ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ବିସ୍ଫୋରକ ବୟାନ: ଖରାପ ସ୍ଥିତିରେ ଭାରତୀୟ ଅର୍ଥନୀତି
ନୂଆଦିଲ୍ଲୀ,୨୪ା୮: କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ କୁହାଯାଉଥିବା ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ ଗୁରୁବାର ବିସ୍ଫୋରକ ବୟାନ ଦେଇଛନ୍ତି। ଆର୍ଥିକ କ୍ଷେତ୍ରରେ ବର୍ତ୍ତମାନ ଦେଖାଦେଇଥିବା ସ୍ଥିତି ଉପରେ ମତବ୍ୟକ୍ତ କରି ସେ କହିଛନ୍ତି…
ଲୋକଙ୍କ ପାଇଁ ମୋ ଦୁଆର ସର୍ବଦା ଖୋଲା ରହିବ
୨୦୧୩ ବ୍ୟାଚ ଆଇପିଏସ୍ ଅଫିସର ଜଗମୋହନ ମୀନା ଶୁକ୍ରବାର ଅନୁଗୋଳ ଜିଲାର ୧୪ତମ ଏସ୍ପି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ରାଜସ୍ଥାନର ଆଲୱାରଠାରେ ୧୯୮୯ରେ ଜନ୍ମଗ୍ରହଣ କରିଥିବା ମୀନା ଆଇଆଇଟି କାନପୁରରେ ବି.ଟେକ୍ ଓ ଏମ୍. ଟେକ୍ କରିବା ପରେ ୨୦୧୩ରେ ୟୁପିଏସ୍ସିରେ…
ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କା ୧୪୪/୬
କଲମ୍ବୋ, ୨୪।୮(ଏଏଫ୍ପି)- ସ୍ଥାନୀୟ ପି. ସାର ଓଭାଲ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ପ୍ରଥମ ଦିବସ ଭଳି ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା…
ଶ୍ରୀମନ୍ଦିରର ସୁରକ୍ଷା ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ସୁପାରିଶ କାର୍ଯ୍ୟକାରୀ କରିବା ଜରୁରୀ, ମହାପ୍ରଭୁଙ୍କ ସେବା ଭାବି ସହଯୋଗ କରନ୍ତୁ; କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯିବ
ଭୁବନେଶ୍ୱର,୨୩।୮(ବ୍ୟୁରୋ): ଶୁକ୍ରବାର ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁରୀର ବିକାଶ ପାଇଁ ୫ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ବାତ୍ୟା ଫନୀରେ ଭୁଷୁଡ଼ି ପଡ଼ିଥିବା ବିଭିନ୍ନ ଭିତ୍ତିଭୂମିର ବିକାଶ ସାଙ୍ଗକୁ ଏହାକୁ…
ପୁରୀର ବିକାଶ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା; ସରକାରଙ୍କ ଉଦ୍ୟମରେ ସହଯୋଗ କରିବାକୁ ପୁରୀବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ: ଜାଣନ୍ତୁ ସବିଶେଷ ତଥ୍ୟ
ଭୁବନେଶ୍ୱର,୨୩।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ବିକାଶ ପାଇଁ ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି। ସହରରେ ଭିତ୍ତିଭୂମି ବିକାଶ, ନୂତନ ବହୁ ଥାକିଆ ରାସ୍ତା, ସେତୁ, ପାର୍କିଂ ସୁବିଧା, ମୁଷା ନଦୀର ପୁନରୁଦ୍ଧାର, ସିକ୍ୟୁରିଟି ଜୋନ୍ରେ ଥିବା…
ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ଆଜି:ମହାପ୍ରଭୁଙ୍କୁ ଲାଗି ହେଲା ଯେଉଡ଼ ଭୋଗ
ପୁରୀ ଅଫିସ,୨୩ା୮:ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଶୁକ୍ରବାର ଏହି ପବିତ୍ର ତିଥିରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ। ଏଥିଲାଗି ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ସନ୍ଧ୍ୟାଧୂପ ପୂଜା ପରେ…
ଚିଦାମ୍ବରମଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ
ନୂଆଦିଲ୍ଲୀ,୨୨ା୮(ପି.ଟି./ଆଇଏଏନ୍ଏସ୍): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବହୁଚର୍ଚ୍ଚିତ ଆଇଏନ୍ଏକ୍ସ ମିଡିଆ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ସନ୍ଧ୍ୟା ୫ଟା ୪୫ ମିନିଟରେ ୫ ଦିନିଆ ରିମାଣ୍ଡରେ ନେଇଛି। ବୁଧବାର ରାତିରେ ଗିରଫ ହୋଇଥିବା…
ଜଷ୍ଟିସ୍ ବି.ପି. ଦାସ ଓଏଚ୍ଆର୍ସି ଅଧ୍ୟକ୍ଷ ନିଯୁକ୍ତ
ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟ ମାନବାଧିକାର କମିଶନ (ଓଏଚ୍ଆର୍ସି) ଅଧ୍ୟକ୍ଷ ଭାବେ ଗୁରୁବାର ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ସେ ପୁରୀ ଶ୍ରୀମନ୍ଦିର ସଂସ୍କାର କମିଶନର ଜଣିକିଆ ଅଧ୍ୟକ୍ଷ ଥିଲେ। ଦାସଙ୍କ ସୁପାରିସ ଅନୁଯାୟୀ, ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ…
‘କାଳିଆ ଯୋଜନା’ରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ: ଅରୁଣ ସାହୁ
ଭୁବନେଶ୍ୱର,୨୨।୮(ବ୍ୟୁରୋ): ‘କାଳିଆ ଯୋଜନା’ରେ ଅଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ସରିଛି। ଇତିମଧ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ୨୭ ତାରିଖ ସୁଦ୍ଧା ପଞ୍ଚାୟତସ୍ତରରେ ଏବଂ ୩୧ ତାରିଖ ସୁଦ୍ଧା ବ୍ଲକ ଓ ଜିଲାସ୍ତରରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ…
ଫ୍ରାନ୍ସ୍-ସୌଦି-ବାହାରିନ୍ ଗସ୍ତରେ ମୋଦି: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ
ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ୍-ସୌଦି-ବାହାରିନ୍ ଗସ୍ତରେ ଯାଇଛନ୍ତି। ସେ ପ୍ରଥମେ ଫ୍ରାନ୍ସ ଗସ୍ତ କରିବେ। ଏହା ପରେ ସୌଦି ଏବଂ ବାହାରିନ୍ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି କୁହାଯାଉଛି। ମୋଦି ଅଗଷ୍ଟ ୨୬ ପର୍ଯ୍ୟନ୍ତ ବିଦେଶ ଗସ୍ତରେ…
ଅଯୋଧ୍ୟା ମାମଲା: ବ୍ରିଟିଶ୍ ଅମଳରେ ହେଉଥିଲା ଜୁମା ନମାଜ ପାଠ; ହିନ୍ଦୁ ବି କରୁଥିଲେ ପୂଜା
ନୂଆଦିଲ୍ଲୀ, ୨୨।୮: ଅଯୋଧ୍ୟା ମାମଲାରେ ଗୁରୁବାର ୧୦ମ ଦିନ ପାଇଁ ହୋଇଥିବା ଶୁଣାଣି ହୋଇଛି। ଏଥିରେ ଗୋପାଲ ସିଂ ବିଶାରଦଙ୍କ ପକ୍ଷରୁ ନିଯୁକ୍ତ ଆଇନଜୀବୀ ରଞ୍ଜିତ୍ କୁମାର ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଅବଦୁଲ୍…
୭,୨୫୮ ପିଲାଙ୍କୁ ମିଳିବ କାଳିଆ ଛାତ୍ର ବୃତ୍ତି: ମନ୍ତ୍ରୀ
ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘କାଳିଆ ଛାତ୍ରବୃତ୍ତି’ ପ୍ରଦାନ କରୁଛନ୍ତି। ତେବେ ବର୍ତ୍ତମାନ ରାଜ୍ୟରେ ମୋଟ ୭,୨୫୮ ପିଲାଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ…
Archives


