Home

ମା’ଙ୍କ ନାଁରେ କ୍ୟାନସର୍‌ ହସ୍ପିଟାଲ୍‌ ନିର୍ମାଣ କରିବାକୁ ଚାହୁଁଛନ୍ତି ଏହି ଅଭିନେତା

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଉତ୍ତରପ୍ରଦେଶର ପ୍ରୟାଗରାଜ୍‌ସ୍ଥିତ ନିଜ ଗ୍ରାମରେ ଏକ କ୍ୟାନସର୍‌ ହସ୍ପିଟାଲ୍‌ ମା’ ନର୍ଗିଶଙ୍କ ନାମରେ ଖୋଲିବାକୁ ଚାହୁଁଛନ୍ତି। ନିଜ ଆଗାମୀ ଫିଲ୍ମ ‘ପ୍ରସ୍ତାନମ୍‌’ର ଶୁଟିଂବେଳେ ସେ ଏକଥା କହିଛନ୍ତି। ଏହାସହ ପ୍ରସିଦ୍ଧ ଫିଲ୍ମ ମୁନ୍ନା ଭାଇ ଏମବିବିଏସ୍‌ର…

ଉନ୍ନାଓ ପୀଡିତାଙ୍କ ବୟାନ ରେକର୍ଡ କଲା ସିବିଆଇ

ନୂଆଦିଲ୍ଲୀ,୨।୯: ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧିନ ଥିବା ଉନ୍ନାଓ ବଳାତ୍କାର ପୀତାଙ୍କ ବୟାନ ସିବିଆଇ ରେକର୍ଡ କରିଥିବା ସୂଚନା ମିଳିଛି। ଗୁରୁତର ଥିବା ପୀଡିତା ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ରବିବାର ତାଙ୍କୁ ସାଧାରଣ ଓ୍ବାର୍ଡକୁ…

ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନରେ ତାମିଲନାଡୁ ଇଞ୍ଜିନିୟରିଂ ଛାତ୍ରଙ୍କ ସଚେତନତା ପଦଯାତ୍ରା

ଭୋଗରାଇ, ୨।୯(ଡ଼ି.ଏନ୍‌.ଏ.): ତାମିଲନାଡୁ ମେକାନିକାଲ ଇଞ୍ଜିନିୟରିଂର ଛାତ୍ର ଇନସନଇବେଲ ଜୋଶେଫ ରାଜ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଅଣ୍ଟା ଭିଡିଛନ୍ତି। ଏଥିପାଇଁ ସେ ଏକ ସଚେତନତା ବାର୍ତ୍ତା ନେଇ ପଶ୍ଚିମବଙ୍ଗ ହାୱଡ଼ାରୁ ୧୮୦ କିଲୋମିଟର ପଦଯାତ୍ରା କରି ସୋମବାର ବାଲେଶ୍ୱର…

ଘଡଘଡି ସହ ବର୍ଷା ସମ୍ଭାବନା, ୧୧ ଜିଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨।୯(ବ୍ୟୁରୋ): ରାଜ୍ୟର କିଛି ଜିଲାରେ ସୋମବାର ଘଡିଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ଟି ଜିଲା ପାଇଁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ଣ ୧ଟା ୩୦ ଯାଏ ସତର୍କ ରହିବାକୁ…

ବାୟୁସେନା ମୁଖ୍ୟଙ୍କ ସହ ମିଗ୍‌-୨୧ ଉଡାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୨।୯: ଭାରତୀୟ ବାୟୁସେନାର ଚିଫ୍‌ ମାର୍ଶଲ ବିଏସ୍‌ ଧନଓ୍ବାଙ୍କ ସହ ମିଶି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ସୋମବାର ପ୍ରଥମ ଥର ଲାଗି ମିଗ୍‌-୨୧ ବିମାନ ଉଡାଇଛନ୍ତି। ଗତ ଫେବୃୟାରୀ ୨୭ରେ ପାକିସ୍ତାନର ବାଲାକୋଟ ଆକ୍ରମଣ ପରଠାରୁ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ…

ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡକୁ ନେଇ ପୁଣି ହେଲା ଚର୍ଚ୍ଚା: ଆଗରେ ଜ୍ୟୋତିରାଦିତ୍ୟ

ଭୋପାଳ,୨।୯: ବେଶ୍‌ କିଛି ମାସ ହେବ ଲୋକ ସଭା ନିର୍ବାଚନ ସରିଥିଲେ ମଧ୍ୟ କଂଗ୍ରେସ ଏପର୍ଯ୍ୟନ୍ତ ଯେମିତି ଏଥିରୁ ବାହାରି ପାରି ନାହିଁ। କାରଣ ଏପର୍ଯ୍ୟନ୍ତ ଦଳ ମଧ୍ୟରେ ଲାଗି ରହିଥିବା ସମସ୍ୟା ଗୁଡିକ ସମାଧାନ ହୋଇ ପାରୁନାହିଁ। ଦଳ ଏପର୍ଯ୍ୟନ୍ତ…

ସାଙ୍ଗରେ ଛୁରୀ ନେଇ ସଂସଦରେ ପହଞ୍ଚିଲେ ରାମ ରହିମଙ୍କ ସମର୍ଥକ

ନୂଆଦିଲ୍ଲୀ,୨।୯: ଦିଲ୍ଲୀ ସଂସଦ ଭବନରେ ସୋମବାର ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଗିରଫ କରିଛି। ଯୁବକ ଜଣକ ସାଙ୍ଗରେ ଛୁରୀ ଧରି ରାମ ରହିମଙ୍କ ନାରା ଦେଇ ସଂସଦରେ ପଶିବାକୁ ଉଦ୍ୟମ କରୁଥିଲେ। ସେହି ସମୟରେ ପରିସରରେ ଥିବା ସୁରକ୍ଷାକର୍ମୀ ତାଙ୍କୁ…

ଆରଏସ୍‌ପି କ୍ୱାଟର୍ସରୁ ସେକ୍ସ ରାକେଟ ଠାବ: ୫ ଗିରଫ

ରାଉରକେଲା ଅଫିସ୨।୯: ରାଉରକେଲା ସେକ୍ଟର-୧୭ ଅଞ୍ଚଳରେ ଏକ ଆରଏସ୍‌ପି କ୍ୱାଟର୍ସରେ ବେଧଡ଼କ ଚାଲୁଥିବା ସେକ୍ସ ରାକେଟ ଠାବ କରାଯାଇଛି। ରବିବାର ବିଳମ୍ବିତ ରାତିରେ ଉକ୍ତ ସ୍ଥାନରେ ସେକ୍ସ ରାକେଟ ଚାଲୁଥିବା ଖବର ପାଇ ସେକ୍ଟର-୧୫ ଥାନା ପୋଲିସ କ୍ୱାଟର୍ସରେ ପହଞ୍ଚି ଚଢ଼ାଉ…

ପାକିସ୍ତାନକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତୀୟ ସେନା

ନୂଆଦିଲ୍ଲୀ,୨।୯: ଜମ୍ମୁ–କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବେଳକୁ ବେଳ ଅଶାନ୍ତି ବଢିବାରେ ଲାଗିଛି। ତେବେ ପାକିସ୍ତାନର କ୍ରୁର ପ୍ରକୃତିକୁ ଦେଖି ଏହାର କଡା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ। ଏନେଇ ଭାରତ ଏବେ ସୀମାରେ ଇଣ୍ଟିଗ୍ରେଟେଡ ବ୍ୟାଟେଲ…

ଡୋରିଆନ ସାମୁଦ୍ରିକ ଝଡ଼ ପାଇଁ ୬ଶହ ବିମାନ ବାତିଲ

ଓ୍ବାଶିଂଟନ,୨।୯: ମାଡି ଆସୁଛି ସାମୁଦ୍ରିକ ଝଡ଼ ଡୋରିଆନ। ଏହା ଉତ୍ତର ବାହାମସରେ ଲ୍ୟାଣ୍ଡଫଲ୍‌ କରିବାର ଅନୁମାନ କରାଯାଉଛି। ଏହା ଆମେରିକାରେ ତାଣ୍ଡବ ରଚିବ ବୋଲି କହିଛି ଆମେରିକା ପାଣିପାଗ ବିଭାଗ। ତେଣୁ ଏବେଠାରୁ ଆମେରିକାର ପ୍ରାୟ ୬ଶହ ବିମାନ ଉଡାଣକୁ ବାତିଲ…

କୁଖ୍ୟାତ ଅପରାଧୀ ମୁସିମ ଏନ୍‌କାଉଣ୍ଟରରେ ଆହତ

ସମ୍ବଲପୁର ଅଫିସ୍‌,୨।୯: ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ମୁସିମ ଅଖତାର ଆହତ ହୋଇଛି। ସୋମବାର ଭୋର ୫ଟା ୨୦ ମିନଟରେ ସିଟି ଷ୍ଟେସନ ନିକଟରେ ଏହି ଏନକାଉଣ୍ଟର ଘଟିଛି। ମୁସିମ୍‌ଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାର ସୂଚନା ମିଳିଛି। ସୂଚନା ଅନୁସାରେ, ସିଟି…

ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାଦାତାଙ୍କ ପୂଜା

ଦାରିଙ୍ଗବାଡ଼ି,୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ସୋମବାର ପୂର୍ବାହ୍ନରେ ବିଦ୍ୟାଦାତା ଶ୍ରୀଗଣେଶଙ୍କ ପୂଜା ଧୂମ୍‌ଧାମରେ ପାଳନ ହେଉଛି। ଏହି ଅବସରରେ ସମସ୍ତ ଅସ୍ଥାୟୀ ପୀଠରେ ମଧ୍ୟ ଗଣେଶଙ୍କ ମୃଣ୍ମୟ ମୂର୍ତ୍ତି ପୂଜା କରାଯାଉଛି। ଦାରିଙ୍ଗବାଡ଼ିର ଓଡ଼ିଶା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri