Home Middle

ଯାଜପୁର ସଂସଦୀୟ କ୍ଷେତ୍ର: ୯ ବୁଥ୍‌ରେ ହେଉଛି ସାନି ମତଦାନ, ଭୋଟକେନ୍ଦ୍ରରେ ମତଦାତାଙ୍କ ଭିଡ଼

ଯାଜପୁର ଅଫିସ,୧୯।୫-ଯାଜପୁର ସଂସଦୀୟ କ୍ଷେତ୍ରର ୯ ଟି ବୁଥ୍‌ରେ ରବିବାର ସାନି ମତଦାନ ଚାଲିଛି। ଏଥିରେ ମୋଟ ୯୯୩୧ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ବିଞ୍ଝାରପୁର ବିଧାନସଭା ଆସନର ୧୩୫ ଓ ୧୯୧ ନଂ ବୁଥ୍‌, ବରୀର ୮୨, ୧୫୮,…

ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ: ମତଦାନ ଜାରି

ନୂଆଦିଲ୍ଲୀ, ୧୯।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ଆସନ ପାଇଁ ରବିବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୩ ଆସନ, ପଞ୍ଜାବର ୧୩,…

ଆଣ୍ଡାମାନ ଛୁଇଁଲା ମୌସୁମୀ, ଜୁନ୍‌ରେ ଓଡ଼ିଶା ଆସିବ; ଜଳୁଛି ସାରା ଓଡ଼ିଶା, ୪୫.୮ ଡିଗ୍ରୀରେ ଟିଟିଲାଗଡ଼

ଭୁବନେଶ୍ୱର, ୧୯।୫(ବ୍ୟୁରୋ)/ରଣପୁର (ସ୍ବ.ପ୍ର.)- ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। ରାଜ୍ୟର ଅଧିକାଂଶ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ପ୍ରବଳ ଗରମକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ପୂର୍ବାହ୍ନ ୧୦ଟାପରେ…

ଶେଷ କ୍ୟାବିନେଟ୍‌ରେ ଫନୀ ଚିନ୍ତା

ଭୁବନେଶ୍ୱର,୧୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କ ଶେଷ କ୍ୟାବିନେଟ୍‌ ବୈଠକ ଶନିବାର ସଚିବାଳୟରେ ଅନୁଷ୍ଠିତ ହୋଇଛି। ସାମୁଦ୍ରିକ ଝଡ ଫନୀ ଦ୍ୱାରା ପ୍ରଭାବିତ ପୁରୀ ଏବଂ ଅନ୍ୟାନ୍ୟ ଅଞ୍ଚଳ ପାଇଁ ବ୍ୟବସ୍ଥାର ସମୀକ୍ଷା ସହ ବିଭିନ୍ନ ନିୟମରେ କୋହଳ କରାଯାଇଛି।…

ବିଶ୍ୱକପ୍‌: କୋହଲିଙ୍କ ଲାଗି ନେତୃତ୍ୱର ପରୀକ୍ଷା

ନୂଆଦିଲ୍ଲୀ,୧୯।୫(ପି.ଟି.)- ବିରାଟ କୋହଲି ବିଶ୍ୱ କ୍ରିକେଟରେ ସୁପରଷ୍ଟାର ମାନ୍ୟତା ପାଇଛନ୍ତି। ବ୍ୟାଟିଂରେ କ୍ରମାଗତଭାବେ ସ୍ଥିର ପ୍ରଦର୍ଶନ କରି ସେ ଜଣେ ମହାନ୍‌ ବ୍ୟାଟ୍ସମ୍ୟାନର ମାନ୍ୟତା ମଧ୍ୟ ପାଇସାରିଛନ୍ତି। କିନ୍ତୁ ଆଉ କିଛି ଦିନ ପରେ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ୍‌ରେ…

ଭାରତରେ ୪୪ ବର୍ଷ ପର୍ଯ୍ୟନ୍ତ ରହିବ ଏଲ୍‌ ନିନୋ ପ୍ରଭାବ: ବଢ଼ିବ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ,୧୮।୫: ଭାରତରେ ୨୦୨୦ଠାରୁ ୨୦୬୪ ପର୍ଯ୍ୟନ୍ତ ଆସନ୍ତା ୪୪ ବର୍ଷ ପର୍ଯ୍ୟନ୍ତ ଏଲ୍‌ ନିନୋ ପ୍ରଭାବ ରହିବ। ଫଳରେ ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ ମେଟ୍ରୋଲୋଜି(ଆଇଆଇଟିଏମ୍‌)ପକ୍ଷରୁ ପ୍ରାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ୨୦୨୦ଠାରୁ ଏଲ୍‌ ନିନୋ…

କ୍ଲିନ୍‌ ଚିଟ୍‌ ନେଇ ନିର୍ବାଚନ କମିଶନ ଦୁଇଫାଳ

ନୂଆଦିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ଶେଷ ପର୍ଯ୍ୟାୟ ମତଦାନ ମେ ୧୯ରେ ହେବ। ଏହା ପୂର୍ବରୁ ଆଚରଣ ବିଧି ଉଲ୍ଲଂଘନ ନେଇ କ୍ଲିନ୍‌ ଚିଟ୍‌ ପ୍ରସଙ୍ଗକୁ କେନ୍ଦ୍ରକରି ନିର୍ବାଚନ କମିଶନରେ ମତଭେଦ ଦେଖାଦେଇଛି। ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା ଏବଂ…

ଦେଶର ଅଧା ଜନସଂଖ୍ୟା ନୀରବ ହତ୍ୟାକାରୀ କୋଳରେ: ମହିଳାଙ୍କ କ୍ଷେତ୍ରରେ ଅଧିକ

ନୂଆଦିଲ୍ଲୀ,୧୮।୫: ଦେଶର ଅଧାରୁ ଅଧିକ ଜନସଂଖ୍ୟା ନୀରବ ହତ୍ୟାକାରୀ ସାଜିଥିବା ଡାଇବେଟିସ୍‌ ସମସ୍ୟାଗ୍ରସ୍ତ। ୧୯ରୁ ୪୯ ବର୍ଷ ବୟସ୍କଙ୍କଠାରେ ଏପରି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟରେ ଏହା…

୪୫ ବର୍ଷ ତଳେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହୋଇଥିଲା ଭାରତ

ନୂଆଦିଲ୍ଲୀ,୧୮ା୫: ଭାରତ ୪୫ ବର୍ଷ ତଳେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ମାନ୍ୟତା ଳାଭ କରିଥିଲା। ୧୯୭୪ ମେ ୧୮ରେ ରାଜସ୍ଥାନ ପୋଖରାନରେ ଏନେଇ ସଫଳ ପରୀକ୍ଷା ହୋଇଥିଲା। ଭାରତ ଶାନ୍ତି ପ୍ରୟାସରେ ଏହାର ଉପଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା।…

ପୁଲଓ୍ବାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୮।୫: ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାରେ ଶନିବାର ଭୋର୍‌ ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଅବନ୍ତିପୋରା ଅଞ୍ଚଳର ପଞ୍ଚ୍‌ଗାଓ୍ବଁରେ କିଛି ଆତଙ୍କବାଦୀ ଲୁଚିଥିବା…

୫୯ ଆସନରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ: ଗାନ୍ଧୀ, ଗଡ୍‌ସେରେ ପ୍ରଚାର ଶେଷ

ନୂଆଦିଲ୍ଲୀ,୧୮ା୫(ପି.ଟି.): ସପ୍ତମ ତଥା ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ବାକି । ପଶ୍ଚିମବଙ୍ଗରେ ହିଂସା ଯୋଗୁ ୯ ଆସନରେ ଗୁରୁବାର ରାତି ୧୦ଟାରେ ଓ ଅବଶିଷ୍ଟ ୭ ରାଜ୍ୟର ୫୦ ଆସନରେ ଶୁକ୍ରବାର ସନ୍ଧ୍ୟାରେ ସବୁ…

ଆର୍ଥିକ ମେରୁଦଣ୍ଡ ଦୋହଲାଉଛି ପ୍ରାକୃତିକ ବିପର୍ଯ୍ୟୟ: ୬ ବର୍ଷରେ ୧୮ ହଜାର କୋଟି କ୍ଷତି

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ପ୍ରାକୃତିକ ବିପତ୍ତିର ପ୍ରଚଣ୍ଡ ପ୍ରହାର ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ବ୍ୟକ୍ତିଗତ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ଏକ ବିରାଟ ଅନ୍ତରାୟ ସୃଷ୍ଟି କରୁଛି। କେବଳ ବାତ୍ୟା ନୁହେଁ ମରୁଡି ମଧ୍ୟ କୃଷିକ୍ଷେତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri