Home

ନିର୍ବାଚନ ହାରିବା ପରେ ବି ଆମେରିକାବାସୀଙ୍କଠାରୁ କାହିଁକି ଚାନ୍ଦା ମାଗୁଛନ୍ତି କମଲା ହାରିସ୍‌? ଜାଣିଲେ…

ନ୍ୟୁୟର୍କ,୧୭।୧୧: ଆମେରିକାର ନିର୍ବାଚନରେ କମଲା ହାରିସ୍‌ ପରାଜିତ ହୋଇଛନ୍ତି। ହେଲେ ତାଙ୍କ ଟିମ୍‌ ପକ୍ଷରୁ ଚାନ୍ଦା ସଂଗ୍ରହ କରାଯାଉଛି। କମଲାଙ୍କ ଟିମ୍‌ ଦ୍ୱାରା ପଠାଯାଇଥିବା ଇମେଲରେ କୁହାଯାଇଛି, ‘ଯେପର୍ଯ୍ୟନ୍ତ ଆମେ ଲଢ଼େଇ ଜାରି ରଖିବୁ, ଆମେରିକାର ପ୍ରତିଶ୍ରୁତିର ଆଲୋକ ଉଜ୍ୱଳ ହେବ।…

ଭାଜପାରେ ମିଶିବେ କି କୈଳାସ ଗେହଲଟ୍‌, ବୀରେନ୍ଦ୍ର କହିଲେ ଏମିତି କିଛି…

ନୂଆଦିଲ୍ଲୀ,୧୭ା୧୧: ଦିଲ୍ଲୀ ସରକାରରେ ପରିବହନ ମନ୍ତ୍ରୀ ତଥା ବିଧାୟକ କୈଳାସ ଗେହଲଟ୍‌ ରବିବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ତାଙ୍କ ଇସ୍ତଫା ଆମ୍‌ ଆଦ୍‌ମୀ ପାର୍ଟି ପାଇଁ ଏକ ବଡ଼ ଝଟ୍‌କା। ଦୁଇ ମାସ ପରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ…

୪ ସଭା ରଦ୍ଦ କରି ନାଗପୁର ନ ଯାଇ ଦିଲ୍ଲୀ ପହଞ୍ଚିଲେ ଶାହା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ପାଇଁ ରବିବାର(୧୭ ନଭେମ୍ବର ୨୦୨୪) ହେବାକୁ ଥିବା ସାଧାରଣ ସଭା ତଥା ବୈଠକକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବାତିଲ କରିଛନ୍ତି। ସେ ସମସ୍ତ ସଭାକୁ ବାତିଲ କରି ନାଗପୁର ଛାଡିଥିଲେ। ଗାଡଚିରୋଲି, ୱାର୍ଡ଼…

ପିଲାଙ୍କୁ ନ ବାଣ୍ଟି ଡମ୍ପିଂୟାର୍ଡରେ କିଏ ଫିଙ୍ଗିଲା ସ୍କୁଲ ଡ୍ରେସ୍‌ ଆଉ ଜୋତା? ତଦନ୍ତ ଦାବି କରି…

କୋରାପୁଟ,୧୭ା୧୧: ରାଜ୍ୟ ସରକାର ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥାଠାରୁ ଆରମ୍ଭ କରି ୟୁନିଫର୍ମ, ବ୍ୟାଗ୍‌ ଜୋତା ବି ଯୋଗାଇ ଦେଉଛନ୍ତି। ମାତ୍ର ଏହି ଡ୍ରେସ୍‌ ଓ ଜୋତା ପିଲାଙ୍କୁ…

ଏଏପିକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀ କୈଳାଶ ଗେହଲୋଟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଅଟଳ ସରକାରରେ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। କେବଳ ଏତିକି ନୁହେଁ ସେ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ଛାଡିଛନ୍ତି। ପୂର୍ବତନ…

‘ହାଲୋ, ମୁଁ ଲଶ୍କରର CEO କହୁଛି’…ଆର୍‌ବିଆଇକୁ ଆସିଲା ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଆସିଛି ଧମକପୂର୍ଣ୍ଣ କଲ୍‌। ବ୍ୟାଙ୍କର ଗ୍ରାହକ ସେବା(କଷ୍ଟମର କେୟାର) ନମ୍ବରକୁ ଜଣେ ଫୋନ୍‌ କରି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ସିଇଓ ବୋଲି ପରିଚୟ ଦେଇଥିଲେ। ଶନିବାର ସକାଳ ୧୦ଟାରେ ଏହି ଫୋନ୍‌ ଆସିଥିବା ଜଣାପଡ଼ିଛି।…

‘ବନ୍ଦେ ମାତରମ’, ଜୟଘୋଷ ସହ ମୋଦିଙ୍କୁ ଭବ୍ୟ ସ୍ବାଗତ କଲେ ପ୍ରବାସୀ ଭାରତୀୟ

ଅବୁଜା,୧୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରବିବାର ସକାଳେ ନାଇଜେରିଆରେ ପହଞ୍ଚିଥିଲେ। ଆବୁଜା ବିମାନବନ୍ଦରରେ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁ ତାଙ୍କୁ ସ୍ବାଗତ କରିଥିଲେ। ସେଠାରେ ଥିବା କେନ୍ଦ୍ରୀୟ ରାଜଧାନୀ ଅଞ୍ଚଳର ମନ୍ତ୍ରୀ…

ସଂକ୍ରାନ୍ତି ପାଇଁ ଫିକା ପଡ଼ିଥିଲା ଛାଡ଼ଖାଇ, ଆଜି ଆମିଷ ବଜାରରେ ନିଆଁ, ଦାମ୍‌ ରହିଛି…

ଭୁବନେଶ୍ୱର,୧୭ା୧୧: ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବା ବେଳେ ଶନିବାର ପଡ଼ିଥିଲା ଛାଡ଼ଖାଇ। ମାତ୍ର ଏହି ଦିନ ସଂକ୍ରାନ୍ତି ପଡ଼ିଥିବାରୁ ଛାଡ଼ଖାଇ ଫିକା ପଡ଼ିଯାଇଥିଲା। ଯେଉଁଥିପାଇଁ ଲୋକେ ରବିବାର ଛାଡ଼ଖାଇ ପାଳନ କରୁଛନ୍ତି। ଏନେଇ ଆମିଷ ବଜାରରେ ନିଆଁ ଲାଗିଛି। ଅର୍ଥାତ୍‌ ଦର…

ଏକ କଠିନ ପ୍ରଶ୍ନର ଉତ୍ତର ଦେଇ ଡେନମାର୍କର ଭିକ୍ଟୋରିଆ କଜେର ହେଲେ ମିସ୍‌ ୟୁନିଭର୍ସ ୨୦୨୪ର ଓ୍ବିନର

ମେକ୍ସିକୋ ସିଟି,୧୭।୧୧: ମିସ ୟୁନିଭର୍ସ ୨୦୨୪ ଘୋଷଣା ହୋଇଛି ଏବଂ ଚଳିତ ବର୍ଷର ମିସ ୟୁନିଭର୍ସର ବିଜେତା ହେଉଛି ମିସ ଡେନମାର୍କ, ଯାହାଙ୍କ ନାମ ଭିକ୍ଟୋରିଆ କଜେର୍‌ ଥିଲଭିଗ (Victoria Kjr Theilvig)। ପ୍ରଥମ ରନର୍‌ ଅପ ନାଇଜେରିଆର ଚିଡିମ୍ମା ଆଡେଟସିନା,…

ମଣିପୁର ନା ଗୋଟିଏ ଥିଲା, ନା ଏହା ସୁରକ୍ଷିତ ଥିଲା, ହିଂସାକୁ ନଇ ମୋଦିଙ୍କୁ ଟାର୍ଗେଟ କଲେ ଖାର୍ଗେ

ନୂଆଦିଲ୍ଲୀ,୧୭।୧୧: ମଣିପୁରରେ ନିଖୋଜ ଥିବା ୬ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ରାଜ୍ୟରେ ପୁଣି ଥରେ ହିଂସା ଦେଖାଦେଇଛି। ଏହା ପରେ ଶନିବାର ବିକ୍ଷୋଭକାରୀମାନେ ତିନିଜଣ ମନ୍ତ୍ରୀ ଏବଂ ୬ଜଣ ବିଧାୟକଙ୍କ ବାସଭବନ ଉପରେ ଆକ୍ରମଣ କରିଥିଲେ,…

ପହିଲି ଶୀତରେ ପହିଲି ପର୍ଯ୍ୟଟକ: ଭୋଜି ପାଇଁ ଲଗାଇଲେ ଭିଡ଼, ବୁଲିଲେ କଫି ବଗିଚା

ଦାରିଙ୍ଗବାଡ଼ି,୧୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଯେମିତି ତାପମାତ୍ରା କମିବାରେ ଲାଗିଛି ସେହିଭଳି ଶୀତ ମଧ୍ୟ ଧୀରେ ଧୀରେ ସ୍ପର୍ଶ କରିବାରେ ଲାଗିଛି। ଏହାର ମଜା ଉଠାଇବା ପାଇଁ ରବିବାର ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଡୁଲୁରୀ ପାଇନବଣ ସମେତ ଦାରିଙ୍ଗବାଡ଼ିର ମିଡିୟୁବାନ୍ଦା…

ବ୍ୟବହାର ପୂର୍ବରୁ ଭାଙ୍ଗିରୁଜି ଗଲାଣି ସର୍ବସାଧାରଣ ଶୌଚାଳୟ, ନିମ୍ନମାନର କାର୍ଯ୍ୟ ନେଇ…

ଗଞ୍ଜାମ,୧୭ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସାନବଜାର ଓ ତ୍ରିବେଣୀ ମଠ ଛକଠାରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଯୋଜନାରେ ସର୍ବସାଧାରଣ ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ଏଥିପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ବ୍ୟୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri