ପଶ୍ଚିମବଙ୍ଗରେ ଥମୁନି ହିଂସା: ପୁଣି ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ମିଳିଲା
କୋଲକାତା, ୧୨।୬: ପଶ୍ଚିମବଙ୍ଗରେ ଥମୁନି ହିଂସା। ବୁଧବାର ମାଳଦାରେ ଦୁଇଦିନ ହେଲା ନିଖୋଜ ଥିବା ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଭାଜପା କାର୍ଯ୍ୟକର୍ତ୍ତାମାନେ ଘଟଣାକୁ ବିରୋଧ ପ୍ରଦର୍ଶନ କରି ରାସ୍ତାକୁ ଓହ୍ଲାଇଛନ୍ତି।…
ଲୋକ ସଭା ଉପବାଚସ୍ପତି ପଦ ଓ୍ବାଇଏସଆର୍ କଂଗ୍ରେସକୁ ଦିଆଯାଇପାରେ
ନୂଆଦିଲ୍ଲୀ. ୧୨।୬: ଆନ୍ଧ୍ର ପ୍ରଦେଶର ଜଗନମୋହନଙ୍କ ନେତୃତ୍ୱାଧୀନ ଓ୍ବାଇଏସଆର କଂଗ୍ରେସକୁ ଏଥର ଲୋକ ସଭା ଉପବାଚସ୍ପତି ପଦ ଅଫର୍ ଭାଜପା ଦେଇପାରେ। ମଙ୍ଗଳବାର ଭାଜପା ସାଂସଦ ଜିଭିଏଲ ନରସିଂହା ରାଓ ମୁଖ୍ୟମନ୍ତ୍ରୀ ଜଗନଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି।…
ଅଭିନନ୍ଦନଙ୍କ ମଜାକ ଉଡାଇଲା ପାକିସ୍ତାନ
ଇସଲମାବାଦ୍, ୧୨।୫: ଇଂଲଣ୍ଡ ଚାଲିଥିବା କ୍ରିକେଟ ବିଶକପରେ ଜୁନ୍ ୧୬ ଏକ ହାଇ ଭୋଲ୍ଟଟେଜ୍ ମ୍ୟାଚ୍। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସତନା ପୁଣି ଥରେ ପରସ୍ପରକୁ ଭେଟିବେ। ଏଥିପାଇଁ ଉଭୟ ଦେଶର ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି। ଏହି…
ନେପାଳରେ ମୃତ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇଲେ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ, ୧୨।୬: ନେପାଳରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓ ତୀର୍ଥଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ମୃତକଙ୍କ ପରିବାରକୁ ସହାୟତା ଯୋଗାଇଦିଆଯିବା ସହ ଆହତଙ୍କ ଚିକିତ୍ସା ପାଇଁ ନେପାଳରେ ଉଦ୍ୟମ ଚାଲିଛି ବୋଲି ସେ…
ବାତ୍ୟା ବାୟୁ ମୌସୁମୀକୁ ଉଡ଼ାଇନେବା ଆଶଙ୍କା: ଉତ୍ତରଭାରତ ହୋଇପାରେ ପ୍ରଭାବିତ
ନୂଆଦିଲ୍ଲୀ,୧୨।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେଧୀରେ ଦେଶରେ ପ୍ରବେଶ କରିବା ପ୍ରକ୍ରିୟା ଜାରି ରହିଛି। ତେବେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ମୌସୁମୀକୁ ଉଡ଼ାଇନେବା ଆଶଙ୍କା ଦେଖାଦେଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାଦ୍ୱାରା…
ମାଡ଼ି ଆସୁଛି ବାୟୁ : ଲୋକେ ଆତଙ୍କିତ; ଗୁଜରାଟରେ ହାଇ ଆଲର୍ଟ
ଅହମ୍ମଦାବାଦ୍ ୧୨।୬: ଆରବ ସାଗରରେ ଲଘୁଚାପ ଯୋଗୁ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ଗୁଜରାଟ ମୁହାଁ ହୋଇଛି। ଗୁରୁବାର ସକାଳେ ଏହା ଗୁଜରାଟ ଉପକୂଳ ଅଞ୍ଚଳରେ ଲାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ…
ନାସା ଲଞ୍ଚ୍ କରିବ ଟ୍ବିନ୍ ସାଟେଲାଇଟ୍
ଓ୍ବାଶିଂଟନ୍: ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସା ଦୁଇଟି କ୍ଷୁଦ୍ର ସାଟେଲାଇଟ୍ ମହାକାଶକୁ ଲଞ୍ଚ୍ କରିବ। ପୃଥିବୀର ଉପର ବାୟୁମଣ୍ଡଳରେ ସାମରିକ ଓ ଏୟାରଲାଇନ୍ ଯୋଗାଯୋଗ ଏବଂ ଜିପିଏସ୍ ସିଗ୍ନାଲ୍ କ୍ଷେତ୍ରରେ ଉପୁଜିଥିବା ଅସୁବିଧା ଦୂରକରିବାରେ ଏହା ସହାୟକ ହୋଇପାରିବ। ଯମଜ…
ପ୍ରତ୍ୟାହାର ହୋଇପାରେ ଏଟିଏମ୍ ଚାର୍ଜ: ଆର୍ବିଆଇ ଗଠନ କଲା ସମୀକ୍ଷା କମିଟି
ମୁମ୍ବାଇ,୧୨-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଏନ୍ଇଏଫ୍ଟି ଏବଂ ଆର୍ଟିଜିଏସ୍ ଉପରେ ଲାଗୁଥିବା ଶୁଳ୍କ ପ୍ରତ୍ୟାହାର କରିନେଇଛି। ତେବେ ଅଟୋମେଟେଡ ଟେଲର ମେଶିନ(ଏଟିଏମ୍) ବ୍ୟବହାର ଲାଗି ଲାଗୁଥିବା ଚାର୍ଜ ଆଦାୟର ସମୀକ୍ଷା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି।…
ଆଇବିଏମ୍ଠାରୁ ବଡ଼ କମ୍ପାନୀ ହେଲା ଟିସିଏସ୍
ନୂଆଦିଲ୍ଲୀ,୧୨ା୬: ଦେଶର ଶୀର୍ଷ ଆଇଟି ସେବା ପ୍ରଦାନକାରୀ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ(ଟିସିଏସ୍) ବିଶ୍ୱର ଶୀର୍ଷ କମ୍ପାନୀମାନଙ୍କ ମଧ୍ୟରେ ଅନ୍ୟତମ ଆଇବିଏମ୍କୁ ବଜାର ପୁଞ୍ଜୀକରଣରେ ପଛରେ ପକାଇ ଏକ ନମ୍ବର ସ୍ଥାନକୁ ଉଠିଆସିଛି। ସୋମବାର ଟିସିଏସ୍ର ବଜାର ପୁଞ୍ଜୀକରଣ ୮.୩୭ ଲକ୍ଷ…
ଏବର୍ଷ ବଢ଼ିବନି ବିଦ୍ୟୁତ୍ ଶୁଳ୍କ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ହେବ ନାହିଁ। ପୂର୍ବ ବର୍ଷ ଭଳି ଘରୋଇ ଉପଭୋକ୍ତାମାନେ ବିଦ୍ୟୁତ୍ ଦେୟ ପଇଠ କରିବେ। ବିଦ୍ୟୁତ୍ ଉତ୍ପାଦନ ଓ ବଣ୍ଟନ କମ୍ପାନୀଗୁଡିକର ଶୁଳ୍କ ବୃଦ୍ଧି ଆବେଦନର ଶୁଣାଣି କରି…
ରିଲାଏନ୍ସ ଯୋଗାଇବ ସବ୍ସିଡିଯୁକ୍ତ ଏଲ୍ପିଜି
ନୂଆଦିଲ୍ଲୀ,୧୨-୬: ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଦେଶରେ ରୋଷେଇ ଗ୍ୟାସ୍ ଅର୍ଥାତ ଏଲ୍ପିଜି ସିଲିଣ୍ଡର ଯୋଗାଉଛନ୍ତି। ତେବେ ଘରୋଇ କମ୍ପାନୀଙ୍କୁ ସବ୍ସିଡିଯୁକ୍ତ ରୋଷେଇ ଗ୍ୟାସ୍ ଯୋଗାଇବା ଲାଗି ସୁଯୋଗ ଦେବାକୁ ଦେଶର ସର୍ବବୃହତ ଗ୍ୟାସ୍ ଉତ୍ପାଦନକାରୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦାବି କରିଛି। ଏହି…
ଭାରତ ବିରୋଧରେ ଟ୍ରମ୍ପ ମୁହଁ ଖୋଲିଲେ: ଆମେରିକା ମୋଟରସାଇକେଲ ଉପରେ ୫୦% ଟାରିଫ ସ୍ବୀକାର୍ଯ୍ୟ ନୁହେଁ
ଓ୍ବାଶିଂଟନ,୧୨-୬: ଟାରିଫ ବୃଦ୍ଧିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ବିରୋଧରେ ପୁନର୍ବାର ମୁହଁ ଖୋଲି ଚାପ ପକାଇବା ରାଜନୀତି ଆରମ୍ଭ କରିଛନ୍ତି। ଆମେରିକାରୁ ଆସୁଥିବା ମୋଟରସାଇକେଲ ଉପରେ ଭାରତ ଟାରିଫ ହାରକୁ ୧୦୦ରୁ ୫୦ ପ୍ରତିଶତକୁ ହ୍ରାସ…
Archives


