Home

ଫିରୋଜାବାଦ୍‌ରୁ ଦିଲ୍ଲୀ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ: ବାପ-ପୁଅ ଗିରଫ; ୧୨୫୦ ଜୀବନ୍ତ ଗୁଳି ଜବତ

ନୂଆଦିଲ୍ଲୀ,୮।୭: ଦିଲ୍ଲୀ ପୋଲିସ ଏକ ଚୋରା ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାଶ୍‌ କରିଛି। ଫିରୋଜାବାଦ୍‌ରୁ ଦିଲ୍ଲୀ ଚାଲାଣ ହେଉଥିବା ଅସ୍ତ୍ରଶସ୍ତ୍ରକୁ ପୋଲିସ ଜବତ କରିଛି। ଏକ କାରରେ ଏହି ଅସ୍ତ୍ରଶସ୍ତ୍ର ଚାଲାଣ ହେଉଥିବା ପୋଲିସ କହିଛି। ସେଥିମଧ୍ୟରେ ୧୨୫୦ଟି ଜୀବନ୍ତ ଗୁଳି ରହିଛି।…

ମୟୂରଭଞ୍ଜ ଏମ୍‌ପିଙ୍କୁ ରଥ କର୍ଡନକୁ ନ ଛାଡ଼ିବା ଘଟଣା : ଭିଡିଓ ଭାଇରାଲ୍‌, ତଦନ୍ତ କରିବେ ଏସ୍‌ପି

ବାରିପଦା ଅଫିସ,୮।୭ : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରାଯାଇଥିଲା। ମାତ୍ର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ରଥଯାତ୍ରା ଅବ୍ୟବସ୍ଥା…

ଭାରତୀୟ ବିଜୟରେ ପିନ୍ଧିଥିବା ଶାର୍ଟ ଖୋଲି ଦେଇଥିଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଆଜି ୪୭ତମ ଜନ୍ମଦିନ। ଭାରତୀୟ କ୍ରିକେଟ ଦରବାରରେ ପହଞ୍ଚାଇବାରେ ଗାଙ୍ଗୁଲିଙ୍କ ଅବଦାନ ଅତୁଳନୀୟ। ସେହିପରି ବିରେନ୍ଦ୍ର ସେହଓ୍ବାଗ ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ବିଶ୍ୱବିଜୟୀ ଖେଳାଳିଙ୍କୁ ଗଢି ତୋଳିବାରେ ଗାଙ୍ଗୁଲିଙ୍କ…

ଦରକାର ପଡିଲେ ସବୁ କଂଗ୍ରେସ ବିଧାୟକ ଇସ୍ତଫା ଦେବେ: ପରମେଶ୍ୱର

ବେଙ୍ଗାଲୁରୁ,୮।୭: କର୍ନାଟକରେ ଜେଡିଏସ୍‌ ଓ କଂଗ୍ରେସର ୧୪ ବିଧାୟକ ଇସ୍ତଫା ଦେବା ପରେ ଏବେ ଘୋର ସଙ୍କଟରେ କର୍ନାଟକ ସରକାର। ତେବେ ସରକାରଙ୍କୁ ବଞ୍ଚାଇବାକୁ ଦରକାର ପଡିଲେ ସବୁ କଂଗ୍ରେସ ବିଧାୟକ ଇସ୍ତଫା ଦେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର।…

୧୦ ମାସରେ ଜବତ ହୋଇଛି ୧୦ ମୃତଦେହ : ମୃତକଙ୍କ ପରିଚୟ ପାଉନି ପୋଲିସ

କଟକ ଅଫିସ,୮।୭ : ଗତ ୧୦ ମାସ ମଧ୍ୟରେ କଟକରେ ୧୦ରୁ ଊର୍ଦ୍ଧ୍ୱ ମୃତଦେହ ଜବତ କରିଛି ପୋଲିସ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ହତ୍ୟା କରି ପକାଇ ଦେଇଥିବା ସନ୍ଦେହ କରାଯାଉଛି। ହେଲେ ଏହି ସବୁ ଘଟଣାରେ ଅଭିଯୁକ୍ତଙ୍କୁ ଧରିବା…

ସୁରକ୍ଷିତ ନୁହେଁ ଜଙ୍ଗଲ ରାଜା: ୭ ବର୍ଷରେ ଶିକାରୀ ଗୁଳିରେ ୨ ଶହ ୨୨ ମୃତ; ମଧ୍ୟପ୍ରଦେଶରେ ସର୍ବାଧିକ

ନୂଆଦିଲ୍ଲୀ,୮।୭: ଜଙ୍ଗଲର ରାଜା ବାଘକୁ ସୁରକ୍ଷା ମିଳିପାରୁନି। ୨୦୧୨ରୁ ୨୦୧୮ ମଧ୍ୟରେ ଗତ ୭ ବର୍ଷରେ ଦେଶରେ ମୋଟ ୬ ଶହ ୫୭ ବାଘଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ଶିକାରୀ ଗୁଳିରେ ୨ ଶହ ୨୨ ବାଘଙ୍କ ମୃତ୍ୟୁ ଘଟିଛି। ଏହି…

ପାକିସ୍ତାନ ବିଶ୍ୱକପରୁ ବିଦା ହେବାପରେ ଏହି ଦଳ ବିଶ୍ୱକପ ଜିତୁ ବୋଲି ଚାହୁଁଛନ୍ତି ସୋଏବ ଅଖତର

ଇସଲମାବାଦ, ୮।୭:ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୋଏବ ଅଖତର ଏଥର ବିଶ୍ୱକପ୍‌ ଉପମହାଦେଶୀୟ ଦଳ ଭାରତ ଜିତୁ ବୋଲି ପ୍ରାର୍ଥନା କରୁଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲରେ ଏହି କଥା କହିଛନ୍ତି ସୋଏବ। ସେମିଫାଇନାଲ ଚାପରେ ନ୍ୟୁଜିଲାଣ୍ଡ ଦଳ ଖେଳିପାରିବ ନାହିଁ,…

ସିନ୍ଦୂର ପିନ୍ଧାଇ ବଳାତ୍କାର କରିବା ଘଟଣାର ଭିନ୍ନମୋଡ଼ : ଟଙ୍କା ପାଇଁ ବ୍ଲାକ୍‌ମେଲ୍‌ କରୁଛନ୍ତି ଯୁବତୀ

ଭୁୁବନେଶ୍ୱର,୮।୭(ବ୍ୟୁରୋ) : ଜଣେ ଯୁବତୀଙ୍କୁ ମଥାରେ ସିନ୍ଦୂର ଦେଇ ବଳାତ୍କାର ହୋଇଥିବା ନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଏବେ ଏହି ଘଟଣା ଭିନ୍ନମୋଡ଼ ନେଇଛି। ଯୁବତୀ ଜଣକ ତାଙ୍କୁ…

ବୁରହାନ୍‌ ଓ୍ବାନୀଙ୍କ ଶ୍ରାଦ୍ଧ ବାର୍ଷିକୀ: ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର,୮।୭: ଆତଙ୍କବାଦୀ ସଂଗଠନଗୁଡ଼ିକ ପକ୍ଷରୁ ସୋମବାର ହିଜବୁଲ୍‌ ମୁଜାହିଦ୍ଦିନ୍‌ ସଦସ୍ୟ ବୁରହାନ୍‌ ଓ୍ବାନୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ ଯୋଜନା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆବଶ୍ୟକସ୍ଥଳେ ସନ୍ଦିଗ୍ଧ ଯାନବାହନ ତଥା ବ୍ୟକ୍ତି ବିଶେଷଙ୍କ ତଲାସୀ…

ଭୁବନେଶ୍ୱରରେ ଲାଗିବ ୫୦୦ ୱାଇ-ଫାଇ ହଟ୍‌ସ୍ପଟ୍‌

ଭୁବନେଶ୍ୱର,୮।୭(ବ୍ୟୁରୋ) : ଭୁବନେଶ୍ୱର ସହର ଅଳ୍ପ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓ୍ବାଇ-ଫାଇ ସହର ହେବ। ସହରର ବିଭିନ୍ନ ସ୍ଥାନରେ ୫୦୦ରୁ ଅଧିକ ଓ୍ବାଇ-ଫାଇ ହଟ୍‌ସ୍ପଟ ଲଗାଯିବା ସହ ଲୋକଙ୍କୁ ୨ ଏମ୍‌ବିପିଏସ୍‌ ସ୍ପିଡରେ ଡାଟା ଯୋଗାଇ ଦିଆଯିବ। ‘ଭୁବନେଶ୍ୱର ମି’…

ଶ୍ରୀମନ୍ଦିରରେ ଭକ୍ତଙ୍କଠାରୁ ଚୋରି, ୪ଗିରଫ

ପୁରୀ ଅଫିସ,୮।୭ : ଶ୍ରୀମନ୍ଦିରରେ ଭକ୍ତଙ୍କ ଠାରୁ ଚୋରି ଅଭିଯୋଗରେ ସିଂହଦ୍ୱାର ପୋଲିସ ରବିବାର ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଲେଶ୍ୱରର ସତ୍ୟାନନ୍ଦ ଲେଙ୍କା(୪୫), ନୟାଗଡର ଇଟାମାଟିର ଆଲୋକ କୁମାର ମଲ୍ଲିକ(୨୦), ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣାର…

ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା : ୧୨୨ କେନ୍ଦ୍ରରେ ୨୭ ହଜାର ୬୧୬ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା

କଟକ ଅଫିସ,୮।୭: ସୋମବାର ସକାଳ ୯ଟାରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇଛି। ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୧୨୨ଟି କେନ୍ଦ୍ରରେ ମୋଟ ୨୭ ହଜାର ୬୧୬ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। କେନ୍ଦ୍ର ମଧ୍ୟରେ ମୋବାଇଲ ବ୍ୟବହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri