Home Middle

୭୮ଟି ଲୋକ ସଭା ଆସନ ହାର୍‌ଜିତ୍‌ରେ ଗ୍ରହଣ କରିବ ନିର୍ଣ୍ଣାୟକ ଭୂମିକା

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ତେବେ ଫଳ ପ୍ରକାଶ ପୂର୍ବରୁ ହାର୍‌ଜିତ୍‌ ନେଇ ଅଙ୍କକଷା ଜୋର୍‌ ଧରିଛି। ଚଳିତ ନିର୍ବାଚନରେ ୭୮ଟି ଲୋକ ସଭା ଆସନ ଏନଡିଏ ଏବଂ ୟୁପିଏ ହାର୍‌ଜିତ୍‌ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ…

ବିପକ୍ଷଙ୍କୁ ନିର୍ବାଚନ କମିଶନଙ୍କ ଝଟ୍‌କା: ଭିଭିପାଟ୍‌ ଭୋଟ ଗଣତିରେ ହେବନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୨।୫: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଯୋଗୁ ବିପକ୍ଷ ଦଳଙ୍କୁ ବୁଧବାର ଝଟ୍‌କା ଲାଗିଛି। ବିପକ୍ଷନେତା ମାନେ ଭିଭିପାଟ୍‌ ଏବଂ ଭୋଟର ତାଲିକା କାଗଜ ଟୁକୁଡା ମିଳାଇବା କାର୍ଯ୍ୟ ୫୦ ପ୍ରତିଶତ ହେବ ବୋଲି ଦାବି କରିଥିଲେ। ତେବେ ନିର୍ବାଚନ କମିଶନ ଏହା…

ମହଙ୍ଗା ପଡିଲା ମନ୍ତବ୍ୟ: ସିଦ୍ଧୁଙ୍କ ବିରୋଧରେ ବାହାରିଲେ ୬ ମନ୍ତ୍ରୀ

ଜଳନ୍ଧର, ୨୨।୫: ଭାଜପା ଛାଡି କଂଗ୍ରେସ ଯୋଗଦେବା ପରେ ବି ନବଜୋତ ସିଂହ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ଏହି ପୂର୍ବତନ କ୍ରିକେଟର ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ସିଦ୍ଧୁଙ୍କ ଅଡୁଆ ପୁଣି ବଢିଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ…

କ୍ଷମତା ପାଇଁ ଫଳାଫଳ ଘୋଷଣା ପୂର୍ବରୁ ଅଙ୍କକଷା: ୨୦୦୪ ଏବଂ ୨୦୦୯ରେ ଏକ୍‌ଜିଟ୍‌ ପୋଲ୍‌ ହୋଇଥିଲା ଭୁଲ୍‌

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନ ଫଳାଫଳ ମେ ୨୩ରେ ଘୋଷଣା କରାଯିବ। ତେବେ ଏହା ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ନେଇ ଆରମ୍ଭ ହୋଇଛି ନାନା କଳ୍ପନା ଜଳ୍ପନା। କେନ୍ଦ୍ରରେ କ୍ଷମତା ଦଖଲ ପାଇଁ ଫଳାଫଳ ଘୋଷଣା ପୂର୍ବରୁ ଆରମ୍ଭ ହୋଇଛି ଅଙ୍କକଷା।…

ରିସାଟ୍‌-୨-ବି ଉପଗ୍ରହର ସଫଳ ଉତ୍‌କ୍ଷେପଣ: ସୀମାରେ ରହିବ କଡ଼ା ନଜର

ଶ୍ରୀହରିକୋଟା,୨୨।୫: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶ୍ରୀହରିକୋଟାଠାରୁ ବୁଧବାର ରିସାଟ୍‌-୨-ବି ଉପଗ୍ରହର ସଫଳ ଉତ୍‌କ୍ଷେପଣ କରାଯାଇଛି। ଏହା ପିଏସ୍‌ଏଲ୍‌ଭି-ସି-୪୬ରୁ ଉତ୍‌କ୍ଷେପଣ କରାଯାଇଛି। ଏହି ରାଡାର ଇମେଜିଂ ଆର୍ଥ ସାଟେଲାଇଟ୍‌ ଭୋର୍‌ ୫ଟା ୨୭ରେ ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି। ୬ଶହ…

କୁଲଗାମ୍‌ରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର ୨୨।୫: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌ କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ଗୋପାଲପୋରାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀ ଘେରାବନ୍ଦୀ ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ତେବେ…

୫ ହିନ୍ଦୀଭାଷୀ ରାଜ୍ୟ ଉପରେ ଭାଜପା ଭରସା

ନୂଆଦିଲ୍ଲୀ,୨୨ା୫(ପି.ଟି.): ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକ ଭାଜପା ସପକ୍ଷରେ ଜନମତ ରହିଥିବା ଭବିଷ୍ୟବାଣୀ କରିଥିବାବେଳେ ୫ ହିନ୍ଦୀଭାଷୀ ରାଜ୍ୟ ଉପରେ ଭରସା କରିଛି ଗୈରିକ ଦଳ। ୨୦୧୪ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ୧୮୫ ଆସନ ମଧ୍ୟରୁ ଭାଜପାକୁ…

୧୦୦% ଭିଭିପିଏଟି ସ୍ଲିପ୍‌ ଯାଞ୍ଚ ଆବେଦନ ଖାରଜ

ନୂଆଦିଲ୍ଲୀ,୨୨ା୫(ପି.ଟି.): ଭୋଟ ଗଣତି ଦିନ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌(ଇଭିଏମ୍‌) ସହ ୧୦୦ ପ୍ରତିଶତ ଭୋଟର ଭେରିଫାଏବ୍ଲ ପେପର ଅଡିଟ ଟ୍ରେଲ୍‌ (ଭିଭିପିଏଟି) ସ୍ଲିପ୍‌ ମେଳ କରାଇବା ପାଇଁ ଦାଏର ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି…

କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିନାହାନ୍ତି ସରକାର: ଭାଜପା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବାତ୍ୟା ଫନୀକୁ ୧୮ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କ ପାଖରେ ”ଜିରୋ କାଜୁଆଲିଟିର“ ନାରା ଦେଉଥିବା ସରକାର ପହଞ୍ଚିପାରି ନାହାନ୍ତି। ରାଜ୍ୟରେ ହଜାର ହଜାର ଲୋକ ବିଶେଷ କରି ପୁରୀ, ଖୋର୍ଦ୍ଧା,ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା ଜିଲାରେ ବିପନ୍ନ ହୋଇଥିଲେ ମଧ୍ୟ…

ପ୍ରଶ୍ନପତ୍ରରେ ରହିବ ସିକ୍ରେଟ୍‌ କୋଡ୍‌

ଭୁବନେଶ୍ୱର, ୨୨ା୫(ବ୍ୟୁରୋ): ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାକୁ କିପରି ରୋକାଯାଇପାରିବ ସେଥିପାଇଁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆସନ୍ତାବର୍ଷଠାରୁ ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ ବୋଲି…

ରଣପୁର ସରକାରୀ ଡାକ୍ତରଖାନା: ଫାର୍ମାସିଷ୍ଟ ବଦଳରେ ରୋଷେୟା ଦେଉଛନ୍ତି ଔଷଧ

ରଣପୁର,୨୨ା୫ (ସ୍ବ.ପ୍ର.)- ରଣପୁର ଏନ୍‌ଏସିରେ ଥିବା ସରକାରୀ ଡାକ୍ତରଖାନା ଔଷଧ ବିତରଣ କେନ୍ଦ୍ରରେ ମଙ୍ଗଳବାର ଫାର୍ମାସିଷ୍ଟଙ୍କ ବଦଳରେ ରୋଗୀଙ୍କୁ ରୋଷେୟା ଔଷଧ ଦେବା ଘଟଣା ଆଲୋଚନାର ବିଷୟ ହୋଇଥିଲା। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବାରୁ ଚିକିତ୍ସା କରୁଥିବା ଡାକ୍ତର…

୭ ବର୍ଷୀୟା ବାଳିକାଙ୍କୁ ବିଏମ୍‌ସିର ସହାୟତା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୭ବର୍ଷୀୟା ଜଣେ ବାଳିକାଙ୍କୁ ସହାୟତା ପ୍ରଦାନ କରିଛି। ଭିଏସ୍‌ଏସ୍‌ ନଗର ତାରିଣୀ ବସ୍ତିରେ ରହୁଥିବା ଶ୍ରେୟା ପାତ୍ରଙ୍କୁ ଏହି ସହାୟତା ମିଳିଛି। ମା’ବାପା ଛେଉଣ୍ଡ ଶ୍ରେୟା ଜେଜେ ମା’ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?