Home Middle

ଭାରତୀୟ ସେନାର କଡ଼ା ଜବାବ: ୬ ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ ଧ୍ୱଂସ

ଶ୍ରୀନଗର,୨୨।୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ତେବେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି। ଭାରତୀୟ ସେନାର ପାଲଟା ଆକ୍ରମଣରେ ୩ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ…

୧୨ ସର୍ଚ୍ଚ ଅପରେଶନ୍‌ରେ ୨୫ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି: ଡିଜିପି ଦିଲ୍‌ବାଗ୍‌ ସିଂ

ଶ୍ରୀନଗର,୨୨।୨: ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଜମ୍ମୁ-କଶ୍ମୀରରେ ହୋଇଥିବା ୧୨ଟି ସଫଳ ସର୍ଚ୍ଚ ଅପରେଶନରେ ୨୫ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏନେଇ ଜମ୍ମୁ-କଶ୍ମୀର ଡିଜିପି ଦିଲ୍‌ବାଗ୍‌ ସିଂ ଶନିବାର ସୂଚନା ଦେଇଛନ୍ତି। ଶୁକ୍ରବାର ବିଳମ୍ବିିତ ରାତିରେ ୨ ଜଣ ଆତଙ୍କବାଦୀଙ୍କର…

‘ଗାନ୍ଧୀ ଶାନ୍ତିକେନ୍ଦ୍ର’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: କହିଲେ ‘ଅହିଂସା ଭାରତୀୟତାର ପରିଚୟ’

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରିଠାରେ ଶନିବାର ଗାନ୍ଧି ଶାନ୍ତିକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ୫ ଏକର ଜମିରେ ସ୍ଥାପିତ ଗାନ୍ଧି ଶାନ୍ତିକେନ୍ଦ୍ର ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ…

ତାଲିବାନ ସହିତ ଆମେରିକା ଶାନ୍ତିଚୁକ୍ତି: ବଢ଼ିବ ଭାରତର ସମସ୍ୟା; ପାକିସ୍ତାନ ପାଇଁ ସୁଯୋଗ

ଓ୍ବାଶିଂଟନ,୨୨।୨: ଆମେରିକା ଆଫଗାନିସ୍ତାନ ଆତଙ୍କବାଦୀ ସଂଗଠନ ତାଲିବାନ ସହିତ ଶାନ୍ତିଚୁକ୍ତିି କରିବା ଲାଗି ଯୋଜନା କରିଛି। ଫେବୃୟାରୀ ୨୯ରେ ଏହି ଚୁକ୍ତି ହେବ ବୋଲି କୁହାଯାଉଛି। ଇତିମଧ୍ୟରେ ଫେବୃୟାରୀ ୨୨ଠାରୁ ସଙ୍ଘର୍ଷ ବିରାମ ଆରମ୍ଭ ହୋଇଥିବା ଆଫଗାନିସ୍ତାନ ରାଷ୍ଟ୍ରୀୟ ସୁରକ୍ଷା ସମିତି…

ସାମାଜିକ ଆର୍ଥିକ ପରିବର୍ତ୍ତନ ନ୍ୟାୟ ସଙ୍ଗତ-ତର୍କପୂର୍ଣ୍ଣ ହେବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ, ୨୨।୨: ଦେଶର ବିକାଶ ପାଇଁ ଜାରି ରହିଥିବା ସାମାଜିକ ଆର୍ଥିକ ପରିବର୍ତ୍ତନ ନ୍ୟାୟ ସଙ୍ଗତଏବଂ ତର୍କପୂର୍ଣ୍ଣ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସୁପ୍ରିମ୍‌କୋର୍ଟରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ନ୍ୟାୟପାଳିକା ସମ୍ମିଳନୀରେ ଯୋଗଦେଇ ସେ ଏଭଳି ପ୍ରକାଶ…

କରୋନା ଭୟରେ ଆତଙ୍କିତ ଭାରତୀୟ ନାଗରିକ: ବିମାନକୁ ଏୟାରଲିଫ୍ଟ ପାଇଁ ଅନୁମତି ଦେଉନି ଚାଇନା

ବେଜିଂ,୨୨।୨: ଚାଇନାରେ କରୋନା ମହାମାରୀ ଯୋଗୁ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୨୩୪୫ରେ ପହଞ୍ଚିଛି। ସେହିପରି ୭୬ ହଜାର ୨୮୮ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଚାଇନାରେ ଥିବା ଭାରତୀୟ ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଛି। ସେମାନଙ୍କୁ ସ୍ବଦେଶ…

ନମସ୍ତେ ଟ୍ରମ୍ପ୍‌: ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୩୬ ଘଣ୍ଟା ଗସ୍ତ କାର୍ଯ୍ୟକ୍ରମରେ ୧୦୦ କୋଟିରୁ ଅଧିକ ଖର୍ଚ୍ଚ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ପରିବାର ପାଇଁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା କାର୍ଯ୍ୟରେ ୨୫ ହଜାରରୁ ଅଧିକ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି। ଟ୍ରମ୍ପ୍‌ଙ୍କ ୩୬…

ବିବାଦରେ ବନ୍ଧ୍ୟାକରଣ ଏଜେଣ୍ଡା

ଭୋପାଳ,୨୨ା୨: ଅନୂ୍ୟନ ଜଣେ ପୁରୁଷଙ୍କ ବନ୍ଧ୍ୟାକରଣ କରାଅ। ନଚେତ୍‌ ଚାକିରି ଛାଡ଼। ପୁରୁଷ ବହୁ-ଉଦ୍ଦେଶୀୟ ସ୍ବାସ୍ଥ୍ୟକର୍ମୀ (ଏମ୍‌ପିଏଚ୍‌ଡବ୍ଲ୍ୟୁ)ମାନଙ୍କୁ ଏଭଳି ବିଚିତ୍ର ନିର୍ଦ୍ଦେଶନାମା ଜାରି କରି ବିବାଦରେ ଫସିଛନ୍ତି ମଧ୍ୟପ୍ରଦେଶର କମଲନାଥ ସରକାର। ମଧ୍ୟପ୍ରଦେଶରେ ମାତ୍ର ୦.୫% ପୁରୁଷ ନିଜର ବନ୍ଧ୍ୟାକରଣ କରାଇଛନ୍ତି…

ସିଏଏ, ଏନ୍‌ଆର୍‌ସିକୁ ଭୟ କରନି: ଉଦ୍ଧବ

ନୂଆଦିଲ୍ଲୀ, ୨୨ା୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଭାଜପା ହାତ ଛାଡ଼ି ମହାରାଷ୍ଟ୍ରରେ କଂଗ୍ରେସ, ଏନ୍‌ସିପି ସହ ମିଶି ଶିବସେନା ସରକାର ଗଠନ କରିବା ପରେ ମୋଦିଙ୍କ ସହ…

ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମର ଉଦ୍‌ଘାଟନ କରିବେ ନାହିଁ ଟ୍ରମ୍ପ

ନୂଆଦିଲ୍ଲୀ,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଓ ପରିବାର ସହ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସୋମବାର ସେ ଗୁଜରାଟର ଅହମଦାବଦରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି।…

ବିଜେଡି ଜିଲା ସଭାପତି ତାଲିକା ଘୋଷଣା: ୧୪ ପୁରୁଣା, ୧୯ ନୂଆମୁହଁଙ୍କୁ ଦାୟିତ୍ୱ; ସବିଶେଷ ଜାଣନ୍ତୁ..

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଶୁକ୍ରବାର ବିଜେଡି ଜିଲା ସଭାପତି ତାଲିକା ଘୋଷଣା କରାଯାଇଛି। ମୋଟ ୩୩ଜଣ ସଭାପତିଙ୍କ ମଧ୍ୟରେ ୧୪ଜଣ ପୁରୁଣା ନେତା ଥିବା ବେଳେ ୧୯ଜଣ ନୂଆମୁହଁଙ୍କୁ ଦାୟିତ୍ୱ ମିଳିଛି। ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲାର ଦାୟିତ୍ୱ: ଭୁବନେଶ୍ୱର-ଅନନ୍ତ ନାରାୟଣ ଜେନା…

ପିଓକେରେ ସକ୍ରିୟ ରହିଛି ୧୫-୨୦ ଆତଙ୍କବାଦୀ ଶିବିର: ସେନାମୁଖ୍ୟ

ନୂଆଦିଲ୍ଲୀ,୨୦।୨: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଉଦ୍ୟମ ଅବ୍ୟାହତ ରଖିଛି। ଏବେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ୧୫-୨୦ ଆତଙ୍କବାଦୀ ଶିବିର ସକ୍ରିୟ ରହିଛି। ସେଠାରେ ପ୍ରାୟ ୨୫୦ରୁ ୩୫୦ ଆତଙ୍କବାଦୀ ତାଲିମ୍‌ ନେଉଛନ୍ତି। ଏନେଇ ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri