ମେଜରଙ୍କୁ ଦୁର୍ବ୍ୟବହାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି, କହିଲେ କାହାରିକୁ ବି…
ଭୁବନେଶ୍ୱର,୧୯ା୯: ରାସ୍ତାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାର ତଦନ୍ତ ହେବ ବୋଲି ଗୁରୁବାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଓ୍ବାଇବି ଖୁରାନିଆ। ଏଥିସହ ମୂଳ ଘଟଣାର ତଦନ୍ତ ହେବ ବୋଲି ମଧ୍ୟ ଡିଜିପି କହିଛନ୍ତି। ମେଜରଙ୍କ ଏତଲା…
ଚାଞ୍ଚଲ୍ୟକର ଖୁଲାସା କଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: ୩୭୦କୁ ନେଇ ପାକିସ୍ତାନ ସହ ଅଛି ନ୍ୟାଶନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ
ଇସଲାମାବାଦ୍,୧୯।୯: ଜମ୍ମୁ କଶ୍ମୀରରେ ଚାଲିଥିବା ବିଧାନସଭା ନିର୍ବାଚନ ଉପରେ ପାକିସ୍ତାନ ନଜର ରଖିଛି। ଧାରା ୩୭୦ ଏବଂ ୩୫ଏ ପୁଣି ଥରେ କଶ୍ମୀରରେ ପୁନଃକାର୍ଯ୍ୟକାରୀ ହେବ ବୋଲି ପାକିସ୍ତାନ ଆଶା କରୁଛି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କଶ୍ମୀରକୁ ନେଇ…
ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, ଜଣେ ଗାୟକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ
ଭବାନୀପାଟଣା,୧୯ା୯(ଉତ୍ତମ କୁମାର ଦାଶ): ଭବାନୀପାଟଣାର ସୁପରିଚିତ ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ବଲାଙ୍ଗୀରରେ ଏକ ସମ୍ବଲପୁରୀ ଆଲବମ୍ ଶୁଟିଂ କରିବାକୁ ଯାଇ ସେଠାରେ ଅସୁସ୍ଥତା ଅନୁଭବ କରିଥିଲେ।…
ଭାରତ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ କାନାଡା ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/ଓଟଓ୍ବା,୧୯।୯: ଭାରତ ଏବଂ କାନାଡା ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢୁଥିବା ଜଣାପଡିଛି। କାନାଡିଆନ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ (ସିଏସ୍ଆଇଏସ୍) କହିଛି, ଚାଇନା ଏବଂ ଭାରତ ବେଆଇନ ପାଣ୍ଠି ଏବଂ ଖରାପ ପ୍ରଚାର ଅଭିଯାନ ସେମାନଙ୍କ ଦେଶର ପ୍ରବାସୀ ସମ୍ପ୍ରଦାୟକୁ ପ୍ରଭାବିତ…
୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି
ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ ପଡିବ। ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ସର୍ବାଧିକ ଶତକ ସ୍କୋର କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ…
ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ
ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍.ଅରାଲୁ ପାତ୍ର (୬୪) ନାମକ ଜଣେ ବୃଦ୍ଧା ବୁଧବାର ସନ୍ଧ୍ୟା ୫ଟାରେ ହାଇସ୍କୁଲ ନିକଟ ରାସ୍ତାକଡ଼ରେ ଥିବା ଘୋଡ଼ାହାଡ଼…
ତିରୁମାଲାଙ୍କ ପ୍ରସାଦରେ ପଶୁ ଚର୍ବି, ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଭିଯୋଗ ପରେ ତୀବ୍ର ଉତ୍ତେଜନା
ହାଇଦ୍ରାବାଦ,୧୯ା୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପୂର୍ବ ସରକାର ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ପରେ ରାଜ୍ୟର ରାଜନୀତି ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଛନ୍ତି ଯେ, ଜଗନମୋହନ ରେଡ୍ଡୀଙ୍କ କାର୍ଯ୍ୟକାଳ…
ଟସ୍ ଜିତିଲା ବାଂଲାଦେଶ: ଭାରତକୁ ପ୍ରାରମ୍ଭିକ ଝଟ୍କା
ଚେନ୍ନାଇ,୧୯।୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଗୁରୁବାରଠାରୁ ଚେନ୍ନାଇର ଚେପକ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଆସନ୍ତା…
ଖାର୍ଗେଙ୍କୁ ଖୋଲା ଚିଠି ଲେଖିଲେ ଜେପି ନଡା
ନୂଆଦିଲ୍ଲୀ,୧୯।୯: ଭାଜପା ଜାତୀୟ ଅଧ୍ୟକ୍ଷ ଜେପି ନଡା ଗୁରୁବାର କଂଗ୍ରେସ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ କଂଗ୍ରେସ ସଭାପତିଙ୍କୁ ଉତ୍ତର ଦେଇଛନ୍ତି। ନଡା ଲେଖିଛନ୍ତି, ସମ୍ମାନିତ ଖାର୍ଗେ ଜୀ,…
ଆଜିଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ପର୍ଯ୍ୟଟନକ୍ଷେତ୍ରର ସଫେଇ, ପ୍ଲାଷ୍ଟିକ୍ ମୁକ୍ତ ପାଇଁ ସମସ୍ତେ…
ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଜଣାଶୁଣା। ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ଆସୁଥିବା ବେଳେ କୁଢ଼କୁଢ଼ ଅଳିଆ ଆବର୍ଜନା ଦେଖି ପର୍ଯ୍ୟଟକ ଓ ଦାରିଙ୍ଗବାଡ଼ିକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ନାକ ଟେକୁଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର…
ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍: ଚାଲିଗଲା ୨ ଜୀବନ
ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି ପିକ୍ଅପ୍ ଭ୍ୟାନ୍। ଏହି ଦୁର୍ଘଟଣାରେ ପିକକ ଭ୍ୟାନରେ ବସିଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା…
ଭୟଙ୍କର ସ୍ଥିତି ଆଡକୁ ଯାଉଛି ବାଂଲାଦେଶ: ସେନା ହାତକୁ ଗଲା ମାଜିଷ୍ଟ୍ରେଟ କ୍ଷମତା
ଢାକା,୧୯।୯:ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଅରାଜକତାକୁ ରୋକିବାରେ ଅସଫଳ ପ୍ରମାଣ ହୋଇଛନ୍ତି। ଫଳରେ ଦେଶରେ ପୁଣି ଥରେ ସାମରିକ ଶାସନର ଆହ୍ବାନ ବଢୁଛି। ଏହି ସମୟ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ସରକାର ସେନାକୁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ କ୍ଷମତା ଦେଇଛନ୍ତି। ବାଂଲାଦେଶର…
Archives


