Home

କୃଷିକୁ ଅବଦାନ ପାଇଁ ୩ ଓଡ଼ିଆ ପୁରସ୍କୃତ

ନୂଆଦିଲ୍ଲୀ,୧୯ା୭: କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ୩ ଜଣ ଓଡ଼ିଆଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁରସ୍କୃତ କରିଛନ୍ତି। ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌)ର ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।…

ପାଠପଢ଼ା ଛାଡ଼ିବେ ୪୩% ଦିବ୍ୟାଙ୍ଗ

ନୂଆଦିଲ୍ଲୀ,୧୯ା୭(ପି.ଟି.): କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଶିକ୍ଷାଦାନ ଗୁରୁତର ପ୍ରଭାବିତ ହୋଇଛି। ଭାରତରେ ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବାବେଳେ ଅନ୍‌ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଛି। ତେବେ ଏଥିରେ ସମସ୍ୟାର ସମ୍ମୁଖୀନ ହେଉଥିବା ଯୋଗୁ ୪୩ ପ୍ରତିଶତ ଦିବ୍ୟାଙ୍ଗ…

ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ,୧୯ା୭: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଥିବାବେଳେ ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଭାରତୀୟ ମେଡିକାଲ ସଂଘ (ଆଇଏମ୍‌ଏ) ଅନୁଭବ କରୁଛି। କରୋନା ସଂକ୍ରମଣ ଏବେ ବିସ୍ଫୋରକ ରୂପ ଧାରଣ କଲାଣି ବୋଲି ଆଇଏମ୍‌ଏ ହସ୍ପିଟାଲ ବୋର୍ଡ…

ରାଜ୍ୟପାଳଙ୍କୁ ଭେଟିଲେ ଗେହଲଟ

ଜୟପୁର,୧୯ା୭: ରାଜସ୍ଥାନ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବା ଆଞ୍ଚଳିକ ଦଳର ୨ ବିଧାୟକ ପୁଣିଥରେ ସମର୍ଥନ ଜଣାଇବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶନିବାର ସନ୍ଧ୍ୟାରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଛନ୍ତି। ଏହା ସୌଜନ୍ୟମୂଳକ ସାକ୍ଷାତ୍‌ ଥିଲା ବୋଲି ଗେହଲଟ…

ସେନା ପ୍ରତ୍ୟାହାରରେ ସାଲିସ୍‌ ନାହିଁ

ନୂଆଦିଲ୍ଲୀ,୧୯ା୭: ଚାଇନା ସୈନ୍ୟମାନେ ତୁରନ୍ତ ପଙ୍ଗଓଙ୍ଗ ସୋ ଅଞ୍ଚଳ ଖାଲି କରନ୍ତୁ ଓ ମେ’ ୫ ପୂର୍ବ ସ୍ଥିତାବସ୍ଥା ଫେରାଇ ଆଣନ୍ତୁ। ଦୁଇଦେଶର ସେନା କମାଣ୍ଡର ସ୍ତରୀୟ ଶେଷ ପର୍ଯ୍ୟାୟ ଆଲୋଚନାବେଳେ ଭାରତ ପକ୍ଷରୁ ଚାଇନକୁ ରୋକ୍‌ଠୋକ୍‌ ଶୁଣାଇ ଦିଆଯାଇଛି। ଚାଇନାର…

‘କଂଗ୍ରେସରେ ବିବାଦ ପାଇଁ ରାଜସ୍ଥାନବାସୀଙ୍କୁ ମୂଲ୍ୟ ଦେବାକୁ ପଡ଼ୁଛି’

ଜୟପୁର,୧୯ା୭: କଂଗ୍ରେସ ଦଳରେ କଳହ ଯୋଗୁ ରାଜସ୍ଥାନର ଜନସାଧାରଣଙ୍କୁ ମୂଲ୍ୟ ଦେବାକୁ ପଡୁଛି। ରାଜ୍ୟ କଂଗ୍ରେସରେ କିଛିଦିନ ହେଲା ସଙ୍କଟ ଲାଗି ରହିଥିବାବେଳେ ବରିଷ୍ଠ ଭାଜପା ନେତ୍ରୀ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଶନିବାର ପ୍ରଥମ ଥର ପାଇଁ…

ନେତାଙ୍କ ଫୋନ୍‌ ଟ୍ୟାପିଂ ଅଭିଯୋଗ

ନୂଆଦିଲ୍ଲୀ/ଜୟପୁର,୧୯ା୭(ପି.ଟି.): ରାଜସ୍ଥାନର କଂଗ୍ରେସ ସରକାର ଯଦି ଅସାମ୍ବିଧାନିକ ଉପାୟରେ ରାଜନେତାମାନଙ୍କୁ ଫୋନ୍‌ ଟ୍ୟାପିଂ କରୁଥାଏ, ତେବେ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ଭାଜପା ପକ୍ଷରୁ ଦାବି ହୋଇଛି। ରାଜ୍ୟରେ ଅଶୋକ ଗେହଲଟ ସରକାର ଭାଙ୍ଗିବା ପାଇଁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ…

ଏଣିକି ବିନା ଆଙ୍ଗୁଳି ଛାପରେ ନେଇପାରିବେ ରାଶନ

ଭୁବନେଶ୍ୱର,୧୮ା୭(ବ୍ୟୁରୋ)-ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ୍‌ରେ ଖାଦ୍ୟ ସାମଗ୍ରୀ ପାଉଥିବା ହିତାଧିକାରୀମାନେ ଏଣିକି ସେମାନଙ୍କର ରାଶନ କେବଳ କାର୍ଡ ଦେଖାଇ ନେଇପାରିବେ। ସେମାନଙ୍କୁ ଇ-ପିଓଏସ୍‌ରେ ଆଙ୍ଗୁଳି ଛାପ ଦେବାକୁ ପଡ଼ିବ ନାହିଁ। ପରବର୍ତ୍ତୀ ଆଦେଶ…

ଜୁଲାଇ ୨୨ରେ ଶପଥ ନେବେ ୪ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ

ଭୁବନେଶ୍ୱର,୧୮ା୭(ବ୍ୟୁରୋ)-ଆସନ୍ତା ୨୨ ତାରିଖରେ ଓଡିଶାରୁ ନବ ନିର୍ବାଚିତ ୪ ଜଣ ରାଜ୍ୟ ସଭା ସଦସ୍ୟ ପାର୍ଲାମେଣ୍ଟର ହାଉସ ଅଫ ଚାମ୍ବରରେ ଶପଥ ଗ୍ରହଣ କରିବେ। ସାମାଜିକ ଦୂରତ୍ୱ ରକ୍ଷା କରି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂତନ ଭାବେ…

ବାଲୁଗାଁ ମାଛ ମାର୍କେଟ ୭ଦିନ ଶଟ୍‌ଡାଉନ: ୨ ମାଛ ଗୋଦାମ, ୩ ବରଫ କଳ ସିଲ୍‌

ଖୋର୍ଦ୍ଧା ଅଫିସ/ବାଲୁଗାଁ ,୧୮ା୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁର ଜଣେ ମତ୍ସ୍ୟ ବ୍ୟବସାୟୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଶନିବାର ଜିଲାପାଳ ଶୀତାଂଶୁ କୁମାର ରାଉତ ବାଲୁଗାଁ ମାଛ ମାର୍କେଟକୁ ୭ଦିନ ଲାଗି ଶଟ୍‌ଡାଉନ ଘୋଷଣା କରିଛନ୍ତି। ଶନିବାର ଠାରୁ ଆସନ୍ତା…

ଗଞ୍ଜାମ ପାଇଁ ନୂଆ ରଣକୌଶଳ ଆପଣାଇଲେ ସରକାର

ଭୁବନେଶ୍ୱର,୧୮।୭(ବ୍ୟୁରୋ)-ଗଞ୍ଜାମରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ନୂତନ ରଣ କୌଶଳ ଗ୍ରହଣ କରିଛନ୍ତି। ବିଶେଷ କରି ଭିତ୍ତିଭୂମି ସମ୍ପ୍ରସାରଣ, ଟେଲି ମେଡିସିନ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ଲୋକସେବା ଭବନରେ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୋରାପୁଟରୁ ପୁଣି ସୁସ୍ଥ ହେଲେ ୯ କରୋନା ଆକ୍ରାନ୍ତ

କୋରାପୁଟ,୧୮ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲାରେ କରୋନା ଯୁଦ୍ଧରେ ବିଜୟୀ ହୋଇଥିବା ସଂଖ୍ୟା ୮୪କୁ ବୃଦ୍ଧି ପାଇଛି ା ଜିଲା ପ୍ରଶାସନର ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?