Home

ସାଇନାଙ୍କୁ ପ୍ରଥମ ମହିଳା ଆଇଏମ୍‌ ନର୍ମ

ଭୁବନେଶ୍ୱର, ୨୬।୬(ସ୍ପୋଟର୍‌ସ ବ୍ୟୁରୋ)- ଉଦୀୟମାନ ଓଡ଼ିଆ ଚେସ୍‌ ତାରକା ତଥା ମହିଳା ଫିଡେ ମାଷ୍ଟର ସାଇନା ସାଲୋନିକା କ୍ୟାରିୟରର ପ୍ରଥମ ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ୍‌) ନର୍ମ ହାସଲ କରିଛନ୍ତି। ଗୋଆ ଇଣ୍ଟନ୍ୟାଶନାଲ ଜିଏମ୍‌ ଟୁର୍ନାମେଣ୍ଟ ଅବସରରେ ସାଇନା ଏହି ସଫଳତା ପାଇଛନ୍ତି।…

ଫିଞ୍ଚ୍‌ଙ୍କ ଶତକ: ଇଂଲଣ୍ଡକୁ ହରାଇ ସେମିରେ ଅଷ୍ଟ୍ରେଲିଆ

ଲଣ୍ଡନ, ୨୬।୬(ପି.ଟି.)- ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ଶତକ ଓ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ମଙ୍ଗଳବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆୟୋଜକ ଇଂଲଣ୍ଡକୁ ୬୪ ରନରେ ପରାସ୍ତ କରିଛି। ଏଥିସହିତ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ…

ଆର୍‌ବିଆଇ କର୍ମଚାରୀ ୟୁନିୟନର ଦାବି;ଗଭର୍ନର, ଡେପୁଟି ଗଭର୍ନର ଚୟନ କଲେଜିୟମ ଦ୍ୱାରା ହେଉ

ମୁମ୍ବାଇ,୨୬-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଏବଂ ଡେପୁଟି ଗଭର୍ନରଙ୍କ ଚୟନ ବିଶେଷଜ୍ଞଙ୍କୁ ନେଇ ଗଠିତ କଲେଜିୟମ ଦ୍ୱାରା କରାଯିବା ଆବଶ୍ୟକ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କର୍ମଚାରୀ ୟୁନିୟନ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଏନେଇ ୟୁନିୟନ ପକ୍ଷରୁ ଏକ ବିବୃତି ଜାରି…

ଘରୋଇ ସହାୟକ ପାଇବେ କର୍ମଚାରୀଙ୍କ ଭଳି ସୁବିଧା

ନୂଆଦିଲ୍ଲୀ,୨୬-୬: ମୋଦି ସରକାର ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ପରିଚାରିକା/ପରିଚାରକ, ଡ୍ରାଇଭରଙ୍କ ଭଳି ଶ୍ରମିକଙ୍କ ପାଇଁ ଏକ ରାଷ୍ଟ୍ରୀୟ ନୀତି ଆଣିବେ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଏ ସମ୍ପର୍କରେ ସଂସଦରେ ସୂଚନା ଦେଇଛନ୍ତି। ସରକାରଙ୍କ ନୂଆ ପଲିସି ଦ୍ୱାରା ପ୍ରାୟ ୫୦…

ଏକାଧିକ ରାଜ୍ୟରେ ଅଫିସ୍‌ ଥିଲେ ଦେବାକୁ ହେବ ଜିଏସ୍‌ଟି

ନୂଆଦିଲ୍ଲୀ,୨୬-୬: କୌଣସି କମ୍ପାନୀର ଏକାଧିକ ରାଜ୍ୟରେ ଅଫିସ ଥିଲେ ତାହା ଜିଏସ୍‌ଟି ଅଧୀନକୁ ଆସିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଅର୍ଥାତ୍‌ ଗୋଟିଏ ରାଜ୍ୟର ଅଫିସ୍‌ରୁ ଅନ୍ୟ ରାଜ୍ୟରେ ଥିବା ଅଫିସକୁ ଯୋଗାଯାଉଥିବା ସେବା ଉପରେ ଜିଏସ୍‌ଟି ଲାଗୁ ହେବ।…

ଭାରତର ଚାପ ଆଗରେ ମୁଣ୍ଡ ନୁଆଇଲା ଆଣ୍ଟିଗୁଆ;ପ୍ରତ୍ୟର୍ପିତ ହେବେ ମେହୁଲ ଚୋକ୍‌ସି

ନୂଆଦିଲ୍ଲୀ,୨୬-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଆଣ୍ଟିଗୁଆରୁ ପ୍ରତ୍ୟର୍ପିତ ହେବେ। ଆଣ୍ଟିଗୁଆ-ବାରବୁଡା ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ କହିଛନ୍ତି ଯେ, ଚୋକ୍‌ସିଙ୍କ ନାଗରିକତାକୁ ରଦ୍ଦ କରାଯିବ ଓ ତାଙ୍କୁ ଭାରତ…

ବ୍ୟାଙ୍କରେ କମିଛି ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଠକେଇ

ନୂଆଦିଲ୍ଲୀ,୨୬-୬: ବ୍ୟାଙ୍କରେ ୧ ଲକ୍ଷ ବା ତା’ଠାରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ପରିମାଣ ୨୦୧୬-୧୭ରୁ ହ୍ରାସ ପାଇଛି। ୨୦୧୬-୧୭ରେ କେବଳ ୨୫,୮୮୪ କୋଟି ଟଙ୍କାର ଏହି ପରିମାଣ ଠକେଇ ହୋଇଥିବା ଆର୍‌ବିଆଇ ନିକଟରେ ଅଭିଯୋଗ ହୋଇଛି। ତେବେ ଏହି ପରିମାଣ ୨୦୧୭-୧୮ରେ…

ବର୍ଷକ ଭିତରେ ଆସିବ ନୂଆ ଇ-କମର୍ସ ପଲିସି

ନୂଆଦିଲ୍ଲୀ,୨୬-୬: କେନ୍ଦ୍ର ସରକାର ଆସନ୍ତା ଏକ ବର୍ଷ ଭିତରେ ନୂଆ ରାଷ୍ଟ୍ରୀୟ ଇ-ବାଣିଜ୍ୟ (ଇ-କମର୍ସ) ନୀତି ଜାରି କରିବେ। ଏହାଦ୍ୱାରା ଇଣ୍ଟରନେଟ୍‌ ଜରିଆରେ ଅନ୍‌ଲାଇନରେ ହେଉଥିବା କାରବାରର ସମଗ୍ର ବିକାଶ ହୋଇପାରିବ ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ…

ଏଣିକି ବ୍ୟାଙ୍କ ବିରୋଧରେ ଅଭିଯୋଗ ଶୁଣିବ ଆର୍‌ବିଆଇ

ନୂଆଦିଲ୍ଲୀ,୨୬-୬: ସାଧାରଣତଃ ବ୍ୟାଙ୍କ ବିରୋଧରେ ଗ୍ରାହକଙ୍କ ବହୁ ଅଭିଯୋଗ ଥାଏ। କିନ୍ତୁ ସୂଚନା ଅଭାବରେ ସେମାନେ ସମ୍ପୃକ୍ତ ବ୍ୟାଙ୍କ ବିରୋଧରେ ଅଭିଯୋଗ କରିପାରନ୍ତି ନାହିଁ। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଏଭଳି ଏକ ଆପ୍‌ ଅଣାଯାଇଛି, ଯାହାଦ୍ୱାରା ଗ୍ରାହକ ସିଧାସଳଖ…

ଏସିଡିଟି ସମସ୍ୟା ବି ଦୂରକରେ ଗୁପ୍‌ଚୁପ ପାଣି…

ଗୁପ୍‌ଚୁପ୍‌ ସ୍ବାସ୍ଥ୍ୟ ଲାଗି ଖରାପ ନୁହେଁ। ଏହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାଠାରୁ ଦୂରେଇ ରଖେ। ଗୁପ୍‌ଚୁପ୍‌ ପାଣିରେ ତେନ୍ତୁଳି ପାଣି, ପୋଦିନା, କଳାଲୁଣ, ଜିରା, ଗୋଲମରିଚ ଆଦି ରହିଥାଏ। ଏହାକୁ ପିଇଲେ ଏସିଡିଟି ସମସ୍ୟା ଦୂର ହୋଇଥାଏ ବୋଲି ଆମେରିକା କାରୋଲିନା…

ଭିନ୍ନ ଏକ ଧାମ, ଅନ୍ୟ ଏକ ପୀଠ ଅଲାରନାଥ: ଅଷ୍ଟମ ଦିନରେ ଅଣସର ଦର୍ଶନ

ବ୍ରହ୍ମଗିରି, ୨୫।୬(ଡି.ଏନ୍‌.ଏ.)-ଭିନ୍ନ ଏକ ଧାମ, ଅନ୍ୟ ଏକ ପୀଠ। ଯାହାର ନାମ ବ୍ରହ୍ମଗିରି ଧାମ ଆଉ ଅଲାରନାଥ ପୀଠ। ଏହି ଧାମ ତୀର୍ଥ କ୍ଷେତ୍ରର ମାନ୍ୟତା ନ ପାଇଥିଲେ ବି ଏଠାକୁ ଏବେ ଛୁଟିଆସୁଛନ୍ତି ହଜାର ହଜାର ଭକ୍ତ। ଭକ୍ତିର ଭାବରେ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ମହିଳାଙ୍କ ବାର୍ଷିକ ସ୍ବାସ୍ଥ୍ୟ ସହାୟତା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର,୨୫।୬(ବ୍ୟୁରୋ)- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସହାୟତା ମିଳିବ। ପୂର୍ବରୁ ଏହି ସୁବିଧା ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିଲା। ଓଡ଼ିଶା ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ପ୍ରାରମ୍ଭରେ ମଙ୍ଗଳବାର ରାଜ୍ୟପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?