ସହାନୁଭୂତି ହ୍ରାସ

୨୦୨୧ରେ ତାଲିବାନ୍‌ ଦ୍ୱିତୀୟ ଥର ଆଫଗାନିସ୍ତାନରେ କ୍ଷମତା ଦଖଲକରିବା ପରେ ମହିଳାଙ୍କ ଅଧିକାର ଛଡ଼ାଇନେବା ସହ ଏବେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ କରିଦେଇଛି। ଏହି ନିଷ୍ପତ୍ତିର କାରଣ ସମ୍ପର୍କରେ ତାଲିବାନ୍‌ କିଛି ଦର୍ଶାଇ ନ ଥିବା ଜାତିସଂଘ ତରଫରୁ ସେପ୍ଟେମ୍ବର ୧୬ରେ କୁହାଯାଇଛି। ଘରକୁ ଘର ଯାଇ ଟିକା ଦେବା ବଦଳରେ ମସ୍‌ଜିଦ୍‌ରେ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ଆଲୋଚନା ହୋଇଥିଲାବେଳେ ଏହାକୁ ବନ୍ଦ କରାଯାଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସୂତ୍ରରୁ ପ୍ରକାଶ । ଏହା ସେହି ଦେଶର ଭବିଷ୍ୟତ ପିଢ଼ି ପାଇଁ ନିଶ୍ଚିତ ଭାବେ କ୍ଷତିକାରକ ହେବ। ଏହା ପଛରେ କଠୋର ଇସ୍‌ଲାମୀୟ ଚିନ୍ତାଧାରା ଥାଇପାରେ ବୋଲି କୁହାଯାଉଛି। ଉଲ୍ଲେଖନୀୟ ଯେ, ଏକ ପୋଲଓମୁକ୍ତ ବିଶ୍ୱ ପାଇଁ ୧୯୮୮ରୁ ସମାବେଶୀ ପ୍ରୟାସ ଜାରି ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ୟୁନିସେଫ୍‌, ଆମେରିକାର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ଶନ(ସିଡିଇ) ଏବଂ ରୋଟାରି ଇଣ୍ଟରନ୍ୟାଶନାଲ ଭଳି ସଂସ୍ଥାଗୁଡ଼ିକର ସହଯୋଗରେ ବୈଶ୍ୱିକ ପୋଲିଓ ନିରାକରଣ ଅଭିଯାନ ଏଯାବତ୍‌ ସକ୍ରିୟ ଅଛି। କୋଭିଡ୍‌-୧୯ ମହାମାରୀ ସମୟରେ ସାରା ପୃଥିବୀର ଶିଶୁମାନେ ଏହି ଟିକାରୁ ବଞ୍ଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ପଦକ୍ଷେପକୁ ତ୍ୱରାନ୍ବିତ କରାଯାଇଛି। ୧୨୫ଟିରୁ ଅଧିକ ସଂକ୍ରମଣପ୍ରବଣ ଦେଶରୁ ଏହାକୁ ଦୂରକରାଯାଇଥିବାବେଳେ ୨୦୧୪ରୁ ଭାରତକୁ ଏହି ସଂକ୍ରମଣରୁ ମୁକ୍ତ ବୋଲି ସରକାର ଦାବି କରିଥିଲେ। ଏବେ ସୁଦ୍ଧା ଆଫଗାନିସ୍ତାନ, ପାକିସ୍ତାନରେ ଓ୍ବାଇଲ୍ଡ ପୋଲିଓ ଭାଇରସ୍‌ର ଉପସ୍ଥିତି ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ୱାରା କରାଯାଇଥିବା ସର୍ଭେର ତଥ୍ୟ ଅନୁଯାୟୀ ୨୦୨୩ରେ ଆଫଗାନିସ୍ତାନରେ ପୋଲିଓ ରୋଗୀ ସଂଖ୍ୟା ୬ ଥିବାବେଳେ ଏହା ୨୦୨୪ ଜୁନ୍‌ ସୁଦ୍ଧା ୧୮ରେ ପହଞ୍ଚିଛି। ପାକିସ୍ତାନରେ ଏହି ସଂଖ୍ୟା ୧୪ରେ ସୀମିତ । ପାକିସ୍ତାନରେ ବିଭିନ୍ନ ସମୟରେ ହିଂସାମତ୍କ ଘଟଣା ଟିକାକରଣରେ ବାଧା ସୃଷ୍ଟି କରୁଥିବା ସମୟରେ ଆଫଗାନିସ୍ତାନରେ ତାଲିବାନୀ କଟକଣା ବୈଶ୍ୱିକ ପୋଲିଓ ନିରାକରଣ ଅଭିଯାନ ପ୍ରତି ଆହ୍ବାନ ସୃଷ୍ଟି କରିଛି। ପୋଲିଓ ଟିକାକରଣ ବନ୍ଦ ହେଲେ ଆଫଗାନିସ୍ତାନରେ ଏହି ସଂକ୍ରମଣ ବଢ଼ିବାର ସମ୍ଭାବନା ଅଛି । ଏହା ନିଶ୍ଚିତ ଯେ, ଆଫଗାନିସ୍ତାନରେ ପୋଲିଓ ସଂକ୍ରମଣ ବଢ଼ିଲେ ତାହା କେବଳ ସେହି ଦେଶର ସୀମା ଭିତରେ ସୀମିତ ରହିବ ବୋଲି କହିହେବ ନାହିଁ, ବରଂ ଏହା ପୁନର୍ବାର ସାରା ପୃଥିବୀ ପ୍ରତି ବିପଦ ସୃଷ୍ଟିକରିବ। ଡବ୍ଲ୍ୟୁଏଚ୍‌ଓ ସତର୍କ କରିଦେଇଛିି ଯେ, କୌଣସି ଦେଶରେ ଗୋଟିଏ ପୋଲିଓ ସଂକ୍ରମିତ ଶିଶୁ ରହିଲେ ପୋଲିଓ ନିରାକରଣ ଅଭିଯାନ ସମ୍ପୂର୍ଣ୍ଣ ସଫଳ ହେବ ନାହିଁ ଏବଂ ପୁନର୍ବାର ବୈଶ୍ୱିକ ସଂକ୍ରମଣ ପ୍ରକାଶ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏ ଦୃଷ୍ଟିରୁ ବିଚାରକଲେ ତାଲିବାନ୍‌ର ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ କରିବା ନିଷ୍ପତ୍ତି ନିଜର କ୍ଷତି କରିବା ସହ ସମଗ୍ର ପୃଥିବୀ ପାଇଁ ହାନିକାରକ।

ଉଲ୍ଲେଖନୀୟ ଯେ, ଆଫଗାନିସ୍ତାନରେ ତାଲିବାନ୍‌ ଶାସନର ଦ୍ୱିତୀୟ ପାଳିର ଆରମ୍ଭରୁ ମହିଳାଙ୍କ ଶିକ୍ଷା, ବୃତ୍ତିଗତ ଅଧିକାରକୁ କ୍ଷୁଣ୍ଣ କରାଯାଇଛି। ଏହାସହ ଚଳିତ ବର୍ଷ ଅଗଷ୍ଟ ମାସରେ ‘ଭାଇସ୍‌ ଆଣ୍ଡ୍‌ ଭର୍ଚ୍ୟୁ’ ନାମରେ ଏକ କଠୋର ଆଇନ ଆଣି ମହିଳାଙ୍କ ବାକ୍‌ ସ୍ବାଧୀନତା ଉପରେ କଟକଣା ଲଗାଇଛି। ଏସବୁ କଟକଣା ଦେଶର ବିକାଶରେ ବାଧା ଆଣିଥିବାବେଳେ ଏବେ ତାଲିବାନ୍‌ ପୋଲିଓ ଟିକାକରଣ ବନ୍ଦକରି ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟିକରିବାକୁ ଚେଷ୍ଟା କରିଛି। ୧୯୯୬ରେ ତାଲିବାନ୍‌ ପ୍ରଥମ ଥର କ୍ଷମତାକୁ ଆସିବା ପରେ ଇସ୍‌ଲାମୀୟ ଚିନ୍ତାଧାରାରେ ଯେତିକି କଠୋର ନ ଥିଲା ଏବେ ତାହା ଅନେକ ଗୁଣ ବଢ଼ିଯାଇଛି। ଏହିଭଳି ଚିନ୍ତାଧାରାକୁ ବିଧିବଦ୍ଧ ଭାବେ କୌଣସି ଦେଶର ଶାସକମାନେ କାର୍ଯ୍ୟକାରୀ କରାଇଲେ ତାହା ସମଗ୍ର ପୃଥିବୀ ପ୍ରତି ବିପଦ ଟାଣି ଆଣୁଛି। ଇସ୍‌ଲାମୀୟ ଧର୍ମଗ୍ରନ୍ଥରେ ସମ୍ଭବତଃ କୌଣସି ସ୍ଥାନରେ ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବାର କେବେହେଲେ ଉଲ୍ଲେଖ ଥିବ ବୋଲି ବିଶ୍ୱାସ କରିହେଉନାହିଁ। ଆଜି ପୃଥିବୀବ୍ୟାପୀ ସବୁ ଜାଗାରେ ଇସ୍‌ଲାମୀୟ ଚିନ୍ତାଧାରାକୁ ବିରୋଧ ଏବଂ ଭୟ ସୃଷ୍ଟିହେବା ପଛରେ ଏହିଭଳି ଘୋଷଣା ଓ କାର୍ଯ୍ୟକଳାପ ମୁଖ୍ୟତଃ ଦାୟୀ।
କେବଳ ଇସ୍‌ଲାମୀୟ ଦେଶ ଆଫଗାନିସ୍ତାନରେ ବୋଲି ନୁହେଁ, ଅଶାନ୍ତ ମଧ୍ୟପ୍ରାଚ୍ୟରୁ ଅନେକ ଲକ୍ଷ ଶରଣାର୍ଥୀ ଜୀବନ ବଞ୍ଚାଇବା ପାଇଁ ୟୁରୋପରେ ପ୍ରବେଶ କରୁଛନ୍ତି। ଥରେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଥଇଥାନ ହୋଇଗଲା ପରେ ସେମାନେ ନିଜର ପୁରାତନ ଚିନ୍ତାଧାରାକୁ ନୂତନ ଦେଶରେ କାର୍ଯ୍ୟକାରୀ କରାଇବା ପାଇଁ ଲାଗିପଡ଼ୁଛନ୍ତି। ଏହି ଶରଣାର୍ଥୀମାନେ ପରବର୍ତ୍ତୀ ସମୟରେ ଆକ୍ରମଣାମତ୍କ ଚରିତ୍ର ଦର୍ଶାଇବା ଫଳରେ ଏବେ ସେମାନଙ୍କ ପାଇଁ ସହାନୁଭୂତି ହ୍ରାସ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?