ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ
ଓ୍ବାଶିଂଟନ,୫ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ମଙ୍ଗଳବାର ମତଦାନ ହେବ। ଏଥିପାଇଁ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ଙ୍କ ମଧ୍ୟରେ ଜୋର୍ଦାର ଲଢ଼େଇ ହେଉଛି। ବହୁ ଦଶନ୍ଧି ପରେ ହ୍ବାଇଟ୍ ହାଉସ୍ ପାଇଁ ଏହି…
ଏୟାରଷ୍ଟ୍ରାଇକ୍ରେ ହେଜ୍ବୋଲ୍ଲା ଶୀର୍ଷ କମାଣ୍ଡର ଅବୁ ଅଳି ରିଡା ନିହତ
ତେଲ୍ ଆଭିଭ୍,୪ା୧୧:ଇସ୍ରାଏଲୀ ସେନାର ଏୟାରଷ୍ଟ୍ରାଇକ୍ରେ ହେଜ୍ବୋଲ୍ଲାର ଶୀର୍ଷ କମାଣ୍ଡର ଅବୁ ଅଲି ରିଡା ନିହତ ହୋଇଥିବା ଜେରୁଜେଲମ୍ କହିଛି। ଦକ୍ଷିଣ ଲେବାନନ୍ରେ ଇସ୍ରାଏଲୀ ସେନା ବିରୋଧରେ ରକେଟ ଏବଂ ଟ୍ୟାଙ୍କ୍ ବିଧ୍ୱଂସୀ ମିଶାଇଲ ଆକ୍ରମଣ ଯୋଜନା ରିଡା କରିଥିଲେ। ଏୟାରଷ୍ଟ୍ରାଇକ୍ରେ ତାଙ୍କର…
କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଡୋର୍ ବନ୍ଦ କରିଦେଲେ ମାଲିକ: ଆଉ ତା’ପରେ…
ଗାନ୍ଧୀନଗର, ୪।୧୧:ଗୁଜରାଟର ଅମରେଲୀ ଜିଲା ରାନ୍ଧିୟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ କାର୍ ମଧ୍ୟରେ ୪ ଜଣ ଶିଶୁଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁଘଟିଛି। ମୃତ ୪ ଶିଶୁ ମଧ୍ୟପ୍ରଦେଶର ଧର ନିବାସୀ ଏକ କୃଷି ଶ୍ରମିକ ଦମ୍ପତିଙ୍କର ହୋଇଥିବା…
ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ସହାୟକ: ସ୍କୁଟିରେ ଯାଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍
କେନ୍ଦୁଝର,୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭିଜିଲାନ୍ସ ୟୁନିଟ୍ ସୋମବାର ସାରେ କେନ୍ଦୁଝର ସହରରେ ଥିବା ହୋଟେଲ ଅଜନ୍ତା ନିକଟରେ ଏକ ସ୍କୁଟି (ଓଡି୦୯ଏଏ ୯୩୪୮)ରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛନ୍ତି। ଅର୍ଥର ଠିକ୍ ସୂଚନା ଦେଇ ପାରି…
ବାପା ମା’ଙ୍କ ଜନ୍ମ ସ୍ଥାନରେ କମାଲ୍ କଲେ ଏହି ନ୍ୟୁଜିଲାଣ୍ଡ କ୍ରିକେଟର୍: ମିଳିଲା ସ୍ବତନ୍ତ୍ର ମେସେଜ୍
ମୁମ୍ବାଇ,୪ା୧୧: ଭାରତ ବିପକ୍ଷରେ ଐତିହାସିକ କ୍ଲିନ୍ ସୁଇପ୍ ପରେ ବାପାଙ୍କ ଠାରୁ ଏକ ସ୍ବତନ୍ତ୍ର ମେସେଜ୍ ମିଳିଥିବା କହିଛନ୍ତି ଯୁବ ଖେଳାଳି ରାଚିନ୍ ରବୀନ୍ଦ୍ର। ସିରିଜ୍ ବିଜୟ ପରେ ‘ମୁଁ ତୁମ ପାଇଁ ଗର୍ବିତ’ ବୋଲି ବାପା ମେସେଜ୍ କରିଥିବା ରବୀନ୍ଦ୍ର…
ଭାରତରେ ନୁହେଁ, ଏହି ଦେଶରେ ହେବ ଆଇପିଏଲ୍ ନିଲାମୀ
ନୂଆଦିଲ୍ଲୀ, ୪ା୧୧): ଚଳିତ ମାସ ଶେଷ ସପ୍ତାହରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ହାଇ ପ୍ରୋଫାଇଲ ନିଲାମୀ ସାଉଦି ଆରବ ରାଜଧାନୀ ରିୟାଦରେ ହେବ। ଏ ବାବଦରେ ଫ୍ରାଞ୍ଚାଇଜ୍ଗୁଡ଼ିକୁ ନୋଟିସ ଜାରି କରାଯାଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ…
ଓଡ଼ିଶା ରାଜ୍ୟପାଳଙ୍କ ବିରୋଧରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ: କାହିଁକି ଏମିତି କହିଲେ ଜୟରାମ ରମେଶ
ରାଞ୍ଚି,୪।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବାରମ୍ବାର ସାମ୍ପ୍ରଦାୟିକ ବୟାନବାଜି କରୁଥିବା ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ସାଧାରଣ ସମ୍ପାଦକ ଜୟରାମ ରମେଶ ସୋମବାର ନିର୍ବାଚନ ଆୟୋଗ(ଇସି)ଙ୍କୁ ଏକ…
ଭାରତ ବିରୋଧରେ ଷଡଯନ୍ତ୍ର ରହୁଛି ଏହି ଛୋଟ ଦେଶ: ପାକିସ୍ତାନ-କାନାଡ଼ାଠାରୁ ବି ନେଲା ବଡ଼ ପଦକ୍ଷେପ
କାଠମାଣ୍ଡୁ,୪।୧୧: ନିକଟରେ ନେପାଳ ଏହାର ୧୦୦ ଟଙ୍କିଆ ନୋଟକୁ ପୁନଃଡିଜାଇନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ନିଷ୍ପତ୍ତି ନେପାଳ ଏବଂ ଭାରତ ମଧ୍ୟରେ ତିକ୍ତତା ସୃଷ୍ଟି କରିଛି। ଏହାର କାରଣ ହେଉଛି ନେପାଳର ମୁଦ୍ରା ନୋଟରେ ମୁଦ୍ରିତ ଦେଶର ମାନଚିତ୍ରରେ…
କାନାଡ଼ା ସରକାରଙ୍କୁ ମୁହଁତୋଡ଼ ଜବାବ ଦେଳେ ମୋଦି: ହିନ୍ଦୁ ମନ୍ଦିର ଆକ୍ରମଣକୁ କଡ଼ା ନିନ୍ଦା
ଓଟ୍ଟାଓ୍ବା/ନୂଆଦିଲ୍ଲୀ,୪ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍ଟନ୍ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି ଆକ୍ରମଣର ପ୍ରତିବାଦରେ ହିନ୍ଦୁମାନେ ବିକ୍ଷୋଭ କରୁଥିବାବେଳେ କାନାଡା ପୋଲିସ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ…
ଏହି ଦିନ ସାତ ଜନମର ସାଥୀ ହେବେ ନାଗା-ଶୋଭିତା: ଚାଲିଛି ଗ୍ରାଣ୍ଡ୍ ପ୍ରସ୍ତୁତି
ସାଉଥ୍ ଅଭିନେତା ନାଗା ଚୈତନ୍ୟ ଖୁବ ଶୀଘ୍ର ତାଙ୍କ ଗର୍ଲଫ୍ରେଣ୍ଡ ଶୋଭିତା ଧୁଲିପାଲାଙ୍କୁ ସାତ ଜନମର ସାଥୀ କରିବାକୁ ଯାଉଛନ୍ତି। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ନାଗା-ଶୋଭିତା ହାଇଦ୍ରାବାଦରେ ରାଜକୀୟ ବିବାହ କରିବେ। ଦୁହେଁ ପାରମ୍ପରିକ…
୨ବର୍ଷ ହେଲା ସୋଲାର ଜଳ ପ୍ରକଳ୍ପ ଅଚଳ: ଅସୁବିଧାରେ ୭୫ ପରିବାର
ଥୁଆମୂଳ ରାମପୁର, ୪।୧୧(ଦୁର୍ଗା କୀର୍ତ୍ତି): ଦୀର୍ଘ ଦୁଇ ବର୍ଷ ହେବ ଅଚଳ ହୋଇପଡିଛି ସୋଲାର ଜଳ ଅମଳ ପ୍ରକଳ୍ପ। ବର୍ତ୍ତମାନ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସୋଲାର ପ୍ରକଳ୍ପରୁ ପାଣି ପାଉଥିବା ଗ୍ରାମବାସୀ। ଏମିତି ଏକ ପ୍ରକଳ୍ପ ଦେଖିବାକୁ ମିଳିଛି…
ପୁଣି ବିବାହ କଲେ ସନ୍ନି ଲିଓନି: ଜାଣନ୍ତୁ ତାଙ୍କ ସ୍ବାମୀ କିଏ
ବଲିଉଡର ‘ବେବି ଡଲ’ ସନ୍ନି ଲିଓନି ତାଙ୍କ ବୋଲ୍ଡ ଲୁକ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ଦ୍ୱିତୀୟ ବିବାହ କରି ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଡାନିଏଲ ୱେବରଙ୍କ ସହିତ ୧୩ ବର୍ଷ ବିବାହ ପରେ ପ୍ରଶଂସକମାନେ ଉତ୍ସାହିତ…
Archives


