୍ୟାପ୍‌ଟେନ୍‌ ଶହୀଦ୍‌

ଶ୍ରୀନଗର,୧୪।୮: ଜମ୍ମୁ କଶ୍ମୀରର ଡୋଡା ଜିଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାରେ ଜଣେ ଭାରତୀୟ ସେନା କ୍ୟାପ୍‌ଟେନ୍‌ ଶହୀଦ୍‌ ହୋଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଡୋଡାରେ ଅପରେଶନ ଅସର ଚାଲିଛି, ଯେଉଁଥିରେ ୪୮ ରାଷ୍ଟ୍ରିୟ ରାଇଫଲ୍ସର କ୍ୟାପଟେନ ଆତଙ୍କବାଦୀଙ୍କ ସହ ଲଢୁଥିଲେ।…

ଟ୍ରେନିଂ ଦେବେ ନବୀନ ହେଲେ ଯୋଗ ଦେବନି ବିଜେଡି!

ଭୁବନେଶ୍ୱର,୧୪।୮: ଟ୍ରେନିଂ ନେବେ ବିଧାନସଭାର ନବ ନିର୍ବାଚିତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?