ଆର୍. ଜି. କର ପୀଡ଼ିତାଙ୍କ ନାଁ, ଫଟୋ ହଟାଇବାକୁ ଓ୍ବିକିପିଡିଆକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୮ା୯(ପି.ଟି.):କୋଲକାତାସ୍ଥିତ ଆର୍.ଜି. କର ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ନାମ ଏବଂ ଫଟୋ ତୁରନ୍ତ ହଟାଇବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଓ୍ବିକିପିଡିଆକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ମଧ୍ୟ ଉକ୍ତ ଅନ୍ଲାଇନ ଏନ୍ସାଇକ୍ଲୋପିଡିଆରେ ପୀଡ଼ିତା ଡାକ୍ତରଙ୍କ ନାଁ…
ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା! ବୁଦା ମୂଳରୁ ମିଳିଲା ମୃତଦେହ
ନବରଙ୍ଗପୁର,୧୮।୯(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ମୋବାଇଲ ଟାୱାର ପାଖରେ ଥିବା ବୁଦା ମୂଳରୁ ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ସେ ଚତୁର୍ଥ…
ବଦଳିଲେ ଭରତପୁର ଥାନା ଅଧିକାରୀ
ଭୁବନେଶ୍ୱର,୧୮ା୯(ସତ୍ୟଜିତ୍ ରାଉତ):ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସର କାର୍ଯ୍ୟକୁ ନେଇ ବିଭିନ୍ନ ମହଲ୍ରୁ ନିନ୍ଦା କରାଯାଉଛି। ଏହି…
ଆଜି ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ
ଶ୍ରୀନଗର/ଜମ୍ମୁ,୧୮ା୯(ପି.ଟି.):ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବୁଧବାର ପ୍ରଥମ ପର୍ଯ୍ୟାୟରେ ୭ ଜିଲାର ୨୪ ଆସନରେ ଭୋଟଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ୨୧୯ ପ୍ରାର୍ଥୀଙ୍କ…
ରାଜପଥ କଡ଼ରେ ପକୁଡ଼ି ବିକିଲେ ଯୁବକଂଗ୍ରେସ କର୍ମକର୍ତ୍ତା
ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ରରେ ପ୍ରଥମ ଥର ଭାଜପା ସରକାର ଆସିବା ପୂର୍ବରୁ ଦେଶରେ ୨ କୋଟି ବେକାର ଯୁବତୀଯୁବକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା ଅଦ୍ୟାବଧି ପୂରଣ ହୋଇପାରିଲା ନାହିଁ। ଏହା ପ୍ରହସନ ପାଲଟିଛି। ଏହାର ପ୍ରତିବାଦରେ ମଙ୍ଗଳବାର ରାୟଗଡ଼ା…
ଲେଖିଲେ ୫୦ ହଜାର, ଦେଲେ ୫ ହଜାର
ଭୁବନେଶ୍ୱର,୧୮।୯(ଅନିଲ ଦାସ):କେନ୍ଦ୍ର ଗତ ୧୦ ବର୍ଷରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ନୁହେଁ, ଅବହେଳା କରିଥିବା ବିଜେଡି ଅଭିଯୋଗ କରିଛି। ଶଙ୍ଖଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ…
ଏନ୍ଏସି ଅଧ୍ୟକ୍ଷା ଅନାସ୍ଥା ନିର୍ବାଚନ ବାତିଲ: ପୁଣି ଏହି ଦିନ ହେବ ନିର୍ବାଚନ
ନୟାଗଡ଼/ଖଣ୍ଡପଡ଼ା,୧୮ା୯(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା):ନୟାଗଡ଼ ଜିଲା ଖଣ୍ଡପଡ଼ା ଏନ୍ଏସି ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ମଙ୍ଗଳବାର ବାତିଲ୍ ହୋଇଯାଇଛି। ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ରୋଜିନା ଦାସ ଅନୁପସ୍ଥିତ ରହିବାରୁ ନିର୍ବାଚନ ବନ୍ଦ ରହିଛି। ଭୋଟ…
ବିଶ୍ବଭୂଷଣଙ୍କୁ ହସ୍ପିଟାଲରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮।୯(ଅନିଲ ଦାସ):ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ଭାଜପା ନେତା ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥତାବଶତଃ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ତାଙ୍କୁ ହସ୍ପିଟାଲରେ ସାକ୍ଷାତ କରି ଆଶୁ…
ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ରୋଷେୟା
ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡୁବାଲି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା ରୋଷେୟା। ଏ ନେଇ ମହିଳା ଜଣକ ଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି।…
ଲୋକଙ୍କ ଖାଦ୍ୟ ପାଇଁ ମରାଯିବ ୨୦୦ ହାତୀ
ହରାରେ, ୧୮।୯:ଏଲ୍ନିନୋ ପ୍ରଭାବରେ ଜିମ୍ବାଓ୍ବେ ଓ ଅନ୍ୟ ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକରେ ୪ ଦଶନ୍ଧି ମଧ୍ୟରେ ସବୁଠୁ ଉତ୍କଟ ମରୁଡ଼ି ସ୍ଥିତି ଦେଖାଦେଇଛି। ଏହାର ପ୍ରଭାବରେ ବହୁ ଫସଲ ନଷ୍ଟ ହେବା ସହ ୬.୮ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଜିମ୍ବାଓ୍ବେରେ…
ଆଜି ଖୋଲିପାରେ ରତ୍ନଭଣ୍ଡାରର ଗୁପ୍ତ ସୁଡ଼ଙ୍ଗ, କୋଠରି ରହସ୍ୟ
ପୁରୀ,୧୮ା୯(ଅଜିତ୍ କୁମାର ମହାନ୍ତି):ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ବୁଧବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏଏସ୍ଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ ହେବ। ଏଥିଲାଗି…
ଓଡ଼ିଶାର ଜମି, ଜଙ୍ଗଲ, ବାଲି, ପାଣି ଉପରେ ଆନ୍ଧ୍ରର ନଜର
କାଶୀନଗର,୧୮ା୯(ଟି. କ୍ରିଷ୍ଣା ରାଓ):କାଶୀନଗର ଦେଇ ପ୍ରବାହିତ ବଂଶଧାରା, ଗୋଦାବରୀ ଓ ମହାନଦୀ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନଦୀ ଓଡ଼ିଶାର ରାୟଗଡ଼ା ଜିଲା ଅନ୍ତର୍ଗତ କଲ୍ୟାଣସିଂହପୁର ଓ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସୀମା ବାଉଁଶବଣରୁ ବାହାରି ଆନ୍ଧ୍ରର କଳିଙ୍ଗପାଟଣାଠାରେ ବଙ୍ଗୋପସାଗରରେ ମିଶିଛି।…
Archives


