Home

୨୦୨୩ ଏପ୍ରିଲ୍‌ ସୁଦ୍ଧା ଭାରତକୁ ଆସିବ ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ

ନୂଆଦିଲ୍ଲୀ,୧୭।୭: ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ସୁଦୃଢ଼ କରାଯିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଜାରି ରହିଛି। ଏହି ମର୍ମରେ ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ ୨୦୨୩ ଏପ୍ରିଲ୍‌ ସୁଦ୍ଧା ଭାରତକୁ ଆସିବ। ଏନେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଇକ ବୁଧବାର ଲୋକ ସଭାରେ…

ନିଲାମ ହେବ ୪୧ କୋଇଲା ବ୍ଲକ୍‌: ୨୦୩୦ ସୁଦ୍ଧା କୋଇଲା ଉତ୍ପାଦନରେ ଭାରତ ହେବ ଆତ୍ମନିର୍ଭରଶୀଳ

ନୂଆଦିଲ୍ଲୀ,୧୭।୭: ଖୁବ୍‌ ଶୀଘ୍ର ଦେଶର ୪୧ଟି କୋଇଲା ବ୍ଲକ୍‌ ନିଲାମ କରାଯିବ। ଏନେଇ ଏକ ପ୍ରଶ୍ନର ଉତ୍ତରରେ ଲୋକ ସଭାରେ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଦେଶରେ କୋଇଲାର ଚାହିଦା ବଢିବାରେ ଲାଗିଛି। ତେବେ ଉତ୍ପାଦନ କ୍ଷମତା ବଢାଇବା…

ମହାକାଶରେ ପ୍ରଥମେ ଚାଷ ହେବ ଲାଲ୍‌ ଲଙ୍କା: ନାସା

ଓ୍ବାଶିଂଟନ,୧୭।୭: ମହାକାଶରେ ପ୍ରଥମେ ଲାଲ୍‌ ଲଙ୍କା ଚାଷ କରାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଲାଲ୍‌ ଲଙ୍କା ଗଛ ପ୍ରତିକୂଳ ସ୍ଥିତିରେ ସହଜରେ ଜୀବନ ଧାରଣ କରିବାକୁ ସକ୍ଷମ ହୋଇପାରିଥାଏ। ସେହିପରି ଏହା ସହଜରେ ପରାଗ ସଙ୍ଗମ କରିପାରିଥାଏ। ତେଣୁ ଲାଲ୍‌…

କରତାରପୁର କରିଡର: ଭାରତ-ପାକିସ୍ତାନ ମଧ୍ୟରେ କଥାବାର୍ତ୍ତାକୁ ସ୍ବାଗତ କଲା ଆମେରିକା

ଓ୍ବାଶିଂଟନ, ୧୭।୭: କରତାରପୁର କରିଡରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ହୋଇଛି। ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ଭାରତର ୮୦ ପ୍ରତିଶତ ପ୍ରସ୍ତାବକୁ ପାକିସ୍ତାନ ଗ୍ରହଣ କରିଛି। ଉଭୟ ଦେଶ ମଧ୍ୟରେ…

ସମସ୍ତ ଅର୍ଦ୍ଧସୈନିକ ବଳଙ୍କ କାର୍ଯ୍ୟ ସମୀକ୍ଷା କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୭: ଦେଶର ସମସ୍ତ ଅର୍ଦ୍ଧସୈନିକ ବଳଙ୍କ କାର୍ଯ୍ୟ ଏଣିକି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମୀକ୍ଷା କରିବେ। ଏହା ଅନ୍ତର୍ଗତ ଆଇଟିବିପି, ବିଏସ୍‌ଏଫ୍‌, ଏସ୍‌ଏସ୍‌ବି, ଏନ୍‌ଏସ୍‌ଜି ଏବଂ ସିଆରପିଏଫ୍‌ ଆଦିଙ୍କ କାର୍ଯ୍ୟ ତଦାରଖ କରାଯିବ। ଏହାର ଆରମ୍ଭ ଜୁଲାଇ ୨୯ରେ ସିଆରପିଏଫ୍‌…

ଜିଦ୍‌ରେ ଅଟଳ ବିଦ୍ରୋହୀ ବିଧାୟକ: କହିଲେ, ଆସ୍ଥା ଭୋଟରେ ଗୃହକୁ ଯିବାର ପ୍ରଶ୍ନ ଉଠୁନି

ମୁମ୍ବାଇ, ୧୭।୭: ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାବଦରେ ବାଚସ୍ପତି ଶେଷ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହାସହ ଇସ୍ତଫା ଦେଇଥିବା ୧୫ଜଣ ବିଧାୟକମାନଙ୍କୁ ଆସ୍ଥା ଭୋଟରେ ଅଂଶଗ୍ରହଣ କରିବାକୁ କେହି ବାଧ୍ୟ କରିପାରିବେନି ବୋଲି ପ୍ରଧାନ ବିଚାରପତି ତାଙ୍କ…

ଟିଏମ୍‌ସି-ଏନ୍‌ସିପି-ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ହୋଇପାରେ ରଦ୍ଦ

ନୂଆଦିଲ୍ଲୀ,୧୭।୭: ନିର୍ବାଚନରେ କରାଯାଇଥିବା ପ୍ରଦର୍ଶନ ଆଧାରରେ ଟିଏମ୍‌ସି, ଏନ୍‌ସିପି ଏବଂ ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହି ୩ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବେ ବୋଲି କୁହାଯାଉଛି। ଏନେଇ…

ପଦ୍ମଶ୍ରୀ ପ୍ରକାଶ ରାଓ ଅସୁସ୍ଥ: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ମାଗଣାରେ ଆବଶ୍ୟକ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୧୭।୭: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲର ମେଡିସିନ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଓଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।…

ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଧାମନଗର, ୧୭।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପନ୍ଦରବାଟିଆ ନୋଡାଲ ବିଦ୍ୟାଳୟରେ ଶିକ୍ଷକଙ୍କ ମାଡ଼ରେ ୭ମ ଶ୍ରେଣୀ ଛାତ୍ର ସେକ୍‌ ଅବଦୁଲ ଖଲିଫ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ଅଭିଭାବକମାନେ…

କେନ୍ଦ୍ରାପଡ଼ାରେ ୮ ଘଣ୍ଟିଆ ବନ୍ଦ ଡାକରା: ମହାକାଳପଡ଼ା, ରାଜନଗରରେ ଏହାର ପ୍ରଭାବ

କେନ୍ଦ୍ରାପଡ଼ା ଅଫିସ/ମହାକାଳପଡ଼ା/ରାଜନଗର ୧୭।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗୁଲାମୁଣ୍ଡାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାରେ ବୁଧବାର ଜିଲାବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସମସ୍ତ ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ ଅଭିଯୁକ୍ତଙ୍କୁ ଧରିବାରେ…

ଭୂକମ୍ପରେ ଫଶିଗଲେ ସଲମାନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡର ଭାଇଜାନ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ଲୁଲିଆ ଭନ୍ତୁର ଭୂକମ୍ପରେ ଫଶିଯାଇଛନ୍ତି। ମଙ୍ଗଳବାର ଇଣ୍ଡୋନେସିଆରେ ୫.୭ ତିବ୍ରତାର ଭୂକମ୍ପ ହୋଇଥିଲା। ଏହି ସମୟରେ ଲୁଲିଆ ସେଠାରେ ଉପସ୍ଥିତ ଥିଲେ। ଭୂକମ୍ପ ହେଉଥିବାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର…

ହାଫିଜ୍‌ ସଇଦ୍‌ଙ୍କୁ ଗିରଫ କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୭।୭: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ତଥା ବିଶ୍ୱଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କୁ ପାକିସ୍ତାନ ଗିରଫ କରିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ଆତଙ୍କବାଦୀ ନିରୋଧୀ ବିଭାଗର ଏକ ସ୍ବତନ୍ତ୍ର ଦଳ ହାଫିଜ୍‌ଙ୍କୁ ଲାହୋରରେ ଗିରଫ କରିଛି। ସେ ଲାହୋରରୁ ଗୁଞ୍ଜରାଓ୍ବଲା ଯାଉଥିଲେ। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?