ଯୁଦ୍ଧ ନୁହେଁ ଆଲୋଚନାକୁ ଦିଆଯିବ ଗୁରୁତ୍ୱ
ଲାହୋର, ୩ା୯(ପି.ଟି.): କୌଣସି ସମସ୍ୟାର ସମାଧାନ ଯୁଦ୍ଧ ଦ୍ୱାରା ହୋଇ ନ ଥିଏ। ଭାରତକୁ ମୁଁ ଏହା କହିବାକୁ ଚାହୁଁଛି। ଯୁଦ୍ଧରେ ବିଜୟ ଲାଭ କରିଥିବା ଦେଶ ମଧ୍ୟ କ୍ଷତି ସହିଥାଏ। ଭାରତ ଓ ପାକିସ୍ତାନ ଉଭୟ ପରମାଣୁ ଶକ୍ତିସମ୍ପନ୍ନ ଦେଶ।…
ଆଜି ନୂଆଁଖାଇ, ପୁରପଲ୍ଲୀ ଉତ୍ସବମୁଖର
ସମ୍ବଲପୁର,୩।୯(ବ୍ୟୁରୋ): ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ପୁରପଲ୍ଲୀ ଉତ୍ସବମୁଖର ହୋଇଛି। ପରମ୍ପରା ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ଗଣପର୍ବ ପାଳିତ ହୋଇଥାଏ। ଇଷ୍ଟଦେବୀ ସମଲେଇଙ୍କ ନିକଟରେ ମଙ୍ଗଳବାର ନବାନ୍ନ ଭୋଗ ଲାଗିବ। ଏତଦ୍ବ୍ୟତୀତ ପଶ୍ଚିମ ଓଡ଼ିଶା…
ଗରିବଙ୍କ ରାଶନ ଖାଉଥିଲେ ଅଯୋଗ୍ୟ ହିତାଧିକାରୀ: ଧରାପକାଇଲା ଆଧାର
ଭୁବନେଶ୍ୱର,୩।୯(ବ୍ୟୁରୋ): ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅଯୋଗ୍ୟ ହିତାଧିକାରୀ ଗତ ୪ବର୍ଷ ହେବ ଗରିବଙ୍କ ପାଇଁ ଆସିଥିବା ହଜାର ହଜାର କୁଇଣ୍ଟାଲ ଚାଉଳ, ଗହମ ଲୁଟି ନେଉଥିଲେ। ଗାଡ଼ି ଘୋଡ଼ା, କୋଠାଘର, ଏକର ଏକର ସମ୍ପତ୍ତି, ସରକାରୀ ଚାକିରି ଥିବା ଅଯୋଗ୍ୟ…
ଜେଟ୍କୁ ମିଳିଲେନି ନୂଆ ବିଡର
ମୁମ୍ବାଇ, ୩-୯: ଋଣ ସଙ୍କଟରେ ଫସି ବନ୍ଦ ହୋଇ ପଡିଥିବା ଜେଟ ଏୟାରଓ୍ବେଜକୁ ନୂଆ ବିଡର ମିଳିନ ଥିବା ଜଣା ପଡିଛି। ବର୍ତ୍ତମାନ କମ୍ପାନୀ ବିରୋଧରେ ଇନସଲଭେନ୍ସି ମାମଲା ଚାଲିଛି। ପ୍ରାଥମିକ ବିଡିଂ ଲାଗି ଥିବା ବର୍ଦ୍ଧିତ ସୀମା ମଧ୍ୟରେ କୌଣସି…
ପୁରୀ ଥଇଥାନ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨।୯(ବ୍ୟୁରୋ): ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ପାଇଁ ସ୍ବତନ୍ତ୍ର ଥଇଥାନ ପ୍ୟାକେଜ୍ ସୋମବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାସଗୃହ ଅଧିଗ୍ରହଣ ପାଇଁ ସ୍ବତନ୍ତ୍ର ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଦିଆଯିବ। ଅଧିଗୃହିତ ଅଞ୍ଚଳରେ ଥିବା ଘର ଲାଗି ସବୁ ପରିବାରକୁ…
ଜେଲ୍ ଯିବେ ନାହିଁ ଚିଦାମ୍ବରମ
ନୂଆଦିଲ୍ଲୀ,୨।୯: ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କର ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ତାଙ୍କ ଓକିଲ କପିଲ ଶିବ୍ବଲ କୋର୍ଟଙ୍କୁ ଅନୁରୋଧ କରିଥିଲେ କି ଚିଦାମ୍ବରଙ୍କୁ ଜେଲ୍ ପଠା ନ ଯାଇ ଗୃହବନ୍ଦୀ ଭାବେ ରଖାଯାଉ।…
ଚନ୍ଦ୍ରୟାନ-୨ରୁ ଅଲଗା ହେଲା ବିକ୍ରମ ଲ୍ୟାଣ୍ଡର
ବେଙ୍ଗାଲୁରୁ,୨।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋର)ର ବୈଜ୍ଞାନିକ ସୋମବାର ଅର୍ଥାତ ସେପ୍ଟେମ୍ବର ୨ ଦିନ ପ୍ରାୟ ୧ଟା ୩୦ରେ ଚନ୍ଦ୍ରୟାନ-୨ର ଅର୍ବିଟରରୁ ବିକ୍ରମ ଲ୍ୟାଣ୍ଡରକୁ ଅଲଗା କରିଦେଇଛନ୍ତି। ଆସନ୍ତା ୨୦ ଘଣ୍ଟା ପର୍ଯ୍ୟନ୍ତ ଏହା ନିଜ କକ୍ଷପଥ ପଛେପଛେ ୨ କିଲୋମିଟର…
ପାକିସ୍ତାନକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତୀୟ ସେନା
ନୂଆଦିଲ୍ଲୀ,୨।୯: ଜମ୍ମୁ–କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବେଳକୁ ବେଳ ଅଶାନ୍ତି ବଢିବାରେ ଲାଗିଛି। ତେବେ ପାକିସ୍ତାନର କ୍ରୁର ପ୍ରକୃତିକୁ ଦେଖି ଏହାର କଡା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ। ଏନେଇ ଭାରତ ଏବେ ସୀମାରେ ଇଣ୍ଟିଗ୍ରେଟେଡ ବ୍ୟାଟେଲ…
କୁଖ୍ୟାତ ଅପରାଧୀ ମୁସିମ ଏନ୍କାଉଣ୍ଟରରେ ଆହତ
ସମ୍ବଲପୁର ଅଫିସ୍,୨।୯: ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ମୁସିମ ଅଖତାର ଆହତ ହୋଇଛି। ସୋମବାର ଭୋର ୫ଟା ୨୦ ମିନଟରେ ସିଟି ଷ୍ଟେସନ ନିକଟରେ ଏହି ଏନକାଉଣ୍ଟର ଘଟିଛି। ମୁସିମ୍ଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାର ସୂଚନା ମିଳିଛି। ସୂଚନା ଅନୁସାରେ, ସିଟି…
ପ୍ରଥମ ଦିନରେ ଗାଡ଼ି ଯାଞ୍ଚ କଡ଼ାକଡ଼ି : ୧୦ ଗୁଣା ଜରିମାନା ଗଣିଲେ ଉଲ୍ଲଂଘନକାରୀ
ଭୁବନେଶ୍ୱର,୨ା୯(ବ୍ୟୁରୋ) : ସାରା ଦେଶରେ ନୂଆ ମୋଟର ଆଇନ ରବିବାରଠାରୁ ଲାଗୁ ହୋଇଛି। ଏହି ଆଇନ ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୧୦ ଗୁଣା ଜରିମାନା ଆଦାୟ କରାଯାଉଛି। ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ଜିଲାର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ବିଶେଷକରି…
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଏଲ୍ଓସିରେ ଯବାନ ଶହୀଦ
ଜମ୍ମୁ,୨ା୯(ପି.ଟି.): ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖାରେ ରବିବାର ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତର ଆଗୁଆ ଘାଟି ଓ ସୀମାନ୍ତବର୍ତ୍ତୀ ଗାଁ ଉପରେ ମୋର୍ଟାର ଓ ଗୁଳିଗୋଳା ମାଡ଼ କରିଛି। ସୀମାପାର ଗୁଳିରେ ଜଣେ ଭାରତୀୟ ଯବାନ…
ଆଣ୍ଡାମାନରେ ଚାଇନାର ଗୁପ୍ତଚର ଜାହାଜ
ଚେନ୍ନାଇ,୨ା୯: ଭାରତର ସ୍ଥଳଭାଗ ପରେ ଜଳପଥରେ ଅନୁପ୍ରବେଶ କରୁଛି ଚାଇନା। ଭାରତୀୟ ମହାସାଗର କ୍ଷେତ୍ର (ଆଇଓଆର୍)ରେ ଚାଇନାର ଆଡ୍ଭାନ୍ସ ସର୍ଭିଲାନ୍ସ ଜାହାଜ ପ୍ରବେଶ କରି ନୌସେନାର ଅତ୍ୟନ୍ତ ସମ୍ବେଦନଶୀଳ ତଥା ଗୋପନୀୟ ତଥ୍ୟ ସଂଗ୍ରହ କରୁଛି। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି…
Archives


