‘ଜଳସାଥୀ’ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ୫୯୩ଟଙ୍କା ଜଳକର
ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଏଣିକି ଜଳକର ଆଦାୟ କରିବେ ମିଶନ ଶକ୍ତି ମହିଳା। ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ବୈଷୟିକ ତାଲିମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭୁବନେଶ୍ୱର ରେଲଓ୍ବେ ଅଡିଟୋରିୟମ୍ରେ ଜଳସାଥୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଏହା କହିଛନ୍ତି। ଏହି ଅବସରରେ…
ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ: ଅକ୍ଷୟଙ୍କ ପୁନର୍ବିଚାର ଆବେଦନ ଖାରଜ; ଦାଖଲ ହେବ କ୍ୟୁରେଟିଭ୍ ପିଟିଶନ
ନୂଆଦିଲ୍ଲୀ,୧୮।୧୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଦାଖଲ ହୋଇଥିବା ପୁନର୍ବିଚାର ଆବେଦନ ଖାରଜ ହୋଇଯାଇଛି। ଫଳରେ ଏବେ ଫାଶୀ ଦଣ୍ଡାଦେଶ ନିଶ୍ଚିତ ହୋଇଛି। ତେବେ ଏବେ ୪ ଦୋଷୀଙ୍କ ପକ୍ଷରୁ କ୍ୟୁରେଟିଭ୍ ପିଟିଶନ ଦାଖଲ କରାଯାଇପାରିବ।…
ରାଜ୍ୟ ସରକାର ସିଏଏକୁ ସମର୍ଥନ କରୁଛନ୍ତି, ଏନ୍ଆର୍ସିକୁ ନୁହେଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବା ବେଳେ ପ୍ରଥମ ଥର ପାଇଁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ଖବରଦାତାଙ୍କୁ ସୂଚନା ଦେଇ ସେ କହିଛନ୍ତି, ରାଜ୍ୟ…
ନାଗରିକତା ସଂଶୋଧନ ଆଇନ: କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମ୍କୋର୍ଟ; ଜାନୁୟାରୀ ୨୨ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ,୧୮।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦାଖଲ ହୋଇଥିବା ୫୯ଟି ଆବେଦନ ଉପରେ ବୁଧବାର ବିଚାର କରି ସୁପ୍ରିମ୍କୋର୍ଟ ଏହା ଉପରେ ରୋକ ଲଗାଇବାକୁ ମନା କରିଛନ୍ତି। ଏସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରାଯାଇଛି। ଏହାର…
ଚଳିତ ବର୍ଷ ୪୯ ଗଣମାଧ୍ୟମ ପ୍ରତିନିଧିଙ୍କୁ କରାଯାଇଛି ହତ୍ୟା: ଲାଟିନ୍ ଆମେରିକାରେ ସର୍ବାଧିକ ୧୪
ପ୍ୟାରିସ୍, ୧୮।୧୨: ଚଳିତ ବର୍ଷ ପୃଥିବୀର ବିଭିନ୍ନ ଦେଶରେ ମୋଟ ୪୯ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଚଳିତ ବର୍ଷ କମ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଛି। ସେଥିମଧ୍ୟରୁ ଲାଟିନ୍ ଆମେରିକାରେ ସର୍ବାଧିକ ୧୪ ଜଣଙ୍କୁ…
ପ୍ରଧାନମନ୍ତ୍ରୀ ଦୌଡ଼ରେ ମୁଁ ନାହିଁ: ଶାହ
ନୂଆଦିଲ୍ଲୀ,୧୮।୧୨: ପ୍ରଧାନମନ୍ତ୍ରୀ ଦୌଡ଼ରେ ନ ଥିବା କଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତିି। ଏକ ସାକ୍ଷାତ୍କାରରେ ଶାହ ଏହା ପ୍ରକାଶ କରିଛନ୍ତି। ଦଳରେ ବହୁ ବରିଷ୍ଠ ନେତା ରହିଛନ୍ତି। ସେମାନଙ୍କ ତୁଳନାରେ ସେ ବହୁ ଜୁନିଅର ବୋଲି ଶାହ କହିଛନ୍ତି।…
ସିଏଏ ହିଂସା ପାଇଁ ପାକିସ୍ତାନକୁ ଦୋଷୀ ଦର୍ଶାଇବା ମୋଦି ସରକାରଙ୍କ ବଡ଼ ଦୁର୍ବଳତା: ଶିବସେନା
ନୂଆଦିଲ୍ଲୀ,୧୮।୧୨: ସିଏଏ ନେଇ ଦେଶ ବ୍ୟାପି ପ୍ରଦର୍ଶନ ଜାରି ରହିଛି। ଦେଶରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବିଦେଶୀ ଶକ୍ତିର ହାତ ଥିବା କଥା କୁହାଯାଉଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପାକିସ୍ତାନର ପ୍ରଚ୍ଛନ୍ନ ହାତ ଥିବା…
ଜାମିଆ ଛାତ୍ରଙ୍କୁ ଲାଠିମାଡ଼: ପୋଲିସ ଜୁଲମ ହାଏ ହାଏ
ଓ୍ବାଶିଂଟନ,୧୮ା୧୨: ସିଏଏ ବିରୋଧୀ ବିକ୍ଷୋଭ ବେଳେ ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ (ଜେଏମ୍ଆଇୟୁ) ଏବଂ ଉତ୍ତରପ୍ରଦେଶର ଆଲିଗଡ଼ ମୁସ୍ଲିମ୍ ୟୁନିଭସର୍ସିଟି (ଏଏମ୍ୟୁ) ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଜୁଲମକୁ ବିଦେଶୀ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପକ୍ଷରୁ ଦୃଢ଼ନିନ୍ଦା କରାଯାଇଛି। ଅକ୍ସଫୋର୍ଡ, ହାଓ୍ବାର୍ଡ, ୟେଲ୍, କଲମ୍ବିଆ,…
ଓଡ଼ିଶା ବିଜୁ ସଂଯୋଗ: ଅନଲାଇନ ପଞ୍ଜିକରଣର ୪୮ ଘଣ୍ଟା ମଧ୍ୟରେ ପାଇପାରିବେ ବିଦ୍ୟୁତ୍ ସଂଯୋଗ
ଭୁବନେଶ୍ୱର,୧୭।୧୨(ବ୍ୟୁରୋ) – ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ମଙ୍ଗଳବାର ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷରେ ୫-ଟି ସମ୍ପର୍କିତ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଦିବ୍ୟଶଙ୍କର କହିଥିଲେ ଯେ,ରାଜ୍ୟବାସୀ ଯେପରି ବିଦ୍ୟୁତ୍ ସେବା ପାଇବାରେ ବଞ୍ଚତ୍ତ ହେବେ…
ବୁଧବାର ବନକଲାଗି, ମହାପ୍ରଭୁଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ
ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୩ଟାରୁ ରାତି ୭ଟା ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ ବନ୍ଦ ରହିବ। କିନ୍ତୁ ଶ୍ରଦ୍ଧାଳୁମାନେ ବେଢା ପରିସର ଅନ୍ୟାନ୍ୟେ ମନ୍ଦିର ବୁଲି…
‘ବ୍ରହ୍ମୋସ୍’ର ଦୁଇଥର ସଫଳ ବ୍ୟାବହାରିକ ପରୀକ୍ଷଣ: ଶତ୍ରୁପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେବାର ରଖିଛି କ୍ଷମତା
ବାଲେଶ୍ୱର ଅଫିସ, ୧୭।୧୨-ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ(ଆଇଟିଆର) ପକ୍ଷରୁ ମଙ୍ଗଳବାର ସୁପରସୋନିକ୍ କ୍ରୁଜ୍ ମିଶାଇଲ୍ ‘ବ୍ରହ୍ମୋସ’ର ଦୁଇଥର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ପୂର୍ବାହ୍ନ ୮ଟା ୪୫ ମିନିଟ୍ରେ ଚାନ୍ଦିପୁର ଟେଷ୍ଟ ରେଞ୍ଜରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଏବଂ ଅପରାହ୍ନ ସାଢ଼େ ୩ଟାରେ…
ନିର୍ଭୟା ମାମଲା: ବ୍ୟକ୍ତିଗତ କାରଣରୁ ଖଣ୍ଡପୀଠରୁ ଦୂରେଇଲେ ପ୍ରଧାନ ବିଚାରପତି; ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ଶୁଣାଣି
ନୂଆଦିଲ୍ଲୀ,୧୭।୧୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସୁପ୍ରିମ୍କୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ। ମଙ୍ଗଳବାର ଏହାର ଶୁଣାଣି ହେବାର ଥିଲା। ତେବେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ବ୍ୟକ୍ତିଗତ କାରଣରୁ ଖଣ୍ଡପୀଠରୁ ନିଜକୁ ଦୂରେଇ ରଖିବାରୁ ଏହାର ଶୁଣାଣି…
Archives


