Home

କୋଚି ବିମାନବନ୍ଦରରେ କରୋନା ରୋଗୀ

କୋଚି,୧୬।୩: କୋଚି ବିମାନବନ୍ଦରରେ ଜଣେ ବ୍ରିଟେନ ନାଗରିକଙ୍କଠାରେ କରୋନା ପଜିଟିଭ୍‌ ଜଣାପଡିବା ପରେ ଦୁବାଇ ଯିବାକୁ ଥିବା ୨୦ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦିଆଯାଇଛି। ଏମାନେ କେରଳର ମୁନ୍ନାର ସହରକୁ ଛୁଟି କଟାଇବା ପାଇଁ ଆସିଥିଲେ। ବ୍ରିଟେନ ଯାତ୍ରୀ ଜଣଙ୍କୁ ପର୍ଯ୍ୟବେକ୍ଷଣରେ…

ରାଜପ୍ରାସାଦ ଛାଡ଼ିଲେ ବ୍ରିଟେନ ରାଣୀ

ଲଣ୍ଡନ,୧୬।୩: ବ୍ରିଟେନରେ କରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚତ୍ଥିବାବେଳେ ୧୧୪୦ ଜଣ ସଂକ୍ରମିତ ହୋଇଛନ୍ତି। ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଓ ପ୍ରିନ୍ସ ଫିଲିପଙ୍କୁ କ୍ୱାରାଣ୍ଟାଇନରେ ରଖିବା ଲାଗି ନିଷ୍ପତ୍ତି ହୋଇଛି। ରାଣୀଙ୍କୁ ବକିଂହାମ୍‌ ପ୍ୟାଲେସରୁ ଓ୍ବିଣ୍ଡସର କାଷ୍ଟଲ୍‌କୁ ନିଆଯାଇଛି। ବଙ୍କିଙ୍ଗହାମ୍‌…

ଭାରତରେ ୧୦୮ କରୋନା ରୋଗୀ

ନୂଆଦିଲ୍ଲୀ,୧୬।୩(ପି.ଟି.): ମହାରାଷ୍ଟ୍ରରେ ୧୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚତ୍ଛି। ମହାରାଷ୍ଟ୍ରରେ ସର୍ବାଧିକ ୩୨ କରୋନା ରୋଗୀ ଥିବା ଜଣାପଡିଛି। ଦିଲ୍ଲୀ ଓ କର୍ନାଟକରେ ଦୁଇଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି।…

ସ୍ପେନ୍‌ରେ ଦିନକରେ ୨ ହଜାର ସଂକ୍ରମିତ

ମାଡ୍ରିଡ୍‌,୧୬।୩ : ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ହାର କମିଥିବାବେଳେ ୟୁରୋପୀୟ ଦେଶଗୁଡ଼ିକରେ ଏହା ଦ୍ରୁତବେଗରେ ମାଡିଚାଲିଛି। ସ୍ପେନ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୦୦ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୦୦ରୁ ଅଧିକ ପ୍ରାଣ ହରାଇଛନ୍ତି। ଇଟାଲୀ ପରେ ସ୍ପେନ୍‌…

ସେନା ପ୍ରତ୍ୟାହାର ଚାହାନ୍ତି ଯୁବପିଢ଼ି

ଦୋହା,୧୬।୩: ଜମ୍ମୁ-କଶ୍ମୀରରୁ ଭାରତୀୟ ସେନା ହଟିଯାଉ ବୋଲି ସେଠାକାର ଯୁବପିଢ଼ି ଚାହାନ୍ତି। କଶ୍ମୀରର ୯୦%ରୁ ଊର୍ଦ୍ଧ୍ୱ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଉପତ୍ୟକାରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ସପକ୍ଷରେ ମତ ଦେଇଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ ଅଲ୍‌ ଜଜିରାରେ ପ୍ରକାଶିତ ଏକ ରିପୋର୍ଟରେ…

ଶସ୍ତାରେ ମରିବାକୁ ଚାହୁଁନାହାନ୍ତି କଶ୍ମୀରୀ

ନୂଆଦିଲ୍ଲୀ,୧୬।୩: ଅନୁଚ୍ଛେଦ ୩୭୦କୁ ହଟାଇବା ଅପେକ୍ଷା ଜମ୍ମୁ-କଶ୍ମୀରବାସୀଙ୍କ ପାଇଁ ସବୁଠୁ ଚିନ୍ତାର କାରଣ ପାଲଟିଛି ରାଜ୍ୟ ମାନ୍ୟତା ହରାଇବା। ଏବେ ଉପତ୍ୟକାରେ ସ୍ବାଭାବିକ ସ୍ଥିତି ଫେରାଇଆଣିବା ସହ ଜୀବନଯାତ୍ରା ସହଜ ଓ ସରଳ କରିବା ବଡ଼ ପ୍ରସଙ୍ଗ। କଶ୍ମୀରବାସୀ ଶସ୍ତାରେ ମରିବାକୁ…

କେନ୍ଦ୍ରକୁ ଅସମ୍ଭାଳ କଶ୍ମୀର

ନୂଆଦିଲ୍ଲୀ,୧୬।୩: ଖୁବଶୀଘ୍ର ରାଜ୍ୟ ମାନ୍ୟତା ଫେରିପାଇବ ଜମ୍ମୁ-କଶ୍ମୀର। ଉପତ୍ୟକାରେ ହେବ ନାହିଁ ଜନସଂଖ୍ୟାଗତ ପରିବର୍ତ୍ତନ। ମୁକ୍ତ ହେବେ ସମସ୍ତ ରାଜନୈତିକ ବନ୍ଦୀ। ନୂଆଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କଠାରୁ ମିଳିଛି ଏଭଳି ପ୍ରତିଶ୍ରୁତି। କେବଳ ଶାହା ନୁହନ୍ତି, ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

କରୋନା ପାଇଁ ହାଇକୋର୍ଟଙ୍କୁ ରାଜ୍ୟ ବାର୍‌ କାଉନସିଲ୍‌ର ପ୍ରସ୍ତାବ: ‘ସବୁ କୋର୍ଟ ବନ୍ଦ କରାଯାଉ’

କଟକ ଅଫିସ,୧୬।୩: କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦ୍ରୁତଗତିରେ ଏହା ବ୍ୟାପୁଥିବା ଯୋଗୁ ସରକାରଙ୍କ ପକ୍ଷରୁ ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଶିକ୍ଷାନୁଷ୍ଠାନ, କ୍ଲବ, ଜିମ୍‌, ସିନେମା ହଲ୍‌ ଏବଂ ଜନଗହଳିପୂର୍ଣ୍ଣ…

କୁକୁଡ଼ା ମାଂସ, ଅଣ୍ଡା ଖାଇବା ନିରାପଦ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କୁକୁଡ଼ା ମାଂସ ଓ ଅଣ୍ଡା ଦ୍ୱାରା ମନୁଷ୍ୟକୁ କରୋନା ଭାଇରସ୍‌ (କୋଭିଡ୍‌-୧୯) ବ୍ୟାପୁଥିବା ନେଇ ଅନେକ ଗୁଜବ ଓ ମିଛ ଖବର ପ୍ରଚାରିତ ହେଉଛି। ଏହାକୁ ବିଶ୍ୱାସ ନ କରିବାକୁ ରବିବାର ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ…

ଆଜିଠାରୁ ଟ୍ବିନ୍‌ସିଟିରେ ମଲ୍‌ ବନ୍ଦ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ସମ୍ଭାବ୍ୟ କରୋନା ସଂକ୍ରମଣ ରୋକିବା ଦିଗରେ କମିଶନରେଟ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରବିବାର କଟକ ଓ ଭୁବନେଶ୍ୱର ଟ୍ବିନ୍‌ସିଟି ରେ ଥିବା ମଲ୍‌ଗୁଡିକୁ ବନ୍ଦ ଘୋଷଣା କରାଯାଇଛି। ସିନେମା ହଲ୍‌, କ୍ଲବ୍‌ ଆଦି ବନ୍ଦ ହେବା ପରେ…

କରୋନା ପାଇଁ ଆଶ୍ୱସ୍ତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ବିଶ୍ୱବାସୀଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ତାଙ୍କ ସାନ୍ନିଧ୍ୟ ପାଇବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଛୁଟି ଆସନ୍ତି। ବିଶ୍ୱନିୟନ୍ତାଙ୍କ ସେବା କରିବାର ସାମାନ୍ୟ ସୁଯୋଗ ଯିଏ ପାଏ, ସେ ଭାବଭକ୍ତିରେ ହଜିଯାଏ। ହେଲେ କେତେଜଣ…

ମାସ୍କ, ହ୍ୟାଣ୍ଡ୍‌ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ଘୋଷିତ, ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜରର ଜରୁରୀ ଆବଶ୍ୟକତା ରହିଛି। ଏପରିସ୍ଥଳେ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri