Home

ଭାରତକୁ ଚନ୍ଦ୍ରରୁ ନୁହେଁ ପଡୋଶୀ ଦେଶରୁ ଆସୁଛନ୍ତି ଆତଙ୍କବାଦୀ

ପୋଲାଣ୍ଡ,୧୮।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି। ଏହାକୁ ନେଇ ସେ ଯାହାକୁ ସାହାଯ୍ୟ ମାଗିଲେ ମଧ୍ୟ ସବୁଠାରୁ ତାକୁ ନିରାଶ ହେବାକୁ ପଡୁଛି। ଜାତିସଂଘ ପରେ ଏବେ ପୋଲାଣ୍ଡ ସ୍ଥିତ ୟୁରୋପୀୟ…

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ପ୍ରଦାନ କରାଯାଉଛି ସମ୍ମାନ ଜନକ ଛାତ୍ରବୃତ୍ତି; ଏହା ଅନେକଙ୍କୁ ଏବେ ବି ଅଜଣା

ଓ୍ବାଶିଂଟନ,୧୮।୯ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପୃଥିବୀର ଏକ ସମ୍ମାନ ଜନକ ତଥା ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ। ଏଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମରେ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ। ପିଏଚ୍‌ଡି ଏବଂ ଅଣ୍ଡର ଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ଏହି ବୃତ୍ତି ପ୍ରଦାନ କରାଯାଇଥାଏ।…

ଭୂତକୋଠି ପାଲଟିଛି ଡାକବଙ୍ଗଳା

ମୁନିଗୁଡ଼ା,୧୮।୯(ଡି.ଏନ୍‌.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ବହୁ ପୁରାତନ ଗେଷ୍ଟ୍‌ ହାଉସ୍‌ ତଥା ଡାକବଙ୍ଗଳା ଭୂତକୋଠି ପାଲଟିଛି। ୩/୪ ଏକର ପରିମିତ ଜାଗାରେ ଥିବା ଏହି ସରକାରୀ ଡାକବଙ୍ଗଳାରେ ଉଚ୍ଚ ପଦାଧିକାରୀମାନେ…

ଷ୍ଟେଟ ବ୍ୟାଙ୍କ ଶାଖା ଉଚ୍ଛେଦକୁ ନେଇ ପ୍ରତିବାଦ: ଜିଲାପାଳ ଅଫିସ ଆଗରେ ଧାରଣା

ବରଗଡ଼ ଅଫିସ, ୧୮।୯: ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗାସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖା ଉଚ୍ଛେଦ ପ୍ରତିବାଦରେ ବୁଧବାର ବୁଗବୁଗା ଗ୍ରାମବାସୀ ଜିଲାପାଳ ଅଫିସ ଆଗରେ ଧାରଣା ଦେଇଛନ୍ତି। ଧାରଣାରେ ଶତାଧିକ ଗ୍ରାମବାସୀ ସାମିଲ ହୋଇ ବ୍ୟାଙ୍କ ଉଚ୍ଛେଦ ନ କରିବାକୁ…

ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ମହାକାଳପଡ଼ା,୧୮।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବନାଞ୍ଚଳ ଅଧୀନ ସ୍ଥାନୀୟ ଜମ୍ବୁ ଗ୍ରାମର ଧନଞ୍ଜୟ ଗାଇନ(୩୫)ଙ୍କୁ ଏକ ଜଙ୍ଗଲୀ ବାର୍‌ହା ଆକ୍ରମଣ କରିଛି। ଫଳରେ ତାଙ୍କର ଡାହାଣ ହାତର ଆଙ୍ଗୁଠି କଟି ଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଧନଞ୍ଜୟ ବାଡ଼ିପଟେ ଶୌଚ ହେବାକୁ…

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ୨ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୧୮।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବା ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ନିକଟରୁ ବୁଧବାର ପୂର୍ବାହ୍ନରେ ୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଲୁଟ୍‌ର ଶିକାର ହୋଇଛନ୍ତି ସିମନବାଡ଼ି ଓ ବୁଡ଼ାଗୁଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ…

ପରସ୍ପର ବୁଝାମଣା ଭିତରେ କଶ୍ମୀର ସମସ୍ୟାର ହେଉ ସମାଧାନ

ନୂଆଦିଲ୍ଲୀ,୧୮।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଭାରତ ବିରୋଧୀ ବୟାନ ଦେଇ ଆସୁଛି। ଆଉ ଭାରତକୁ ଘେରିବାକୁ ଅନ୍ତରାଷ୍ଟ୍ରୀୟ ସହାୟତା ମଧ୍ୟ ମାଗୁଛି। ହେଲେ ସବୁଠାରୁ ସେ ନିରାଶ ହେଉଛି। ଜାତିସଂଘ ପରେ ଏବେ ୟୁରୋପୀୟ ସଂଘର…

ଛାତ୍ର ର଼୍ୟାଗିଂ ଘଟଣା: ସିଡବ୍ଲୁସିଙ୍କୁ ଭେଟିଲେ ପରିବାରବର୍ଗ; ଅଧ୍ୟକ୍ଷଙ୍କୁ ଗିରଫ ନ କଲେ ରାସ୍ତାରୋକୋ ଚେତାବନୀ

ସମ୍ବଲପୁର,୧୮।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରଧିଆପାଲି ବୈଦିକ ଇଣ୍ଟରନ୍ୟାଶନାଲ ସ୍କୁଲରେ ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ମଙ୍ଗଳବାର ଶାସନ ଥାନାରେ ଅଭିଯୋଗ ହୋଇଥିଲ। ଥାନାରେ ଏକ ମାମଲା ରୁଜୁକରି ଅତିରିକ୍ତ ଏସ୍‌ପି ପି.କେ. ମହାପାତ୍ର ତଦନ୍ତ ଜାରି ରଖିଥିବା…

ତ୍ରିକୋଣୀୟ ହେବାରେ ଲାଗିଛି ତୈଳ ଯୁଦ୍ଧ: ଭାରତ ସହିତ ଏସିଆ ରାଷ୍ଟ୍ରସମୂହ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୮।୯: ସୌଦିର ତୈଳ ବିଶୋଧନାଗାର ଉପରେ ଇରାନ୍‌ ହୁତି ସୈନ୍ୟଙ୍କ ଡ୍ରୋନ୍‌ ଆକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏହାଯୋଗୁ ଇରାନ୍‌-ସୌଦି ସମ୍ପର୍କରେ ଫାଟ ବଢ଼ିବାରେ ଲାଗିଛି। ଏହା ଆମେରିକା ପାଇଁ ଏକ ସୁଯୋଗ ମଧ୍ୟ ସୃଷ୍ଟି କରିଛି।…

ମଦ ନେଲା ଜୀବନ: ନିଶାରେ ସ୍ତ୍ରୀଙ୍କୁ ପିଟି ମାରିଦେଲେ ସ୍ବାମୀ

ରେମୁଣା,୧୮।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ସେରଗଡ଼ ପଞ୍ଚାୟତ ୯ନଂ ଓ୍ବାର୍ଡରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଜଣେ ସ୍ବାମୀ ସ୍ତ୍ରୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଲେ ବାସନ୍ତି ସିଂ(୩୦)। ଖବର ପାଇ ପୋଲିସ…

ଟ୍ୟାଙ୍କର ଧକ୍କାରେ ଛାତ୍ରୀ ମୃତ, ୨ ଗୁରୁତର

କୁଜଙ୍ଗ, ୧୮।୯(ସ୍ବ.ପ୍ର.): କଟକ-ପାରାରୀପ ରାସ୍ତାର ପଙ୍କପାଳ ଛକ କୁଜଙ୍ଗ ନିକଟରେ ବୁଧବାର ଟ୍ୟାଙ୍କର ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତ ଛାତ୍ରୀ ହେଲେ ପଙ୍କପାଳ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ତଥା ମନ୍ତ୍ରୀପଡ଼ା ନିବାସୀ…

ମା’ଙ୍କ ଚକ୍ଷୁଦାନ କଲେ ସନ୍ତାନ

ବ୍ରହ୍ମପୁର ଅଫିସ,୧୮।୯: ଗଞ୍ଜାମ ଜିଲା ବ୍ରହ୍ମପୁର ସହର ବଡ଼ବଜାର ଚନ୍ଦ୍ରମା ସାହି ନିବାସୀ ଭି.ଦମୟନ୍ତୀଙ୍କ ୯୨ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ପରେ ତାଙ୍କ ସନ୍ତାନ ଦମୟନ୍ତୀଙ୍କ ଚକ୍ଷୁଦାନ କରାଇଛନ୍ତି। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଫ୍ରେଣ୍ଡସ୍‌ ହେଲ୍‌ପିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?