Home Middle

ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍‌, ହାରିଗଲେ ଅଧ୍ୟକ୍ଷା

ଭବାନୀପାଟଣା,୧୨ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ ସୋମବାର ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା। ସ୍ଥାନୀୟ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ସମସ୍ତ ୨୦ କାଉନସିଲର ଭୋଟ୍‌ ଦେଇଥିଲେ ବୋଲି ଉପାଧ୍ୟକ୍ଷା ବିଷ୍ଣୁ ପ୍ରଧାନ…

ଯେତେ ଖୋଲୁଛି ସେତେ ମିଳୁଛି, ଯନ୍ତ୍ରୀଙ୍କ ଘରୁ ବାହାରୁଛି ପୁଳାପୁଳା ସୁନା, ଘରେ ଅଛି ସୁନାର ଗଣେଶ ଠାକୁର

ଭୁବନେଶ୍ୱର,୧୨।୮: ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ପରେ ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ…

ସିସୋଡିଆଙ୍କ ପରେ ଜେଲ୍‌ରୁ ବାହାରିବେ କେଜ୍‌ରିଓ୍ବାଲ!

ନୂଆଦିଲ୍ଲୀ,୧୨ା୮: ସୁପ୍ରିମକୋର୍ଟରେ ସିବିଆଇ ଗିରଫକୁ  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଚ୍ୟାଲେଞ୍ଜ କରିଛନ୍ତି। କେଜ୍‌ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି। ପ୍ରଧାନ ବିଚାରପତି ତାଙ୍କୁ ଆନୁଷ୍ଠାନିକ ଭାବେ ଏକ ଇମେଲ ପଠାଇବାକୁ…

ପୁରୀରେ ପ୍ରବଳ ବର୍ଷା ଘଡ଼ଘଡ଼ି ସହ ବଜ୍ରପାତ: ଜଣେ ମହିଳାଙ୍କ ଜୀବନ ଗଲା, ୮ ଆହତ

ପୁରୀ,୧୨ା୮: ପୁରୀରେ ସୋମବାର ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ବଜ୍ରପାତ ହୋଇଛି। ଫଳରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଛଇତନା ଭୋଇସାହିରେ ଏହି ବଜ୍ରପାତ ଘଟିଛି। ତେବେ ସମସ୍ତ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ…

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ: ୯ଟି ସ୍ଥାନରେ ଏକକାଳୀନ ଚଢାଉ

ଭୁବନେଶ୍ୱର,୧୨।୮: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି। ଆର୍‌ଆଣ୍ଡ୍‌ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍‌ ହୋଇଥିବା ଜଣାପଡିଛି। ଭୁବନେଶ୍ବର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ରେଡ୍‌ ଚାଲିଛି।…

ଦ୍ୱୀପ ଦେଲିନି, କ୍ଷମତା ନେଇଗଲା ଆମେରିକା

ନୂଆଦିଲ୍ଲୀ,୧୨ା୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ ଶେଖ୍‌ ହାସିନା କ୍ଷମତାରୁ ହଟିବା ପଛରେ ଆମେରିକାର ହାତ ଥିବା ସେ ଅଭିଯୋଗ ଆଣିଛନ୍ତି। ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପର ସାର୍ବଭୌମତ୍ୱକୁ ଆମେରିକା ନିକଟରେ ସମର୍ପଣ କରିଦେଇଥିଲେ ସେ ଏବେ ବି କ୍ଷମତାରେ ରହିଥାଆନ୍ତେ।…

ଶ୍ରାବଣ ମାସ ଶେଷ ସୋମବାରରେ ଅଘଟଣ: ଦଳାଚକଟାରେ ୭ ଭକ୍ତଙ୍କ ଚାଲିଗଲା ଜୀବନ

ପାଟନା,୧୨ା୮: ବିହାରର ଜେହାନାବାଦରେ ଶ୍ରାବଣ ମାସ ଶେଷ ସୋମବାରରେ ଏକ ବଡ଼ ଅଘଟଣ ଘଟିଛି। ଭକ୍ତଙ୍କ ମଧ୍ୟରେ ଦଳାଚକଟାରେ ଅନେକଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ୩ ମହିଳା ଅଛନ୍ତି। ଏହାସହ ୧୨ରୁ ୧୫…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ, ପଚାରିଲେ-ଯଦି ନିବେଶକଙ୍କ ଟଙ୍କା ହରାନ୍ତି ତେବେ କିଏ ଦାୟୀ ରହିବ?

ମୁମ୍ବାଇ,୧୧।୮: ଆମେରିକାର ଅନୁସନ୍ଧାନକାରୀ କମ୍ପାନୀ ହିଣ୍ଡେନବର୍ଗ ଏହାର ସବିଶେଷ ରିପୋର୍ଟରେ ଶେୟାର ବଜାର ନିୟନ୍ତ୍ରକ (SEBI) ର ଅଧ୍ୟକ୍ଷ ମାଧବୀ ପୁରୀ ବୁଚଙ୍କୁ ଆଦାନୀ ଗ୍ରୁପ୍ ସହିତ ମିଶି ବଡ ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି, ଯାହା ପରେ ଭାରତରେ ରାଜନୀତି…

ଆତ୍ମବିଶ୍ୱାସ ଅଛି, ଯେତେବେଳେ ତୁମେ ୯୧୧କୁ ଡାଏଲ କରିବ ସେତେବେଳେ…

ନୂଆଦିଲ୍ଲୀ/ମାଲେ,୧୧ା୮: ମାଳଦ୍ୱୀପର ମୁଖ୍ୟ ବିରୋଧୀ ଦଳ (ମାଳଦ୍ୱୀପ ଡେମୋକ୍ରାଟିକ୍‌ ପାର୍ଟି) ଭାରତ ପ୍ରତି ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମନୋଭାବରେ ନମନୀୟତାକୁ ସ୍ବାଗତ କରିଛନ୍ତି। ମୁଇଜୁଙ୍କ ନେତୃତ୍ୱରେ ସରକାରଙ୍କ ଦ୍ୱାରା ଭାରତର ନୀତିରେ ହଠାତ୍‌ ପରିବର୍ତ୍ତନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମାଳଦ୍ୱୀପ ଡେମୋକ୍ରାଟିକ୍‌…

ଭାସିଗଲା ଡ୍ୟାମ୍ ଗେଟ୍: ଆଲର୍ଟ ଜାରି କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୧।୮: ବର୍ଷାଜଳ ନିଷ୍କାସିନ ସମୟରେ କର୍ଣ୍ଣାଟକର ତୁଙ୍ଗଭଦ୍ରା ଡ୍ୟାମ୍ ର ଏକ ଗେଟ୍ ପାଣି ସୁଅରେ ଭାସି ଯାଇଛି। ଗତରାତିରେ ପାଣି ନିଷ୍କାସନ ସମୟରେ ପାଣିର ପ୍ରଖର ସ୍ରୋତରେ ଚେନ ଲିଙ୍କ ଭାଙ୍ଗି ଗେଟ୍ ଭାସିଯାଇଥିବା ଜଣ ପଡିଛି। ଏହାକୁ ଦୃଷ୍ଟିରେ…

ମମତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାକୁ ଆଳୁ ଯୋଗାଣ ନେଇ କହିଲେ…

ଭୁବନେଶ୍ୱର,୧୧ା୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଶନିବାର ଫୋନ୍‌ରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଅନୁରୋଧ କରିଛନ୍ତି। ତେବେ ମୋହନଙ୍କ କଥା ରଖିଛନ୍ତି ଦିଦି। ସେ ପଦକ୍ଷେପ…

ଆମେରିକା ମୋତେ କ୍ଷମତାରୁ ହଟାଇ ଦେଇଛି, ଏସବୁ କାରଣ କହିଲେ ହାସିନା

ଢାକା,୧୧ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଆମେରିକା ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଭାରତରେ ରହୁଥିବା ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପକୁ ହସ୍ତାନ୍ତର କରି ନ ଥିବାରୁ ଆମେରିକା ତାଙ୍କୁ କ୍ଷମତାରୁ ହଟାଇ ଦେଇଛି। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri