Home

ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଚଢ଼ିଗଲା ମାଲ୍‌ଗାଡ଼ି: ଦୁର୍ଘଟଣାରେ ୧୬ ମୃତ

ଔରଙ୍ଗାବାଦ,୮।୫: ମହାରାଷ୍ଟ୍ର ଔରଙ୍ଗାବାଦରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଲ୍‌ଗାଡ଼ି ଚଢ଼ିଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଶୁକ୍ରବାର…

ରଥଖଳା ଚଳଚଞ୍ଚଳ: ଆରମ୍ଭ ହେଲା ରଥ ନିର୍ମାଣ, ସାମାଜିକ ଦୂରତ୍ୱ ରକ୍ଷା କରି ଚାଲିଛି କାମ

ପୁରୀ ଅଫିସ,୮ା୫: ରଥ ନିର୍ମାଣକୁ ନେଇ କିଛିଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ଶୁକ୍ରବାର ରଥଖଳାରେ ଆରମ୍ଭ ହୋଇଛି ତିନିରଥ ନିର୍ମାଣ କାର୍ଯ୍ୟ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରଥ ନିର୍ମାଣ ଲାଗି ଗୁରୁବାର ସର୍ତ୍ତମୂଳକ ଅନୁମତି ଦେବା ପରେ…

ଶକ୍ତି ସୁଗାର କାରଖାନା ଫାଟକ ସମ୍ମୁଖରୁ ୨ ଟ୍ୟାଙ୍କର ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, ଜଣେ କଟକ ସ୍ଥାନାନ୍ତର, କାରଣ ଅସ୍ପଷ୍ଟ

ଢେଙ୍କାନାଳ ଅଫିସ,୮ା୫: ଢେଙ୍କାନାଳ ସଦର ଥାନା ୫୫ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶକ୍ତି ସୁଗାର କମ୍ପାନୀ ଫାଟକ ସମ୍ମୁଖରେ ପାର୍କିଂ ହୋଇଥିବା ୩ ସ୍ପିରିଟ୍‌ ଟ୍ୟାଙ୍କର ମଧ୍ୟରୁ ଶୁକ୍ରବାର ୨ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ…

ବିଶ୍ୱ ରେଡ୍‌କ୍ରସ୍‌ ଓ ରେଡ୍‌ କ୍ରିସେଣ୍ଟ ଦିବସ: ସେବା ଓ ଶାନ୍ତିର ପ୍ରତୀକ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଓ ରେଡ୍‌ କ୍ରିସେଣ୍ଟ ଦିବସ ଇଣ୍ଟର୍‌ନ୍ୟାଶନାଲ ରେଡ୍‌କ୍ରସ ଆଣ୍ଡ୍‌ ରେଡ୍‌ କ୍ରିସେଣ୍ଟ ମୁଭ୍‌ମେଣ୍ଟର ସିଦ୍ଧାନ୍ତ ମୁତାବକ ପାଳନ କରାଯାଉଛି। ଏହି ତାରିଖଟି ହେଉଛି ହେନେରି ଡୁନାଣ୍ଟଙ୍କ ଜନ୍ମ ଶତବାର୍ଷିକୀର ଦିନ। ହେନେରି ୮ ମେ’,…

ପର୍ଯ୍ୟଟନ ଶିଳ୍ପ ପାଇଁ ପୋଷ୍ଟ-ଲକ୍‌ଡାଉନ୍‌ ରୋଡ୍‌ମ୍ୟାପ୍‌

ଭୁବନେଶ୍ୱର,୮।୫(ବ୍ୟୁରୋ): ଲକ୍‌ଡାଉନ୍‌ ପରେ ରାଜ୍ୟର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଉଭୟ ସହର ଓ ଗ୍ରାମାଞ୍ଚଳରେ ପର୍ଯ୍ୟଟନ ଶିଳ୍ପକୁ ପୁନର୍ବାର ବିକଶିତ କରିବାକୁ ପଦକ୍ଷେପ ନିଆଯିବ। ଗୁରୁବାର ମୁଖ୍ୟ ଶାସନ…

କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା: ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା, କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ

କେନ୍ଦ୍ରାପଡ଼ା ଅଫିସ,୮ା୫: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଶୁକ୍ରବାର ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏହି ଜିଲାରେ ୩ ଜଣ ଚିହ୍ନଟ ହୋଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଗତ ୩ ତାରିଖରେ…

ଚାଷୀଙ୍କ ନାମ ପଞ୍ଜୀକରଣ ସମୟସୀମା ଜୁଲାଇ ୩୦କୁ ବୃଦ୍ଧି

ଭୁବନେଶ୍ୱର,୮।୫(ବ୍ୟୁରୋ): ୨୦୧୯-୨୦ରେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀଙ୍କଠାରୁ ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଉଛି। ଏଥିଲାଗି ଚାଷୀମାନଙ୍କ ନାମ ପଞ୍ଜୀକରଣର ସମୟସୀମା ଜୁଲାଇ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ବଳବତ୍ତର…

ବିଶୋଧନାଗାର ତିଆରି କଲା ଖପୁରିଆ ଆଇଟିଆଇ

କଟକ ଅଫିସ,୮।୫: ଜ୍ଞାନକୌଶଳର ସଦୁପଯୋଗ କରି ଆଉ ଏକ ଦୃଷ୍ଟାନ୍ତମୂଳକ ଉଦ୍ଭାବନ କରିଛି ଖପୁରିଆସ୍ଥିତ ସରକାରୀ ଆଇଟିଆଇ। ଲଗାତର ଭାବେ ଏଠାରୁ କରୋନା ମୁକାବିଲା ନିମନ୍ତେ ବିଭିନ୍ନ ଯାନ୍ତ୍ରିକ ଉପକରଣ ତିଆରି ହେଉଛି। ଏହି ଆଇଟିଆଇର ଅଧ୍ୟକ୍ଷ ହୃଷୀକେଶ ମହାନ୍ତିଙ୍କ ନେତୃତ୍ୱରେ…

ଦ୍ୱିଗୁଣିତ କଲେ ସୁରଟ ଫେରନ୍ତା

ଭୁବନେଶ୍ୱର, ୮।୫(ବ୍ୟୁରୋ): ପଶ୍ଚିମବଙ୍ଗ ପରେ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି। ଏମାନଙ୍କ ପାଇଁ ୧୩ ଦିନ ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଏପ୍ରିଲ୍‌ ୨୫ରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଥିବାବେଳେ ମେ…

୧୦ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୫(ବ୍ୟୁରୋ)-ଦକ୍ଷିଣ ତାମିଲନାଡୁ, ବିଦର୍ଭ ଏବଂ ରୟାଲ ସୀମା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା…

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି: ଯୁକ୍ତ୩ ପରୀକ୍ଷାରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ ପରାମର୍ଶ

ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜର ଯୁକ୍ତ୩ ଶେଷ ତଥା ୬ଷ୍ଠ ସେମିଷ୍ଟର ପରୀକ୍ଷା ଜୁଲାଇ ୨୪ ସୁଦ୍ଧା ସରିବ। ଅଗଷ୍ଟ ୩୧ ସୁଦ୍ଧା ଫଳ ପ୍ରକାଶ ପାଇବ। ସେହିପରି ବିଶ୍ବବିଦ୍ୟାଳୟ ଓ…

କରୋନା ପାଇଁ ହାଇକୋର୍ଟଙ୍କ ସତର୍କତା: ୬୫ବର୍ଷ ବୟସ୍କ ଓକିଲଙ୍କୁ ଘରୁ ଭିଡିଓ କନ୍‌ଫରେନ୍ସ ସୁବିଧା

କଟକ ଅଫିସ୍‌,୮।୫: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ହାଇକୋର୍ଟ ଭିଡିିଓ କନଫରେନ୍ସ ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ହାଇକୋର୍ଟ ରେଜିଷ୍ଟ୍ରାର, ଆଡଭୋକେଟ୍‌ ଜେନେରାଲ୍‌ ଏବଂ ହାଇକୋର୍ଟ ଓକିଲ ସଂଘର କର୍ମକତ୍ତର୍ର୍ାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri