ହାଇଟେକ୍ର ୬୩ କୋଟି ୫୫ ଲକ୍ଷ ବଣ୍ଟାଯିବ: ଫେରିପାଇବେ ୨୨ ହଜାର ଜମାକାରୀ
କଟକ ଅଫିସ,୧୭ା୭: ହାଇଟେକ୍ ଗ୍ରୁପର ୬୩ କୋଟି ୫୫ ଲକ୍ଷ ୪୯ହଜାର ୨୨୭ ଟଙ୍କା ଜମାକାରୀଙ୍କୁ ଫେରସ୍ତ ଦିଆଯିବ। ଏହି ଟଙ୍କାକୁ ୨୨ ହଜାର ୭୦୦ ଜମାକାରୀ ଫେରି ପାଇବେ। ସ୍ବତନ୍ତ୍ର କୋର୍ଟ ପକ୍ଷରୁ ସୋମବାର ଏ ସମ୍ପର୍କିତ ଆଦେଶ ସରକାରଙ୍କୁ…
କୁଳଭୂଷଣ ଯାଦବ ମାମଲା: ଆଇସିଜେ ରାୟ ଆଜି
ନୂଆଦିଲ୍ଲୀ/ହେଗ୍, ୧୭ା୭(ପି.ଟି.) :କୁଳଭୂଷଣ ଯାଦବ ମାମଲାର ଚୂଡାନ୍ତ ରାୟ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ରେ ବୁଧବାର ହେବାକୁ ଯାଉଛି। ମାମଲାର ରାୟ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ଭାରତର ପୂର୍ବତନ ନୌସେନାଧିକାରୀ କୁଳଭୂଷଣଙ୍କୁ ଅପହରଣ…
ଗରିବଙ୍କୁ ଲୁଟୁଛନ୍ତି ଅଧିକାରୀ
ଭୁବନେଶ୍ୱର,୧୭।୭(ବ୍ୟୁରୋ): ଗତ ୨୦ବର୍ଷ ହେବ ବିଜେଡି ହାତରେ ରହିଛି ରାଜ୍ୟ ଶାସନ ଭାର। ଲୋକମାନଙ୍କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଦେଉଥିବା ସରକାର ଦାବି କରୁଛନ୍ତି। ୩-ଟି/୫-ଟି ଏମିତି କେତେ କ’ଣ ମନ୍ତ୍ର ବିଧାୟକଙ୍କଠାରୁ ଆରମ୍ଭ କରି ଅଫିସରଙ୍କୁ ଦିଆଯାଉଛି। ନିଷ୍ଠାପର…
ଆଜି ସରିବ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା
ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବୁଧବାର ଶେଷ ହେବ। ସନ୍ଧ୍ୟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍ରେ ପ୍ରକାଶ ପାଇବ। ସିଟ୍ ବଳକା ରହିଲେ ଆସନ୍ତା ୨୦ ତାରିଖରେ ସ୍ପଟ୍ ସିଲେକ୍ସନ ମେରିଟ୍ ଲିଷ୍ଟ…
ପରିବାର ନିୟୋଜନ ଅସ୍ତ୍ରୋପଚାରରେ ତ୍ରୁଟି: ମୂତ୍ରନଳୀ କାଟିଦେଲେ ଡାକ୍ତର
ନୟାଗଡ଼ ଅଫିସ,୧୭।୭-ନୟାଗଡ଼ ଜିଲା ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ସମୟରେ ଡାକ୍ତର ମୂତ୍ରନଳୀ କାଟି ଦେଇଛନ୍ତି। ଏହା ଡାକ୍ତର ନିଜେ ମହିଳାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଛନ୍ତି। ତେବେ ଡାକ୍ତରଙ୍କ ଖାମଖିଆଲ ମନୋଭାବ ଯୋଗୁ ଏହିଭଳି ତ୍ରୁଟି…
ପୋଷ୍ଟମ୍ୟାନ୍ ନିଯୁକ୍ତି ପରୀକ୍ଷା ବାତିଲ: ସ୍ଥାନୀୟ ଭାଷାରେ ପୁଣି ହେବ
ନୂଆଦିଲ୍ଲୀ,୧୭ା୭(ପି.ଟି.) : ଗ୍ରାମାଞ୍ଚଳରେ ପୋଷ୍ଟମ୍ୟାନ୍ ଓ ଆସିଷ୍ଟାଣ୍ଟ ପଦବୀ ପାଇଁ ରବିବାର ଅନୁଷ୍ଠିତ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି। ତାମିଲ ପରିବର୍ତ୍ତେ କେବଳ ହିନ୍ଦୀ ଓ ଇଂଲିଶ୍ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିବାରୁ ତାହାକୁ ତାମିଲନାଡ଼ୁର ଏଆଇଏଡିଏମ୍କେ ବିରୋଧ କରିଥିଲା।…
ପାରାଦୀପରେ ସୁଧୁରୁନି ପାନୀୟଜଳ ସମସ୍ୟା: ପରିତ୍ୟକ୍ତ ତାଳଦଣ୍ଡା ଏକମାତ୍ର ଭରସା
ପାରାଦୀପ,୧୭ା୭ (ସ୍ବ.ପ୍ର.): ଶିଳ୍ପ ସମୃଦ୍ଧ ପାରାଦୀପ ସହରାଞ୍ଚଳରେ ଗତ ମେ ମାସରୁ ଅଦ୍ୟାବଧି ପାନୀୟଜଳ ସଙ୍କଟ ଲାଗି ରହିଛି। ଜୁଲାଇ ମାସ ଅଧା ହେଲାଣି। ରାଜ୍ୟରେ ମୌସୁମୀ ମଧ୍ୟ ସକ୍ରିୟ ରହିଛି। ତଥାପି ମଧ୍ୟ ଜଳକଷ୍ଟ ଦୂର ହେଉନାହିଁ। ଖରାଦିନେ ଏଠାରେ…
ସମାଜ ଲାଗି ଉଦାହରନ୍ ସାଜିଛନ୍ ହଳ ଆର ରାତ୍ର
ଅତାବିରା, ୧୭।୭ (ଡି.ଏନ୍.ଏ): ଆମର ସମାଜରେ ଅନେକ ଲୋକ୍ ପିଲାଛୁଆ ବିହାଚୁରା କରିସାଏଲେ, ଚାକରିରୁ ଅବସର ନେଲେ ଘରେ ବସି ରହୁଛନ୍। ଯେନ୍ଥିରଲାଗି ବିନା କାମ୍ଧଁଦାରେ ସେମାନେ ଅନେକ ସମିଆରେ ମାନସିକ୍ ଚାପ୍ରେ ରହେବାର ସଂଗେ ତାହାକୁ ନାନା ରୁଗ୍ଦୁଖ୍ ମାଡ଼ି…
ଆପ୍ନେ ଆର ପୁଓ ଆରପାରେ:ନିଜର ଭାଏଗ୍କେ ନିଦୁଁଛନ୍ ଶାଶ୍ ବହ
ଲୋଇସିଂହା,୧୭।୭ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ବାଦିବାହାଲ ଗଁାର ବୁରୁଧ୍ ବିଧବା ସଖୀ ମେହେର। ବଛ୍ରେ ଭିତରେ ସେ ପୁଓ ଆର ଆପ୍ନେକେ ହରେଇଛନ୍। ଏହେଦେ ଘରେ ନିସାହା ବିଧବା ବହ ଆର ୩ ବଛର୍ର ନାତି ରହିଛନ୍।…
ଷ୍ଟାର୍ସ ପ୍ରକଳ୍ପ ପରିକଳ୍ପନା: ଭିତ୍ତିଭୂମି ଦେଖିଲେ ବିଶ୍ୱବ୍ୟାଙ୍କ ପ୍ରତିନିଧି
ଢେଙ୍କାନାଳ ଅଫିସ,୧୭।୭-ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ପରୀକ୍ଷାରେ ଭଲ ଫଳାଫଳ ହାସଲ କରିବା ଲକ୍ଷ୍ୟରେ ନୀତି ଆୟୋଗ ପକ୍ଷରୁ ଷ୍ଟାର୍ସ (ଷ୍ଟ୍ରେଙ୍ଗଦେନିଂ ଟିଚିଙ୍ଗ୍-ଲର୍ନିଂ ଆଣ୍ଡ୍ ରେଜଲ୍ଟ ଫର ଷ୍ଟେଟ୍) ପ୍ରକଳ୍ପ ପରିକଳ୍ପନା କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ…
ହିନ୍ଦୋଳ ବନାଞ୍ଚଳରେ ପୁଣି ହାତୀ ଛୁଆ ମୃତ: ୨ ମାସରେ ୪ ମଲେଣି
ରାସୋଳ, ୧୭।୭(ଡି.ଏନ୍.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ହାତୀ। ବିଭିନ୍ନ କାରଣରୁ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ବମ୍ପା ସେକ୍ସନ ଅଧୀନ ଭିଙ୍ଗିରା ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆର ମୃତଦେହ…
ଅନୁଗୋଳ ସହରରେ ପରୀକ୍ଷାମୂଳକ ସିସିଟିଭି କାର୍ଯ୍ୟ ଆରମ୍ଭ: ଥାନା ଛକ ହେବ ଜିରୋ ଟଲରେନ୍ସ ଜୋନ
ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ସହରକୁ ସିସିଟିଭି ନଜରରେ ରଖିବା କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ପରୀକ୍ଷା ମୂଳକ ଭାବେ ଏହା କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଏହାକୁ ଉଦ୍ଘାଟନ କରିବା ପରେ ସହରରେ ସିସିଟିଭି ଜରିଆରେ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ…

