ପୁଣି ଘୁଞ୍ଚିବ କି ଫାଶୀ ଦଉଡ଼ି: ମାଣ୍ଡୋଲି ଜେଲ୍ ପ୍ରଶାସନଠାରୁ ଏପ୍ରିଲ ୮ ସୁଦ୍ଧା ରିପୋର୍ଟ ତଲବ !
ନୂଆଦିଲ୍ଲୀ,୧୨।୩: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶୀ ସମୟ ପୁଣିଥିରେ ଘୁଞ୍ଚିବାର ସମ୍ଭାବନା ଦେଖାଦେଇଛି। ଦୋଷୀ ପଓ୍ବନ ତାଙ୍କୁ ଜେଲ୍ରେ ପିଟାଯାଇଥିବା ଅଭିଯୋଗ କରିଥିଲେ। ଏନେଇ କଡ଼କଡ଼ଡୁମା ଅଦାଲତ ଏପ୍ରିଲ ୮ ସୁଦ୍ଧା ମାଣ୍ଡୋଲି ଜେଲ୍ ପ୍ରଶାସନଠାରୁ ରିପୋର୍ଟ ତଲବ କରିଛନ୍ତି।…
ଶେୟାର ବଜାରରେ କରୋନା ପ୍ରଭାବ: ନିବେଶକଙ୍କ ୯ ଲକ୍ଷ କୋଟି ପାଣିରେ ପଡ଼ିଲା
ମୁମ୍ବାଇ,୧୨।୩: କରୋନା ସଂକ୍ରମଣର ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି। ଗୁରୁବାର ସେନସେକ୍ସ୍ ୩୧୬୪ ଅଙ୍କ ହ୍ରାସ ପାଇଥିବାବେଳେ ନିଫ୍ଟି ୯୨୪ ଅଙ୍କ ହ୍ରାସ ପାଇଛି। ଗୁରୁବାର ଅପରାହ୍ନ ୨ଟା ୪୫ ସୁଦ୍ଧା ସେନସେକ୍ସ୍ ୩୧୬୪.୯୯ ଅଙ୍କ ହ୍ରାସ ପାଇଥିଲା। ସେହିପରି…
ଭିଟାମାଟି ଛାଡ଼ିଛନ୍ତି ୭ କୋଟି ଶରଣାର୍ଥୀ: ନ ମିଳିଲେ ଶରଣ ହଜାର ହଜାର ବାଳିକା ଚୋରା ଚାଲାଣ ହେବା ଆଶଙ୍କା
ଜେନେଭା,୧୨।୩: ପୃଥିବୀରେ ଶରଣାର୍ଥୀଙ୍କ ସମସ୍ୟା ଏବେ ବଢ଼ିବାରେ ଲାଗିଛି। ସମ୍ପ୍ରତି ବିଭିନ୍ନ ଦେଶରେ ୭ କୋଟିରୁ ଅଧିକ ଶରଣାର୍ଥୀ ରହିଛନ୍ତି। ଗୃହଯୁଦ୍ଧ, ଆତଙ୍କବାଦ ଅବା ଅନ୍ୟ ରାଜନୈତିକ କାରଣରୁ ସେମାନେ ନିଜ ଭିଟାମାଟିର ମୋହ ପଛରେ ପକାଇ ଅନ୍ୟ ଦେଶରେ ଶରଣ…
ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ ଛୁଇଁଲା: ୩୫ ଦିନ ପାଇଁ ବିଦେଶୀଙ୍କ ଉପରେ କଟକଣା
ନୂଆଦିଲ୍ଲୀ,୧୨।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୭୩ ଛୁଇଁଛି। ସୁରକ୍ଷା ଦୃଷ୍ଟିରୁ ଭାରତରେ ପ୍ରବେଶ ପାଇଁ ବିଦେଶୀ ନାଗରିକଙ୍କ ଉପରେ ୩୫ ଦିନିଆ କଟକଣା ଜାରି ହୋଇଛି। ସେମାନଙ୍କୁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଭାରତରେ ପ୍ରବେଶ ଅନୁମତି ମିଳିବ ନାହିଁ। ଏହି…
ଭାରତରେ ଆକ୍ରମଣ ଷଡ଼ଯନ୍ତ୍ର: ଲଞ୍ଚ୍ପ୍ୟାଡ୍-୬ରେ ଆତଙ୍କବାଦୀଙ୍କୁ ତାଲିମ ଦେଉଛି ପାକିସ୍ତାନ
ଶ୍ରୀନଗର,୧୨।୩: ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇବା ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ଏହି ମର୍ମରେ ନିୟନ୍ତ୍ରଣ ରେଖାଠାରୁ କିଛି କିଲୋମିଟର ଦୂରରେ ଜୈଶ୍ କମାଣ୍ଡର ଅବୁ ହମ୍ଜା ୨୫ରୁ ଅଧିକ ଆତଙ୍କବାଦୀଙ୍କୁ ତାଲିମ ଦେଉଛନ୍ତି। ଏହା ପଛରେ ପାକିସ୍ତାନୀ ସେନାର…
କରୋନା ମୁକାବିଲା ପାଇଁ ଭାରତର ପ୍ରସ୍ତୁତି: ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଭିଜା ରଦ୍ଦ
ନୂଆଦିଲ୍ଲୀ,୧୨।୩: କରୋନା ସଂକ୍ରମଣ ମୁକାବିଲା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ଏହି ମର୍ମରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସମସ୍ତ ଭିଜା ରଦ୍ଦ କରିଛି। ସେହିପରି ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଜାରି ହୋଇଥିବା ସମସ୍ତ ଭିଜା ଏବଂ…
ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ହାତ ଧରିଲେ ଅଭିନେତ୍ରୀ ଝିଲିକ୍
ଭୁବନେଶ୍ୱର: ହାତକୁ ଦୁଇ ହାତ ହେଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ରାଜସ୍ଥାନରେ ବୁଧବାର ଆୟୋଜିତ ଏକ ଘରୋଇ ଉତ୍ସବରେ ଗୋପନୀୟ ଭାବେ…
ସାରା ଭାରତରେ କରୋନା ଆତଙ୍କ
ନୂଆଦିଲ୍ଲୀ/ବେଙ୍ଗାଲୁରୁ,୧୨ା୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ୬୦ରେ ପହଞ୍ଚତ୍ଛି। କର୍ନାଟକର କଳାବୁର୍ଗୀରେ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ମହମ୍ମଦ ହୁସେନ ସିଦ୍ଦିକୀ ନାମକ ବ୍ୟକ୍ତିଙ୍କର ମଙ୍ଗଳବାର ସରକାରୀ ହସ୍ପିଟାଲରେ…
ରାଜ୍ୟ ସଭା ପାଇଁ ସବୁ ଖେଳ
ନୂଆଦିଲ୍ଲୀ,୧୨ା୩: ମାର୍ଚ୍ଚ ୨୬ ତାରିଖରେ ରାଜ୍ୟ ସଭାର ୫୫ ଆସନ ପାଇଁ ନିର୍ବାଚନ ହେବ। ଏପ୍ରିଲରେ ଉଚ୍ଚ ସଦନର ୫୫ ସଦସ୍ୟ ଅବସର ନେବା ପରେ ଖାଲି ହେବାକୁ ଥିବା ୧୭ ରାଜ୍ୟର ଏହି ଆସନଗୁଡ଼ିକରେ ଭୋଟ ପାଇଁ ନିର୍ବାଚନ କମିଶନଙ୍କ…
ପ୍ରମାଣପତ୍ର ପାଇଁ ଟଙ୍କା
ପରଜଙ୍ଗ, ୧୨।୩(ଡି.ଏନ.ଏ.) ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା, ଦୁର୍ନୀତି ରୋକିବା, ସାଧାରଣ ଜନତାଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘୫-ଟି’ ବ୍ୟବସ୍ଥା। ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ନ ଦେବାକୁ ବଡ ବଡ଼ ହୋର୍ଡିଂ ମାଧ୍ୟମରେ ସଚେତନ କରାଯାଉଛି।…
୭ ଗାଁରେ ସରକାରୀ ଯୋଜନା ଅପହଞ୍ଚ
ଫୁଲବାଣୀ ଅଫିସ, ୧୨ା୩: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ବହୁ ଦୁର୍ଗମ ଅଞ୍ଚଳ ରହିଛି। ସେସବୁ ଅଞ୍ଚଳରେ ଥିବା ଅଧିକାଂଶ ଗ୍ରାମବାସୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି। ରାସ୍ତା ନ ଥିବାରୁ ଗାଁକୁ ବିଜୁଳି, ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁନାହିଁ।…
ଏବେବି ଆର୍ଟିଓରେ ଆବେଦନକାରୀଙ୍କ ଭିଡ଼
ଭଦ୍ରକ ଅଫିସ,୧୨।୩-ଏବେ ସବୁଠି ମୋଟରଯାନ ଆଇନ କଡ଼ାକଡ଼ି। ନିୟମ ଉଲ୍ଲଂଘନ କଲେ ଗଣିବାକୁ ପଡୁଛି ଜରିମାନା। ଏଥିସହ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆଯାଉଛି। ଏହି ଆଇନ କଡ଼ାକଡ଼ି ହେବା ପରଠାରୁ ଫେବୃୟାରୀ ଶେଷ ସୁଦ୍ଧା ଭଦ୍ରକ ପରିବହନ ଅଧିକାରୀଙ୍କ ଦ୍ୱାରା…
Archives


