Home

ମଝି ଆକାଶରେ ଜଳିଗଲା ମିଗ୍‌-୨୧ ବିମାନ

ଭୋପାଳ, ୨୫।୯: ଭାରତୀୟ ବାୟୁସେନାର ଏକ ଟ୍ରେନର ମିଗ୍‌-୨୧ ବିମାନ ବୁଧବାର ଗ୍ବାଲିୟରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ମଝି ଆକାଶରେ ଜଳିଯାଇଛି। ଏଥିରେ ଥିବା ଜଣେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଏବଂ ସ୍କ୍ବାଡ୍ରନ୍‌ ଲିଡର ସୁରକ୍ଷିତ ଥିବା କୁହାଯାଉଛି। ଖବର ପାଇ ଘଟଣାସ୍ଥଳରେ…

୧୫୬୦ ଉଇକେଟ ନେଇଥିବା ଏହା ଭାରତୀୟ କ୍ରିକେଟର୍‌ଙ୍କୁ ସେନ୍‌ ଓ୍ବାର୍ଣ୍ଣ ବି ମାନୁଥିଲେ ଗୁରୁ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ମହାନ ସ୍ପିନର ବିଶେନ ସିଂ ବେଦୀଙ୍କ ଆଜି ୭୩ତମ ଜନ୍ମଦିନ। ୧୯୪୬ ମସିହା ସେପ୍ଟେମ୍ବର ୨୫ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଭାରତ ପାଇଁ ସେ ୧୩ ବର୍ଷ କାଳ କ୍ରିକେଟ ଖେଳିଥିଲେ। ନିଜ…

ବାୟୁସେନା ବିମାନ ବନ୍ଦରରେ ହାଇ ଆର୍ଲଟ: ଆତ୍ମଘାତୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ,୨୫।୯: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ର ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଭାରତୀୟ ବାୟୁସେନା ବିମାନବନ୍ଦରରେ ହାଇ ଆର୍ଲଟ ଜାରି କରାଯାଇଛି। ଏସବୁ ବିମାନ ବନ୍ଦର ଉପରେ ୨୪ ଘଣ୍ଟିଆ କଡ଼ା ନଜର ରଖାଯାଇଛି। ଶ୍ରୀନଗର, ଅଓ୍ବନ୍ତୀପୋରା, ଜମ୍ମୁ, ପଠାଣକୋଟ୍‌. ହିଣ୍ଡନ୍‌…

ମହଙ୍ଗା ପିଆଜ ଯୋଗୁ ଅତୀତରେ ୨ ସରକାରଙ୍କ ପତନ ଘଟିଛି: ଏବେ କେଜ୍ରିଓ୍ବାଲ ସରକାରଙ୍କ ଉପରେ ଖଣ୍ଡା

ନୂଆଦିଲ୍ଲୀ,୨୫।୯: ଦେଶରେ ପିଆଜ ଦାମ୍‌ ଏବେ ବଢ଼ିଚାଲିଛି। ଅତୀତରେ ମହଙ୍ଗା ପିଆଜ ଯୋଗୁ ଦିଲ୍ଲୀର ୨ ସରକାରଙ୍କ ପତନ ଘଟିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଭିନ୍ନ ସ୍ଥାନରେ ୨୨ ଟଙ୍କାରେ ପିଆଜ ଯୋଗାଇବା ଜାରି ରଖିଛନ୍ତି। ୧୯୯୮ରେ…

ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ଗିରଫ

ଶାହଜାହାନପୁର,୨୫।୯: ପୂପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଆଇନ ଛାତ୍ରୀଙ୍କୁ ଗିରଫ କରାଯାଇଛି। ପୂର୍ବରୁ ପୀଡ଼ିତାଙ୍କ ୨ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ଏସ୍‌ଆଇଟି ପକ୍ଷରୁ ଏହାର ତଦନ୍ତ ଜାରି ରହିଛି। ଚିନ୍ମୟାନନ୍ଦଙ୍କଠାରୁ ୫ କୋଟି ଟଙ୍କା…

ଯୁବନେତାଙ୍କୁ ଚାପୁଡା ମାରିଲେ ଏମ୍‌ପି

ପାରଳାଖେମୁଣ୍ଡି,୨୫।୯(ସ୍ବ.ପ୍ର.):ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ମଙ୍ଗଳବାର ଜିଲା ବିଜେଡିର ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନ୍ୟ ଦଳର କର୍ମୀ ଓ ନେତା ବିଜେଡିରେ ସାମିଲ ହୋଇଥିଲୋ। ବ୍ରହ୍ମପୁର ଏମ୍‌ପି…

ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ପାକିସ୍ତାନୀ ଡ୍ରୋନ୍‌ ଧରାପଡ଼ିଲା

ଅମୃତସର,୨୫।୯: ଭାରତରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ ଡ୍ରୋନ୍‌ର ବ୍ୟବହାର କରୁଛି। ଏନେଇ ପଞ୍ଜାବ ପୋଲିସ ଏକ ଡ୍ରୋନ୍‌କୁ ଜବତ କରିଛି। ପଞ୍ଜାବ ପୋଲିସର ଗୋଇନ୍ଦା ଶାଖା ପକ୍ଷରୁ ଏଭଳି ଏକ ଡ୍ରୋନ୍‌କୁ ଧରାଯାଇଛି। ଏହା ଭାରତ-ପାକିସ୍ତାନ ସୀମାନ୍ତ ଜିଲା…

ମୋଦିଙ୍କୁ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’

ଓ୍ବାଶିଂଟନ,୨୫।୯: ସ୍ବଚ୍ଛ ଭାରତ ଅଭିଯାନ ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ବିଲ୍‌ ଗେଟସ୍‌ ଏବଂ ମିଲେଣ୍ଡା ଗେଟସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ଏହି ଅବସରରେ ମୋଦି କହିଛନ୍ତି ଯେ,…

ଦାମ୍ପତ୍ୟ ଜୀବନରେ ନିବିଡ଼ତା କମାଉଛି ସେଲ୍‌ ଫୋନ୍‌

ଓହିଓ: ସେଲ୍‌ ଫୋନ୍‌ ଯୋଗୁ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହେଉଛି । ମୋବାଇଲରୁ ହେଉଥିବା ବିକିରଣ ଯୋଗୁ ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡୁଛି। ହାଇପୋଥାଲାମସ୍‌ରେ ନକାରାତ୍ମକ ପ୍ରଭାବ ଯୋଗୁ ହାପିନେସ୍‌ ହରମୋନ୍‌ କ୍ଷରଣରେ ବାଧା ସୃଷ୍ଟି ହୋଇଥାଏ ବୋଲି…

ନବଜାତ ଶିଶୁ କେବଳ ମା’ କଥା ହିଁ ବୁଝିପାରେ

ନ୍ୟୁୟର୍କ: ନୂଆକରି ଦୁନିଆକୁ ଆସିଥିବା ଶିଶୁ ପାଇଁ ସବୁ ଜିନିଷ ଅଲଗା ଅଲଗା ଲାଗିଥାଏ। ଅନ୍ୟ କେଉଁ ଶବ୍ଦ ନ ଜାଣିଲେ ମଧ୍ୟ ନବଜାତ ଶିଶୁ ମା’ର କଥା ବୁଝିପାରେ। ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏସମ୍ପର୍କରେ ପ୍ରକାଶ…

ମାଗଣାରେ ଖାଇବାକୁ ଡେଟ୍‌ରେ ଯାଆନ୍ତି ଯୁବତୀ

କାଲିଫର୍ନିଆ: ବିବାହ ବା ରିଲେଶପଶିପରେ ରହିବା ପୂର୍ବରୁ ପରସ୍ପରକୁ ଜାଣିବା ପାଇଁ ପୁଅ-ଝିଅ ଡେଟିଂରେ ଯାଉଥିବା କଥା କିଛି ନୂଆ ନୁହେଁ। ଅନ୍‌ଲାଇନ୍‌ ଡେଟିଂ ଆପ୍‌ରୁ ହେଉ କି ସୋସିଆଲ ମିଡିଆରୁ ପରିଚିତ ବନ୍ଧୁ ହୁଅନ୍ତୁ, ପ୍ରଥମେ ଡେଟ୍‌ରେ ଯିବାକୁ ସମସ୍ତେ…

ବିଗ୍‌ ବସ୍‌ ସିଜନ୍‌ ୧୩ରେ ଅମୀଷା ପଟେଲ

ମୁମ୍ବାଇ: ଟିଭି ଦୁୁନିିଆର ସବୁଠାରୁ ବିବାଦୀୟ ଶୋ ‘ବିଗ୍‌ ବସ୍‌’କୁ ହିଟ୍‌ କରିବାକୁ ନିର୍ମାତା ସବୁବେଳେ ଚେଷ୍ଟା କରିଥାନ୍ତି। ସିଜନ୍‌ ୧ରୁ ୧୧ ଯାଏଁ ସବୁବେଳେ ଛୋଟ ପରଦାରେ ଏହି ଶୋ ବିବାଦୀୟ ଚର୍ଚ୍ଚା ସାଉଁଟିବାରେ ସଫଳ ରହିଥିଲା। ଆଗାମୀ ବିଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?