Posted inଜାତୀୟ

ଭାରତରେ ସେନା ସବୁଠୁ ବିଶ୍ୱସ୍ତ

ନୂଆଦିଲ୍ଲୀ,୧୯ା୯(ଆଇଏଏନ୍‌ଏସ୍‌): ଭାରତର ସହରାଞ୍ଚଳରେ ବସବାସ କରୁଥିବା ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ଦେଶର ସଶସ୍ତ୍ର ବାହିନୀ ଉପରେ ସର୍ବାଧିକ ଭରସା ରଖୁଥିବା କହିଛନ୍ତି। ଅନ୍ୟପକ୍ଷରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜନେତାଙ୍କ ପ୍ରତି ସଂଶୟ ପ୍ରକାଶ କରିଥିବା ଏକ ସର୍ଭେରୁ ଜଣାପଡ଼ିଛି। ବିଶ୍ୱସନୀୟତା ପେସା ସର୍ଭେରେ ବୈଜ୍ଞାନିକ ଓ ଶିକ୍ଷକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ବଜାର ଗବେଷଣା ସଂସ୍ଥା ଇପ୍‌ସୋସ୍‌ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ରାଜନେତା ସବୁଠୁ ଭରସାହୀନ ପେସା ବୋଲି ସହରାଞ୍ଚଳର ୫୯ ପ୍ରତିଶତ ଲୋକ ମତ ଦେଇଥିଲେ। ଏହା ପଛକୁ ମନ୍ତ୍ରୀ ଓ ବିଜ୍ଞାପନ କାର୍ଯ୍ୟନିର୍ବାହୀ ରହିଛନ୍ତି। ୫୨ ପ୍ରତିଶତଙ୍କର ମନ୍ତ୍ରୀଙ୍କ ଉପରେ ଭରସା ନ ଥିବାବେଳେ ୪୧ ପ୍ରତିଶତଙ୍କର ବିଜ୍ଞାପନ ସହ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଭରସା ନାହିଁ। ବଳିଦାନ ମୂଲ୍ୟବୋଧ, ପ୍ରତିବଦ୍ଧତା ଏବଂ ଶୃଙ୍ଖଳା ଇତ୍ୟାଦି ଦୃଷ୍ଟିରୁ ସଶସ୍ତ୍ର ବଳ ହେଉଛି ଉତ୍ସର୍ଗୀକୃତ ବାହିନୀ ବୋଲି ଇପ୍‌ସୋସ୍‌ ଇଣ୍ଡିଆର କଣ୍ଟ୍ରି ସର୍ଭିସ ଲାଇନ ଗ୍ରୁପ୍‌ ଲିଡର ପାରିଜାତ ଚକ୍ରବତର୍ତ୍ତୀ କହିଛନ୍ତି। ସେହିପରି ବୈଜ୍ଞାନିକ ଓ ଶିକ୍ଷକ ବିଶ୍ୱସନୀୟ ପେସା, ଯାହାଙ୍କର ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଅନ୍ୟପକ୍ଷରେ ବ୍ୟବସ୍ଥାକୁ ସ୍ବଚ୍ଛ କରିବା ଲାଗି ଉଦ୍ୟମ ସତ୍ତ୍ୱେ ରାଜନେତାମାନେ ଅଧିକାଂଶଙ୍କ ଭରସା ଜିତିପାରି ନାହାନ୍ତି। ସେହିପରି ବିଜ୍ଞାପନ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମଜାଦାର ଲେଖା ଓ ସୃଜନଶୀଳତା ସତ୍ତ୍ୱେ ସେମାନଙ୍କ ଉପରେ ଅନେକ ଭରସା କରି ନ ଥାନ୍ତି ବୋଲି ଚକ୍ରବର୍ତ୍ତୀ କହିଛନ୍ତି। ବିଶ୍ୱର ବିଶ୍ୱସନୀୟତା ସୂଚକାଙ୍କରେ ଚାଇନା ପରେ ଭାରତର ସ୍ଥାନ ଦ୍ୱିତୀୟରେ ରହିଛି। ସାରା ବିଶ୍ୱରେ ବୈଜ୍ଞାନିକ ସବୁଠୁ ବିଶ୍ୱସ୍ତ ହୋଇଥିବାବେଳେ ଦ୍ୱିତୀୟରେ ଡାକ୍ତର ଓ ତୃତୀୟରେ ଶିକ୍ଷକ ସର୍ବାପେକ୍ଷା ବିଶ୍ୱସନୀୟ ପେସା ମାନ୍ୟତା ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ବଡ଼ ପରୀକ୍ଷା: ୫ମ ସ୍ଥାନରେ ଏନ୍‌ଇଇଟି ୟୁଜି

ନୂଆଦିଲ୍ଲୀ,୬।୧୦: ଭାରତର ସବୁଠାରୁ ବଡ଼ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି ୟୁଜି ବିଶ୍ୱର ସବୁଠାରୁ ବଡ଼ ପରୀକ୍ଷାଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ଏସବିଆଇ ରିସର୍ଚ୍ଚର ଏକ ରିପୋର୍ଟ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

ମହିଳା ଖବରଦାତାଙ୍କୁ ଅସଦାଚରଣ କରିଥିବା ଏସିପିଙ୍କୁ ପଦୋନ୍ନତି, ଦେଶରେ ହଇଚଇ!

ନୂଆଦିଲ୍ଲୀ,୬।୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର (ସିିଇସି) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଗତ ଶନିବାର ନୂଆଦିଲ୍ଲୀରେ ବିକ୍ଷୋଭ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?