ଗଞ୍ଜେଇ ବୋଝେଇ ବୋଲେରୋ ଜବତ, ୩ ଗିରଫ
ଚନ୍ଦ୍ରଗିରି,୩।୮(ଡି.ଏନ୍.ଏ.): ଗଜପତି ଜିଲା ମୋହନା ପୋଲିସ ଶୁକ୍ରବାର ରାତିରେ ପେଟ୍ରୋଲିଂ ବେଳେ ରାଇସିଂ ଛକରୁ ୫୯.୫୦୦ କେଜି ଗଞ୍ଜେଇ ବୋଝେଇ ଏକ ବୋଲେରୋ(ଓଡି୦୭କ୍ୟୁ୪୪୫୦) ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଆର୍…
ଭଲ ବର୍ଷା ପାଇଁ ଦେବୀଙ୍କୁ ଲାଗି ହେଲା ୨ ହଜାର କିଗ୍ରା ଫଳ
କୋଏମ୍ବାଟୁର,୩।୮: ତାମିଲନାଡୁର ମହାଳି ଆମନ୍ ମନ୍ଦିରରେ ଦେବୀଙ୍କୁ ୨ ହଜାର କିଲୋଗ୍ରାମ୍ ଫଳ ଲାଗି ହୋଇଛି। ‘ଆଦି’ ଉତ୍ସବ ଅବସରରେ ଶୁକ୍ରବାର ଶ୍ରଦ୍ଧାଳୁ ଏପରି କରିଛନ୍ତି। ତାମିଲ୍ ପଞ୍ଜିକା ଅନୁସାରେ ‘ଆଦି’ ମାସର ପରବର୍ତ୍ତୀ ମାସ ସାଓ୍ବନରେ ଭଲ ବର୍ଷା ପାଇଁ…
୨୦୨୧ କୁମ୍ଭମେଳା ପୂର୍ବରୁ ମରାମତି ହେବ ୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ପୋଲ
ଡେରାଡୁନ୍, ୩।୮: ଉତ୍ତରାଖଣ୍ଡର ଋଷିକେଶଠାରେ ଗଙ୍ଗାନଦୀ ଉପରେ ଥିବା ୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ଉପରେ ଗମନାଗମନ ବନ୍ଦ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜୁଲାଇ ୧୨ରୁ ନିର୍ଦ୍ଦେଶ ଜାରି ହୋଇଥିଲା। ତେବେ ୨୦୨୧ କୁମ୍ଭ ମେଳା ପୂର୍ବରୁ ଏହାର…
ଜୀବନ ଭୟରେ ନିୟନ୍ତ୍ରଣ ରେଖା ଲଞ୍ଚ୍ପ୍ୟାଡ୍କୁ ଫେରିଲେ ୨୫୦ ଆତଙ୍କବାଦୀ: ଉପଗ୍ରହ ଚିତ୍ରରୁ ମିଳିଲା ସୂଚନା
ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଥିବା ପାକିସ୍ତାନ ଲଞ୍ଚ୍ପ୍ୟାଡ୍କୁ ୨୫୦ ଆତଙ୍କବାଦୀ ଫେରିଛନ୍ତି। ଏହା ଉପଗ୍ରହରୁ ମିଳିଥିବା ଚିତ୍ରରୁ ଜଣାପଡ଼ିଥିବା କୁହାଯାଉଛି। ଜମ୍ମୁ-କଶ୍ମୀରରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବାରୁ ଆତଙ୍କବାଦୀଙ୍କମାନେ ଜୀବନ ଭୟରେ ପାକିସ୍ତାନ ଅଧିକୃତ କଶ୍ମୀରଠାରେ ଥିବା ଲଞ୍ଚ୍ପ୍ୟାଡ୍କୁ ଫେରିଯାଇଛନ୍ତି।…
ଅଗଷ୍ଟ ୬ରେ ମୋଦିଙ୍କୁ ସାକ୍ଷାତ୍ କରିବେ ୟେଦୁରପ୍ପା
ନୂଆଦିଲ୍ଲୀ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିଏସ୍ ୟେଦୁରପ୍ପା ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି। ଭାଜପା ହାଇ କମାଣ୍ଡଙ୍କଠାରୁ ଗ୍ରୀନ୍ ସିଗ୍ନାଲ ମିଳିବା ପରେ ୟେଦୁରପ୍ପା ୩ ଦିନିଆ…
ଶ୍ରୀନଗରରୁ ଦିଲ୍ଲୀ ବିମାନ ଟିକେଟ ଆକାଶ ଛୁଆଁ: ବଢ଼ିଲା ୫ ଗୁଣା
ଶ୍ରୀନଗର,୩।୮: କେନ୍ଦ୍ର ସରକାର ଶୀଘ୍ର ଜମ୍ମୁ-କଶ୍ମୀର ଛାଡ଼ିବା ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି। ଫଳରେ ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏହାକୁ ଦେଖି ବିମାନ ପରିବହନ କମ୍ପାନୀଗୁଡ଼ିକ ଫାଇଦା ନେବାର ଉଦ୍ୟମ କରିଛନ୍ତି। ଶ୍ରୀନଗରରୁ ଦିଲ୍ଲୀ ଟିକେଟ…
‘ମେଟଲ୍ ମିଟ୍-୨୦୧୯’; ଗ୍ରାଣ୍ଡ ଫିନାଲେକୁ ଗଲେ ଜୁନିୟର ଟପ୍ ୮ ଟିମ୍: ଭୁବନେଶ୍ୱରର ସର୍ବାଧିକ ୬ ସ୍କୁଲ
ଭୁବନେଶ୍ୱର,୩।୮(ବ୍ୟୁରୋ): ଶେଷ ହୋଇଛି ‘ମେଟଲ୍ ମିଟ୍-୨୦୧୯’ର ପ୍ରିଲିମ୍ସ ରାଉଣ୍ଡ। ଗ୍ରାଣ୍ଡ ଫିନାଲେ ପାଇଁ ଚୁଡ଼ାନ୍ତ ହୋଇଛି ‘ଟପ୍-୮’ଟିମ୍। ଫାଇନାଲକୁ ଯାଇଥିବା ଜୁନିୟର ଟିମ୍ଗୁଡ଼ିକମଧ୍ୟରେ ଭୁବନେଶ୍ୱରର ସର୍ବାଧିକ ୬ଟି ଟିମ୍ ରହିଛି। ଏଥିସହ ରାଉରକେଲା ଓ କଟକର ଗୋଟିଏ ଗୋଟିଏ ଟିମ୍ ଫାଇନାଲ୍ରେ…
ରାଜ୍ୟପାଳଙ୍କୁ ଭେଟିଲେ ଓମାର ଅବଦୁଲା: କହିଲେ ଅନୁଚ୍ଛେଦ ‘୩୫-ଏ’କୁ ନେଇ ଲୋକଙ୍କ ମନରେ ରହିିଛି ଶଙ୍କା
ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଶନିବାର ରାଜ୍ୟପାଳ ସତ୍ୟପାଲ ମଲିକ୍ଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଯେ, ଅନୁଚ୍ଛେଦ ‘୩୫-ଏ’କୁ ନେଇ ରାଜ୍ୟର ଲୋକଙ୍କ ମଧ୍ୟରେ ଶଙ୍କା ରହିଛି। ତେବେ ଅନୁଚ୍ଛେଦ ୩୭୦କୁ ନେଇ କୌଣସି ଘୋଷଣା କରାଯିବାର ଯୋଜନା…
ଅଭିଯୁକ୍ତଙ୍କ ଗିରଫ ଦାବିରେ ଗର୍ଭବତୀ ନାବାଳିକାଙ୍କ ଧାରଣା
ଅଫିସ, ୩।୮: ଭଦ୍ରକ ଜିଲା ତିହିଡ଼ି ଥାନା ଅଞ୍ଚଳରେ ଗତ ଦୁଇ ମାସ ପୂର୍ବେ ଜନୈକ ନାବାଳିକାଙ୍କୁ ବଳାତ୍କାର ହୋଇଥିଲା। ସମ୍ପୃକ୍ତା ପୀଡ଼ିତା ବର୍ତ୍ତମାନ ଗର୍ଭବତୀ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍ପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ପୀଡ଼ିତାଙ୍କ…
ପରିବାର ସଦସ୍ୟଙ୍କ ହାତ,ଗୋଡ଼ ବାନ୍ଧି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର
ସାକ୍ଷୀଗୋପାଳ,୩।୮(ଡି.ଏନ୍.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ରେଳଷ୍ଟେଶନ ନିକଟ ଯାଦବ ନିବାସରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇ ପରିବାରର ୭ ସଦସ୍ୟଙ୍କ ମୁଣ୍ଡରେ ପିସ୍ତଲ ଲଗାଇ, ହାତଗୋଡ଼ ବାନ୍ଧି ଲକ୍ଷାଧିକ ଟଙ୍କା, ସୁନା,ରୁପା ଅଳଙ୍କାର ସହିତ ମୋବାଇଲ ଲୁଟି ନେଇଥିବା…
ଜମ୍ମୁ-କଶ୍ମୀର ଛାଡ଼ ନିର୍ଦ୍ଦେଶ: ଶ୍ରୀନଗର ବିମାନ ବନ୍ଦରରେ ଟିକେଟ ପାଇଁ ପର୍ଯ୍ୟଟକଙ୍କ ଭିଡ଼
ଶ୍ରୀନଗର,୩।୮: ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବା ସହିତ ଶୀଘ୍ର ଜମ୍ମୁ-କଶ୍ମୀର ଛାଡିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏଠାକୁ…
ପଟିଆ ଛକରୁ ବ୍ରାଉନ୍ସୁଗାର ଜବତ, ଅଭିଯୁକ୍ତ ଗିରଫ
କଟକ ରୋଡ଼, ୩।୮(ଡି.ଏନ୍.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଶନିବାର ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଧୀନ ପଟିଆ ଛକରୁ ଜଣେ ବ୍ରାଉନ୍ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ମଞ୍ଚେଶ୍ୱର ଥାନା ଅଧୀନ ଇଞ୍ଜଣା ଗ୍ରାମର ସାମନ୍ତ ଦାସ। ସୂଚନା…
Archives


