ତେଜସ୍ରେ ଉଡ଼ିଲେ ରାଜନାଥ
ବେଙ୍ଗାଲୁରୁ,୧୯।୯ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ନେଇ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ୍ ଗୁରୁବାର ଉଡ଼ାଣ କରିଛି। ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନୋଟିକ୍ସ୍ ଲିମିଟେଡ୍ ବିମାନ ବନ୍ଦରରୁ ଏହା ଉଡ଼ାଣ ଆରମ୍ଭ କରିଛି। ରାଜନାଥ ଏଥିରେ ଅଧଘଣ୍ଟା ପର୍ଯ୍ୟନ୍ତ…
ଗିରଫ ହେଲେ ଆଶୀର୍ବାଦ
କଟକ ଅଫିସ,୧୯।୯: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗୁରୁବାର ସକାଳେ ସିବିଆଇ ଗିରଫ କରିଛି।ଭୋରରୁ କଟକ ସ୍ଥିତ ତାଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିବା ସହ ତାଙ୍କୁ ଗିରଫ କରିଛି। ଅନ୍ୟପଟେ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ…
ଭାରତରେ ସେନା ସବୁଠୁ ବିଶ୍ୱସ୍ତ
ନୂଆଦିଲ୍ଲୀ,୧୯ା୯(ଆଇଏଏନ୍ଏସ୍): ଭାରତର ସହରାଞ୍ଚଳରେ ବସବାସ କରୁଥିବା ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ଦେଶର ସଶସ୍ତ୍ର ବାହିନୀ ଉପରେ ସର୍ବାଧିକ ଭରସା ରଖୁଥିବା କହିଛନ୍ତି। ଅନ୍ୟପକ୍ଷରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜନେତାଙ୍କ ପ୍ରତି ସଂଶୟ ପ୍ରକାଶ କରିଥିବା ଏକ ସର୍ଭେରୁ ଜଣାପଡ଼ିଛି। ବିଶ୍ୱସନୀୟତା…
ନଭେମ୍ବର ୧ରୁ ଧାନ ସଂଗ୍ରହ
ଭୁବନେଶ୍ୱର,୧୯ା୯(ବ୍ୟୁରୋ): ଆସନ୍ତା ନଭେମ୍ବର ୧ରୁ ଖରିଫ ଧାନ ସଂଗ୍ରହ ହେବ। ଧାନ ବିକ୍ରି କରିବାକୁ ଚଳିତବର୍ଷ ୧୧ ଲକ୍ଷ ୫୪ ହଜାର ୧୩୦ ଜଣ ଚାଷୀ ନାମ ପଞ୍ଜୀକୃତ କରିଛନ୍ତି। ଆସନ୍ତା ୨୨ ତାରିଖ ସୁଦ୍ଧା ସମସ୍ତ ଡାଟା ଏଣ୍ଟ୍ରି ଶେଷ…
ସାରା ଦେଶରେ ଲାଗୁହେବ ଏନ୍ଆର୍ସି
ନୂଆଦିଲ୍ଲୀ,୧୯ା୯ : ଭାରତରେ ରହୁଥିବା ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରି ବିଦା କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ସାରା ଦେଶରେ ଲାଗୁ କରିବେ ବୋଲି ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ସୂଚନା ଦେଇଛନ୍ତି। ରାଞ୍ଚତ୍ରେ ଏକ…
‘ବଂଶୀ’କୁ ଟାର୍ଗେଟ କଲା ‘ଅସ୍ତ୍ର’
ବାଲେଶ୍ୱର ଅଫିସ,୧୮।୯: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (ଡିଆର୍ଡିଓ) ପକ୍ଷରୁ ବୁଧବାର ପୂର୍ବାହ୍ନ ୧୦ଟା ୧ ମିନିଟ୍ ସମୟରେ ଆକାଶରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ସ୍ବଳ୍ପ ଦ୍ରୁତଗାମୀ କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା।…
କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ କହିଲେ‘ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା କରାଯାଉଛି’
ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟରେ ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଥିବା ନେଇ ପ୍ରଥମେ ତଥ୍ୟ ପ୍ରକାଶ ପାଇବା ପରେ ଏବେ ଏହା ମାତ୍ର ୩୨ହଜାର ବୋଲି ଜଣାପଡ଼ିଛି। ତେବେ ବୁଧବାର ଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ କେଁ: ୩ ଲକ୍ଷ ୪୧ ହଜାର ନୁହେଁ କେବଳ ୩୨ ହଜାର ଥିବା କହିଲେ ପ୍ରତାପ
ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟର କୃଷକମାନଙ୍କୁ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ କାଳିଆ ଯୋଜନା ଆରମ୍ଭ କରାଯାଇଥିଲା। ହେଲେ ଦିନକୁ ଦିନ କାଳିଆକୁ ନେଇ କେଁ ବଢ଼ିବାରେ ଲାଗିଛି। ମଙ୍ଗଳବାର ରାଜ୍ୟର ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ…
କ୍ୟାବିନେଟ୍ ନିଷ୍ପତ୍ତି: ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ
ନୂଆଦିଲ୍ଲୀ,୧୮।୯: ରେଳ କର୍ମଚାରୀଙ୍କୁ ଚଳିତ ବର୍ଷ ୭୮ ଦିନର ବୋନସ୍ ଦିଆଯିବ। ଏନେଇ କ୍ୟାବିନେଟ୍ ପକ୍ଷରୁ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗତ ୬ ବର୍ଷ ଧରି ରେଳ କର୍ମଚାରୀଙ୍କୁ ବୋନସ୍ ଦେଇ ଆସିଥିବାବେଳେ ଚଳିତ ବର୍ଷ ମଧ୍ୟ…
ବଦଳିଲା ସମୟ: ଏଣିକି ୯ଟାରୁ ସାଢ଼େ ୪ଟା ଯାଏ ସ୍କୁଲରେ ରହିବେ ଶିକ୍ଷୟିତ୍ରୀ-ଶିକ୍ଷକ
ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ଏଥିସହ ବଦଳିଛି ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ ସମୟ। ପୂର୍ବରୁ ୧୦ଟାରୁ ୪ଟା ଯାଏ ସେମାନେ ସ୍କୁଲରେ ରହୁଥିବା ବେଳେ ଏବେ ସେମାନେ ୯ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ରହିବେ।…
ତ୍ରିକୋଣୀୟ ହେବାରେ ଲାଗିଛି ତୈଳ ଯୁଦ୍ଧ: ଭାରତ ସହିତ ଏସିଆ ରାଷ୍ଟ୍ରସମୂହ ଉପରେ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ,୧୮।୯: ସୌଦିର ତୈଳ ବିଶୋଧନାଗାର ଉପରେ ଇରାନ୍ ହୁତି ସୈନ୍ୟଙ୍କ ଡ୍ରୋନ୍ ଆକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏହାଯୋଗୁ ଇରାନ୍-ସୌଦି ସମ୍ପର୍କରେ ଫାଟ ବଢ଼ିବାରେ ଲାଗିଛି। ଏହା ଆମେରିକା ପାଇଁ ଏକ ସୁଯୋଗ ମଧ୍ୟ ସୃଷ୍ଟି କରିଛି।…
ଭାରତରେ ଅନୁପ୍ରବେଶ ଷଡ଼ଯନ୍ତ୍ର: ଆତଙ୍କବାଦୀଙ୍କୁ ‘ଫକ୍ସ୍ ହୋଲ୍ ଆମ୍ବୁଶ୍’ ତାଲିମ୍ ଦେଉଛି ଆଇଏସ୍ଆଇ
ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଦେଇ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ପାକିସ୍ତାନ ସୈନ୍ୟବିଭାଗ ନିର୍ଦ୍ଦେଶରେ କାର୍ଯ୍ୟ ଜାରି ରହିଛି। ନିର୍ଦ୍ଦେଶ ମୁତାବକ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଆତଙ୍କବାଦୀଙ୍କୁ ‘ଫକ୍ସ୍ ହୋଲ୍ ଆମ୍ବୁଶ୍’ ତାଲିମ୍…
Archives


