ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଆହତ
ଆସିକା,୫।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଚାରିମଇଲି ନିକଟରେ ସୋମବାର ଭୋର ସମୟରେ ଆସିକା ପୋଲିସ ପକ୍ଷରୁ ହୋଇଥିବା ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ ସ୍ବାଇଁ (୨୯) ଗୁରୁତର ହୋଇଛନ୍ତି। ତାଙ୍କ ବାମଗୋଡ଼ର ପଛପଟ ଆଣ୍ଠୁ ଉପରକୁ ଗୁଳି ମାଡ଼…
୮ ହଜାର ଅର୍ଦ୍ଧସାମରିକ ଯବାନ ଯିବେ ଜମ୍ମୁ-କଶ୍ମୀର: ଦେଶର ବିଭିନ୍ନ ସ୍ଥାନରୁ ହେବେ ଏୟାରଲିଫ୍ଟ
ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀର ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ଘୋଷଣା ପରେ ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏଠାକୁ ଅତିରିକ୍ତ ୮ ହଜାର ଅର୍ଦ୍ଧସାମରିକ ଯବାନଙ୍କୁ ପଠାଯିବାର ଯୋଜନା କରାଯାଇଛି। ଯବାନମାନଙ୍କୁ ଦେଶର ବିଭିନ୍ନ ଅଞ୍ଚଳରୁ ଏୟାର ଲିଫ୍ଟ କରାଯିବ ବୋଲି କୁହାଯାଉଛି।…
ଅଯୋଧ୍ୟା ବିବାଦର ଲାଇଭ୍ ଷ୍ଟ୍ରିମିଂ ଉପରେ ବିଚାର କରିବେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୫।୮: ଅଯୋଧ୍ୟା ବିବାଦର ଲାଇଭ୍ ଷ୍ଟ୍ରିମିଂ ଉପରେ ସୁପ୍ରିମ୍କୋର୍ଟ ବିଚାର କରିବେ ବୋଲି ସୋମବାର ସୂଚନା ଦେଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥାର ଅନୁଚ୍ଛେଦ ୧୯(୧)-ଏ ଅନ୍ତର୍ଗତ ଏହି ବିବାଦର ବିଚାର ସୁପ୍ରିମ୍କୋର୍ଟରେ କିଭଳି କରାଯାଉଛି ତାହା ଜାଣିବାର ଅଧିକାର ଲୋକଙ୍କର ରହିଛି ବୋଲି…
ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା: ଉଭୟ ହେଲେ କେନ୍ଦ୍ର ଶାସିତ ଅଞ୍ଚଳ
ନୂଆଦିଲ୍ଲୀ, ୫।୮: ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ଦିଆଯାଇଛି। ଜମ୍ମୁ-କଶ୍ମୀର ଏବେ ରାଜ୍ୟର ମାନ୍ୟତା ହରାଇବା ସହିତ ଧାରା ୩୭୦ ଅନୁସାରେ ଏହାର ବିଶେଷ ରାଜ୍ୟ ମାନ୍ୟତା ମଧ୍ୟ ହଟାଇ ଦିଆଯାଇଛି। ଏଣିକି ଉଭୟ ହେଲେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ…
ସମ୍ପତ୍ତି ଜବରଦଖଲ ଅଭିଯୋଗ : ଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଲେ ମହିଳା
ବରଗଡ଼ ଅଫିସ,୫।୮: ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ବସେକେଲା ଗ୍ରାମର କେତେକ ଲୋକେ ଜଣେ ମହିଳାଙ୍କ ପୈତୃକ ସମ୍ପତ୍ତି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ସୌକି ମେଲ୍ଲୀ ନାମକ ଜଣେ ମହିଳା ବାରମ୍ବାର ବିଭାଗୀୟ ପ୍ରଶାସନିକ…
ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ପାପଡ଼ାହାଣ୍ଡି,୫।୮(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ଝାଳିଆଗୁଡ଼ା ଗ୍ରାମର ଜଣେ ଯୁବକ ସୋମବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କର ନାମ ଆଶାରାମ ମୁଦୁଲି(୨୫)। ସକାଳୁ ଆଶାରାମ ନିକଟସ୍ଥ ଖଜୁରୀ ଜଙ୍ଗଲକୁ କୌଣସି କାମରେ ଯାଇଥିବା ସମୟରେ ଭାଲୁ…
ଶ୍ରାବଣ ତୃତୀୟ ସୋମବାର : ଜଳଲାଗି କଲେ ଶତାଧିକ ଭକ୍ତ
ରାଜନଗର,୫।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନଗରସ୍ଥିତ ପ୍ରାଚୀନ ଶୈବପୀଠ ଚନ୍ଦ୍ରମଉଳି ମହାଦେବଙ୍କ ପୀଠରେ ଶ୍ରାବଣ ମାସର ତୃତୀୟ ସୋମବାରରେ ଶତାଧିକ ଭକ୍ତ ଜଳାଲାଗି କରିଛନ୍ତି। ଆଜି ପ୍ରତ୍ୟୁଷରୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି।
ସାପକାମୁଡ଼ାରେ ଚାଷୀଙ୍କ ଜୀବନ ଗଲା
ରାଜନଗର,୫।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମର ଭାଗଚାଷୀ ବୈଲୋଚନ ରାଉତ(୪୮)ଙ୍କ ସାପକାମୁଡ଼ାରେ ମୃତ୍ୟୁ ଘଟିଛି। ସୋମବାର ସକାଳେ ବିଲରେ କାମ କରୁଥିବାବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ…
ବନ୍ୟା ପୀଡିତଙ୍କୁ ଖାଦ୍ୟ ବାଣ୍ଟିଲେ ପଠାନ୍ ବ୍ରଦର୍ସ
ଗାନ୍ଧିନଗର, ୫।୮: ଗୁଜରାଟରେ ଏବେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବଡୋଦରାରେ ବନ୍ୟା ପାଣି ଘରେ ପଶିଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି। ଏଭଳି ବିପଦ ସମୟରେ…
ମିଶନ କଶ୍ମୀର: ଧାରା ୩୭୦ ହଟାଇବା ତଥା ଜମ୍ମୁ-କଶ୍ମୀର ପୁନର୍ଗଠନ ପାଇଁ ସୂଚନା ଦେଲେ ଶାହ; ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ସରକାର ବଡ଼ ଘୋଷଣା କରିଛନ୍ତି। ଏହି ମର୍ମରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାଜ୍ୟ ସଭାରେ ସରକାରଙ୍କ ଯୋଜନା ସୋମବାର ଉପସ୍ଥାପନ କରିଛନ୍ତି। ଜମ୍ମୁ-କଶ୍ମୀରରେ ପ୍ରଚଳିତ ଧାରା ୩୭୦କୁ ହଟାଇବା ସହିତ ରାଜ୍ୟର ପୁନର୍ଗଠନ ସମ୍ପର୍କରେ…
ସେଓ ବିକି ଲକ୍ଷପତି ପାଲଟିଛନ୍ତି ଗ୍ରାମବାସୀ: ପ୍ରତି ପରିବାରର ବାର୍ଷିକ ଆୟ ୭୦ରୁ ୭୫ ଲକ୍ଷ
ଶିମଲା,୫।୮: ହିମାଚଳ ପ୍ରଦେଶ ଶିମଲାଠାରୁ ୯୨ କିଲୋମିଟର ଦୂର ଶାମିଲ ଗାଁ ରହିଛି। ଏହି ଗାଁ ସମୁଦ୍ର ପତ୍ତନଠାରୁ ପ୍ରାୟ ୭୭୭୪ ଫୁଟ ଉଚ୍ଚରେ ଅଛି। ଏଠାରୁ ପ୍ରତିବର୍ଷ ୭ ଲକ୍ଷ ପେଟି ସେଓ ବାହାରକୁ ରପ୍ତାନୀ ହୋଇଥାଏ। ସେଓ ବିକ୍ରି…
ଭଗବାନ ଶଙ୍କରଙ୍କ ବେଶ ଛାଡି ଏବେ କଳାଚଷମାରେ ନଜର ଆସିଲେ ତେଜ ପ୍ରତାପ
ପାଟନା, ୫।୮: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ପୁଣି ଥରେ ଭିନ୍ନ ଅବତାରରେ ନଜର ଆସିଛନ୍ତି। କେତେବେଳେ ସେ ବଂଶୀ ଧରି ଗାଇ ଚରାଉଥିବାବେଳେ ତ ଆଉ କେତେବେଳେ ଭଗବାନ ଶଙ୍କରଙ୍କ ଅବତାରରେ ଦେଖାଯାନ୍ତି।…
Archives


