ପୋଲିସ୍ ଏନ୍କାଉଣ୍ଟର: ୨ ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ, ମିଟୁନା ଆହତ
କେନ୍ଦ୍ରାପଡ଼ା ଅଫିସ/ ମାର୍ଶାଘାଇ(ଡି.ଏନ୍.ଏ.), ୫ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଙ୍ଗୁଳାଇ ରାସ୍ତାର ପିଏନ୍ କଲେଜ ସମ୍ମୁଖ ରାସ୍ତାରେ ପୋଲିସ ଏନ୍କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଶୁକ୍ରବାର ବିଳମ୍ବିତ ରାତିରେ ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ତ ପ୍ରସାଦ ଜେନା ଓରଫ୍ ଭେଲୁ…
ଇମ୍ରାନ୍ଙ୍କ ବନ୍ଧୁ ଚେହେରାରୁ ହଟିଲା ମୁଖା: ଭାରତକୁ ବଦନାମ କରିବା ପାଇଁ ପିଆର୍ କମ୍ପାନୀକୁ ପାକିସ୍ତାନ ଦେଇଥିଲା ୭ କୋଟି
ଓ୍ବାଶିଂଟନ,୫।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତକୁ ଅନ୍ତର୍ଜାତୀୟସ୍ତରରେ ବଦନାମ କରିବା ପାଇଁ ପାକିସ୍ତାନ ରଚିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍ ହୋଇଛି। ଏହାଦ୍ୱାରା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ବନ୍ଧୁ ଚେହେରାରୁ ମୁଖା ଖୋଲିଯାଇଛି। ପାକିସ୍ତାନ ଆମେରିକାର ଏକ ପିଆର୍ କମ୍ପାନୀକୁ…
ଅନୁପ୍ରବେଶ ଅପେକ୍ଷାରେ ପାକ୍ ଆତଙ୍କବାଦୀ: ଏଲ୍ଓସି, ଆଇବିରେ ହାଇଆଲର୍ଟ
ନୂଆଦିଲ୍ଲୀ,୫ା୧୦: ଭାରତରେ ଅନୁପ୍ରବେଶ ଲାଗି ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଥିତ୍ବା ଲଞ୍ଚ୍ପ୍ୟାଡ୍ଗୁଡ଼ିକରେ ଆତଙ୍କବାଦୀ ଅପେକ୍ଷାରତ ଥିବା ଗୋଇନ୍ଦା ସୂଚନା ମିଳିବା ପରେ ଶୁକ୍ରବାର ନିୟନ୍ତ୍ରଣ ରେଖା (ଏଲ୍ଓସି) ଏବଂ ଅନ୍ତର୍ଜାତୀୟ ସୀମା (ଆଇବି)ରେ ହାଇ ଆଲର୍ଟ ଜାରି ହୋଇଛି। ଏଲ୍ଓସି…
ମେ’ରେ ଆସିବ ରାଫାଲ
ନୂଆଦିଲ୍ଲୀ,୫ା୧୦(ପି.ଟି.): ଆସନ୍ତାବର୍ଷ ମେ’ରେ ପ୍ରଥମ ରାଫାଲ ଯୁଦ୍ଧବିମାନ ଭାରତୀୟ ଆକାଶରେ ଦେଖିବାକୁ ମିଳିବ। ମେ’ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ଡାସଲ୍ଟ ଆଭିଏଶନ କମ୍ପାନୀ ଭାରତକୁ ୪ଟି ରାଫାଲ ଜେଟ୍ ଯୋଗାଇଦେବ ବୋଲି ଶୁକ୍ରବାର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ…
ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମଲେଖା: ୨୦୨୦ରୁ ଏମ୍ସରେ ଲାଗୁ ହେବ ନିଟ୍
ନୂଆଦିଲ୍ଲୀ,୫ା୧୦(ପି.ଟି.): ଆଗାମୀ ୨୦୨୦ ଶିକ୍ଷାବର୍ଷରୁ ଏମ୍ସ, ଜେଆଇପିଏମ୍ଇଆର୍ (ଜବାହରଲାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟଗ୍ରାଜୁଏଟ୍ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ) ସମେତ ଦେଶର ସମସ୍ତ ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ହେଲେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍) ଦେବାକୁ…
ବାଲାକୋଟ ଏୟାର୍ଷ୍ଟ୍ରାଇକ୍ର ଭିଡିଓ ଜାରିକଲା ଆଇଏଏଫ୍: ‘ନିଜ ହେଲିକପ୍ଟର ଖସାଇବା ବଡ଼ ଭୁଲ୍’
ନୂଆଦିଲ୍ଲୀ, ୫ା୧୦(ପି.ଟି.): ଭାରତୀୟ ବାୟୁସେନା ପକ୍ଷରୁ କଶ୍ମୀରର ବଡ଼ଗାମ୍ଠାରେ ଗତ ଫେବୃୟାରୀ ୨୭ରେ ଏହାର ଏକ ଏମ୍ଆଇ-୧୭ ହେଲିକପ୍ଟରକୁ କ୍ଷେପଣାସ୍ତ୍ର ମାଡ଼କରି ଖସାଇ ଦିଆଯାଇଥିଲା। ବାୟୁସେନା ହେଲିକପ୍ଟରରେ ଥିବା ୬ ଯବାନଙ୍କ ସହ ୭ ନିହତ ହୋଇଥିଲେ। ଏହା ଏକ ବଡ଼…
ଏଣିକି ଏସ୍ଏଚ୍ଜି ଗ୍ରୁପ୍କୁ ୩୦ ସେକେଣ୍ଡରେ ମିଳିବ ୫୦ହଜାର ଋଣ: ଧର୍ମେନ୍ଦ୍ର
ଭୁବନେଶ୍ୱର,୪।୧୦(ବ୍ୟୁରୋ): ଏଣିକି ଏସ୍ଏଚ୍ଜି ଗ୍ରୁପ୍ମାନଙ୍କୁ ୩୦ ସେକେଣ୍ଡରେ ୫୦ହଜାର ଟଙ୍କାର ଋଣ ମିଳିବ। କେବଳ ସେତିକି ନୁହେଁ ୫୯ ମିନିଟ୍ରେ ୧ କୋଟି ପର୍ଯ୍ୟନ୍ତ ଋଣ ମିଳିପାରିବ। ଶୁକ୍ରବାର ରାଷ୍ଟ୍ରାୟାତ ବ୍ୟାଙ୍କର ସମ୍ପର୍କକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଏବଂ…
ଛତିଶା ନିଯୋଗ ବୈଠକ ଆରମ୍ଭ: କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ନେଇ ଆଲୋଚନା
ପୁରୀ ଅଫିସ,୪।୧୦: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶୁକ୍ରବାର ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଛି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ କରାଯାଇଛି। ଏଥିସହ ହବିଷ୍ୟାଳିମାନଙ୍କୁ ମହାପ୍ରସାଦ ଯୋଗାଣ ନିମନ୍ତେ…
ଉଚ୍ଛେଦକୁ ନେଇ ନୀଳଗିରି ବିଧାୟକ-ତହସିଲଦାର ମୁହାଁମୁହିଁ: ପ୍ରତିବାଦରେ ଅନଶନରେ ବସିଲେ ବିଧାୟକ
ସଜନାଗଡ଼, ୪।୧୦(ଡି.ଏନ୍.ଏ): ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡ଼ୁଙ୍କ ମଧ୍ୟରେ ଶୁକ୍ରବାର ମୁହାଁମୁହିଁ ହୋଇଛି। ତହସିଲ କଚେରି ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦକୁ ନେଇ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି। ଏ ନେଇ…
ଓସିଏର ନବକଳେବର
ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ନିର୍ବାଚନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘଦିନ ଧରି ନିର୍ବାଚନରେ ଭାଗ ନେଇଥିବା ଦୁଇ ପ୍ରମୁଖ ଗୋଷ୍ଠୀ ମଧ୍ୟରେ ବିଭିନ୍ନ ପଦପଦବୀକୁ ନେଇ ଚାଲିଥିବା ଅଙ୍କ କଷାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତା…
ଆଇଏଏସ୍ ଅଫିସରସ୍ତରରେ ଅଦଳବଦଳ: ସୁରେନ୍ଦ୍ର କୁମାର ହେଲେ ଜଳସମ୍ପଦ ସଚିବ
ଭୁବନେଶ୍ୱର,୩।୧୦(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଆଇଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ…
ବିଜେପୁରରେ କଂଗ୍ରେସର ପ୍ରଚାର
ବିଜେପୁର,୩।୧୦(ଡି.ଏନ୍.ଏ.):ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଚାର ଆରମ୍ଭ କରିଛି। ଏହିକ୍ରମରେ ବିଜେପୁର ବ୍ଲକପଡ଼ା ଗ୍ରାମର କ୍ରିକେଟ ପଡ଼ିଆରେ ଏକ ବିଶାଳ କର୍ମୀ ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଛି। ଜିଲା ସଭାପତି ସତ୍ୟ ଭୂଷଣ ସାହୁଙ୍କ ଅଧ୍ୟକ୍ଷତାରେ ପିସିସି ସଭାପତି…
Archives


