Home

ପାକିସ୍ତାନ ଜେଲରୁ ମୁକୁଳିବେ କି କୁଳଭୂଷଣ, ଆଜି ଆସିବ ରାୟ

ନୂଆଦିଲ୍ଲୀ, ୧୭।୭: ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ ଇଣ୍ଟନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ରେ ବୁଧବାର ପ୍ରକାଶ ପାଇବ। କୁଳଭୂଷଣଙ୍କୁ ଗୁଇନ୍ଦାଗିରି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ପାକିସ୍ତାନ ଗିରଫ କରିବା…

ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀର ବାରମୁଳା ଜିଲାରେ ବୁଧବାର ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ସୋପୋରେ ଅଞ୍ଚଳର ଗୁଣ୍ଡ ବ୍ରଥ ଗାଁର ମୀର୍‌ ମହଲାଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ…

୨୨ ବର୍ଷ ତଳର ବିବାହ ସମୟର ଫଟୋ ଶେୟାର କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୭।୭: ଏବେ ସୋସିଆଲ୍‌ ମିଡ଼ିଆରେ କେତେକ ଶାଢ଼ି ପିନ୍ଧିଥିବା ଫଟୋ ଶେୟାର କରୁଛନ୍ତି। ଏଥିରୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ବାଦ୍‌ ପଡ଼ି ନାହାନ୍ତି। ତାଙ୍କର ୨୨ ବର୍ଷ ପୁରୁଣା ବିବାହ ସମୟର ଏକ ଫଟୋ ସେ…

ଆର୍‌ଏସ୍‌ଏସ୍‌ ସମେତ ୧୯ଟି ସଂଗଠନର ପଦାଧିକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ନୀତୀଶଙ୍କ ନିର୍ଦ୍ଦେଶ: ସ୍ପେଶାଲ ବ୍ରାଞ୍ଚ୍‌କୁ ଦାୟିତ୍ୱ

ପାଟନା,୧୭।୭: ବିହାରରେ ନୀତୀଶ କୁମାରଙ୍କ ମେଣ୍ଟ ସରକାର ରାଜ୍ୟର କେତେକ ସଂଗଠନ ସମ୍ପର୍କରେ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଜାରି ରଖିଛନ୍ତି। ଏହା ଅନ୍ତର୍ଗତ ରାଜ୍ୟରେ କାର୍ଯ୍ୟକରୁଥିବା ୧୯ଟି ସଂଗଠନର ପଦାଧିକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରେ…

ପୋଲିସ୍‌ ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧୀ କାବୁଲ ଆହତ

ଜୟପୁର, ୧୭।୭(ନି.ପ୍ର.): କୋରାପୁଟ ଜିଲା ଜୟପୁରସ୍ଥିତ ହାତୀଶାଳ ଛକରେ ବୁଧବାର ଭୋରରେ ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ତଥା ଗଞ୍ଜେଇ ମାଫିଆ କାବୁଲ ଖରା ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ…

ଆଇଏଏସ୍‌ ଅଫିସର ଶ୍ରୀମନ୍ଦିର ପରିଚାଳନା କରିବା ଠିକ୍‌ ନୁହେଁ: ବାହିନୀପତି

ପୁରୀ ଅଫିସ,୧୭ା୭: ଶ୍ରୀମନ୍ଦିରକୁ ଆଇଏଏସ୍‌ ଅଫିସର ତଥା ଅମଲାତନ୍ତ୍ର ପରିଚାଳନା କରିବା ଠିକ୍‌ ନୁହେଁ। ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯିବା ଦରକାର ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ମଙ୍ଗଳବାର ଗୋବର୍ଦ୍ଧନ ମଠରେ ଆୟୋଜିତ ଗୁରୁପୂର୍ଣ୍ଣିମା ମହୋତ୍ସବରେ ଯୋଗଦେଇ ବାହିନୀପତି…

ଏଟିଏମ୍‌ରେ କମ୍‌ ଟଙ୍କା ଭର୍ତ୍ତି କରି ୧ କୋଟି ୩୯ ଲକ୍ଷ ହଡ଼ପ: କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଜଟଣୀ, ୧୭ା୭(ଡି.ଏନ.ଏ): ଏଟିଏମ୍‌ରେ ପ୍ରକୃତ ପରିମାଣଠାରୁ କମ୍‌ ଟଙ୍କା ଭର୍ତ୍ତି କରି ପାଖାପାଖି ୧ କୋଟି ୩୯ ଲକ୍ଷ ଟଙ୍କା ହଡପ କରିଥିବା ଏକ ଘରୋଇ କମ୍ପାନୀର କର୍ମଚାରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆତ୍ମହତ୍ୟା ଉଦ୍ୟମ…

ପରିପୂର୍ଣ୍ଣା ନୃତ୍ୟ ଉତ୍ସବ ‘ନାୟିକା- ୨୦୧୯’: ଆଲୋକା କାନୁନ୍‌ଗୋଙ୍କୁ ‘ପରିପୂର୍ଣ୍ଣା’ ସମ୍ମାନ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେଶନ ପକ୍ଷରୁ ତୃତୀୟ ପରିପୂର୍ଣ୍ଣା ନୃତ୍ୟ ଉତ୍ସବ ‘ନାୟିକା-୨୦୧୯’ ମଙ୍ଗଳବାର ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥିଭାବେ…

ଆକର୍ଷିତ କରିପାରିଲାନି ବଡ଼ ବଡ଼ ଇଭେଣ୍ଟ: ବିଦେଶୀ ପର୍ଯ୍ୟଟକ ଆଗମନ ହାର କମିଲା

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଭାରତ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ଏକ ବିଶେଷ ସ୍ଥାନ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବିସ୍ତୀର୍ଣ୍ଣ ବେଳାଭୂମି ଦେଶ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବିଗତ କେତେବର୍ଷ ଧରି ରାଜ୍ୟ ସରକାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ…

କାର୍‌ରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର, ଗୁଳିଭରା ପିସ୍ତଲ ଜବତ: ୩ ଗିରଫ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଏକ ଆନ୍ତଃରାଜ୍ୟ ଚୋରା ବ୍ରାଉନସୁଗାର ର଼୍ୟାକେଟକୁ ଧରିଛି। ର଼୍ୟାକେଟରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା କାର୍‌ରୁ ୧୩୦ ଗ୍ରାମର ବ୍ରାଉନସୁଗାର, ପିସ୍ତଲ ଓ ଦୁଇ ରାଉଣ୍ଡ୍‌ ଗୁଳି…

୨୧ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ଖାତାଦେଖା

କଟକ ଅଫିସ,୧୭।୭: ଆସନ୍ତା ୨୧ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷାର ଖାତାଦେଖା ହେବ। ଏଥି ନିମନ୍ତେ ୧୨ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର କରାଯାଇଛି। ସେହିପରି ୮ଟି ମୂଲ୍ୟାୟନ କେନ୍ଦ୍ରରେ ସମାନ ତାରିଖରୁ ରାଜ୍ୟ ମୁକ୍ତ…

ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ : ରାଜ୍ୟରେ ଦକ୍ଷ ଶଲ୍ୟ ବିଶେଷଜ୍ଞ, ଆଇସିୟୁ ଅଭାବ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): କମ୍ୟୁନିଟି ହେଲ୍‌ଥ ସେଣ୍ଟର(ସିଏଚ୍‌ସି) ଓ ସବ୍‌ ଡିଭିଜନାଲ ହସ୍ପିଟାଲର ଶଲ୍ୟ ଚିକିତ୍ସା (ସର୍ଜରି) ବିଭାଗରେ ବହୁ ପଦବୀ ଖାଲି ପଡ଼ିଛି। ଏହାକୁ ପୂରଣ କରିବା ପାଇଁ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟାପ୍ତ ଦକ୍ଷ ଶଲ୍ୟ ବିଶେଷଜ୍ଞ ନାହାନ୍ତି। ସ୍ତ୍ରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?