ଜୁନ୍ ୯ରେ ତିରୁପତି ଗସ୍ତ କରିବେ ମୋଦି
ଗୁଣ୍ଟୁର,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୯ ତାରିଖରେ ତିରୁପତି ବାଲାଜି ମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଆନ୍ଧ୍ର ପ୍ରଦେଶର ଭାଜପା ଅଧ୍ୟକ୍ଷ କାନ୍ନା ଲକ୍ଷ୍ମୀ ନାରାୟଣ ସୂଚନା ଦେଇଛନ୍ତି। ସେଠାରେ ସେ ବାଲାଜି ମନ୍ଦିରରେ ପୂଜାର୍ଚ୍ଚନା…
ନିଆରା ପ୍ରତିଯୋଗିତା ‘ପନଜତ୍ ପିନାଙ୍ଗ’
ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରଥା ପରମ୍ପରା ପ୍ରଚଳିତ ହୋଇ ଆସୁଛି। ସେହିଭଳି ବିଭିନ୍ନ ଅବସରରେ ନିଆରା ପ୍ରତିଯୋଗିତାମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ। ତେବେ ଇଣ୍ଡୋନେସିଆରେ ସ୍ବତନ୍ତ୍ରତା ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସରେ ସେଠାକାର ଅଧିବାସୀଙ୍କ ମଧ୍ୟରେ…
ଆରଡିରେ ଶିବ ବିବାହ: ଦେବ, ଦାନବ, କିନ୍ନର ସାଜନ୍ତି ବରଯାତ୍ରୀ; ଅର୍ଦ୍ଧରାତ୍ରରେ ହୁଏ ବିବାହ ସମ୍ପନ୍ନ
ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ପ୍ରତିବର୍ଷ ଶିବ ବିବାହ ଅନୁଷ୍ଠିତ ହୋଇଆସୁଛି । ପବିତ୍ର ଶୀତଳ ଷଷ୍ଠୀରେ ଏଠାରେ ବୈଦିକରୀତି ଅନୁସାରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କର ପାଣିଗ୍ରହଣ କରିଥାନ୍ତି … ଶାସ୍ତ୍ରାନୁସାରେ ଦେବ, ମାନବ, ଦାନବ ସଭିଏଁ…
ନୀତୀଶଙ୍କ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ: ସାମିଲ ହେବେନି କେହି ଭାଜପା ନେତା
ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ରବିବାର କରାଯିବ। ହେଲେ ଏଥିରେ କେହି ଭାଜପା ନେତା ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି। କାରଣ ପୂର୍ବରୁ ଭାଜପା କୋଟାରେ ମନ୍ତ୍ରିପଦ ପୂରଣ ହୋଇ ସାରିଥିବା ବେଳେ ଏବେ…
ଆମେରିକା ଭିଜା: ଆବେଦନକାରୀଙ୍କୁ ଦେବାକୁ ହେବ ୫ ବର୍ଷର ସୋସିଆଲ ମିଡ଼ିଆ ତଥ୍ୟ
ଓ୍ବାଶିଂଟନ,୨।୬: ଆମେରିକା ଭିଜା ବ୍ୟବସ୍ଥାରେ ଏବେ ନୂଆ ନିୟମ ସଂଯୁକ୍ତ କରାଯାଇଛି। ଏବେ ଏଥିପାଇଁ ଆବେଦନକାରୀଙ୍କୁ ସୋସିଆଲ୍ ମିଡ଼ିଆ ତଥ୍ୟ, ଇମେଲ୍ ଠିକଣା ତଥା ଫୋନ୍ ନମ୍ବର ସୂଚନା ଦେବାକୁ ପଡ଼ିବ। ଗତ ୫ ବର୍ଷ ଧରି ଆବେଦନକାରୀ ବ୍ୟବହାର କରୁଥିବା…
ହାଡ଼ଭଙ୍ଗା ଚିକିତ୍ସାଳୟରେ ଚାଲିଥିଲା ବେଆଇନ ଗର୍ଭପାତ: ନୟାଗଡ଼ ଟାଉନ ଥାନା ପୋଲିସର ଚଢ଼ାଉ; ଦୁଇ ଅଟକ
ନୟାଗଡ଼ ଅଫିସ,୨ା୬- ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ଥିବା ଏକ ହାଡ଼ଭଙ୍ଗା ଚିକିତ୍ସାଳୟ ( କ୍ଲିନିକ୍)ରେ ଚାଲୁଥିଲା ବେଆଇନ୍ ଗର୍ଭପାତ। ଶନିବାର ବିଳମ୍ବିତ ରାତ୍ରିରେ ଏ ନେଇ ଖବର ପାଇ ନୟାଗଡ଼ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି…
ଭୁବନେଶ୍ୱରରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର: ଶେଷ ଦର୍ଶନ ଲାଗି କଳିଙ୍ଗ ଷ୍ଟାଡିୟମରେ ଲୋକଙ୍କ ଭିଡ଼
ଭୁବନେଶ୍ୱର,୨।୬(ବ୍ୟୁରୋ): ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚିଛି। ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଏହାକୁ କଳିଙ୍ଗ ଷ୍ଟାଡିୟମରେ ରଖାଯାଇଛି। ତେବେ କଳ୍ପନାଙ୍କ ଶେଷ ଦର୍ଶନ ଲାଗି ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ପ୍ରକାଶଯୋଗ୍ୟ, କଳ୍ପନା ଏଭରେଷ୍ଟ ଆରୋହଣ କରି ଫେରିବା…
ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼: ଭୂପେନ୍ଦ୍ରଙ୍କ ତୁଳନାରେ ନଡ୍ଡା ଆଗରେ
ନୂଆଦିଲ୍ଲୀ,୨।୬: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନେଇ ଦଳରେ ବିଚାର ବିମର୍ଷ ଆରମ୍ଭ ହୋଇଛି । ପୂର୍ବତନ ଅଧ୍ୟକ୍ଷ ଅମିତ ଶାହ ଏବେ ସ୍ବରାଷ୍ଟ୍ର ମନ୍ତ୍ରୀ ଭାର ଗ୍ରହଣ କରିଛନ୍ତି। ତେଣୁ ଖୁବ୍ ଶୀଘ୍ର ଏହି ପଦବୀ ପୂରଣ ପାଇଁ ଉଦ୍ୟମ ଆରମ୍ଭ…
ଅନିନ୍ଦିତାଙ୍କ ଇମ୍ଫାଲରୁ ବ୍ୟାଙ୍କକ ଯାତ୍ରା
ସେ କେବଳ ସ୍ବପ୍ନ ଦେଖନ୍ତିନି, ସ୍ବପ୍ନକୁ ସାକାର କରିବାରେ ବିଶ୍ୱାସ ରଖନ୍ତି। ପ୍ରତିବନ୍ଧକକୁ ଏଡ଼େଇ ଦେଇ କେମିତି ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ସେ ଭରସା ରଖନ୍ତି ନିଜ ଉପରେ। ସେଇଥିପାଇଁ ନିଜେ କାର୍ ଚଲେଇ ଇମ୍ଫାଲରୁ ଯାଇ ପହଞ୍ଚତ୍ପାରିଲେ ବ୍ୟାଙ୍କକ୍ରେ… ସେ କେବଳ…
ବିଶ୍ୱ ଇତିହାସର ରହସ୍ୟମୟ ତାଲିକାରେ ସାଇତା ନିଖୋଜ ମଣିଷଙ୍କ କଥା: କୁଆଡ଼େ ଗଲେ ନେତାଜୀ, ହୋଫା…
ଏଇଟା ସେଇ ସମୟ ନୁହେଁ, ଯେତେବେଳେ ଜଣେ ଆଖିପିଛୁଳାରେ ଉଭାନ ହୋଇଯିବ। ତନ୍ତ୍ର ବା ମନ୍ତ୍ରବଳରେ ନିଜକୁ ଦିନଦିନ ଧରି ଲୁଚେଇ ଦେଇପାରିବ। ଅଥବା ପୁଣିଥରେ ମନ୍ତ୍ରଶକ୍ତିକୁ ଉପଯୋଗ କରି ଆଖି ଆଗରେ ଆସି ପହଞ୍ଚତ୍ୟିବ। ସେସବୁ ଘଟୁଥିଲା ପୌରାଣିକ ଯୁଗରେ।…
ଲିବିୟା ବିସ୍ଫୋରଣ: ୧୮ ଆହତ
ଡେରନା,୨।୬: ଲିବିୟାନ୍ ନ୍ୟାଶନାଲ୍ ଆର୍ମି(ଏଲ୍ଏନ୍ଏ)ର ହେଡ୍କ୍ୱାଟର ନିକଟରେ ରବିବାର ହୋଇଥିବା ୨ଟି ବିସ୍ଫୋରଣରେ ଅତିକମ୍ରେ ୧୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଖଲିଫା ହଫ୍ତାର ସେନା ଓ ଆମେରିକା ସେନା ମଧ୍ୟରେ ଲାଗିରହିଥିବା ଅସନ୍ତୋଷ ଯୋଗୁ ସେଠାରୁ ୯୦ ହଜାର…
କୋଟିପତି ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା, ସୁନା, ଗାଡ଼ି ଜବତ
ଚଢ଼େଇଧରା,୨।୬(ଡିଏନଏ)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ସାମସୁନ୍ଦରପୁର ୟୁଜିଏମ୍ଇ ସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ମିଶ୍ରଙ୍କ ଘରେ ଶନିବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ କଟକ ଡିଭିଜନ ପକ୍ଷରୁ ମିଶ୍ରଙ୍କ ଯାଜପୁର…
Archives


