କରୋନାରୁ ରକ୍ଷା ପାଇଁ ପୂଜାର୍ଚ୍ଚନା
ଖଇରା, ୨୬ା୩(ଡି.ଏନ.ଏ.)-ଏବେ କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଲୋକେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅନ୍ୟପଟେ ଏଥିରୁ ରକ୍ଷା ପାଇବା ଲାଗି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି। ବାଲେଶ୍ବର ଜିଲା ଖଇରା…
କରୋନା କଟକଣା: ନିୟମ ମାନିବାକୁ ତାଗିଦ୍, କାଲିଠୁ ନିଆଯିବ କାର୍ଯ୍ୟାନୁଷ୍ଠାନ
ଆରଡି,୨୬।୩(ଡି.ଏନ୍.ଏ.): ଭଦ୍ରକ ଜିଲା ଆରଡି ଫାଣ୍ଡି ଅଧୀନରେ ଥିବା ୪ ପଞ୍ଚାୟତ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ଆଦି ପଞ୍ଚାୟତର ବିଭିନ୍ନ ଛକ ଜାଗାରେ ଧୂଷୁରୀ ଥାନା ପୋଲିସ ଓ ଚାନ୍ଦବାଲି ତହସିଲ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ମିଳିତ ଚଢାଉ କରାଯାଇଛି…
ଲକ୍ଡାଉନ୍ ସ୍ଥିତି: ତେଲେଙ୍ଗାନାରେ ଫସିଛନ୍ତି ୫୦ ଓଡ଼ିଆ ଶ୍ରମିକ
ବିନିକା,୨୬।୩(ଡି.ଏନ୍.ଏ.): କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଦେଶରେ ପ୍ରଧାନମନ୍ତ୍ରୀ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଫଳରେ ହାଇଦ୍ରାବାଦ ତେଲେଙ୍ଗାନାରେ ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳ ତଥା ପଡ଼ୋଶୀ ବଲାଙ୍ଗୀର ଜିଲାର ୫୦ରୁ ଅଧିକ ଯୁବକ ଫସି ରହିଛନ୍ତି। ସୁବର୍ଣ୍ଣପୁର…
ରାୟଗଡ଼ାରେ ଫସିଛନ୍ତି ୧୮ ତୀର୍ଥଯାତ୍ରୀ
ରାୟଗଡ଼ା ଅଫିସ,୨୬।୩: ଛତିଶଗଡ଼ର ୧୮ ତୀର୍ଥଯାତ୍ରୀ ଗତ ୧୨ ତାରିଖରେ ଛତିଶଗଡ଼ର ମାହାସାମୁଦ୍ର ଜିଲାର ନାନ୍ଦଗାଓଁରୁ ତୀର୍ଥ ଯାତ୍ରା ଆରମ୍ଭ କରିଥିଲେ। ୨୨ ତାରିଖରେ ସେମାନଙ୍କ ଫେରିବା ପାଇଁ ଟିକେଟ ମଧ୍ୟ ହୋଇଥିଲା। ହେଲେ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଥିବା ମହାମାରୀ…
୨ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ୨୮୭ କୋଟି ଟଙ୍କା
ପୁରୀ ଅଫିସ,୨୬ା୩: ଦୁଇଟି ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ମହାପ୍ରଭୁଙ୍କ ଟଙ୍କା। ଗୁରୁବାର ଟେଣ୍ଡର ମାଧ୍ୟମରେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ ବରୋଦାକୁ ଚୟନ କରାଯାଇଛି। ବର୍ଷିକିଆ ୬.୨୬ ପ୍ରତିଶତ ସୁଧ ହାରରେ ଏହି ଦୁଇଟି ବ୍ୟାଙ୍କ ୨୮୭…
ଲକ୍ଡାଉନ୍ ଯୋଗୁ ଭୋକ ଉପାସରେ ଅସହାୟ: ଖାଦ୍ୟ ବିତରଣ କଲା ବରଗଡ଼ ପୋଲିସ
ବରଗଡ଼ ଅଫିସ,୨୬।୩- ଘାତକ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍ଡାଉନ୍ କଟକଣା ଲାଗୁ କରାଯାଇଛି। ଏଭଳି ସ୍ଥିତିରେ ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିବା ଲୋକଙ୍କୁ ଭୋକ ଉପାସରେ ରହିବାକୁ ପଡୁଛି। ଏହାକୁ ହୃଦୟଙ୍ଗମ କରି ଗୁରୁବାର…
ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର: ବାହାର ରାଜ୍ୟରୁ ଫେରି ବେଧଡ଼କ ବୁଲୁଛନ୍ତି ଦାଦନ ଶ୍ରମିକ
ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ହେଲେ ବିଭିନ୍ନ ଗାଁ ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ତଦାରଖ ଅଭାବରୁ କିଛିଦିନ ହେଲା ବାହାର ରାଜ୍ୟ ତଥା କେରଳ, ତାମିଲନାଡୁ, କର୍ଣ୍ଣାଟକ ଆଦି ରାଜ୍ୟରୁ…
କୋଭିଡ-୧୯: ୫୦ ଲକ୍ଷ ଟଙ୍କା ଦାନ କରିବ ଏମ୍ସିଏ
ମୁମ୍ବାଇ,୨୬।୩(ପି.ଟି.)- କୋଭିଡ-୧୯ ମହାମାରୀର ରୂପ ନେଇ ସାରିଥିବା ବେଳେ ଏହି ଭାଇରସ୍ର ସଂକ୍ରମଣକୁ ରୋକିବା ପାଇଁ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍ସିଏ) ମହରାଷ୍ଟ୍ର ସରକାରଙ୍କୁ ୫୦ ଲକ୍ଷ ଟଙ୍କା ଦାନ କରିବ। ଏମ୍ସିଏ ସମ୍ପାଦକ ସଞ୍ଜୟ ନାଏକ ଏ ନେଇ ସୂଚନା…
ଅଲିମ୍ପିକ୍ ଡିଲେ: ପ୍ରାୟୋଜକ ନେଇ ଅନିଶ୍ଚିତତାରେ ଆଥ୍ଲେଟ
ଓ୍ବାଶିଂଟନ,୨୬।୩(ଏପି)- କୋଭିଡ-୧୯ ଆତଙ୍କ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଯାଇଛି। ତେବେ ଏଥିପାଇଁ ସାରା ବିଶ୍ୱରେ ଆଥଲେଟମାନେ ଏକ ନୂଆ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯାଇଥିବାରୁ ଏବେ ଆଥଲେଟମାନେ ସେମାନଙ୍କ ପ୍ରାୟୋଜକ ନେଇ ଅନିଶ୍ଚିତତାରେ…
ଲକ୍ଡାଉନ୍ ସମୟରେ ଅସହାୟଙ୍କ ସାହାରା ପାଲଟିଛନ୍ତି ଯୁବଗୋଷ୍ଠୀ
ଝାରସୁଗୁଡ଼ା ଅଫିସ,୨୬।୩: ସମଗ୍ର ଦେଶରେ କରୋନା କଟକଣା ଯୋଗୁ ଯାନବାହନ ସମେତ ହୋଟଲଗୁଡ଼ିକ ବନ୍ଦ ରହିଛି। ଏପରିସ୍ଥିତିରେ ବହୁ ସ୍ଥାନରେ ଲୋକେ ଫସି ରହିଛନ୍ତି। ଦୁଇ ଓଳି ଖାଇବାକୁ ମଧ୍ୟ ପାଉନାହାନ୍ତି। ସେହିପରି ରାସ୍ତା କଡ଼ରେ ଭିକ୍ଷାବୃତ୍ତି କରୁଥିବା ଲୋକେ ମଧ୍ୟ…
ବିଲରେ ପଚୁଛି ତରଭୁଜ
ଦେବଗଡ,୨୬ା୩(ଡି.ଏନ.ଏ.): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ କାଳ ବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ବାରକୋଟ ବ୍ଲକ ମଧ୍ୟପୁର ପଞ୍ଚାୟତର ଲାଣ୍ଡିଝରୀ ଗ୍ରାମରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ଡିଲେଶ୍ୱର…
ଲକ୍ ଡାଉନ୍ରେ ଘରୁ ବାହାରୁଥିବା ଲୋକଙ୍କ ଗୋଡ଼କୁ ପୋଲିସ ଗୁଳି କରିବା ଆବଶ୍ୟକ: ଭାଜପା ବିଧାୟକ
ଗାଜିଆବାଦ୍,୨୬।୩: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏପରିସ୍ଥଳେ ଭାଜପା ସଦସ୍ୟ ନନ୍ଦକିଶୋର ଗୁର୍ଜର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଉତ୍ତରପ୍ରଦେଶର ଲୋନି ବିଧାନସଭା ଆସନର ବିଧାୟକ ନନ୍ଦକିଶୋର କହିଛନ୍ତି…
Archives


