Home

ସୁଲୋଚନାକୁଁ ସାହାଯ୍‌ର ହାତ୍‌ ବଢ଼ାଲେ ଭିନେ ଭିନେ ସଂଗଠନ: ଫିରି ପାଏଲେ ବଁଧା ପଡ଼ିଥିବାର ରାଶନକାର୍ଡ

ପର୍ଲା, ୨୪।୧ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ାର କୁଷ୍ଠ ରୋଗ୍‌ରେ ପୀଡ଼ିତ ସୁବାସ ଦୋରୁଆନ(୫୦)କଁର ଦିନାକେତେ ତଲେ ମୁର୍‌ତୁ ହେଇଥିଲା। ଏନ୍‌ତାଥି ବିଧବା ବୁଢ଼ୀ ମା’ଟଁକା ପଏସା ଅଭାବୁ ପୁଓର ଶୁଧିକାଯ୍‌ ଲାଗି…

ଉଦ୍ଧାର ବାଳକଙ୍କୁ ପରିବାରକୁ ହସ୍ତାନ୍ତର

ଭବାନୀପାଟଣା,୨୪।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଚାଇଲ୍ଡ ଲାଇନ ଗତ ୧୬ ତାରିଖରେ ଜଣେ ୧୫ ବର୍ଷର ବାଳକଙ୍କୁ ଉକ୍ତ ସହରରୁ ଉଦ୍ଧାର କରିଥିଲା। ଶୁକ୍ରବାର ଉକ୍ତ ବାଳକଙ୍କୁ ଛତିଶଗଡ଼ର ମହାସମୁନ୍ଦ ରେଲୱେ ଷ୍ଟେଶନ ପାଖ ଗୁଜାପରାରାରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ…

ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୨୪।୧: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀମାନେ ପୁଣି କୋର୍ଟ ପହଞ୍ଚିଛନ୍ତି। ଏମାନଙ୍କ ପାଇଁ ଲଢୁଥିବା ଓକିଲ ଏପି ସିଂ ଶୁକ୍ରବାର ପୁଣିଥରେ ପଟିଆଲା ହାଉସ କୋର୍ଟ ପହଞ୍ଚିଥିବା ଜଣାପଡିଛି। ଏଥର ସେ ତିହାର ଜେଲ ପ୍ରଶାସନ ଉପରେ ଅଭିଯୋଗ ଆଣି ଆବେଦନ…

ଝିଣ୍ଟିକା ବୋଝେଇ ଟୋକେଇ ଧରି ବିଧାନସଭା ପହଞ୍ଚିଲେ ଭାଜପା ବିଧାୟକ

ଜୟପୁର,୨୪।୧: ରାଜସ୍ଥାନ ବିଧାନସଭାରେ ଶୁକ୍ରବାର ଏକ ଆଶ୍ଚର୍ଯ୍ୟକଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ବିହାରୀ ଲାଲ ନୋଖା ଶୁକ୍ରବାର ଏକ ଝିଣ୍ଟିକା ବେଝେଇ ଟୋକେଇ ଧରି ବିଧାନସଭା ଭିତରେ ପ୍ରବେଶ କରିଛନ୍ତି। ଏହାକୁ ଦେଖିବା ପରେ…

କେଉଁମାନଙ୍କୁ ହୋଇଥାଏ ବ୍ରେନ୍‌ ଷ୍ଟ୍ରୋକ୍‌ ଜାଣନ୍ତୁ

ମସ୍ତିଷ୍କରେ ହେଉଥିବା ଷ୍ଟ୍ରୋକ୍‌କୁ ବ୍ରେନ୍‌ ଷ୍ଟ୍ରୋକ୍‌ କୁହାଯାଏ। ଏଭଳି ପରିସ୍ଥିତିରେ ମସ୍ତିଷ୍କକୁ ରକ୍ତ ପହଞ୍ଚିବାରେ ସମସ୍ୟା ଦେଖା ଦେଇଥାଏ। ଯଦ୍ଦ୍ବାରା ମସ୍ତିଷ୍କର କୋଷିକା ନଷ୍ଟ ହୋଇ ଯାଇଥାଏ। ଷ୍ଟ୍ରୋକ୍‌ ସମୟରେ ଶରୀରର କୌଣସି ଅଙ୍ଗ କାମ କରି ନ ଥାଏ। ସ୍ବାସ୍ଥ୍ୟ…

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ

ଧାମନଗର,୨୪।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବାହାରବିଲ ଗ୍ରାମର ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଜଗନ୍ନାଥ ଧାମନଗର ନିର୍ବାଚନ ମଣ୍ଡଳୀରୁ ୩…

ପଞ୍ଚାୟତ ନୂତନ କୋଠା ଉଦ୍‌ଘାଟନ କଲେ ବିଧାୟକ

ମୋହନା,୨୪।୧(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ମଧ୍ୟସ୍ଥ ଲୁହାଗୁଡି ପଞ୍ଚାୟତର ନୂତନ କୋଠାକୁ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶୀଧର ଖୋସଲା, ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ସରପଞ୍ଚ ଲକ୍ଷ୍ମୀ ଶବର,…

କଲେଜ ପରିଚାଳନା କମିଟିରୁ ରାଜନେତା ବାଦ୍‌ ପଡ଼ିବା ପ୍ରସଙ୍ଗ: ସୁଶାନ୍ତ କହିଲେ ‘ବିଧାୟକଙ୍କୁ ସଦସ୍ୟ ଭାବେ ରଖାଯାଉ’

ଭୁବନେଶ୍ୱର,୨୪।୧(ବ୍ୟୁରୋ): କଲେଜ ପରିଚାଳନା କମିଟିରୁ ରାଜନେତାଙ୍କୁ ବାଦ ଦିଆଯିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ। ଶୁକ୍ରବାର ତାଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ। ସେ କହିଛନ୍ତି, ବିଧାୟକମାନେ କମିଟିରେ ରହିବା କଥା। ଯେହେତୁ ବିଧାୟକ…

ସିଏଏକୁ ସମର୍ଥନ କରୁଥିବା ହିନ୍ଦୁ ପରିବାରକୁ ପାଣି ବନ୍ଦ ଘଟଣା: ଟୁଇଟ କରିଥିବା ଏମ୍‌ପିଙ୍କ ନାଁରେ ମାମଲା ରୁଜୁ

ମଲ୍ଲାପୁରମ୍‌,୨୪।୧: କର୍ନାଟକର ଜଣେ ଭାଜପା ଏମ୍‌ପି ଶୋଭା କରାଣ୍ଡଲାଜେ କେରଳର ମଲ୍ଲାପୁରମ୍‌ରେ ନାଗରିକତ୍ୱ ସଂଶୋଧିତ ଆଇନ(ସିଏଏ)କୁ ସମର୍ଥନ କରୁଥିବା ହିନ୍ଦୁମାନଙ୍କୁ ପିଇବା ପାଣି ଯୋଗାଣ ବନ୍ଦ କରାଯାଉଛି ବୋଲି ଏକ ଟୁଇଟ୍‌ କରିଥିଲେ। ଧର୍ମ ଏବଂ ଜାତି ଆଧାରରେ ସାମ୍ପ୍ରଦାୟିକ ଭେଦଭାବକୁ…

ସାପକୁ ଭୟ ନ କରି ୩ କୁକୁର ଛୁଆଙ୍କୁ କୂଅରୁ ଉଦ୍ଧାର କଲେ ପୋଲିସ କର୍ମଚାରୀ

ଲକ୍ଷ୍ନୌ,୨୪।୧: ଉତ୍ତର ପ୍ରଦେଶର ଆମରୋହାରେ ୩ଟି କୁକୁର ଛୁଆଙ୍କୁ କୂଅରୁ ଉଦ୍ଧାର କରିଛି ପୋଲିସ। ଏବେ ସୋସିଆଲ ମିଡିଆରେ ୟୁପି ପୋଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ଆମରୋହାରେ ଏକ କୂଅରେ ୩ଟି କୁକୁର ଛୁଆ ପଡିଯିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ…

କୋରୋନା ଭାଇରସ ଭୟ: ଉହାନରେ ଫସିଛନ୍ତି ୨୫ ଭାରତୀୟ

ବେଜିଂ,୨୪।୧: ଚାଇନାରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ୨୫ରେ ପହଞ୍ଚତ୍ଛି। ଏହି ରୋଗରେ ୮୩୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଉହାନ ସହରରେ ଆକ୍ରନ୍ତଙ୍କ ସଂଖ୍ୟ ଅଧିକ ବୋଲି ଜଣାପଡିଛି। ସହରରେ ୨୫ ଭାରତୀୟ ଛାତ୍ରୀଛାତ୍ର ଫସିରହିଥିବା ସୂଚନା ମିଳିଛି।…

ବାଲ୍‌ ପୁରସ୍କାର ବିଜେତାଙ୍କୁ ଭେଟିଲେ ମୋଦି: କହିଲେ, ତୁମମାନଙ୍କଠାରୁ ମୋତେ ପ୍ରେରଣା ମିଳୁଛି

ନୂଆଦିଲ୍ଲୀ,୨୪।୧: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪୯ଜଣଙ୍କୁ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର’ ପ୍ରଦାନ କରିଛନ୍ତି। ଚଳିତବର୍ଷ ପୁରସ୍କାର ବିଜେତାଙ୍କୁ ଶୁକ୍ରବାର ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri