Home

ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ଜନ୍ମଦିନରେ ଖୁବ୍‌ ମଜା କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ବେଳେ ବେଳେ ଆସି ଯାଆନ୍ତି ଚର୍ଚ୍ଚାକୁ। ବିଶେଷ କରି ତାଙ୍କ ଲଭ୍‌ ଅଫେୟାର୍ସ ହେଉ ଅବା ତାଙ୍କ ବିବାହ ଏସବୁ ପାଇଁ ସେ ଥାଆନ୍ତି ଖବରର ଶିରୋନାମାରେ। ଗତ…

ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଛାତ୍ରୀଙ୍କ ମୃତ୍ୟୁ

ମୁନିଗୁଡ଼ା,୧୧।୭(ଡି.ଏନ୍‌.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ କୁମୁଡ଼ାବାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ଛାତ୍ରୀ ହେଲେ କୁମୁଡ଼ାବାଲି ପଞ୍ଚାୟତ ଗୁମୁଡ଼ି ଗ୍ରାମର ଉଆଁସୁ କାଡ୍ରାକାଙ୍କ ଝିଅ…

୬ବର୍ଷର ବାଳକ: ୨ଘଣ୍ଟାରେ ୩ହଜାର ଥର ଦଣ୍ଡ ବୈଠକ କରି ଜିତିଲେ ବିଳାସମୟ ଘର

ମସ୍କୋ,୧୧।୭: ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ବୁଦ୍ଧି ଓ ମନ ଶାନ୍ତ ରହିଥାଏ। ପ୍ରତିଦିନ ଦଣ୍ଡ ବୈଠକ କରିବା ଦ୍ୱାରା ମାଂସପେଶୀ ଓ ଶରୀରରେ ଥିବା ସମସ୍ତ ଗଣ୍ଠି ମଜଭୁତ ହୋଇଥାଏ। କେବଳ ସେତିକି ନୁହେଁ, ଯଦି…

ଏକ ଛତ୍ରବାଦୀ ଶାସକ କିମ୍‌ କଲେ ଉତ୍ତରକୋରିଆ ସମ୍ବିଧାନ ସଂଶୋଧନ: ହେଲେ ଦେଶର ସର୍ବୋଚ୍ଚ ଅଧିକାରୀ

ପୋୟାଙ୍ଗ୍‌ୟାଙ୍ଗ୍‌,୧୧।୭: ଉତ୍ତରକୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌-ଉନ୍‌ ଗୁରୁବାର ଦେଶର ସମ୍ବିଧାନ ସଂଶୋଧନ କରିଛନ୍ତି। ଏହାଦ୍ୱାରା କିମ୍‌ ଦେଶର ସର୍ବୋଚ୍ଚ ଅଧିକାରୀ ଭାବେ ଏବେ କାର୍ଯ୍ୟ କରିବେ। ବର୍ତ୍ତମାନ ସୁଦ୍ଧା କିମ୍‌ ଷ୍ଟେଟ୍‌ ଆଫେୟାରର୍ସ କମିଶନ ଅଧ୍ୟକ୍ଷ ଭାବେ କାର୍ଯ୍ୟ…

ମନ୍ତ୍ରୀ ପରିଷଦ ବୈଠକ: ତୃଣମୂଳସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଲୋକଙ୍କ ନିକଟତର ହୁଅ। ସେମାନଙ୍କ ସମସ୍ୟା ବୁଝି ବ୍ୟକ୍ତିଗତସ୍ତରରେ ସମାଧନ କରିବା ପାଇଁ ଚେଷ୍ଟାକର। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତକରି ନିଜ ବିଭାଗର କାର୍ଯ୍ୟ କିପରି ଚାଲିଛି ସେଗୁଡ଼ିକ ତଦାରଖ କର। ଲୋକମାନଙ୍କ ସହ ମିଶି ନିଜ ବିଭାଗର କାର୍ଯ୍ୟ…

ଶୁକ୍ରବାରରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ: ୨ ଦିନ ଛୁଟି ପରେ ୧୫ରେ ଚାଲିବ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଗୋଟିଏ ଦିନ ପରେ ୧୩ ଓ ୧୪ ତାରିଖ ମାସର ଦ୍ୱିତୀୟ ଶନିବାର ଏବଂ ରବିବାର ପାଇଁ ଛୁଟି ରହିବ। ୧୫ ତାରିଖଠାରୁ ଅଧିବେଶନ ନିୟମିତ ଚାଲିବ। ଅଧିବେଶନ…

ବେଦିରେ ବସିବା ପୂର୍ବରୁ ବନ୍ଧାହେଲା କୋକେଇ

କେନ୍ଦୁଝର,୧୧।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା କେନ୍ଦୁଆ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଧ୍ୟାରେ ବରବେଶ ହେବାକୁ ଥିବା ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ତାଙ୍କର ମୃତ୍ୟୁଘଟିଛି। ମୃତକ ହେଲେ ଲୋକନାଥ ମହାନ୍ତ। ସନ୍ଧ୍ୟାରେ ବାହା…

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା: ନିର୍ମାଣ ହେବ ଲକ୍ଷେ ୨୫ ହଜାର କିମି ରାସ୍ତା; ଖର୍ଚ୍ଚ ହେବ ୮୦ ହଜାର କୋଟି

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ତୃତୀୟ ପର୍ଯ୍ୟାୟରେ ଦେଶର ଗ୍ରାମୀଣ ଅଞ୍ଚଳରେ ଲକ୍ଷେ ୨୫ ହଜାର କିମି ରାସ୍ତା ନିର୍ମାଣ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିରେ ୮୦…

ସାରାଙ୍କୁ ଆଣିବାକୁ ଏୟାରପୋର୍ଟ ପହଞ୍ଚିଲେ ଆର୍ୟନ

ମୁମ୍ବାଇ: ନିକଟରେ ସୈଫଙ୍କ ଲଳନା ତଥା ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଇମତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲଭ୍‌ ଆଜ କଲ୍‌-୨’ର ଶୁଟିଂ ସାରିବା ପରେ ମା’ ଅମୃତା ଓ ଭାଇ ଇବ୍ରାହିମ୍‌ଙ୍କ ସହ ଲଣ୍ଡନ ଛୁଟି ମନାଇବାକୁ ଯାଇଥିଲେ।…

ଭାରତ ନିର୍ମାଣ କରିବ ହଜାରେ ବରାକ୍‌-୮ କ୍ଷେପଣାସ୍ତ୍ର କିଟ୍‌ : ବାୟୁସେନାର ଶକ୍ତି ହେବ ବୃଦ୍ଧି

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଭାରତ ହଜାରେ ବରାକ୍‌-୮ କ୍ଷେପଣାସ୍ତ୍ର ନିର୍ମାଣ କରିବ। ଏନେଇ ଭାରତର ହାଇଦ୍ରାବାଦ୍‌ସ୍ଥିତ କଲ୍ୟାଣୀ ଗ୍ରୁପ୍‌ ସହିତ ଇସ୍ରାଏଲ୍‌ର ରାଫାଲ ଆଡଭାନ୍ସଡ୍‌ ଡିଫେନ୍ସ ସିଷ୍ଟମ୍‌ ସହିତ କ୍ଷେପଣାସ୍ତ୍ର କିଟ୍‌…

୩୧ ବର୍ଷ ପରେ ପୃଥିବୀରେ ବୟସ୍କଙ୍କ ସଂଖ୍ୟା ଛୁଇଁବ ୨୧୦ କୋଟି

ନୂଆଦିଲ୍ଲୀ/ଜେନେଭା,୧୧।୭: ଆସନ୍ତା ୩୧ ବର୍ଷ ପରେ ୨୦୫୦ ବେଳକୁ ପୃଥିବୀରେ ବୟସ୍କଙ୍କ ସଂଖ୍ୟା ଛୋଟ ପିଲାଙ୍କ ତୁଳନାରେ ଦୁଇଗୁଣା ହେବ। ମୋଟ ଜନସଂଖ୍ୟା ୯୭୦ କୋଟିରେ ପହଞ୍ଚିବ। ସେମାନଙ୍କ ମଧ୍ୟରୁ ବୟସ୍କଙ୍କ ସଂଖ୍ୟା ୨୧୦କୋଟି ହେବ ବୋଲି ଜାତିସଂଘ ପ୍ରକ୍ଷରୁ ପ୍ରକାଶିତ…

ବଦଳିଲେ ଟାଉନ ଥାନାଧିକାରୀ

ବାରିପଦା ଅଫିସ,୧୧।୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନାଧିକାରୀ ଅଶୋକ କୁମାର ନାୟକଙ୍କର ଅନୁଗୋଳ ଜିଲାକୁ ବଦଳି ହୋଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପତ୍ରସଂଖ୍ୟା ୬୫୮(୧୦/୭/୨୦୧୯)ରେ ଏହି ବଦଳି ଆଦେଶ ଦିଆଯାଇଛି। ସେହିପରି କପ୍ତିପଦା ଥାନା ଅଧିକାରୀ ରୀନା ବେହେରାଙ୍କ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri