Posted inଜାତୀୟ

ସାଭରକରଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି

ନୂଆଦିଲ୍ଲୀ,୨୧।୧୦: ସ୍ବାଧୀନତା ସଂଗ୍ରାମୀ ବୀର ସାଭରକରଙ୍କୁ ନେଇ ରାଜନୀତି ଜୋର ଧରିଛି। ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଟୁଇଟ କରି ସାଭରକରଙ୍କ ବାବଦରେ ମତ ରଖିଛନ୍ତି। ସେ କହିଛନ୍ତି, ସାଭରକର ଜଣେ ସ୍ବାଧୀନତା ସଂଗ୍ରାମୀ। ଦଳିତଙ୍କ ନ୍ୟାୟ ପାଇଁ ସେ ଲଢ଼ିଛନ୍ତି। ଏଥିପାଇଁ ଅନେକ ଥର ଜେଲ ମଧ୍ୟ ଯାଇଛନ୍ତି। ହେଲେ ସାଭରକରଙ୍କ ଚିନ୍ତାଧାରାକୁ ସେ ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ନିର୍ବାଚନ ଇସ୍ତାହାରରେ ସାଭରକରଙ୍କୁ ଭାରତ ରତ୍ନ ଦିଆଯିବ ବୋଲି ଘୋଷଣା କରିଥିଲା। ଏହାକୁ ନେଇ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଫାଶରେ ଲାଗି ଚାଲିଗଲା ମହିଳା ଚାଷୀଙ୍କ ଜୀବନ, ପରିବାର ଉପରେ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼

ବୁଗୁଡ଼ା,୧୨ା୭(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ାରେ ବିଲକୁ ଯାଇ ଫେରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଚାଷୀଙ୍କ ମୃତ୍ୟୁ…

ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ଯାଉଥିଲେ ୩ ପର୍ଯ୍ୟଟକ, ଉଦ୍ଧାର କରି…

ପୁରୀ,୧୨ା୭: ରବିବାର ସମୁଦ୍ରରେ ଗାଧୋଉଥିବାବେଳେ ୩ ପର୍ଯ୍ୟଟକ ବୁଡ଼ିଯାଉଥିଲେ। ଏହି ସମୟରେ ଲାଇଫଗାର୍ଡ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେକ୍ଟର ୯ ଚୈତନ୍ୟ ଛକ ନିକଟରେ ବୁଡ଼ିଯିବାବେଳେ…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ବିଦ୍ୟାଳୟ ରାତ୍ର ଜଗୁଆଳଙ୍କ ଜୀବନ, ରେଲିଂରେ ଧକ୍କା ଦେଇ…

ଦାରିଙ୍ଗବାଡ଼ି,୧୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ବୁଡ଼ାଗୁଡା ଛକରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ…

ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଲିଣ୍ଡସେ ଗ୍ରାହାମଙ୍କ ମୃତ୍ୟୁ; ରୁଷୀୟ ତୈଳ କ୍ରୟ ଉପରେ ଭାରତକୁ ଦେଇଥିଲେ ଧମକ

ଓ୍ବାଶିଂଟନ,୧୨।୭: ଦକ୍ଷିଣ କାରୋଲିନାର ଦୀର୍ଘକାଳୀନ ରିପବ୍ଲିକାନ ସାଂସଦ ଆମେରିକାର ସେନେଟର ଲିଣ୍ଡସେ ଗ୍ରାହାମଙ୍କ ଦେହାନ୍ତ ହୋଇଛି। ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ସହଯୋଗୀ…

୧୧ ଭାରତୀୟ ଥିବା ଜାହାଜ ଉପରକୁ ଆକ୍ରମଣ କଲା ଇରାନ, ଜଣେ ନିଖୋଜ, ପ୍ରତିକ୍ରିୟା ଦେଲା ଭାରତ

ନୂଆଦିଲ୍ଲୀ/ତେହରାନ,୧୨।୭: ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଓମାନ ଉପକୂଳରେ ଯେତେବେଳେ ଏହି ଆକ୍ରମଣ ଘଟିଥିଲା…

ଇରାନ କେବେ ଖୋଲିବ ହର୍ମୁଜ ପ୍ରଣାଳୀ? IRGC ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ରଖିଲା ଏହି ସର୍ତ୍ତ

ତେହରାନ,୧୨।୭: ପଶ୍ଚିମ ଏସିଆରେ ଇରାନ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ଜୀବନରେଖା ହର୍ମୁଜ ପ୍ରଣାଳୀ ସମ୍ପର୍କରେ…

‘ତାଙ୍କ ସ୍ବର ସର୍ବଦା ବଞ୍ଚି ରହିବ…’: କିମ୍ବଦନ୍ତୀ ଗାୟିକା ଏସ. ଜାନକୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ଏସ. ଜାନକୀ ଆମ୍ମାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି, ତାଙ୍କ ବିୟୋଗକୁ ସଙ୍ଗୀତ ଏବଂ ସଂସ୍କୃତି ଜଗତ…

ଏକ୍ସଟ୍ରା ଟାଇମରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ; ସେମିଫାଇନାଲରେ ପହଞ୍ଚିଲା Messiଙ୍କ ଦଳ

କାନସାସ ସିଟି,୧୨।୭: ମ୍ୟାଚ ଅତିରିକ୍ତ ସମୟରେ ଯିବା ସହିତ ଆର୍ଜେଣ୍ଟିନା ପ୍ରଶଂସକଙ୍କ ହୃଦୟ ଧଡ଼ଧଡ଼ ହବା ଆରମ୍ଭ ହୋଇଥିଲା। ଆର୍ଜେଣ୍ଟିନା ଦଶମ ମିନିଟରେ ପ୍ରଥମ ଗୋଲ ସ୍କୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri